Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 14:8 - ପବିତ୍ର ବାଇବଲ (CL) NT (BSI)

8 ସେହି ପ୍ରଥମ ଦୂତଙ୍କ ପଛେ ପଛେ ଆଉ ଜଣେ ଦୂତ ଆସି କହିଲେ, “ତାହାର ପତନ ଘଟିଛି। ପ୍ରଖ୍ୟାତ ବାବିଲନ୍ ଭୂମିସାତ୍ ହୋଇଛି। ସେ ତା’ର କଳୁଷିତ କାମନାରୂପ ସୁରା ପାନ କରାଇ ସମସ୍ତଙ୍କୁ ମତୁଆଳ କରିଥିଲା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍, ଦ୍ଵିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ମଦିରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

8 ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍ ଦ୍ୱିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ୍ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ସୁରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍‍ ଦ୍ୱିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ସୁରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି।

Gade chapit la Kopi

ପବିତ୍ର ବାଇବଲ

8 ତା'ପରେ ଦ୍ୱିତୀୟ ଦୂତ ଜଣକ, ପ୍ରଥମ ସ୍ୱର୍ଗଦୂତଙ୍କୁ ଅନୁସରଣ କରି କହିଲେ, “ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିର ଲୋକଙ୍କୁ ଲୋଭ ଦେଖାଇ ଭ୍ରଷ୍ଟାଗ୍ଭର କାମ ଓ ପରମେଶ୍ୱରଙ୍କ କ୍ରୋଧ ରୂପକ ସୁରା ପାନ କରାଇଛି, ସେ ନଷ୍ଟ ହୋଇଯାଇଛି।”

Gade chapit la Kopi




ପ୍ରକାଶିତ 14:8
17 Referans Kwoze  

ମହାନଗରୀ ତିନି ଖଣ୍ଡରେ ବିଭକ୍ତ ହେଲା, ପୃଥିବୀର ସମସ୍ତ ନଗର ଧ୍ୱଂସ ପାଇଗଲା। ଈଶ୍ୱର ମହାନଗର ବାବିଲନ୍‌ଙ୍କୁ ଭୁଲି ନ ଥିଲେ। ସେ ତାଙ୍କ ପାନପାତ୍ରରୁ ତାଙ୍କର ପ୍ରଚଣ୍ଡ କ୍ରୋଧରୂପ ସୁରା ତାକୁ ପାନ କରାଇଲେ।


ସେ ସେମାନଙ୍କୁ ପରାଜିତ କରି ହତ୍ୟା କରିବ ଏବଂ ଯେଉଁ ମହାନଗରୀରେ, ରାଜପଥରେ ପ୍ରଭୁ କ୍ରୁଶବିଦ୍ଧ ହୋଇଥିଲେ, ସେହିଠାରେ ସେମାନଙ୍କର ଶବ ପଡ଼ି ରହିବ। ସେହି ସହରକୁ ସଦୋମ ଓ ମିସର ବୋଲି କୁହାଯାଇ ପାରିବ।


ତାଙ୍କର ବିଚାର ଯଥାର୍ଥ ଓ ନ୍ୟାୟୋଚିତ। ଭ୍ରଷ୍ଟାଚାର ଦ୍ୱାରା ପୃଥିବୀକୁ କଳୁଷିତ କରୁଥିବା ବେଶ୍ୟା ପ୍ରତି ସେ ବିହିତ ଦଣ୍ଡ ବିଧାନ କରିଛନ୍ତି। ଈଶ୍ୱରଙ୍କ ସେବକମାନଙ୍କୁ ହତ୍ୟା କରି ଥିବାରୁ ତାକୁ ସେ ଶାସ୍ତି ଦେଇଛନ୍ତି।”


“ତୁମେ ଯେଉଁ ସ୍ତ୍ରୀ ଲୋକଟିକୁ ଦେଖିଲ, ସେ ହେଉଛି, ପୃଥିବୀର ରାଜାମାନଙ୍କ ଉପରେ କର୍ତ୍ତୃତ୍ୱ କରୁଥିବା ସେହି ମହାନ ନଗରୀ।”


Swiv nou:

Piblisite


Piblisite