Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 13:11 - ପବିତ୍ର ବାଇବଲ (CL) NT (BSI)

11 ତାହାପରେ ମୁଁ ଦେଖିଲି, ଆଉ ଗୋଟିଏ ପଶୁ ଭୂଗର୍ଭରୁ ଉଠି ଆସୁଛି। ମେଷଶାବକର ଶୃଙ୍ଗ ପରି ତାହାର ଦୁଇଟି ଶୃଙ୍ଗ ଥିଲା ଏବଂ ସେ ପୂର୍ବୋକ୍ତ ସର୍ପ ପରି କଥା କହୁଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତତ୍ପରେ ମୁଁ ଆଉ ଗୋଟିଏ ପଶୁକୁ ଭୂମି ମଧ୍ୟରୁ ଉଠି ଆସିବାର ଦେଖିଲି; ମେଷଶାବକ ପରି ତାହାର ଦୁଇଟା ଶୃଙ୍ଗ, ଆଉ ସେ ସର୍ପ ପରି କଥା କହୁଥିଲା।

Gade chapit la Kopi

ଓଡିଆ ବାଇବେଲ

11 ତତ୍ପରେ ମୁଁ ଆଉ ଗୋଟିଏ ପଶୁକୁ ଭୂମି ମଧ୍ୟରୁ ଉଠି ଆସିବାର ଦେଖିଲି; ମେଷଶାବକ ପରି ତାହାର ଦୁଇଟି ଶିଙ୍ଗ, ଆଉ ସେ ସର୍ପ ପରି କଥା କହୁଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତତ୍ପରେ ମୁଁ ଆଉ ଗୋଟିଏ ପଶୁକୁ ଭୂମି ମଧ୍ୟରୁ ଉଠି ଆସିବାର ଦେଖିଲି; ମେଷଶାବକ ପରି ତାହାର ଦୁଇଟି ଶୃଙ୍ଗ, ଆଉ ସେ ସର୍ପ ପରି କଥା କହୁଥିଲା।

Gade chapit la Kopi

ପବିତ୍ର ବାଇବଲ

11 ତା'ପରେ ମୁଁ ଅନ୍ୟ ଏକ ପଶୁକୁ ପୃଥିବୀ ଉପରକୁ ଆସିବାର ଦେଖିଲି। ତା'ର ମେଷ ପରି ଦୁଇଟି ଶିଙ୍ଗ ଥିଲା, କିନ୍ତୁ ସେ ଏକ ସାପ ଭଳି ଭୟଙ୍କର କଥା କହୁଥିଲା।

Gade chapit la Kopi




ପ୍ରକାଶିତ 13:11
17 Referans Kwoze  

ଭଣ୍ଡା ଭାବବାଦୀମାନଙ୍କ ପ୍ରତି ସାବଧାନ! ସେମାନେ ବାହାରକୁ ମେଣ୍ଢା ପରି ଦେଖାଯାଆନ୍ତି, କିନ୍ତୁ ପ୍ରକୃତରେ ସେମାନେ ଗୋଟିଏ ହେଟା ବାଘ।


ମୁଁ ଆହୁରି ଦେଖିଲି, ସେହି ସ୍ତ୍ରୀ ଲୋକଟି ସାଧୁମାନଙ୍କର ଓ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ ରହି ନିହତ ହୋଇଥିବା ଲୋକମାନଙ୍କର ରକ୍ତପାନ କରି ମତୁଆଲା ହୋଇଥିଲା। ତାକୁ ଦେଖି ମୁଁ ବିସ୍ମୟରେ ହତବୁଦ୍ଧି ହୋଇଗଲି।


ତାହାପରେ ମୁଁ ବେଙ୍ଗ ଆକୃତିର ତିନୋଟି ପ୍ରେତାତ୍ମା ଦେଖିଲି। ସେଗୁଡ଼ିକ ପୂର୍ବୋକ୍ତ ସର୍ପ, ପଶୁ ଓ ଭଣ୍ଡ ଭାବବାଦୀର ମୁଖରୁ ବାହାରୁ ଥିଲେ।


ପଶୁର ନାମ ବା ସେହି ନାମର ପ୍ରତୀକ ଏକ ସଂଖ୍ୟା ଧାରଣ କରି ନ ଥିବା କେହି କ୍ରୟ ବିକ୍ରୟ କରିପାରିବେ ନାହିଁ ବୋଲି ପଶୁ ଆଦେଶ ଦେଲା।


ସେମାନେ ବାର୍ତ୍ତା ଘୋଷଣା ଶେଷ କରିବା ପରେ ପାତାଳପୁରୀରୁ ଏକ ପଶୁ ଉଠି ଆସି ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ।


ଯେଉଁମାନେ ଏପରି କାର୍ଯ୍ୟରେ ଲିପ୍ତ, ସେମାନେ ପ୍ରଭୁଙ୍କ ସେବା କରୁ ନାହାନ୍ତି- ସେମାନେ କେବଳ ନିଜର ଦୂରଭିଳାଷ ଚରିତାର୍ଥ କରିବାକୁ ତତ୍ପର। ଭାଷାର ଚାତୁରୀ ଓ ଚାଟୁବାଦ ଦ୍ୱାରା ସେମାନେ ନିରୀହ ଲୋକମାନଙ୍କୁ ପ୍ରତାରଣା କରନ୍ତି।


ଅନନ୍ତର ଦ୍ୟାବଳ ଭୀଷଣ କ୍ରୁଦ୍ଧ ହୋଇ ସେହି ନାରୀ ଉପରେ ପ୍ରତିଶୋଧ ନେବା ପାଇଁ ତା’ର ବଂଶଧରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ପଡ଼ିଲା। ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାବହ, ଯୀଶୁ ପ୍ରକାଶ କରିଥିବା ସତ୍ୟ ପ୍ରତି ବିଶ୍ୱସ୍ତ, ନାରୀର ସେହି ବଂଶଧରମାନଙ୍କୁ ବିରୋଧ କରିବା ପାଇଁ ସେ ଯାଇ ସମୁଦ୍ର ଦୀରରେ ଠିଆ ହେଲା।


ସେହି ଦୁରାତ୍ମା ମନୁଷ୍ୟର ତଥାକଥିତ ସମସ୍ତ ଆରାଧ୍ୟ ଦେବତା ଓ ଉପାସ୍ୟ ବସ୍ତୁର ବିରୁଦ୍ଧାଚରଣ କରିବ ଓ ନିଜକୁ ସମସ୍ତଙ୍କ ଉଦ୍ଧ୍ୱର୍ରେ ରଖିବାକୁ ପ୍ରୟାସ କରିବ। ଏପରି କି ସେ ଈଶ୍ୱରଙ୍କ ମନ୍ଦିରରେ ଉପବେଶନ କରି ନିଜେ ଈଶ୍ୱର ବୋଲି ଦାବୀ କରିବ।


ପଶୁଟି ଦିନେ ବଞ୍ଚିଥିଲା; ଏବେ ଆଉ ବଞ୍ଚି ନାହିଁ, କିନ୍ତୁ ଅତି ଶୀଘ୍ର ପାତାଳପୁରୀରୁ ଉଠି ଆସିବ ଏବଂ ଆଉ ଥରେ ବିନଷ୍ଟ ହେବ। ସୃଷ୍ଟିର ଆଦ୍ୟରୁ ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯାଇ ନାହିଁ, ପୃଥ୍ୱୀବାସୀ ସେହି ସମସ୍ତେ ପଶୁଟିକୁ ଦେଖି ଆଚମ୍ବିତ ହେବେ। ସେ ଦିନେ ଜୀବିତ ଥିଲା, ଏବେ ଆଉ ନାହିଁ, କିନ୍ତୁ ପୁଣି ଥରେ ତା’ର ଆବିର୍ଭାବ ହେବ।


ତାହାପରେ ମୁଁ ଦେଖିଲି, ଗୋଟିଏ ପଶୁ ସମୁଦ୍ର ଭିତରୁ ଉଠି ଆସୁଛି। ତାହାର ଦଶଟି ଶୃଙ୍ଗ ଓ ସାତଟି ମସ୍ତକ। ପ୍ରତ୍ୟେକ ଶୃଙ୍ଗରେ ଗୋଟିଏ ଗୋଟିଏ ମୁକୁଟ ଥିଲା ଓ ପ୍ରତ୍ୟେକ ମସ୍ତକରେ ଗୋଟିଏ ଗୋଟିଏ ଈଶ୍ୱର ନିନ୍ଦାସୂଚକ ନାମ ଲେଖାଯାଇଥିଲା।


ପୁଣି, ସମସ୍ତେ ପଶୁକୁ କ୍ଷମତାପନ୍ନ କରିଥିବା ସର୍ପର ପୂଜା କଲେ। ସେମାନେ ପଶୁକୁ ମଧ୍ୟ ପୂଜା କରି କହିଲେ, “କିଏ ଏହି ପଶୁର ସମକକ୍ଷ ହେବ? କିଏ ତାହା ବିପକ୍ଷରେ ଯୁଦ୍ଧ କରିପାରିବ?”


Swiv nou:

Piblisite


Piblisite