ପ୍ରକାଶିତ 14:10 - ପବିତ୍ର ବାଇବଲ (CL) NT (BSI)10 ସେ ଈଶ୍ୱରଙ୍କ କ୍ରୋଧରୂପ ପାତ୍ରରେ ଢ଼ଳା ହୋଇଥିବା ତାହାଙ୍କ ପ୍ରଚଣ୍ଡ କୋପର ସୁରା ପାନ କରିବ। ଯେଉଁମାନେ ଏହି କାର୍ଯ୍ୟ କରିବେ, ସେମାନେ ସମସ୍ତେ ମେଷଶାବକ ଓ ପବିତ୍ର ସ୍ୱର୍ଗଦୂତମାନଙ୍କ ସମ୍ମୁଖରେ ଅଗ୍ନି ଓ ଗନ୍ଧକରେ ଉତ୍ପୀଡ଼ିତ ହେବେ। Gade chapit laପବିତ୍ର ବାଇବଲ (Re-edited) - (BSI)10 ତେବେ ସେ ମଧ୍ୟ ଈଶ୍ଵରଙ୍କ କୋପରୂପ ଯେଉଁ ମଦିରା ଅମିଶ୍ରିତ ଭାବେ ତାହାଙ୍କ କ୍ରୋଧର ପାତ୍ରରେ ପ୍ରସ୍ତୁତ କରାଯାଇଅଛି, ତାହା ପାନ କରିବ ପୁଣି ପବିତ୍ର ଦୂତଗଣଙ୍କ ଓ ମେଷଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ଵାରା ଯନ୍ତ୍ରଣା ପ୍ରାପ୍ତ ହେବ। Gade chapit laଓଡିଆ ବାଇବେଲ10 ତେବେ ସେ ମଧ୍ୟ, ଅମିଶ୍ରିତ ଭାବେ ପ୍ରସ୍ତୁତ କରାଯାଇଥିବା ଈଶ୍ୱରଙ୍କ କୋପରୂପ ସୁରା ପାନ କରିବ, ପୁଣି, ପବିତ୍ର ଦୂତଗଣଙ୍କ ଓ ମେଷଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ । Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ତେବେ ସେ ମଧ୍ୟ, ଅମିଶ୍ରିତ ଭାବେ ପ୍ରସ୍ତୁତ କରାଯାଇଥିବା ଈଶ୍ବରଙ୍କ କୋପରୂପ ସୁରା ପାନ କରିବ, ପୁଣି, ପବିତ୍ର ଦୂତଗଣଙ୍କ ଓ ମେଷଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ। Gade chapit laପବିତ୍ର ବାଇବଲ10 ସେହି ଲୋକ ପରମେଶ୍ୱରଙ୍କ କ୍ରୋଧର ସୁରା ପାନ କରିବ। ଏହି ସୁରା ପରମେଶ୍ୱରଙ୍କ କ୍ରୋଧର ପାତ୍ରରେ ଅମିଶ୍ରିତ ଭାବେ ଢଳା ହୋଇଛି। ସେ ପବିତ୍ର ଦୂତଗଣ ଓ ମେଷଶାବକଙ୍କ ସମ୍ମୁଖରେ ଜ୍ୱଳନ୍ତ ଗନ୍ଧକରେ ଯନ୍ତ୍ରଣା ପାଇବ। Gade chapit la |
ସେହି ଯୁଦ୍ଧରେ ପଶୁ ଓ ତା’ ସମ୍ମୁଖରେ ଅଲୌକିକ କାର୍ଯ୍ୟ କରୁଥିବା ସେହି ଭଣ୍ଡ ଭାବବାଦୀ ଧରାପଡ଼ି ବନ୍ଦୀ ହେଲେ। ଯେଉଁମାନଙ୍କଠାରେ ପଶୁ-ଚିହ୍ନ ଥିଲା ଓ ଯେଉଁମାନେ ତା’ର ପ୍ରତିମୂର୍ତ୍ତିକୁ ପୂଜା କରୁଥିଲେ, ପଶୁ ତା’ର ଅଲୌକିକ କାର୍ଯ୍ୟ ଦ୍ୱାରା ସେମାନଙ୍କୁ ପ୍ରତାରିତ କରିଥିଲା। ପଶୁ ଓ ଉକ୍ତ ଭଣ୍ଡ ଭାବବାଦୀ ଗନ୍ଧକ ଜଳୁଥିବା ଅଗ୍ନି ହ୍ରଦରେ ଜୀଅନ୍ତା ନିକ୍ଷିପ୍ତ ହେଲେ।