Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 14:2 - ପବିତ୍ର ବାଇବଲ (CL) NT (BSI)

2 ତା’ପରେ ମୁଁ ଶୁଣିଲି, ଜଳ ପ୍ରପାତ ଓ ବଜ୍ରନାଦ ପରି ସ୍ୱର୍ଗରୁ ଏକ କଣ୍ଠସ୍ୱର। ବାଦ୍ୟକାରମାନେ ବଜାଉ ଥିବା ବୀଣା ଝଙ୍କାର ପରି ମଧ୍ୟ ତାହା ଶୁଣାଯାଉଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ପୁଣି ମୁଁ ସ୍ଵର୍ଗରୁ ବହୁଜଳକଲ୍ଲୋଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ଵର ଶୁଣିଲି; ଯେଉଁ ସ୍ଵର ମୁଁ ଶୁଣିଲି; ତାହା ବୀଣାବାଦ୍ୟକାରୀମାନଙ୍କ ବୀଣାର ଶଦ୍ଦ ପରି।

Gade chapit la Kopi

ଓଡିଆ ବାଇବେଲ

2 ପୁଣି, ମୁଁ ସ୍ୱର୍ଗରୁ ବହୁବନ୍ୟାଜଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ୱର ଶୁଣିଲି; ଯେଉଁ ସ୍ୱର ମୁଁ ଶୁଣିଲି, ତାହା ବୀଣାବାଦକମାନଙ୍କ ବୀଣାର ଶଦ୍ଦ ପରି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପୁଣି, ମୁଁ ସ୍ୱର୍ଗରୁ ବହୁବନ୍ୟାଜଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ୱର ଶୁଣିଲି; ଯେଉଁ ସ୍ୱର ମୁଁ ଶୁଣିଲି, ତାହା ବୀଣାବାଦକମାନଙ୍କ ବୀଣାର ଶଦ୍ଦ ପରି।

Gade chapit la Kopi

ପବିତ୍ର ବାଇବଲ

2 ମୁଁ ସ୍ୱର୍ଗରୁ ମହାଜଳପ୍ରପାତ ଓ ମହାବଜ୍ରନାଦ ଭଳି ଏକ ଏକ ସ୍ୱର ଶୁଣିଲି। ଏହା ବୀଣାବାଦକମାନେ ସେମାନଙ୍କର ବୀଣାବାଦନ କରିବାପରି ମନେ ହେଲା।

Gade chapit la Kopi




ପ୍ରକାଶିତ 14:2
29 Referans Kwoze  

ସେ ଏହା କରିବା ମାତ୍ରେ ଚାରିଗୋଟି ପ୍ରାଣୀ ଓ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ମେଷଶାବକଙ୍କ ସମ୍ମୁଖରେ ପ୍ରଣିପାତ କଲେ। ପ୍ରତ୍ୟେକଙ୍କ ହସ୍ତରେ ଗୋଟିଏ ଗୋଟିଏ ବୀଣା ଓ ଈଶ୍ୱରଭକ୍ତମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ଏକ ସୁବର୍ଣ୍ଣ ପାତ୍ର ଥିଲା।


ତାଙ୍କ ପାଦ ଦୁଇଟି ଅଗ୍ନିରେ ଶୁଦ୍ଧ ପିତ୍ତଳ ପରି ଝଟକୁ ଥିଲା ଏବଂ ତାଙ୍କର କଣ୍ଠସ୍ୱର ଜଳପ୍ରପାତ ପରି ନିନାଦିତ ହେଉଥିଲା।


ତା’ପରେ ମୁଁ ଦେଖିଲି, ଅଗ୍ନିମିଶ୍ରିତ କାଚର ସମୁଦ୍ର ପରି ଏକ ଦୃଶ୍ୟ। ସେହି ସମୁଦ୍ର ତୀରରେ ଠିଆ ହୋଇଥିଲେ ବିଜୟୀ ବ୍ୟକ୍ତିମାନେ - ଏମାନେ ପଶୁ, ପଶୁର ପ୍ରତିମୂର୍ତ୍ତି ଓ ପୂର୍ବୋକ୍ତ ସଂଖ୍ୟା ଦ୍ୱାରା ଚିହ୍ନିତ ସେହି ଦୁରାତ୍ମା ଉପରେ ବିଜୟ ଲାଭ କରିଥିଲେ।


ତାହାପରେ ସପ୍ତମ ଦୂତ ତାଙ୍କର ତୂରୀ ବଜାଇଲେ ଏବଂ ସ୍ୱର୍ଗରେ ଉଚ୍ଚ ଧ୍ୱନି ସହ ଏହି ବାଣୀ ଶୁଣାଗଲା! “ଆମ ପ୍ରଭୁ ଓ ତାଙ୍କ ମସୀହ ପୃଥିବୀ ଉପରେ ରାଜତ୍ୱ କରିବା ଅଧିକାର ବର୍ତ୍ତମାନ ନିଜ ହାତକୁ ନେଇଛନ୍ତି। ସେ ଏଣିକି ଚିରକାଳ ରାଜତ୍ୱ କରିବେ।”


କି ବୀଣା, କି କଣ୍ଠସଙ୍ଗୀତ, ବଂଶୀ ବା ତୂରୀଧ୍ୱନି, କେବେ ଆଉ ତୋ’ ମଧ୍ୟରେ ଶୁଣାଯିବ ନାହିଁ। କୌଣସି ଶିଳ୍ପୀ ବା କାରିଗର ତୋ’ ମଧ୍ୟରେ ଆଉ ଦେଖାଯିବେ ନାହିଁ; କିଅବା ଚକି ବେଷିବା ଶବ୍ଦ ଶୁଭିବ ନାହିଁ।


ପୁଣି, ସେହି ଦୁଇଜଣ ଭାବବାଦୀ ସେମାନଙ୍କୁ ସ୍ୱର୍ଗରୁ ଉଚ୍ଚ ସ୍ୱରରେ ଏହି କଥା କହୁଥିବା ଏକ ବାଣୀ ଶୁଣିଲେ: “ଏଠାକୁ ଆସ!” ସେମାନଙ୍କର ଶତ୍ରୁମାନେ ଦେଖୁ ଦେଖୁ ସେମାନେ ମେଘାରୂଢ଼ ହୋଇ ସ୍ୱର୍ଗକୁ ଆରୋହଣ କଲେ।


ତା’ପରେ ମୁଁ ଦେଖିଲି, ମେଷଶାବକ ସାତଟି ମୋହର ମଧ୍ୟରୁ ପ୍ରଥମଟି ଭାଙ୍ଗିଲେ ଏବଂ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣେ ମୋତେ ବଜ୍ରଗମ୍ଭୀର ସ୍ୱରରେ କହିଲେ, “ଆସ!”


ପ୍ରଭୁଙ୍କ ଦିବସରେ ପବିତ୍ର ଆତ୍ମା ମୋତେ ଆବିଷ୍ଟ କଲେ ଏବଂ ମୋର ପଶ୍ଚାତ୍ରେ ତୂରୀ ଧ୍ୱନି ପରି ଏକ ଉଚ୍ଚ ସ୍ୱର ଶୁଣିଲି।


ପ୍ରଥମ ଦୂତ ତୂରୀ ବଜାଇବା କ୍ଷଣି କୁଆପଥର, ଅଗ୍ନି ଓ ରକ୍ତ ପୃଥିବୀ ଉପରେ ପଡ଼ିଲା। ଫଳରେ ସମସ୍ତ ବୃକ୍ଷଲତା, ସବୁଜ ତୃଣ ସହିତ ପୃଥିବୀର ଏକ ତୃତୀୟାଂଶ ଦଗ୍ଧ ହେଲା।


ମୁଁ ମନୁଷ୍ୟମାନଙ୍କର ତଥା ସ୍ୱର୍ଗଦୂତମାନଙ୍କ ଭାଷାରେ କଥା କହି ପାରିଲେ ସୁଦ୍ଧା, ମୋ’ ହୃଦୟରେ ପ୍ରେମ ନ ଥିଲେ, ମୁଁ କେବଳ ଗୋଟିଏ ଶବ୍ଦାୟମାନ ପିଟା ଘଣ୍ଟା, କିଅବା ଝଣତ୍କାର କରୁଥିବା ଗୋଟିଏ କରତାଳ।


Swiv nou:

Piblisite


Piblisite