Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 13:13 - ପବିତ୍ର ବାଇବଲ (CL) NT (BSI)

13 ଦ୍ୱିତୀୟ ପଶୁଟି ମହାଅଲୌକିକ କାର୍ଯ୍ୟସବୁ ସାଧନ କଲା। ସମସ୍ତଙ୍କ ସମ୍ମୁଖରେ ସ୍ୱର୍ଗରୁ ପୃଥିବୀ ଉପରେ ଅଗ୍ନି ବୃଷ୍ଟି କରାଇଲା

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ସେ ମହା ମହା ଆଶ୍ଚର୍ଯ୍ୟ କର୍ମ କରେ, ଏପରିକି ମନୁଷ୍ୟମାନଙ୍କ ସାକ୍ଷାତରେ ଆକାଶରୁ ପୃଥିବୀ ଉପରେ ଅଗ୍ନିବୃଷ୍ଟି କରାଏ।

Gade chapit la Kopi

ଓଡିଆ ବାଇବେଲ

13 ସେ ମହା ମହା ଆଶ୍ଚର୍ଯ୍ୟକର୍ମ କରେ, ଏପରିକି ମନୁଷ୍ୟମାନଙ୍କ ସାକ୍ଷାତରେ ଆକାଶରୁ ପୃଥିବୀ ଉପରେ ଅଗ୍ନି ବୃଷ୍ଟି କରାଏ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସେ ମହା ମହା ଆଶ୍ଚର୍ଯ୍ୟକର୍ମ କରେ, ଏପରିକି ମନୁଷ୍ୟମାନଙ୍କ ସାକ୍ଷାତରେ ଆକାଶରୁ ପୃଥିବୀ ଉପରେ ଅଗ୍ନି ବୃଷ୍ଟି କରାଏ।

Gade chapit la Kopi

ପବିତ୍ର ବାଇବଲ

13 ଏହି ଦ୍ୱିତୀୟ ପଶୁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରେ। ଲୋକମାନେ ଦେଖୁଥିଲାବେଳେ ସେ ଆକାଶରୁ ପୃଥିବୀ ଉପରେ ଅଗ୍ନିବର୍ଷା କଲେ।

Gade chapit la Kopi




ପ୍ରକାଶିତ 13:13
20 Referans Kwoze  

କାରଣ ନିଜକୁ ମସୀହ ବା ଭାବବାଦୀ ବୋଲାଉଥିବା ପ୍ରଚାରକମାନେ ସେତେବେଳେ ଦେଖାଦେବେ। ସେମାନେ ଅଲୌକିକ ଓ ବିସ୍ମୟଜନକ କାର୍ଯ୍ୟ ଦେଖାଇ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ଭଣ୍ଡାଇବେ।


ସେହି ଯୁଦ୍ଧରେ ପଶୁ ଓ ତା’ ସମ୍ମୁଖରେ ଅଲୌକିକ କାର୍ଯ୍ୟ କରୁଥିବା ସେହି ଭଣ୍ଡ ଭାବବାଦୀ ଧରାପଡ଼ି ବନ୍ଦୀ ହେଲେ। ଯେଉଁମାନଙ୍କଠାରେ ପଶୁ-ଚିହ୍ନ ଥିଲା ଓ ଯେଉଁମାନେ ତା’ର ପ୍ରତିମୂର୍ତ୍ତିକୁ ପୂଜା କରୁଥିଲେ, ପଶୁ ତା’ର ଅଲୌକିକ କାର୍ଯ୍ୟ ଦ୍ୱାରା ସେମାନଙ୍କୁ ପ୍ରତାରିତ କରିଥିଲା। ପଶୁ ଓ ଉକ୍ତ ଭଣ୍ଡ ଭାବବାଦୀ ଗନ୍ଧକ ଜଳୁଥିବା ଅଗ୍ନି ହ୍ରଦରେ ଜୀଅନ୍ତା ନିକ୍ଷିପ୍ତ ହେଲେ।


ସେହି ପାପାତ୍ମାମାନେ ଅଲୌକିକ କାର୍ଯ୍ୟ ସାଧନ କରିପାରନ୍ତି। ସେମାନେ ସର୍ବଶକ୍ତିମାନ ଈଶ୍ୱରଙ୍କ ଦିବସରେ ଯୁଦ୍ଧ କରିବା ପାଇଁ ପୃଥିବୀର ରାଜାମାନଙ୍କୁ ଏକତ୍ରିତ କରାଇବାକୁ ବାହାରି ପଡ଼ିଲେ।


ସେମାନେ ପୃଥିବୀର ସର୍ବତ୍ର ମାଡ଼ି ଯାଇ ପ୍ରଭୁଭକ୍ତ ସାଧୁମାନଙ୍କର ଶିବିର ସବୁକୁ ଓ ଈଶ୍ୱରଙ୍କ ପ୍ରିୟ ନଗରୀକୁ ଘେରିଯିବେ। ମାତ୍ର ସ୍ୱର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଧ୍ୱଂସ କରିଦେବ


ଶଠ ମସୀହ ଓ ଶଠ ଭାବବାଦୀମାନେ ଦେଖାଦେବେ। ସମ୍ଭବ ହେଲେ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ମଧ୍ୟ ଠକିବା ପାଇଁ ସେମାନେ ଅଲୌକିକ କାର୍ଯ୍ୟ କରିବେ ଓ ଅଦ୍ଭୁତ ସଙ୍କେତ ସବୁ ଦେଖାଇବେ।


ଯଦି କେହି ସେମାନଙ୍କର କ୍ଷତି କରିବାକୁ ଚେଷ୍ଟା କରେ, ତେବେ ସେମାନଙ୍କ ମୁଖରୁ ଅଗ୍ନି ନିର୍ଗତ ହୋଇ ଶତ୍ରୁକୁ ଧ୍ୱଂସ କରିବ। ଏହିପରି ଯେ କେହି ସେମାନଙ୍କର କ୍ଷତି କରିବାକୁ ବାହାରିବ, ସେ ନିଜେ ବିନଷ୍ଟ ହେବ।


ଯନ୍ନୀସ ଓ ସମ୍ବ୍ରୀସ୍ ଯେପରି ମୋଶାଙ୍କ ବିରୁଦ୍ଧାଚରଣ କରିଥିଲେ, ସେହିପରି ଅନ୍ତିମ କାଳରେ ଏହି ଦୁରାଚାରୀମାନେ ସତ୍ୟର ବିରୋଧ କରିବେ - ସେମାନଙ୍କ ମସ୍ତିଷ୍କ-ବିକୃତି ଘଟିଛି ଏବଂ ସେମାନଙ୍କର ଧର୍ମବିଶ୍ୱାସ ବିଫଳ ହୋଇଛି।


ଦିନେ କେତେ ଜଣ ଫାରୁଶୀ ଓ ସାଦ୍ଦୁକୀ ଯୀଶୁଙ୍କ ଦୋଷ ଧରିବା ପାଇଁ ଫାନ୍ଦ ପାତି ତାଙ୍କ ନିକଟକୁ ଆସିଲେ। ସେମାନେ ତାଙ୍କୁ କହିଲେ, ଈଶ୍ୱର ତାଙ୍କୁ ମନୋନୀତ କରିଛନ୍ତି ବୋଲି ପ୍ରମାଣ ଦେବା ପାଇଁ ସେ ଗୋଟିଏ ଅଲୌକିକ କାର୍ଯ୍ୟ କରି ଦେଖନ୍ତୁ।


Swiv nou:

Piblisite


Piblisite