Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 14:15 - ପବିତ୍ର ବାଇବଲ (CL) NT (BSI)

15 ଜଣେ ଦୂତ ମନ୍ଦିରରୁ ବାହାରି ମେଘାରୂଢ଼ ବ୍ୟକ୍ତିଙ୍କୁ ଉଚ୍ଚ ସ୍ୱରରେ କହିଲେ, “ତୁମର ଦାଆ ପ୍ରୟୋଗ କରି ଫସଲ କାଟ। ପୃଥିବୀର ଫସଲ ଅମଳ ନିମନ୍ତେ ଉପଯୁକ୍ତ ସମୟ ଉପସ୍ଥିତ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ସେଥିରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ସେହି ମେଘାରୂଢ଼ ବ୍ୟକ୍ତିଙ୍କି ଉଚ୍ଚ ସ୍ଵରରେ କହିଲେ, ଆପଣଙ୍କ ଦାଆ ଲଗାଇ ଶସ୍ୟ କାଟନ୍ତୁ, କାରଣ କାଟିବାର ସମୟ ଉପସ୍ଥିତ, ଆଉ ପୃଥିବୀର ଶସ୍ୟ ଅତିରିକ୍ତ ପରିପକ୍ଵ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

15 ସେଥିରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ସେହି ମେଘାଛନ୍ନ ବ୍ୟକ୍ତିଙ୍କି ଉଚ୍ଚସ୍ୱରରେ କହିଲେ, ଆପଣଙ୍କ ଦାଆ ଲଗାଇ ଶସ୍ୟ କାଟନ୍ତୁ, କାରଣ କାଟିବାର ସମୟ ଉପସ୍ଥିତ, ଆଉ ପୃଥିବୀର ଶସ୍ୟ ପାଚି ଯାଇଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ସେଥିରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ସେହି ମେଘାଚ୍ଛନ୍ନ ବ୍ୟକ୍ତିଙ୍କୁ ଉଚ୍ଚସ୍ୱରରେ କହିଲେ, ଆପଣଙ୍କ ଦାଆ ଲଗାଇ ଶସ୍ୟ କାଟନ୍ତୁ, କାରଣ କାଟିବାର ସମୟ ଉପସ୍ଥିତ, ଆଉ ପୃଥିବୀର ଶସ୍ୟ ପରିପକ୍ୱ ହୋଇଅଛି।

Gade chapit la Kopi

ପବିତ୍ର ବାଇବଲ

15 ତା'ପରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ। ସେ ମେଘ ଉପରେ ବସିଥିବା ବ୍ୟକ୍ତିଙ୍କୁ ଡାକି କହିଲେ, “ଦାଆ ଲଗାଇ ଶସ୍ୟ ଅମଳ କର, କାରଣ ଶସ୍ୟ ଅମଳର ସମୟ ହୋଇ ଗଲାଣି। ପୃଥିବୀର ଫଳ ପାଚିଗଲାଣି।”

Gade chapit la Kopi




ପ୍ରକାଶିତ 14:15
20 Referans Kwoze  

ଶସ୍ୟ ପାଚି ଅମଳ ସମୟ ଉପସ୍ଥିତ ହେଲେ, ସେ ଦାଆ ଧରି କାଟେ।”


ଯେଉଁ ଶତ୍ରୁ ବାଳୁଙ୍ଗା ବୁଣିଲା, ସେ ଶୟତାନ। ଅମଳ ସମୟ ହେଉଛି ଯୁଗାନ୍ତ କାଳ। ଶସ୍ୟକଟାଳୀମାନେ ହେଉଛନ୍ତ ସ୍ୱର୍ଗଦୂତ।


ତାହାପରେ ବେଦୀର ଅଗ୍ନି ଦାୟିତ୍ୱରେ ଥିବା ଜଣେ ଦୂତ ଦାଆ ଧରିଥିବା ଦ୍ୱିତୀୟ ଦୂତକୁ ଚିକ୍ରାର କରି କହିଲେ, “ଦାଆ ଲଗାଇ ପୃଥିବୀର ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାସବୁ କାଟି ପକାଅ; ସେଗୁଡ଼ିକ ପାଚି ଯାଇଛି।”


ଅମଳ ପର୍ଯ୍ୟନ୍ତ ଗହମ ଓ ବାଳୁଙ୍ଗା ଏକାଠି ବଢ଼ୁ। ସେତେବେଳେ କଟାଳିମାନଙ୍କୁ କହିବା, ସେମାନେ ଆଗେ ବାଳୁଙ୍ଗାଗୁଡ଼ିକ କାଟି, ବିଡ଼ା ବାନ୍ଧି ପୋଡ଼ି ଦେବେ। ତା’ପରେ ଗହମ ଅମଳ କରି ଖମାରରେ ରଖିବେ’।”


ତାହାପରେ ସପ୍ତମ ଦୂତ ତାଙ୍କ ପାତ୍ରର ସାମଗ୍ରୀକୁ ବାୟୁମଣ୍ଡଳରେ ନିକ୍ଷେପ କଲେ। ତହୁଁ ମନ୍ଦିରରେ ଥିବା ସିଂହାସନରୁ ଉଚ୍ଚ ସ୍ୱରରେ ଗୋଟିଏ ବାଣୀ ଶୁଣାଗଲା: “କାର୍ଯ୍ୟ ସମ୍ପାଦିତ ହୋଇଛି।”


"ତେବେ ତୁମ୍ଭେ ଆଗେଇ ଚାଲ, ତୁମ ପୂର୍ବ ପୁରୁଷମାନଙ୍କର ଅସମ୍ପୂର୍ଣ୍ଣ କରିଦିଅ।


ସପ୍ତ ମହାମାରୀ ଧରିଥିବା ସପ୍ତଦୂତ ସ୍ୱର୍ଗମନ୍ଦିର ଭିତରୁ ବାହାରି ଆସିଲେ: ସେମାନେ ନିର୍ମଳ ଶୁଭ୍ର ବସ୍ତ୍ର ପିନ୍ଧି ଥିଲେ ଓ ବକ୍ଷ ସ୍ଥଳରେ ସୁବର୍ଣ୍ଣ ପଟୁକା ବାନ୍ଧି ଥିଲେ।


ତା’ପରେ ମୁଁ ଦେଖିଲି, ଖଣ୍ଡେ ଧଳା ମେଘ ଓ ତା’ ଉପରେ ବସିଛନ୍ତି ମନୁଷ୍ୟପୁତ୍ର ପରି ଜଣେ; ତାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ଖଣ୍ଡିଏ ତୀକ୍ଷ୍ଣ ଦାଆ।


ସେମାନେ ଉଚ୍ଚ ସ୍ୱରରେ ଚିକ୍ରାର କରି କହୁଥିଲେ, “ସର୍ବତୋଭାବେ ପବିତ୍ର ଓ ସତ୍ୟମୟ ପ୍ରଭୁ ଈଶ୍ୱର! ପୃଥିବୀରେ ଯେଉଁମାନେ ଆମକୁ ହତ୍ୟା କରିଥିଲେ, ସେମାନଙ୍କୁ ବିଚାର କରି ଶାସ୍ତି ଦେବାକୁ ଆଉ କେତେ କାଳ ବିଳମ୍ବ କରିବ?”


ଏପରିକି ଯେଉଁ ସୁସମାଚାର ପ୍ରଚାର ଦ୍ୱାରା ଅଣଇହୁଦୀମାନଙ୍କର ପରିତ୍ରାଣ ସାଧନ ହୋଇପାରେ, ସେଥିରୁ ସେମାନେ ଆମକୁ ନିବୃତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏହିପରି ଭାବରେ ସେମାନେ ଅନବରତ କରୁଥିବା ପାପର ମାତ୍ରା ଚରମ ସୀମାରେ ଆସି ପହଞ୍ଚିଛି। ପରିଶେଷରେ ଏବେ ସେମାନଙ୍କ ବିରୁଦ୍ଧରେ ଈଶ୍ୱରଙ୍କ କ୍ରୋଧ ପ୍ରଜ୍ଜ୍ୱଳିତ ହୋଇଛି।


ଏହି ଦ୍ୱିତୀୟ ପଶୁଟି ପ୍ରଥମ ପଶୁର ଉପସ୍ଥିତିରେ ତା’ର କ୍ଷମତା ପ୍ରୟୋଗ କରି ପ୍ରଥମ ପଶୁର ପୂଜା କରିବା ପାଇଁ ପୃଥ୍ୱୀବାସୀ ସମସ୍ତଙ୍କୁ ବାଧ୍ୟ କଲା।


ସ୍ୱର୍ଗରେ ଥିବା ଈଶ୍ୱରଙ୍କ ମନ୍ଦିର-ଦ୍ୱାର ଖୋଲିଲା ଓ ମନ୍ଦିରରେ ନିୟମ ସିନ୍ଦୁକ ଥିବାର ଦେଖାଗଲା। ତା’ପରେ ବିଜୁଳି ଚମକିଲା, ବଜ୍ରନାଦ, ଭୂମିକମ୍ପ ଓ ପ୍ରବଳ ଶିଳା ବୃଷ୍ଟି ହେଲା।


ଏହା ଶୁଣି ମେଘାରୂଢ଼ ବ୍ୟକ୍ତି ତାଙ୍କର ଦାଆ ଚଳାଇଲେ ଓ ପୃଥିବୀର ଫସଲ ସବୁ ସଂଗୃହୀତ ହେଲା।


ତାହାପରେ ମୁଁ ଦେଖିଲି, ଆଉ ଜଣେ ଦୂତ ସ୍ୱର୍ଗସ୍ଥ ମନ୍ଦିରରୁ ଆସୁଛନ୍ତି; ତାଙ୍କ ହାତରେ ମଧ୍ୟ ଖଣ୍ଡିଏ ତୀକ୍ଷ୍ଣ ଦାଆ।


Swiv nou:

Piblisite


Piblisite