Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 14:13 - ପବିତ୍ର ବାଇବଲ (CL) NT (BSI)

13 ଅନନ୍ତର ମୁଁ ଶୁଣିଲି, ସ୍ୱର୍ଗରୁ ଏକ ବାଣୀ ଉଚ୍ଚାରିତ ହେଉଛି: “ଏହି କଥା ଲେଖ: ଯେଉଁମାନେ ଏଣିକି ପ୍ରଭୁଙ୍କ ସେବା କରି ମୃତ୍ୟୁବରଣ କରିବେ, ସେମାନେ ଧନ୍ୟ।” ପୁଣି ମୁଁ ଶୁଣିଲି, ପରମାତ୍ମା କହୁଛନ୍ତି, “ଏହା ନିଶ୍ଚୟ ଘଟିବ। କଠିନ ପରିଶ୍ରମ ସହ ସେବାର ଫଳ ସ୍ୱରୂପ, ସେମାନେ ବିଶ୍ରାମ ଉପଭୋଗ କରିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ପୁଣି ମୁଁ ସ୍ଵର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ଥାଇ ମରନ୍ତି, ସେମାନେ ଧନ୍ୟ; ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ।

Gade chapit la Kopi

ଓଡିଆ ବାଇବେଲ

13 ପୁଣି, ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ଥାଇ ମରନ୍ତି, ସେମାନେ ଧନ୍ୟ; ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ପୁଣି, ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ଥାଇ ମରନ୍ତି, ସେମାନେ ଧନ୍ୟ; ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ।

Gade chapit la Kopi

ପବିତ୍ର ବାଇବଲ

13 ତା'ପରେ ମୁଁ ଗୋଟିଏ ସ୍ୱର ସ୍ୱର୍ଗରୁ ଶୁଣିଲି। ସେହି ସ୍ୱର କହିଲା, “ଏହା ଲେଖିରଖ: ବର୍ତ୍ତମାନଠାରୁ ପ୍ରଭୁଙ୍କଠାରେ ବିଶ୍ୱାସ ରଖି ଯେଉଁମାନେ ମୃତ୍ୟୁବରଣ କରନ୍ତି, ସେମାନେ ଧନ୍ୟ।” ଆତ୍ମା କହନ୍ତି, “ହଁ, ତାହା ସତ୍ୟ। ସେହି ଲୋକମାନେ ସେମାନଙ୍କର କଠିନ ପରିଶ୍ରମରୁ ବିଶ୍ରାମ ନେବେ କାରଣ ସେମାନେ କରିଥିବା କାମ ସେମାନଙ୍କ ସାଙ୍ଗରେ ଯିବ।”

Gade chapit la Kopi




ପ୍ରକାଶିତ 14:13
41 Referans Kwoze  

ମୃତ ବ୍ୟକ୍ତିମାନଙ୍କର ଏହି ପ୍ରଥମ ପୁନରୁତ୍ଥାନରେ ଯେଉଁମାନେ ଅନ୍ତର୍ଭୁକ୍ତ, ସେମାନେ କେଡ଼େ ଭାଗ୍ୟବାନ। ସେମାନେ କେଡ଼େ ସୁଖୀ! ସେମାନଙ୍କୁ ଆଉ ଦ୍ୱିତୀୟ ଥର ମୃତ୍ୟୁଭୋଗ କରିବାକୁ ପଡ଼ିବ ନାହିଁ। ସେମାନେ ଈଶ୍ୱରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିବେ।


ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଆମେ ଇହଜୀବନରେ ଥାଉ ବା ନ ଥାଉ, ତାଙ୍କ ସହିତ ଯେପରି ସଂଯୁକ୍ତ ହୋଇ ରହିବୁ, ଏଥିନିମନ୍ତେ ସେ ଆମ ପାଇଁ ମୃତ୍ୟୁଭୋଗ କଲେ।


ସେତେବେଳେ ଉଚ୍ଚ ସ୍ୱରରେ ଏକ ଆଦେଶ ନିର୍ଘୋଷିତ ହେବ, ପ୍ରଧାନ ସ୍ୱର୍ଗଦୂତଙ୍କ କଣ୍ଠସ୍ୱର ଶୁଭିବ, ଈଶ୍ୱରଙ୍କ ତୂରୀ ଧ୍ୱନି ନିନାଦିତ ହେବ ଏବଂ ପ୍ରଭୁ ସ୍ୱର୍ଗରୁ ଅବତରଣ କରିବେ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଯେଉଁମାନଙ୍କର ମୃତ୍ୟୁ ହୋଇଛି, ସେମାନେ ପ୍ରଥମେ ସଞ୍ଜୀବିତ ହୋଇ ଉତ୍ଥିତ ହେବେ;


ଅତଏବ ପ୍ରିୟ ଭାଇମାନେ, ଅଟଳ ଓ ଅବିଚଳିତ ରୁହ। ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ତତ୍ପର ହୁଅ। କାରଣ ତୁମ୍ଭେମାନେ ଜାଣ ଯେ, ପ୍ରଭୁଙ୍କ ପାଇଁ ତୁମ୍ଭମାନଙ୍କର ପରିଶ୍ରମ କେବେହେଲେ ବୃଥା ହେବ ନାହିଁ।


ଅନନ୍ତର ସ୍ୱର୍ଗଦୂତ ମୋତେ କହିଲେ, “ଲେଖି ରଖ, ଯେଉଁମାନେ ମେଷଶାବକଙ୍କର ବିବାହଭୋଜିକୁ ନିମନ୍ତ୍ରିତ ହୋଇଛନ୍ତି, ସେମାନେ ଭାଗ୍ୟବାନ।” ସେ ଆହୁରି ମଧ୍ୟ କହିଲେ, “ଏହା ଈଶ୍ୱରଙ୍କର ବାଣୀ - ନିରାଟ ସତ୍ୟ।”


ସିଂହାସନୋପବିଷ୍ଟ ବ୍ୟକ୍ତି କହିଲେ, “ହଁ, ମୁଁ ସମସ୍ତ ବିଷୟ ନୂତନ କରିଛି।” ପୁଣି ସେ ମୋତେ ନିର୍ଦ୍ଦେଶ ଦେଲେ, “ଏହି ସବୁ କଥା ଲେଖି ରଖ, କାରଣ ଏହା ସତ୍ୟ ଓ ବିଶ୍ୱସନୀୟ”।


ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଶୁକ୍ଲ ବସ୍ତ୍ର ଦିଆହେଲା। ପୁଣି ସେମାନଙ୍କର ସଙ୍ଗୀ ଭାଇ ଓ ସେବକମାନେ ନିର୍ଦ୍ଦିଷ୍ଟ ସଂଖ୍ୟାରେ ନିହତ ନ ହେବା ଯାଏ ସେମାନଙ୍କୁ ଆହୁରି କିଛି ସମୟ ଅପେକ୍ଷା କରିବାକୁ କୁହାଗଲା।


ତେଣୁ ଆମେ ସାହସିକ, ପୁଣି ଏହି ଶରୀର ପରିତ୍ୟାଗ କରି ପ୍ରଭୁଙ୍କ ସହିତ ବାସ କରିବା ପାଇଁ ଆମେ ଅଧିକ ଉତ୍ସୁକ।


ତାହାପରେ ସପ୍ତମ ଦୂତ ତାଙ୍କ ପାତ୍ରର ସାମଗ୍ରୀକୁ ବାୟୁମଣ୍ଡଳରେ ନିକ୍ଷେପ କଲେ। ତହୁଁ ମନ୍ଦିରରେ ଥିବା ସିଂହାସନରୁ ଉଚ୍ଚ ସ୍ୱରରେ ଗୋଟିଏ ବାଣୀ ଶୁଣାଗଲା: “କାର୍ଯ୍ୟ ସମ୍ପାଦିତ ହୋଇଛି।”


ଯେହେତୁ ଆମେ ବିଶ୍ୱାସ କରୁ ଯେ, ଯୀଶୁ ମୃତ୍ୟୁଭୋଗ କରି ପୁନରୁତ୍ଥିତ ହେଲେ, ତେଣୁ ଆମେ ଦୃଢ଼ ନିଶ୍ଚିତ ଯେ, ଯୀଶୁଙ୍କଠାରେ ବିଶ୍ୱାସ କରି ଯେଉଁମାନଙ୍କର ମୃତ୍ୟୁ ହୁଏ, ଯୀଶୁଙ୍କ ପୁନରାଗମନବେଳେ ଈଶ୍ୱର ସେମାନଙ୍କୁ ଯୀଶୁଙ୍କ ସଙ୍ଗରେ ନେଇଯିବେ।


ପୁଣି ଏହାର ଅର୍ଥ ହେବ ଯେ, ମୃତ୍ୟୁଭୋଗ କରିଥିବା ଖ୍ରୀଷ୍ଟବିଶ୍ୱାସୀମାନେ ମଧ୍ୟ ବିନଷ୍ଟ ହୋଇଛନ୍ତି।


ପ୍ରଭୁଙ୍କ ଉଦ୍ଦେଶ୍ୟ ସାଧନ ନିମନ୍ତେ ଆମେ ବଞ୍ଚିଛୁ ଓ ମରିବୁ। ତେଣୁ ଜୀବନ ଓ ମରଣରେ ଆମେ ପ୍ରଭୁଙ୍କର।


“ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ଜାଗତିକ ଧନ ସାହାଯ୍ୟରେ ବନ୍ଧୁ ଲାଭ କର। ତାହାହେଲେ, ଯେତେବେଳେ ତୁମ ପାଇଁ ଧନ ନିରର୍ଥକ ହେବ, ସେତେବେଳେ ତୁମେ ନିତ୍ୟସ୍ଥାୟୀ ବାସ ସ୍ଥାନରେ ଗୃହୀତ ହେବ।


ତତ୍ପରେ ସ୍ୱର୍ଗରୁ ଐଶୀବାଣୀ ଉଚ୍ଚାରିତ ହେଲା, “ଏହି ମୋର ପ୍ରିୟ ପୁତ୍ର, ତାଙ୍କଠାରେ ମୁଁ ସନ୍ତୁଷ୍ଟ।”


ସ୍ୱର୍ଗରେ ଥିବା ଈଶ୍ୱରଙ୍କ ମନ୍ଦିର-ଦ୍ୱାର ଖୋଲିଲା ଓ ମନ୍ଦିରରେ ନିୟମ ସିନ୍ଦୁକ ଥିବାର ଦେଖାଗଲା। ତା’ପରେ ବିଜୁଳି ଚମକିଲା, ବଜ୍ରନାଦ, ଭୂମିକମ୍ପ ଓ ପ୍ରବଳ ଶିଳା ବୃଷ୍ଟି ହେଲା।


ତାହାପରେ ସପ୍ତମ ଦୂତ ତାଙ୍କର ତୂରୀ ବଜାଇଲେ ଏବଂ ସ୍ୱର୍ଗରେ ଉଚ୍ଚ ଧ୍ୱନି ସହ ଏହି ବାଣୀ ଶୁଣାଗଲା! “ଆମ ପ୍ରଭୁ ଓ ତାଙ୍କ ମସୀହ ପୃଥିବୀ ଉପରେ ରାଜତ୍ୱ କରିବା ଅଧିକାର ବର୍ତ୍ତମାନ ନିଜ ହାତକୁ ନେଇଛନ୍ତି। ସେ ଏଣିକି ଚିରକାଳ ରାଜତ୍ୱ କରିବେ।”


ସେମାନେ ଯାହା କଥାବାର୍ତ୍ତା ହେଲେ, ତାହା ମୁଁ ଲେଖିବାକୁ ଯାଉଥିଲି, କିନ୍ତୁ ସ୍ୱର୍ଗରୁ ଗୋଟିଏ କଣ୍ଠସ୍ୱର ଶୁଣିଲି। ସେହି ସ୍ୱର ମୋତେ କହିଲେ: “ମେଘ ଗର୍ଜନରେ ଯାହା ଶୁଣୁଛ, ତାହା ଗୋପନ ରଖ; ଲେଖ ନାହିଁ।”


“ଏଫିସସ୍ ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ: “ଯାହାଙ୍କର ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଓ ଯେ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ବିଚରଣ କରନ୍ତି, ତାଙ୍କର ଏହି ବାର୍ତ୍ତା।


ଈଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମର ବିଶ୍ୱାସରୂପ ବଳିଦାନରେ ହୁଏତ ମୋର ଜୀବନ-ଶୋଣିତ ଢ଼ାଳି ଦେବାକୁ ପଡ଼ିବ। ଏଥିପାଇଁ ମୁଁ ଉଲ୍ଲସିତ ଓ ମୋର ଏହି ଆନନ୍ଦରେ ତୁମ୍ଭମାନଙ୍କୁ ଅଂଶୀ କରିବାକୁ ମୁଁ ଚାହେଁ।


“କିନ୍ତୁ ଅବ୍ରାହମ କହିଲେ, ‘ହେ ମୋର ପୁଅ, ତୁ ଯେ ଜୀବନରେ ସମସ୍ତ ଉକ୍ରୃଷ୍ଟ ବିଷୟ ଭୋଗ କଲୁ, କିନ୍ତୁ ଲାଜାର କେବଳ ନିକୃଷ୍ଟ ବିଷୟ ପାଇଥିଲା, ତାହା ସ୍ମରଣ କର। କିନ୍ତୁ ବର୍ତ୍ତମାନ ସେ ଏଠାରେ ସୁଖ ଭୋଗ କରୁଛି ଓ ତୁ କଷ୍ଟ ଭୋଗ କରୁଛୁ।


କିଏ ଜଣେ ମୋତେ କହିଲେ, “ତୁମେ ଯାହା ଦେଖୁଛ, ତାହା ଗୋଟିଏ ପୁସ୍ତକରେ ଲେଖି ରଖ ଏବଂ ଏଫିସସ୍, ସ୍ମର୍ଣ୍ଣା, ପର୍ଗାମମ୍, ଥିଆଟିରା, ସାର୍ଦ୍ଦିସ୍, ଫିଲାଦେଲ୍ଫିଆ ଓ ଲାଓଦେସିଆରେ ଥିବା ମଣ୍ଡଳୀଗୁଡ଼ିକୁ ପୁସ୍ତକଟି ପଠାଇ ଦିଅ।”


କିନ୍ତୁ ବାସ୍ତବରେ ଖ୍ରୀଷ୍ଟ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କ ପୁନରୁତ୍ଥାନର ନିଶ୍ଚିତତା ଦେଖାଇବା ପାଇଁ ସେମାନଙ୍କ ମଧ୍ୟରୁ ନିଜେ ସର୍ବପ୍ରଥମେ ମୃତ୍ୟୁରୁ ଉତ୍ଥିତ ହୋଇଛନ୍ତି।


କେତେକଙ୍କ ଦୁଷ୍କର୍ମ ସର୍ବସାଧାରଣରେ ପ୍ରକାଶ ପାଇଥାଏ, ସେମାନେ ସେଥିପାଇଁ ଅତି ଶୀଘ୍ର ବିଚାରାଳୟର ସମ୍ମୁଖୀନ ହେବାକୁ ପଡ଼େ। ଆଉ କେତେକ ଅପରାଧୀ ବହୁ ବିଳମ୍ବରେ ଧରା ପଡ଼ନ୍ତି।


ସେହିପରି କେତେକଙ୍କ ଧର୍ମକର୍ମ ସହଜରେ ସମସ୍ତଙ୍କର ଦୃଷ୍ଟିଗୋଚର ହୋଇଥାଏ। କିନ୍ତୁ ଆଉ କେତେକଙ୍କ ସତ୍କର୍ମ ସେହିପରି ପ୍ରକାଶ ନ ପାଇଲେ ସୁଦ୍ଧା, ଚିରଦିନ ଲୁକ୍କାୟିତ ହୋଇ ରହି ପାରିବ ନାହିଁ।


“ଶୁଣିବାକୁ କାନ ଥିଲେ, ମଣ୍ଡଳୀଗୁଡ଼ିକୁ ପବିତ୍ର ଆତ୍ମା କଅଣ କହୁଅଛନ୍ତି, ଶୁଣ!” “ଯେଉଁମାନେ ବିଜୟ ଲାଭ କରିବେ, ମୁଁ ସେମାନଙ୍କୁ ଈଶ୍ୱରଙ୍କ ଉଦ୍ୟାନରେ ଫଳୁଥିବା ଜୀବନ ବୃକ୍ଷର ଫଳ ଖାଇବା ପାଇଁ ଅଧିକାର ଦେବି।


ପବିତ୍ରାତ୍ମା ଓ ସେହି ନବବଧୂ କହୁଛନ୍ତି: “ଆସନ୍ତୁ”! ଶ୍ରବଣକାରୀ ପ୍ରତ୍ୟେକେ ମଧ୍ୟ କହିବେ: “ଆସନ୍ତୁ।” ଯେ କେହି ତୃଷିତ, ସେ ଆସୁ। ଜୀବନପ୍ରଦାୟୀ ଜଳ ପାନ କରିବାକୁ ଯେ ଇଚ୍ଛୁକ, ସେ ଆସି ବିନାମୂଲ୍ୟରେ ତାହା ଗ୍ରହଣ କରୁ।


Swiv nou:

Piblisite


Piblisite