Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 13:7 - ପବିତ୍ର ବାଇବଲ (CL) NT (BSI)

7 ଈଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କରିବାକୁ ସେ ଅନୁମତି ପାଇଲା ଓ ପ୍ରତ୍ୟେକ ଗୋଷ୍ଠୀ, ରାଷ୍ଟ୍ର ଓ ଭାଷାଭାଷୀ ଓ ଜାତି ଉପରେ ତାକୁ କ୍ଷମତା ଦିଆଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ସମସ୍ତ ସାଧୁଙ୍କ ସହିତ ଯୁଦ୍ଧ କରିବାକୁ ଓ ସେମାନଙ୍କ ଉପରେ ଜୟଲାଭ କରିବାକୁ ତାହାକୁ କ୍ଷମତା ଦତ୍ତ ହେଲା, ଆଉ ସମସ୍ତ ଗୋଷ୍ଠୀ, ବଂଶ, ଭାଷାବାଦୀ ଓ ଜାତିହ ଉପରେ ତାହାକୁ କ୍ଷମତା ଦିଆଗଲା।

Gade chapit la Kopi

ଓଡିଆ ବାଇବେଲ

7 ସମସ୍ତ ସାଧୁଙ୍କ ସହିତ ଯୁଦ୍ଧ କରିବାକୁ ଓ ସେମାନଙ୍କ ଉପରେ ଜୟଲାଭ କରିବାକୁ ପଶୁଟିକୁ କ୍ଷମତା ଦିଆଗଲା, ଆଉ ସମସ୍ତ ଗୋଷ୍ଠୀ, ବଂଶ, ଭାଷାବାଦୀ ଓ ଜାତି ଉପରେ ତାହାକୁ କ୍ଷମତା ଦିଆଗଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ସମସ୍ତ ସାଧୁଙ୍କ ସହିତ ଯୁଦ୍ଧ କରିବାକୁ ଓ ସେମାନଙ୍କ ଉପରେ ଜୟଲାଭ କରିବାକୁ ପଶୁଟିକୁ କ୍ଷମତା ଦିଆଗଲା, ଆଉ ସମସ୍ତ ଗୋଷ୍ଠୀ, ବଂଶ, ଭାଷାବାଦୀ ଓ ଜାତି ଉପରେ ତାହାକୁ କ୍ଷମତା ଦିଆଗଲା।

Gade chapit la Kopi

ପବିତ୍ର ବାଇବଲ

7 ତାହାକୁ ପରମେଶ୍ୱରଙ୍କ ପବିତ୍ର ଲୋକ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କରିବାର କ୍ଷମତା ଦିଆଗଲା। ତାହାକୁ ପୃଥିବୀର ସବୁ ଗୋଷ୍ଠୀ, ଜାତି, ପ୍ରଜାତି ଓ ଦେଶଗୁଡ଼ିକ ଉପରେ ଶାସନ କରିବାକୁ କ୍ଷମତା ଦିଆଗଲା।

Gade chapit la Kopi




ପ୍ରକାଶିତ 13:7
20 Referans Kwoze  

ସେମାନେ ବାର୍ତ୍ତା ଘୋଷଣା ଶେଷ କରିବା ପରେ ପାତାଳପୁରୀରୁ ଏକ ପଶୁ ଉଠି ଆସି ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ।


ଅନନ୍ତର ଦ୍ୟାବଳ ଭୀଷଣ କ୍ରୁଦ୍ଧ ହୋଇ ସେହି ନାରୀ ଉପରେ ପ୍ରତିଶୋଧ ନେବା ପାଇଁ ତା’ର ବଂଶଧରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ପଡ଼ିଲା। ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାବହ, ଯୀଶୁ ପ୍ରକାଶ କରିଥିବା ସତ୍ୟ ପ୍ରତି ବିଶ୍ୱସ୍ତ, ନାରୀର ସେହି ବଂଶଧରମାନଙ୍କୁ ବିରୋଧ କରିବା ପାଇଁ ସେ ଯାଇ ସମୁଦ୍ର ଦୀରରେ ଠିଆ ହେଲା।


ଦୂତ ମୋତେ ଆହୁରି କହିଲେ, “ତୁମେ ଯେଉଁ ଜଳରାଶି ଦେଖିଲ, ଯାହା ଉପରେ ସେହି ବେଶ୍ୟା ବସିଛି, ତାହା ହେଉଛି ଭିନ୍ନ ରାଷ୍ଟ୍ର, ଜାତି, ଗୋଷ୍ଠୀ ଓ ଭାଷାଭାଷୀଙ୍କର ସମାବେଶ।


ଅଣଇହୁଦୀମାନେ କ୍ଷୁବ୍ଧ ହୋଇଛନ୍ତି; କାରଣ ତୁମ କ୍ରୋଧର ସମୟ ଉପସ୍ଥିତ, ମୃତମାନେ ଏବେ ବିଚାରିତ ହେବେ। ତୁମର ସେବକ ଭାବବାଦୀମାନେ ଓ ଯେଉଁମାନେ ତୁମକୁ ଭୟ କରୁଛନ୍ତି, ମାନ୍ୟଗଣ୍ୟ କିଅବା ନଗଣ୍ୟ ସମସ୍ତେ ପୁରସ୍କୃତ ହେବେ ଏବଂ ଯେଉଁମାନେ ପୃଥିବୀକୁ ଧ୍ୱଂସ କରନ୍ତି, ସେମାନେ ମଧ୍ୟ ଧ୍ୱଂସ ପାଇବେ।”


ଯୀଶୁ ଉତ୍ତର ଦେଇ କହିଲେ, “ମୋ’ ଉପରେ ତୁମର ସେହି ଅଧିକାର ଅଛି, କାରଣ ତାହା ଈଶ୍ୱର ତୁମକୁ ଦେଇଛନ୍ତି। କିନ୍ତୁ ଯେ ମୋତେ ତୁମ ହାତରେ ସମର୍ପଣ କରିଛି, ତା’ର ପାପ ଅଧିକ ଜଘନ୍ୟ।”


ତାହାପରେ କେହି ମୋତେ କହିଲେ, “ଅନେକ ଦେଶ, ଜାତି, ଭାଷାଭାଷୀ ଓ ରାଜାମାନଙ୍କ ସମ୍ପର୍କରେ ଈଶ୍ୱରଙ୍କ ବାର୍ତ୍ତା ତୁମେ ଯାଇ ପୁନର୍ବାର ଘୋଷଣା କର।”


ସେମାନେ ଗୋଟିଏ ନୂଆ ଗୀତ ଗାଇଥିଲେ: “ପାଣ୍ଡୁଲିପି ଗ୍ରହଣ କରି ତାହାର ମୋହର ଭାଙ୍ଗିବାକୁ ତୁମେ ହିଁ ଯୋଗ୍ୟ: କାରଣ ତୁମେ ନିହତ ହୋଇଥିଲ ଏବଂ ତୁମ ମୃତ୍ୟୁ ଦ୍ୱାରା, ସମସ୍ତ ଗୋଷ୍ଠୀ, ଭାଷାବାଦୀ, ରାଷ୍ଟ୍ର ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଛ।


“ମୁଁ ତୁମକୁ ଏ ସମସ୍ତର କ୍ଷମତା ଓ ଧନ ସମ୍ପଦ ଦେବି, କାରଣ ଏସବୁ ମୋ’ ହସ୍ତରେ ନ୍ୟସ୍ତ ହୋଇଛି ଓ ମୋର ଯାହାକୁ ଇଚ୍ଛା, ତାହାକୁ ସବୁ ଦେଇ ପାରିବି।


Swiv nou:

Piblisite


Piblisite