Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 11:17 - ପବିତ୍ର ବାଇବଲ (CL) NT (BSI)

17 “ହେ ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର, ତୁମେ ଅତୀତ ଓ ବର୍ତ୍ତମାନ! ଆମେ ତୁମକୁ ଧନ୍ୟବାଦ ଦେଉଛୁ; କାରଣ ତୁମ ମହାଶକ୍ତିରେ ରାଜ୍ୟ ଭାର ଗ୍ରହଣ କରିଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ଵର, ବର୍ତ୍ତମାନ ଓ ଭୂତ ଯେ ତୁମ୍ଭେ, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ, କାରଣ ତୁମ୍ଭେ ଆପଣା ମହାଶକ୍ତି ଧାରଣ କରି ରାଜତ୍ଵ ଗ୍ରହଣ କରିଅଛ।

Gade chapit la Kopi

ଓଡିଆ ବାଇବେଲ

17 ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର, ବର୍ତ୍ତମାନ ଓ ଅତୀତ ଯେ ତୁମ୍ଭେ, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ, କାରଣ ତୁମ୍ଭେ ଆପଣା ମହାଶକ୍ତି ଧାରଣ କରି ରାଜତ୍ୱ ଗ୍ରହଣ କରିଅଛ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 “ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର, ବର୍ତ୍ତମାନ ଓ ଅତୀତ ଯେ ତୁମ୍ଭେ, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ, କାରଣ ତୁମ୍ଭେ ଆପଣା ମହାଶକ୍ତି ଧାରଣ କରି ରାଜତ୍ୱ ଗ୍ରହଣ କରିଅଛ।

Gade chapit la Kopi

ପବିତ୍ର ବାଇବଲ

17 ସେହି ପ୍ରାଚୀନମାନେ କହିଲେ: “ହେ ପ୍ରଭୁ ପରମେଶ୍ୱର, ତୁମ୍ଭେ ସର୍ବଶକ୍ତିମାନ ଅଟ। ଆମ୍ଭେ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ; ତୁମ୍ଭେ ହିଁ ଏକମାତ୍ର ବର୍ତ୍ତମାନ ଅଛ, ଓ ଅତୀତରେ ଥିଲ। ଏବେ ତୁମ୍ଭେ ତୁମ୍ଭର ମହାଶକ୍ତି ପ୍ରୟୋଗ କରି ଶାସନ କରିବାକୁ ଆରମ୍ଭ କରିଛ, ସେଥିପାଇଁ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ।

Gade chapit la Kopi




ପ୍ରକାଶିତ 11:17
27 Referans Kwoze  

ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର କହନ୍ତି, “ମୁଁ କ ଓ କ୍ଷ”, ସେ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି, ପୁଣି ଭବିଷ୍ୟତ୍ରେ ଆସିବେ।


ସେତେବେଳେ ମୁଁ ଶୁଣିଲି, ଜଳର ଦାୟିତ୍ୱରେ ଥିବା ଦୂତ କହୁଛନ୍ତି: “ତୁମେ ପବିତ୍ର, ତୁମେ ବର୍ତ୍ତମାନ ଓ ଅତୀତ; ତୁମେ ଯଥାର୍ଥ ବିଚାର କରିଛ।


ସେହି ସମୟରେ ମୁଁ ଶୁଣିଲି, ସମୁଦ୍ର ଗର୍ଜନ ଓ ବଜ୍ରନାଦ ସହିତ ଜନତାର କଳଧ୍ୱନି ଭାସି ଆସୁଛି। ଜନତା ଆହୁରି ସ୍ତୁତି କରି କହୁଛନ୍ତି: “ଈଶ୍ୱରଙ୍କର ପ୍ରଶଂସା କର, କାରଣ ଆମ୍ଭର ପ୍ରଭୁ ମହାପରାକ୍ରାନ୍ତ ଈଶ୍ୱର, ସେହି କେବଳ ଆମର ରାଜା।


ଏସିଆ ପ୍ରଦେଶରେ ଥିବା ସାତଟି ମଣ୍ଡଳୀକୁ ମୋର ଅଭିବାଦନ। ଭବିଷ୍ୟତ୍, ଅତୀତ ଓ ବର୍ତ୍ତମାନର ଜୀବନ୍ତ ଈଶ୍ୱର, ତାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମା


ତାହାପରେ ମୁଁ ଦେଖିଲି, ସ୍ୱର୍ଗଦ୍ୱାର ଉନ୍ମୁକ୍ତ ଓ ସେଠାରେ ଏକ ଶ୍ୱେତ ବର୍ଣ୍ଣ ଅଶ୍ୱ। ତାହାର ଆରୋହୀ ବିଶ୍ୱସ୍ତ ଓ ସତ୍ୟ ନାମରେ ପରିଚିତ। ତାଙ୍କ ବିଚାର ନ୍ୟାୟପର ଓ ସେ ଧର୍ମଯୁଦ୍ଧରେ ନିୟୋଜିତ।


ତା’ପରେ ମୁଁ ଦେବାରୁ ଗୋଟିଏ କଣ୍ଠସ୍ୱର ଶୁଣିଲି, “ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର! ତୁମର ବିଚାର ଯଥାର୍ଥ ଓ ନ୍ୟାୟସଙ୍ଗତ।”


ସେହି ପାପାତ୍ମାମାନେ ଅଲୌକିକ କାର୍ଯ୍ୟ ସାଧନ କରିପାରନ୍ତି। ସେମାନେ ସର୍ବଶକ୍ତିମାନ ଈଶ୍ୱରଙ୍କ ଦିବସରେ ଯୁଦ୍ଧ କରିବା ପାଇଁ ପୃଥିବୀର ରାଜାମାନଙ୍କୁ ଏକତ୍ରିତ କରାଇବାକୁ ବାହାରି ପଡ଼ିଲେ।


ସେମାନେ ଈଶ୍ୱର ପ୍ରଦାନ କରିଥିବା ବୀଣା ବଜାଇ ଈଶ୍ୱରଙ୍କ ସେବକ ମୋଶାଙ୍କ ଗୀତ ଓ ମେଷଶାବକଙ୍କ ଗୀତ ଗାନ କରୁଥିଲେ। “ହେ ମହାପରାକ୍ରାନ୍ତ ପ୍ରଭୁ ଈଶ୍ୱର! ତୁମ କାର୍ଯ୍ୟସକଳ କେଡ଼େ ମହାନ୍ ଓ ବିଚିତ୍ର, ସମସ୍ତ ଜାତିର ରାଜାଧିରାଜ! ତୁମ କର୍ମପନ୍ଥା କେଡ଼େ ନ୍ୟାୟସଙ୍ଗତ ଓ ଯଥାର୍ଥ!


ତାହାପରେ ସପ୍ତମ ଦୂତ ତାଙ୍କର ତୂରୀ ବଜାଇଲେ ଏବଂ ସ୍ୱର୍ଗରେ ଉଚ୍ଚ ଧ୍ୱନି ସହ ଏହି ବାଣୀ ଶୁଣାଗଲା! “ଆମ ପ୍ରଭୁ ଓ ତାଙ୍କ ମସୀହ ପୃଥିବୀ ଉପରେ ରାଜତ୍ୱ କରିବା ଅଧିକାର ବର୍ତ୍ତମାନ ନିଜ ହାତକୁ ନେଇଛନ୍ତି। ସେ ଏଣିକି ଚିରକାଳ ରାଜତ୍ୱ କରିବେ।”


ମୋର ଦାୟିତ୍ୱ ତୁଲାଇବାକୁ ମୋତେ ଶକ୍ତି ଦେଇ ଥିବାରୁ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଧନ୍ୟବାଦ ଜଣାଉଅଛି। ପୂର୍ବେ ମୁଁ ତାଙ୍କର ନିନ୍ଦା କରୁଥିଲି, ତାଙ୍କୁ ନିର୍ଯ୍ୟାତନା ଓ ଅପମାନ ଦେଉଥିଲି। ତଥାପି ସେ ମୋତେ ଯୋଗ୍ୟ ମନେ କରି ତାଙ୍କର ସେବା ପାଇଁ ନିଯୁକ୍ତ କରିଛନ୍ତି। ଅବିଶ୍ୱାସ ଓ ଅଜ୍ଞତାବଶତଃ ଯାହା ସବୁ କରିଥିଲି, କ୍ଷମା କରି ଈଶ୍ୱର ମୋ’ ପ୍ରତି ସଦୟ ହୋଇଛନ୍ତି।


ସେହି ସମୟରେ ଯୀଶୁ ପବିତ୍ରଆତ୍ମାଙ୍କ ଦ୍ୱାରା ଆନନ୍ଦରେ ପରିପୂର୍ଣ୍ଣ ହୋଇ କହିଲେ, “ହେ ପିତା, ସ୍ୱର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମକୁ ଧନ୍ୟବାଦ ଦେଉଛି, ତୁମେ ବିଜ୍ଞ ଓ ଜ୍ଞାନବାନ ଲୋକମାନଙ୍କଠାରୁ ଯାହା ଗୁପ୍ତ ରଖିଛ, ତାହା ଅଜ୍ଞାନମାନଙ୍କ ନିକଟରେ ପ୍ରକାଶ କରିଛି। ହଁ ପିତା, ଏହା ହିଁ ତୁମର ମହତ୍ ଇଚ୍ଛା।


ସେହି ସମୟରେ ଯୀଶୁ ପ୍ରାର୍ଥନା କରି କହିଲେ, “ହେ ପିତା, ସ୍ୱର୍ଗ ଓ ମର୍ତ୍ତ୍ୟର ପ୍ରଭୁ, ଏହି ସବୁ କଥା ତୁମେ ବୁଦ୍ଧିମାନ ଓ ଶିକ୍ଷିତ ଲୋକମାନଙ୍କଠରୁ ଗୁପ୍ତ ରଖି ଅଶିକ୍ଷିତ ଲୋକମାନଙ୍କଠାରୁ ପ୍ରକାଶ କରିଥିବାରୁ ମୁଁ ତୁମକୁ ଧନ୍ୟବାଦ ଦେଉଉଛି।


ଆସନ୍ତୁ, ଈଶ୍ୱରଙ୍କ ବର୍ଣ୍ଣନାତୀତ ଦାନ ନିମନ୍ତେ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା!


ଈଶ୍ୱରଙ୍କର ଧନ୍ୟବାଦ ହେଉ। କାରଣ ସେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସର୍ବଦା ଆମ୍ଭମାନଙ୍କୁ ବିଜୟ ପଥର ଆଗେଇ ନିଅନ୍ତୁ। ପୁଣି ସୁଗନ୍ଧ ଜ୍ଞାନ ଅନ୍ୟମାନଙ୍କୁ ଦେବା ପାଇଁ ଈଶ୍ୱର ଆମକୁ ବ୍ୟବହାର କରିଥାନ୍ତି।


ସେମାନେ ପଥରଯିକୁ ଘୁଞ୍ଚାଇ ଦେବା ପରେ ଯୀଶୁ ଊଦ୍ଧ୍ୱର୍ମୁଖ ହୋଇ ପ୍ରାର୍ଥନା କଲେ, “ପିତା- ତୁମେ ମୋ’ କଥା ଶୁଣୁଛ, ଏଥିପାଇଁ ଧନ୍ୟବାଦ ଦେଉଛି।


ତା’ର ଏହି ସବୁ ପାପ ଲାଗି ରୋଗ, ଶୋକ, ଦୁର୍ଭିକ୍ଷ, ମହାମାରୀ ଦିନେ ତାକୁ ଏକା ସଙ୍ଗରେ ଆଘାତ କରିବ। ପୁଣି ସେ ଅଗ୍ନିରେ ସମ୍ପୂର୍ଣ୍ଣ ଧ୍ୱଂସ ପାଇବ। କାରଣ ତା’ର ଯେ ବିଚାର କରୁଛନ୍ତି, ସେହି ପ୍ରଭୁ ଈଶ୍ୱର ମହାପରାକ୍ରମଶାଳୀ।”


Swiv nou:

Piblisite


Piblisite