Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 13:18 - ପବିତ୍ର ବାଇବଲ (CL) NT (BSI)

18 ଏହି ସଂଖ୍ୟାର ତାତ୍ପର୍ଯ୍ୟ ବୁଝିବା ପାଇଁ ପ୍ରଜ୍ଞାର ପ୍ରୟୋଜନ। ବୁଦ୍ଧିମାନ ଲୋକମାନେ ତାହା ବୁଝି ପାରିବେ। ତାହା ଏକ ବ୍ୟକ୍ତିର ନାମସୂଚକ। ସେହି ସଂଖ୍ୟା ହେଉଛି, ଛଅ ଶହ ଛଷଠି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଏଠାରେ ଜ୍ଞାନ ଆବଶ୍ୟକ। ଯାହାର ବୁଦ୍ଧି ଅଛି, ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା, ଆଉ ତାହାର ସଂଖ୍ୟା, ହେଉଛି ଛଅ ଶହ ଛଷଠି।

Gade chapit la Kopi

ଓଡିଆ ବାଇବେଲ

18 ଏଠାରେ ଜ୍ଞାନ ଆବଶ୍ୟକ । ଯାହାର ବୁଦ୍ଧି ଅଛି, ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା, ଆଉ ତାହାର ସଂଖ୍ୟା ହେଉଛି ୬୬୬ (ଛ ଶହ ଛଷଠି) ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଏଠାରେ ଜ୍ଞାନ ଆବଶ୍ୟକ। ଯାହାର ବୁଦ୍ଧି ଅଛି, ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା, ଆଉ ତାହାର ସଂଖ୍ୟା ହେଉଛି ଛଅ ଶହ ଛଷଠି।

Gade chapit la Kopi

ପବିତ୍ର ବାଇବଲ

18 ଯେଉଁ ଲୋକର ବୁଦ୍ଧି ଅଛି, ସେ ପଶୁର ସଂଖ୍ୟାର ଅର୍ଥକୁ ଠିକ୍ ରୂପ ଦେଇ ପାରିବ। ଏଥିପାଇଁ ବୁଦ୍ଧି ଆବଶ୍ୟକ କାରଣ ଏହି ସଂଖ୍ୟା ଗୋଟିଏ ମନୁଷ୍ୟର ସଂଖ୍ୟା। ତାହାର ସଂଖ୍ୟା ହେଉଛି 666।

Gade chapit la Kopi




ପ୍ରକାଶିତ 13:18
10 Referans Kwoze  

ତା’ପରେ ମୁଁ ଦେଖିଲି, ଅଗ୍ନିମିଶ୍ରିତ କାଚର ସମୁଦ୍ର ପରି ଏକ ଦୃଶ୍ୟ। ସେହି ସମୁଦ୍ର ତୀରରେ ଠିଆ ହୋଇଥିଲେ ବିଜୟୀ ବ୍ୟକ୍ତିମାନେ - ଏମାନେ ପଶୁ, ପଶୁର ପ୍ରତିମୂର୍ତ୍ତି ଓ ପୂର୍ବୋକ୍ତ ସଂଖ୍ୟା ଦ୍ୱାରା ଚିହ୍ନିତ ସେହି ଦୁରାତ୍ମା ଉପରେ ବିଜୟ ଲାଭ କରିଥିଲେ।


“ଏହି ସବୁ ବିଷୟ ବୁଝିବା ପାଇଁ ପ୍ରଜ୍ଞା ଆବଶ୍ୟକ। ପଶୁର ସାତଟି ମସ୍ତକ ବାସ୍ତବିକ ସାତଟି ପର୍ବତ, ଯାହା ଉପରେ ସ୍ତ୍ରୀ ଲୋକଟି ଉପବିଷ୍ଟ। ସେଗୁଡ଼ିକ ମଧ୍ୟ ସାତଟି ରାଜାଙ୍କ ପ୍ରତୀକ।


ଦୂତ ପ୍ରାଚୀରର ଉଚ୍ଚତା ମଧ୍ୟ ମାପିଲେ। ତାହା ଷାଠିଏ ମିଟର ଥିଲା।


ଯେଉଁ ବ୍ୟକ୍ତି ଏହି ପୁସ୍ତକ ପଢ଼େ ଏବଂ ଯେଉଁମାନେ ଏଥିରେ ପ୍ରକାଶିତ ଭବିଷ୍ୟତ୍ବାଣୀ ଶୁଣି ତାହାର ନିର୍ଦ୍ଦେଶମାନ ପାଳନ କରନ୍ତି, ସେମାନେ ବାସ୍ତବିକ୍ ଭାଗ୍ୟବାନ, କାରଣ ସେହିସବୁ ଘଟିବାର ସମୟ ଆସନ୍ନ!


“ତୁମେ ସେହି ‘ଧ୍ୱଂସକାରୀ ଅଶୁଚି ବସ୍ତୁକୁ ଦେଖିବ - ଯେଉଁଠାରେ ତାହାର ରହିବା ଅନୁଚିତ, ସେଇଠି ତାକୁ ଦେଖିବ” - (ପାଠକ ଏକଥା ବୁଝିବାକୁ ଚେଷ୍ଟା କରନ୍ତୁ) “ସେତେବେଳେ ଯିହୂଦାର ଅଧିବାସୀମାନେ ପର୍ବତ ଉପରକୁ ପଳାଇ ଯାଆନ୍ତୁ।


ଏଠାରେ ଗୋଟିଏ ପ୍ରଶ୍ନ ହୋଇପାରେ, “ଯଦି ଆମର ଅଧାର୍ମିକତା ଈଶ୍ୱରଙ୍କ ଧାର୍ମିକତା ପ୍ରମାଣ କରେ, ତେବେ ଈଶ୍ୱର ଆମକୁ ଦଣ୍ଡ ଦେଇ ଅନ୍ୟାୟ କରୁଛନ୍ତି ବୋଲି କହି ପାରିବା କି?


Swiv nou:

Piblisite


Piblisite