Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 14:12 - ପବିତ୍ର ବାଇବଲ (CL) NT (BSI)

12 ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାବହ ଓ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ, ଈଶ୍ୱରଙ୍କ ସେହି ଲୋକମାନଙ୍କ ପକ୍ଷରେ ସହିଷ୍ଣୁତା ନିତାନ୍ତ ଆବଶ୍ୟକ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଏଠାରେ ସାଧୁମାନଙ୍କର, ଅର୍ଥାତ୍, ଯେଉଁମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ଵାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ।

Gade chapit la Kopi

ଓଡିଆ ବାଇବେଲ

12 ଏଠାରେ ସାଧୁମାନଙ୍କର, ଅର୍ଥାତ୍ ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏଠାରେ ସାଧୁମାନଙ୍କର, ଅର୍ଥାତ୍‍ ଯେଉଁମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ।

Gade chapit la Kopi

ପବିତ୍ର ବାଇବଲ

12 ଏହାର ଅର୍ଥ ହେଉଛି ଯେ, ପରମେଶ୍ୱରଙ୍କର ପବିତ୍ର ଲୋକମାନେ ଧୈର୍ଯ୍ୟବାନ୍ ହୁଅନ୍ତୁ। ସେମାନେ ପରମେଶ୍ୱରଙ୍କର ଆଜ୍ଞା ମାନିବା ଓ ଯୀଶୁଙ୍କ ପାଖରେ ବିଶ୍ୱାସ ରଖୁଥିବା ଉଚିତ୍।

Gade chapit la Kopi




ପ୍ରକାଶିତ 14:12
7 Referans Kwoze  

ଅନନ୍ତର ଦ୍ୟାବଳ ଭୀଷଣ କ୍ରୁଦ୍ଧ ହୋଇ ସେହି ନାରୀ ଉପରେ ପ୍ରତିଶୋଧ ନେବା ପାଇଁ ତା’ର ବଂଶଧରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ପଡ଼ିଲା। ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାବହ, ଯୀଶୁ ପ୍ରକାଶ କରିଥିବା ସତ୍ୟ ପ୍ରତି ବିଶ୍ୱସ୍ତ, ନାରୀର ସେହି ବଂଶଧରମାନଙ୍କୁ ବିରୋଧ କରିବା ପାଇଁ ସେ ଯାଇ ସମୁଦ୍ର ଦୀରରେ ଠିଆ ହେଲା।


ମୋର ଆଦେଶାନୁଯାୟୀ ତୁମ୍ଭେମାନେ ଧୈର୍ଯ୍ୟଶୀଳ ହୋଇ ରହିଛ, ତେଣୁ ପୃଥିବୀବାସୀ ଜନସମୂହକୁ ପରୀକ୍ଷା କରିବା ପାଇଁ ସମଗ୍ର ଜଗତରେ ଯେଉଁ ଦୁର୍ଦ୍ଦଶା ଉପସ୍ଥିତ ହେବାକୁ ଯାଉଛି, ସେଥିରୁ ମୁଁ ତୁମ୍ଭମାନଙ୍କୁ ନିରାପଦରେ ରଖିବି।


ତୁମ କାର୍ଯ୍ୟକଳାପ ମୁଁ ଜାଣେ; ଏ ପର୍ଯ୍ୟନ୍ତ ତୁମର ଯତ୍କିଞ୍ଚିତ୍ ଶକ୍ତି ରହିଛି, ଏହା ମଧ୍ୟ ଜାଣେ; ତୁମେ ମୋର ଶିକ୍ଷା ପାଳନ କରି ଆସିଛ ଏବଂ ମୋ’ ପ୍ରତି ବିଶ୍ୱସ୍ତ ରହିଛ। ତେଣୁ ମୁଁ ତୁମ ସମ୍ମୁଖରେ ଏକ ଦ୍ୱାର ଖୋଲିଛି। ତାହା କେହି ବନ୍ଦ କରିପାରିବ ନାହିଁ।


ଜୀବନ ସଂଗ୍ରାମରେ ମୁଁ ପ୍ରାଣପଣେ ଯୁଦ୍ଧ କରିଛି। ଜୀବନ ଦୌଡ଼ରେ ମୁଁ ନିରୂପିତ ପଥ ଅତିକ୍ରମ କରିଛି; ମୋର ବିଶ୍ୱାସରେ ମୁଁ ଦୃଢ଼ ରହିଛି।


ଈଶ୍ୱରଙ୍କ ଆଜ୍ଞାନୁବର୍ତ୍ତୀ ହେବା ଦ୍ୱାରା ଆମେ ନିଶ୍ଚିତଭାବେ ତାଙ୍କୁ ଜାଣି ପାରିବା।


ମୁଁ ଜାଣେ, ତୁମେ ଶୟତାନର ସିଂହାସନ ନିକଟରେ ବାସ କରୁଅଛ। କିନ୍ତୁ ତୁମେ ମୋ’ ପ୍ରତି ବିଶ୍ୱସ୍ତ, ଏପରି କି ଶୟତାନର ବାସସ୍ଥଳୀରେ ଯେତେବେଳେ ମୋର ଜଣେ ବିଶ୍ୱସ୍ତ ଦାସ ଆଣ୍ଟିପାସ୍‌ଙ୍କୁ ହତ୍ୟା କରାଗଲା, ସେତେବେଳେ ସୁଦ୍ଧା ତୁମର ବିଶ୍ୱାସ ପରିତ୍ୟାଗ କରି ନ ଥିଲ।


Swiv nou:

Piblisite


Piblisite