Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 13:2 - ପବିତ୍ର ବାଇବଲ (CL) NT (BSI)

2 ପଶୁଟି ଗୋଟିଏ ଚିତାବାଘ ପରି ଦେଖାଯାଉଥିଲା। ତାହାର ପାଦ ଭାଲୁ ପାଦ ପରି ଏବଂ ପାଟି ସିଂହ ପାଟି ପରି। ପୂର୍ବବର୍ଣ୍ଣିତ ଲୋହିତ ବର୍ଣ୍ଣର ବିକଟାଳ ସର୍ପ ଏହି ପଶୁକୁ ନିଜର ଶକ୍ତି, ସିଂହାସନ ଓ ଅଶେଷ କ୍ଷମତା ସମର୍ପଣ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଏହି ଯେଉଁ ପଶୁକୁ ଦେଖିଲି, ତାହା ଚିତାବାଘ ପରି, ତାହାର ପାଦ ଭାଲୁର ପାଦ ପରି ଓ ପାଟି ସିଂହର ପାଟି ପରି। ସେହି ସର୍ପ ତାହାକୁ ଆପଣା ପରାକ୍ରମ, ସିଂହାସନ ଓ ମହାକ୍ଷମତା ସମର୍ପଣ କଲା।

Gade chapit la Kopi

ଓଡିଆ ବାଇବେଲ

2 ଏହି ଯେଉଁ ପଶୁକୁ ମୁଁ ଦେଖିଲି, ତାହା ଚିତାବାଘ ପରି, ତାହାର ପାଦ ଭାଲୁର ପାଦ ପରି ଓ ପାଟି ସିଂହର ପାଟି ପରି । ସେହି ସର୍ପ ତାହାକୁ ଆପଣା ପରାକ୍ରମ, ସିହାଂସନ ଓ ମହାକ୍ଷମତା ସମର୍ପଣ କଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଏହି ଯେଉଁ ପଶୁକୁ ମୁଁ ଦେଖିଲି, ତାହା ଚିତାବାଘ ପରି, ତାହାର ପାଦ ଭାଲୁର ପାଦ ପରି ଓ ପାଟି ସିଂହର ପାଟି ପରି। ସେହି ସର୍ପ ତାହାକୁ ଆପଣା ପରାକ୍ରମ, ସିଂହାସନ ଓ ମହାକ୍ଷମତା ସମର୍ପଣ କଲା।

Gade chapit la Kopi

ପବିତ୍ର ବାଇବଲ

2 ଏହି ପଶୁ ଚିତାବାଘ ଭଳି ଥିଲା। କିନ୍ତୁ ତା'ର ପାଦ ଭାଲୁ ପରି ଓ ପାଟି ସିଂହ ପରି ଥିଲା। ସେହି ବିଶାଳ ସାପ ସମୁଦ୍ରକୂଳରେ ରହି ତା'ର ସମସ୍ତ କ୍ଷମତା, ସିଂହାସନ ଓ ମହାନ ଅଧିକାର ତାହାକୁ ଦେଲା।

Gade chapit la Kopi




ପ୍ରକାଶିତ 13:2
27 Referans Kwoze  

ସେ ସେହି ପ୍ରାଚୀନ ସର୍ପ, ସେହି ପିଶାଚ ଶୟତାନକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ଜଞ୍ଜିରରେ ବାନ୍ଧି ପକାଇଲେ


“ତୁମେ ଦେଖିଥିବା ଦଶଟି ଶୃଙ୍ଗ, ଦଶଟି ରାଜାଙ୍କର ପ୍ରତୀକ, ସେମାନେ ଏ ପର୍ଯ୍ୟନ୍ତ ରାଜତ୍ୱ କରି ନାହାଁନ୍ତି। କିନ୍ତୁ ପଶୁ ସଙ୍ଗରେ ରାଜତ୍ୱ କରିବା ନିମନ୍ତେ ଗୋଟିଏ ଘଣ୍ଟା ପାଇଁ ସେମାନଙ୍କୁ କ୍ଷମତା ଦିଆଯିବ।


ସେହି ସର୍ପ ହେଉଛି, ସପ୍ତମ ଜଗତକୁ ପ୍ରତାରଣା କରିଥିବା ଦ୍ୟାବଳ ଆଦିମ ସର୍ପ, ଶୟତାନ; ତା’ର ଦଳବଳ ସହ ସ୍ୱର୍ଗରୁ ନିକ୍ଷିପ୍ତ ହୋଇ ପୃଥିବୀ ପୃଷ୍ଠରେ ଆସି ପଡ଼ିଲା।


ସତର୍କ ହୁଅ, ସଜାଗ ରୁହ। ତୁମ୍ଭମାନଙ୍କର ଶତ୍ରୁ ଶୟତାନ ଗର୍ଜନକାରୀ ସିଂହ ତୁଲ୍ୟ କାହାକୁ ଗ୍ରାସ କରିବା ପାଇଁ ଖୋଜି ବୁଲୁଛି।


ସେହି ଯୁଦ୍ଧରେ ପଶୁ ଓ ତା’ ସମ୍ମୁଖରେ ଅଲୌକିକ କାର୍ଯ୍ୟ କରୁଥିବା ସେହି ଭଣ୍ଡ ଭାବବାଦୀ ଧରାପଡ଼ି ବନ୍ଦୀ ହେଲେ। ଯେଉଁମାନଙ୍କଠାରେ ପଶୁ-ଚିହ୍ନ ଥିଲା ଓ ଯେଉଁମାନେ ତା’ର ପ୍ରତିମୂର୍ତ୍ତିକୁ ପୂଜା କରୁଥିଲେ, ପଶୁ ତା’ର ଅଲୌକିକ କାର୍ଯ୍ୟ ଦ୍ୱାରା ସେମାନଙ୍କୁ ପ୍ରତାରିତ କରିଥିଲା। ପଶୁ ଓ ଉକ୍ତ ଭଣ୍ଡ ଭାବବାଦୀ ଗନ୍ଧକ ଜଳୁଥିବା ଅଗ୍ନି ହ୍ରଦରେ ଜୀଅନ୍ତା ନିକ୍ଷିପ୍ତ ହେଲେ।


ପୁଣି, ସମସ୍ତେ ପଶୁକୁ କ୍ଷମତାପନ୍ନ କରିଥିବା ସର୍ପର ପୂଜା କଲେ। ସେମାନେ ପଶୁକୁ ମଧ୍ୟ ପୂଜା କରି କହିଲେ, “କିଏ ଏହି ପଶୁର ସମକକ୍ଷ ହେବ? କିଏ ତାହା ବିପକ୍ଷରେ ଯୁଦ୍ଧ କରିପାରିବ?”


ତା’ପରେ ନାରୀଟିକୁ ପାଣିରେ ଭସାଇ ନେଇ ଯିବା ପାଇଁ ଦ୍ୟାବଳ ନିଜ ମୁଖରୁ ତା’ ପଛେ ପଛେ ଏକ ମନ୍ୟା ସ୍ରୋତ ଛୁଟାଇ ଦେଲା।


ପୃଥିବୀରେ ନିକ୍ଷିପ୍ତ ହୋଇଥିବା ଦେଖି ଦ୍ୟାବଳ ଉପରୋକ୍ତ ପୁତ୍ରର ଜନନୀ ସେହି ନାରୀକୁ ଗୋଡ଼ାଇଲା।


ତାହାପରେ ପଞ୍ଚମ ଦୂତ ତାଙ୍କ ପାତ୍ରଟିକୁ ପଶୁର ସିଂହାସନ ଉପରେ ଢ଼ାଳି ଦେଲେ। ପଶୁର ରାଜ୍ୟ ଉପରେ ଅନ୍ଧକାର ଘୋଟିଗଲା ଏବଂ ଲୋକମାନେ ଯନ୍ତ୍ରଣାରେ ସେମାନଙ୍କ ଜିଭ କାମୁଡ଼ି ପକାଇଲେ।


କିନ୍ତୁ ଈଶ୍ୱରଙ୍କ ସାନ୍ନିଧ୍ୟ ଅନୁଭବ କରି ଅଣଇହୁଦୀମାନଙ୍କ ମଧ୍ୟରେ ଶୁଭ ବାର୍ତ୍ତା ସମ୍ୟକ୍ ପ୍ରଚାର କରିବା ପାଇଁ ମୁଁ ଯଥେଷ୍ଟ ଶକ୍ତି ପାଇଲି ଏବଂ ମୁଁ ପ୍ରାଣଦଣ୍ଡରୁ ମଧ୍ୟ ରକ୍ଷା ପାଇଲି।


ମୁଁ ଜାଣେ, ତୁମେ ଶୟତାନର ସିଂହାସନ ନିକଟରେ ବାସ କରୁଅଛ। କିନ୍ତୁ ତୁମେ ମୋ’ ପ୍ରତି ବିଶ୍ୱସ୍ତ, ଏପରି କି ଶୟତାନର ବାସସ୍ଥଳୀରେ ଯେତେବେଳେ ମୋର ଜଣେ ବିଶ୍ୱସ୍ତ ଦାସ ଆଣ୍ଟିପାସ୍‌ଙ୍କୁ ହତ୍ୟା କରାଗଲା, ସେତେବେଳେ ସୁଦ୍ଧା ତୁମର ବିଶ୍ୱାସ ପରିତ୍ୟାଗ କରି ନ ଥିଲ।


ଏହି ଦ୍ୱିତୀୟ ପଶୁଟି ପ୍ରଥମ ପଶୁର ଉପସ୍ଥିତିରେ ତା’ର କ୍ଷମତା ପ୍ରୟୋଗ କରି ପ୍ରଥମ ପଶୁର ପୂଜା କରିବା ପାଇଁ ପୃଥ୍ୱୀବାସୀ ସମସ୍ତଙ୍କୁ ବାଧ୍ୟ କଲା।


Swiv nou:

Piblisite


Piblisite