Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 13:16 - ପବିତ୍ର ବାଇବଲ (CL) NT (BSI)

16 ଉଚ୍ଚନୀଚ, କ୍ରୀତଦାସ ବା ସ୍ୱାଧୀନ, ଧନୀ ଦରିଦ୍ର ନିର୍ବିଶେଷରେ ସମସ୍ତଙ୍କର ଦକ୍ଷିଣ ହସ୍ତରେ କିଅବା କପାଳରେ ଏକ ସଙ୍କେତ ସ୍ଥାପନ କରିବାକୁ ସେ ଲୋକମାନଙ୍କୁ ବାଧ୍ୟ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଆଉ ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ଵାଧୀନ ଓ ପରାଧୀନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିଅବା କପାଳରେ ଗୋଟିଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ,

Gade chapit la Kopi

ଓଡିଆ ବାଇବେଲ

16 ଆଉ ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧିନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିଅବା କପାଳରେ ଗୋଟାଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଆଉ ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧୀନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିଅବା କପାଳରେ ଗୋଟାଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ,

Gade chapit la Kopi

ପବିତ୍ର ବାଇବଲ

16 ଦ୍ୱିତୀୟ ପଶୁ ସବୁ ଲୋକମାନଙ୍କୁ ବଡ଼ ଓ ସାନ, ଧନୀ ଓ ଗରିବ, ସ୍ୱାଧୀନ ଓ ପରାଧୀନ ନିର୍ବିଶେଷରେ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହାତରେ କିମ୍ବା ସେମାନଙ୍କ କପାଳରେ ଗୋଟିଏ ଚିହ୍ନ ଧାରଣ କରିବା ପାଇଁ ବାଧ୍ୟ କଲା।

Gade chapit la Kopi




ପ୍ରକାଶିତ 13:16
26 Referans Kwoze  

ତା’ପରେ ମୁଁ ଦେଖିଲି, କେତେକ ସିଂହାସନ ଓ ସେଗୁଡ଼ିକରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ବିଚାର କରିବାର କ୍ଷମତା ଦିଆଯାଇଛି। ଆଉ ମଧ୍ୟ ମୁଁ ଦେଖିଲି, କେତେକ ମୃତ ବ୍ୟକ୍ତିଙ୍କର ଆତ୍ମା। ଯୀଶୁ ପ୍ରକାଶ କରିଥିବା ସତ୍ୟ ଓ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିଥିବାରୁ ସେହି ବ୍ୟକ୍ତିମାନେ ମୃତ୍ୟୁଦଣ୍ଡ ପାଇଥିଲେ। ସେମାନେ ପଶୁ କିମ୍ବା ତା’ର ପ୍ରତିମୂର୍ତ୍ତିକୁ ପୂଜା କରି ନ ଥିଲେ, କିମ୍ବା କପାଳ ଓ ହାତରେ ପଶୁର ଚିହ୍ନ ଧାରଣ କରି ନ ଥିଲେ। ଖ୍ରୀଷ୍ଟଙ୍କ ସଙ୍ଗରେ ଏକ ସହସ୍ର ବର୍ଷ ରାଜତ୍ୱ କରିବା ପାଇଁ ସେମାନେ ପୁନର୍ଜୀବିତ ହୋଇଥିଲେ।


ସେହି ଯୁଦ୍ଧରେ ପଶୁ ଓ ତା’ ସମ୍ମୁଖରେ ଅଲୌକିକ କାର୍ଯ୍ୟ କରୁଥିବା ସେହି ଭଣ୍ଡ ଭାବବାଦୀ ଧରାପଡ଼ି ବନ୍ଦୀ ହେଲେ। ଯେଉଁମାନଙ୍କଠାରେ ପଶୁ-ଚିହ୍ନ ଥିଲା ଓ ଯେଉଁମାନେ ତା’ର ପ୍ରତିମୂର୍ତ୍ତିକୁ ପୂଜା କରୁଥିଲେ, ପଶୁ ତା’ର ଅଲୌକିକ କାର୍ଯ୍ୟ ଦ୍ୱାରା ସେମାନଙ୍କୁ ପ୍ରତାରିତ କରିଥିଲା। ପଶୁ ଓ ଉକ୍ତ ଭଣ୍ଡ ଭାବବାଦୀ ଗନ୍ଧକ ଜଳୁଥିବା ଅଗ୍ନି ହ୍ରଦରେ ଜୀଅନ୍ତା ନିକ୍ଷିପ୍ତ ହେଲେ।


ସେମାନଙ୍କୁ ଉଚ୍ଚ ସ୍ୱରରେ କହିଲେ, “ଆମେ ଯେ ପର୍ଯ୍ୟନ୍ତ ଈଶ୍ୱରଙ୍କ ସେବକମାନଙ୍କ କପାଳରେ ମୋହର ମାରି ନାହୁଁ, ସେ ପର୍ଯ୍ୟନ୍ତ ପୃଥିବୀ, ସମୁଦ୍ର ବା ବୃକ୍ଷମାନଙ୍କର କୌଣସି କ୍ଷତି କର ନାହିଁ।”


ରାଜା, ପ୍ରଜା, ସୈନ୍ୟ, ସୈନ୍ୟାଧ୍ୟକ୍ଷ, ଅଶ୍ୱ, ଅଶ୍ୱାରୋହୀ, କ୍ରୀତଦାସ, ସ୍ୱାଧୀନ, ମହାନ୍ ବା ନଗଣ୍ୟ ସମସ୍ତଙ୍କର ମାଂସ ଆସି ଭକ୍ଷଣ କର।”


ତା’ପରେ ସିଂହାସନରୁ ଗୋଟିଏ ବାଣୀ ଶୁଣାଗଲା। “ଈଶ୍ୱରଙ୍କ ସ୍ତୁତି କର। କି ମହାନ୍, କି ନଗଣ୍ୟ, ଈଶ୍ୱରଙ୍କ ସେବକ ଓ ଉପାସକଗଣ, ସମସ୍ତେ ତାଙ୍କର ପ୍ରଶଂସା କର।”


ତାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶ ପଳାୟନ କଲେ ଏବଂ ସେମାନେ ଆଉ ଦୃଷ୍ଟିଗୋଚର ହେଲେ ନାହିଁ। ତା’ପରେ ମୁଁ ଦେଖିଲି, କି ମହାନ୍, କି ନଗଣ୍ୟ ମୃତବ୍ୟକ୍ତିମାନେ ସମସ୍ତେ ସିଂହାସନ ସମ୍ମୁଖରେ ଦଣ୍ଡାୟମାନ। ପୁସ୍ତକସବୁ ଫିଟାଗଲା; ସେଗୁଡ଼ିକ ମଧ୍ୟରେ ଜୀବନ ପୁସ୍ତକ ନାମକ ଗୋଟିଏ ପୁସ୍ତକ ଥିଲା। ସେହି ଜୀବନ ପୁସ୍ତକରେ ଲୋକମାନଙ୍କର କାର୍ଯ୍ୟକଳାପ ବିଷୟରେ ଯାହାସବୁ ଲେଖାଯାଇଥିଲା, ସେ ଅନୁଯାୟୀ ସେମାନଙ୍କର ବିଚାର କରାଗଲା।


ସେହି ସମୟରେ ପୃଥିବୀର ସମସ୍ତେ, ରାଜା, ଶାସକ ବା ସେନାନାୟକ, ଧନୀ ଓ ପରାକ୍ରାନ୍ତ, କ୍ରୀତଦାସ ବା ସାଧାରଣ ନାଗରିକ ସମସ୍ତେ ଗୁମ୍ଫାମାନଙ୍କରେ ଓ ପର୍ବତର ପ୍ରସ୍ତର ଉହାଡ଼ ତଳେ ଯାଇ ଲୁଚିଲେ।


କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଭୁ ମୋତେ ସାହାଯ୍ୟ କରିଅଛନ୍ତି ଓ ସେଥିପାଇଁ ମୁଁ ଆଜି ସାନ ବଡ଼ ସମସ୍ତଙ୍କ ନିକଟରେ ସମାନଭାବେ ମୋର ସାକ୍ଷ୍ୟ ଦେବା ପାଇଁ ଛିଡ଼ା ହୋଇଛି। ଭାବବାଦୀମାନେ ଓ ମୋଶା, ଯାହା ଘଟିବ ବୋଲି କହିଥିଲେ, ମୁଁ ଠିକ୍ ସେହି କଥା କହୁଛି:


ତା’ପରେ ମୁଁ ଦେଖିଲି, ଅଗ୍ନିମିଶ୍ରିତ କାଚର ସମୁଦ୍ର ପରି ଏକ ଦୃଶ୍ୟ। ସେହି ସମୁଦ୍ର ତୀରରେ ଠିଆ ହୋଇଥିଲେ ବିଜୟୀ ବ୍ୟକ୍ତିମାନେ - ଏମାନେ ପଶୁ, ପଶୁର ପ୍ରତିମୂର୍ତ୍ତି ଓ ପୂର୍ବୋକ୍ତ ସଂଖ୍ୟା ଦ୍ୱାରା ଚିହ୍ନିତ ସେହି ଦୁରାତ୍ମା ଉପରେ ବିଜୟ ଲାଭ କରିଥିଲେ।


ଅଣଇହୁଦୀମାନେ କ୍ଷୁବ୍ଧ ହୋଇଛନ୍ତି; କାରଣ ତୁମ କ୍ରୋଧର ସମୟ ଉପସ୍ଥିତ, ମୃତମାନେ ଏବେ ବିଚାରିତ ହେବେ। ତୁମର ସେବକ ଭାବବାଦୀମାନେ ଓ ଯେଉଁମାନେ ତୁମକୁ ଭୟ କରୁଛନ୍ତି, ମାନ୍ୟଗଣ୍ୟ କିଅବା ନଗଣ୍ୟ ସମସ୍ତେ ପୁରସ୍କୃତ ହେବେ ଏବଂ ଯେଉଁମାନେ ପୃଥିବୀକୁ ଧ୍ୱଂସ କରନ୍ତି, ସେମାନେ ମଧ୍ୟ ଧ୍ୱଂସ ପାଇବେ।”


ଫଳରେ, ଇହୁଦୀ, ଅଣଇହୁଦୀ, ସୁନ୍ନତ ଓ ଅସୁନ୍ନତ, ମ୍ଲେଚ୍ଛ, ବର୍ବର, କ୍ରୀତଦାସ ବା ସ୍ୱାଧୀନ ବ୍ୟକ୍ତି ମଧ୍ୟରେ ଆଉ କୌଣସି ପ୍ରଭେଦ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କ ମଧ୍ୟରେ ଅଛନ୍ତି ଓ ସେ ହେଉଛନ୍ତି ସର୍ବେସର୍ବା।


ମନେରଖ, ସେ କ୍ରୀତଦାସ ହେଉ ବା ସ୍ୱାଧୀନ ହେଉ - ପ୍ରଭୁ ପ୍ରତ୍ୟେକ ଲୋକକୁ ତାହାର ସତ୍କାର୍ଯ୍ୟ ନିମନ୍ତେ ପୁରସ୍କାର ଦେବେ।


ପରିଶେଷରେ, ମୋର ଏତିକି କହିବା କଥା, ମୋତେ କେହି ଆଉ ଦୁଃଖ ନ ଦିଅନ୍ତୁ। କାରଣ ମୋ’ ଶରୀରରେ ଯେଉଁ ସବୁ କ୍ଷତ ଚିହ୍ନ ରହିଛି, ସେଥିରୁ ପ୍ରକାଶିତ ହୁଏ ଯେ, ମୁଁ ଯୀଶୁଙ୍କର କ୍ରୀତଦାସ।


ତେଣୁ ଇହୁଦୀ ଓ ଅଣଇହୁଦୀ, କ୍ରୀତଦାସ ଓ ସ୍ୱାଧୀନ ନାଗରିକ, ପୁରୁଷ କିମ୍ବା ସ୍ତ୍ରୀ ମଧ୍ୟରେ ଆଉ କୌଣସି ପାର୍ଥକ୍ୟ ନାହିଁ। ତୁମେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଏକ ହୋଇଅଛ।


ସେହିପରି ଇହୁଦୀ, ଅଣଇହୁଦୀ, କ୍ରୀତଦାସ ଓ ସ୍ୱାଧୀନ ନାଗରିକ ନିର୍ବିଶେଷରେ ଆମେ ସମସ୍ତେ ଏକ ଆତ୍ମାଙ୍କ କର୍ତ୍ତୃକ ଜଳଦୀକ୍ଷାରେ ଦୀକ୍ଷିତ ହୋଇ ସେହି ଏକ ଶରୀରରେ ଅନ୍ତର୍ଭୁକ୍ତ ହୋଇଅଛୁ, ଏକ ଆତ୍ମାଙ୍କୁ ପାନ କରିଛୁ।


ଯନ୍ନୀସ ଓ ସମ୍ବ୍ରୀସ୍ ଯେପରି ମୋଶାଙ୍କ ବିରୁଦ୍ଧାଚରଣ କରିଥିଲେ, ସେହିପରି ଅନ୍ତିମ କାଳରେ ଏହି ଦୁରାଚାରୀମାନେ ସତ୍ୟର ବିରୋଧ କରିବେ - ସେମାନଙ୍କ ମସ୍ତିଷ୍କ-ବିକୃତି ଘଟିଛି ଏବଂ ସେମାନଙ୍କର ଧର୍ମବିଶ୍ୱାସ ବିଫଳ ହୋଇଛି।


Swiv nou:

Piblisite


Piblisite