Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 15:8 - ପବିତ୍ର ବାଇବଲ (CL) NT (BSI)

8 ଈଶ୍ୱରଙ୍କ ଗୌରବ ଓ ପରାକ୍ରମରୁ ଉତ୍ଥିତ ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା; ସପ୍ତ ଦୂତ ଘେନି ଆସିଥିବା ସପ୍ତ ମହାମାରୀର ଅବସାନ ନ ଘଟିବା ପର୍ଯ୍ୟନ୍ତ ଏହି ମନ୍ଦିର ମଧ୍ୟରେ ଆଉ କେହି ପ୍ରବେଶ କରି ପାରିଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଆଉ ଈଶ୍ଵରଙ୍କ ଗୌରବ ଓ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା, ସପ୍ତ ଦୂତଙ୍କ ସପ୍ତ କ୍ଳେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

8 ଆଉ ଈଶ୍ୱରଙ୍କ ଗୌରବ ଓ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା, ସପ୍ତ ଦୂତଙ୍କ ସପ୍ତ କ୍ଲେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆଉ ଈଶ୍ବରଙ୍କ ଗୌରବ ଓ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା, ସପ୍ତ ଦୂତଙ୍କ ସପ୍ତ କ୍ଲେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରିପାରିଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

8 ସେହି ମନ୍ଦିର ପରମେଶ୍ୱରଙ୍କ ଗୌରବ ଓ କ୍ଷମତାର ଧୂଆଁରେ ଭର୍ତ୍ତି ହୋଇଗଲା। ସାତ ଜଣ ଦୂତଙ୍କର ସାତୋଟି ମହାମାରୀ ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଲୋକ ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ।

Gade chapit la Kopi




ପ୍ରକାଶିତ 15:8
14 Referans Kwoze  

ଅନନ୍ତର ମୁଁ ଆକାଶରେ ଆଉ ଏକ ବିଚିତ୍ର ରହସ୍ୟଜନକ ଦୃଶ୍ୟ ଦେଖିଲି। ସାତ ଜଣ ସ୍ୱର୍ଗଦୂତ ପ୍ରତ୍ୟେକେ ଗୋଟିଏ ଗୋଟିଏ ମହାମାରୀ ଧରି ଆବିର୍ଭୂତ ହେଲେ। ଏହି ମହାମାରୀଗୁଡ଼ିକ ଥିଲା, ଈଶ୍ୱରଙ୍କ କ୍ରୋଧର ଚରମ ଅଭିବ୍ୟକ୍ତି।


ସେହି ଲୋକମାନେ ପ୍ରଭୁଙ୍କ ସାନ୍ନିଧ୍ୟରୁ ଓ ପରାକ୍ରମର ଗୌରବରୁ ବିଚ୍ଛିନ୍ନ ହୋଇ ଚିରକାଳ ପାଇଁ ବିନଷ୍ଟ ହେବେ।


ଈଶ୍ୱରଙ୍କ ଐଶ୍ୱର୍ଯ୍ୟ କେଡ଼େ ପ୍ରଚୁର। ତାଙ୍କର ଜ୍ଞାନ ଓ ପ୍ରଜ୍ଞା କେଡ଼େ ଅସୀମ। ତାଙ୍କ ନିଷ୍ପତ୍ତିର ଯଥାର୍ଥତା କିଏ ବୁଝାଇବ? କିଏ ତାଙ୍କ ଗତିବିଧି ଜାଣିପାରିବ?


Swiv nou:

Piblisite


Piblisite