Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 12:12 - ପବିତ୍ର ବାଇବଲ (CL) NT (BSI)

12 ତେଣୁ ସ୍ୱର୍ଗ ଓ ସ୍ୱର୍ଗବାସୀ ସମସ୍ତେ ଆନନ୍ଦ ଉଲ୍ଲାସ କର। କିନ୍ତୁ ହାୟ! ପୃଥିବୀର ଜଳସ୍ଥଳ ସମୁଦାୟ! ତୁମ୍ଭମାନଙ୍କର ଦଶା କି ଭୟଙ୍କର! ଏବେ ଶୟତାନ ତୁମ ନିକଟରେ ଓ ସେ ଅତିଶୟ କୋପାନ୍ୱିତ, କାରଣ ସେ ଜାଣେ, ତା’ର କାଳ ପୂରି ଆସୁଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଅତଏବ, ହେ ସ୍ଵର୍ଗ ଓ ତନ୍ନିବାସୀମାନେ, ଆନନ୍ଦ କର; ମାତ୍ର ହାୟ, ପୃଥିବୀ ଓ ସମୁଦ୍ର, ତୁମ୍ଭେମାନେ ସନ୍ତାପର ପାତ୍ର, କାରଣ ସମୟ ଅତି ଅଳ୍ପ ବୋଲି ଜାଣି ଦିଆବଳ ଆପଣା ମହାକ୍ରୋଧରେ ତୁମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଯାଇଅଛି।

Gade chapit la Kopi

ଓଡିଆ ବାଇବେଲ

12 ଅତଏବ, ହେ ସ୍ୱର୍ଗ ଓ ତନ୍ନିବାସୀମାନେ, ଆନନ୍ଦ କର; ମାତ୍ର ହାୟ, ପୃଥିବୀ ଓ ସମୁଦ୍ର, ତୁମ୍ଭେମାନେ ସନ୍ତାପର ପାତ୍ର, କାରଣ ସମୟ ଅତି ଅଳ୍ପ ବୋଲି ଜାଣି ଦିଆବଳ(ଶୟତାନ) ଆପଣା ମହାକ୍ରୋଧରେ ତୁମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଆସିଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଅତଏବ, ହେ ସ୍ୱର୍ଗ ଓ ତନ୍ନିବାସୀମାନେ, ଆନନ୍ଦ କର; ମାତ୍ର ହାୟ, ପୃଥିବୀ ଓ ସମୁଦ୍ର, ତୁମ୍ଭେମାନେ ସନ୍ତାପର ପାତ୍ର, କାରଣ ସମୟ ଅତି ଅଳ୍ପ ବୋଲି ଜାଣି ଦିଆବଳ ଆପଣା ମହାକ୍ରୋଧରେ ତୁମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଆସିଅଛି।”

Gade chapit la Kopi

ପବିତ୍ର ବାଇବଲ

12 ତେଣୁ ହେ ସ୍ୱର୍ଗ ଓ ସ୍ୱର୍ଗବାସୀଗଣ, ଆନନ୍ଦ ଉଲ୍ଲାସ କର। କିନ୍ତୁ ହାୟ! ଏହା ପୃଥିବୀ ଓ ସମୁଦ୍ର ପାଇଁ ଅତ୍ୟନ୍ତ ଖରାପ ସମୟ, ଯେହେତୁ ସମୟ ଅତି ଅଳ୍ପ, ବୋଲି ଜାଣି ଶୟତାନ ଭୀଷଣ କ୍ରୋଧରେ ପୂର୍ଣ୍ଣ ହୋଇ ତୁମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଯାଇଅଛି।’’

Gade chapit la Kopi




ପ୍ରକାଶିତ 12:12
18 Referans Kwoze  

ତା’ପରେ ମୁଁ ଚାହିଁ ଦେଖିଲି, ଆକାଶର ବହୁ ଉଚ୍ଚରେ ଗୋଟିଏ ଉକ୍ର୍ରୋଶ ପକ୍ଷୀ ଉଡ଼ି ଉଡ଼ି ଉଚ୍ଚ ସ୍ୱରରେ କହୁଛି, “ହାୟ! କି ଭୟଙ୍କର! ଅନ୍ୟ ତିନି ଜଣ ଦୂତ ତୂରୀ ବଜାଇବା ସମୟରେ ପୃଥ୍ୱୀବାସୀଙ୍କ ଅବସ୍ଥା କେଡ଼େ ସାଙ୍ଘାତିକ ନ ହେବ!”


ହେ ସ୍ୱର୍ଗଲୋକ! ସେ ଧ୍ୱଂସ ପାଇ ଥିବାରୁ ଆନନ୍ଦ ଉଲ୍ଲାସ କର। ହେ ସାଧୁବୃନ୍ଦ; ପ୍ରେରିତଶିଷ୍ୟ ଓ ଭାବବାଦୀଗଣ! ଉଲ୍ଲସିତ ହୁଅ, କାରଣ ତୁମ୍ଭମାନଙ୍କ ପ୍ରତି ସେ ଯାହା କରିଥିଲା, ସେଥିପାଇଁ ଈଶ୍ୱର ତାକୁ ଶାସ୍ତି ଦେଇଛନ୍ତି।


ଏବଂ ସସାଗରା ଧରା, ସ୍ୱର୍ଗ ଓ ଏମାନଙ୍କ ସମସ୍ତ ବିଷୟର ସୃଷ୍ଟିକର୍ତ୍ତା ଚିରଜୀବୀ ଈଶ୍ୱରଙ୍କ ନାମରେ ଶପଥ କରି କହିଲେ, “ଆଉ କାଳ ବିଳମ୍ବ ହେବ ନାହିଁ।


ଏହି ଦୁଇଜଣଙ୍କ ମୃତ୍ୟୁ ଲାଗି ପୃଥିବୀର ଲୋକମାନେ ଆନନ୍ଦିତ ହେବେ, ଆମୋଦ ପ୍ରମୋଦ କରି ପରସ୍ପର ନିକଟକୁ ଉପହାର ପଠାଇବେ; କାରଣ, ସେହି ଭାବବାଦୀମାନଙ୍କ ଯୋଗୁଁ ପୃଥ୍ୱୀବାସୀମାନେ ବଡ଼ ହଇରାଣ ହେଉଥିଲେ।


ଦେଖ, ପ୍ରଥମ ବିପର୍ଯ୍ୟୟର ଅବସାନ ହୋଇଛି। ଏହାପରେ ଆହୁରି ଦୁଇଟି ଭୟାବହ ବିପତ୍ତି ମାଡ଼ି ଆସିବ।


ମୁଁ ତୁମ୍ଭମାନଙ୍କୁ କହୁଛି, ସେହି ପ୍ରକାରେ ଜଣେ ପାପୀ ଅନୁତାପ କଲେ, ସ୍ୱର୍ଗଦୂତମାନେ ମଧ୍ୟ ଆନନ୍ଦ କରନ୍ତି।”


ଦ୍ୱିତୀୟ ବିପତ୍ତି ଶେଷ ହେଲା; କିନ୍ତୁ ତୃତୀୟ ବିପତ୍ତି ଶୀଘ୍ର ଆସୁଅଛି।


କିନ୍ତୁ, ପ୍ରିୟ ବନ୍ଧୁଗଣ, ଗୋଟିଏ ବିଷୟ ଭୁଲି ଯାଅ ନାହିଁ। ଈଶ୍ୱରଙ୍କ ଦଅଷ୍ଟିରେ ଏକ ଦିନ ଓ ସହସ୍ର ବର୍ଷ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ। ତାଙ୍କ ନିକଟରେ ଏ ଦୁଇଟି ସମାନ।


ଧର୍ମଶାସ୍ତ୍ରରେ ଲେଖାଅଛି: “ଆଉ ଅଳ୍ପ ସମୟ ଅଅପେକ୍ଷା କର, ଯାହାଙ୍କ ଆଗମନ ହେବାର ଅଛି, ସେ ଆସିବେ, ବଳମ୍ବ କରିବେ ନାହିଁ।”


“ସର୍ବୋଚ୍ଚ ସ୍ୱର୍ଗରେ ଈଶ୍ୱରଙ୍କ ମହିମା; ପୃଥିବୀରେ ଯେଉଁମାନେ ତାଙ୍କର ପ୍ରୀତିଭାଜନ, ସେମାନଙ୍କ ମନରେ ଶାନ୍ତି।”


ସେହି ସର୍ପ ହେଉଛି, ସପ୍ତମ ଜଗତକୁ ପ୍ରତାରଣା କରିଥିବା ଦ୍ୟାବଳ ଆଦିମ ସର୍ପ, ଶୟତାନ; ତା’ର ଦଳବଳ ସହ ସ୍ୱର୍ଗରୁ ନିକ୍ଷିପ୍ତ ହୋଇ ପୃଥିବୀ ପୃଷ୍ଠରେ ଆସି ପଡ଼ିଲା।


ଈଶ୍ୱରଙ୍କୁ, ତାଙ୍କ ନାମ ଓ ତାଙ୍କ ବାସସ୍ଥାନ ଏବଂ ସ୍ୱର୍ଗବାସୀ ସମସ୍ତଙ୍କୁ ସେ ଅଭିଶାପ ଦେବାକୁ ଲାଗିଲା।


Swiv nou:

Piblisite


Piblisite