Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 11:16 - ପବିତ୍ର ବାଇବଲ (CL) NT (BSI)

16 ଏହାପରେ ଈଶ୍ୱରଙ୍କ ସମ୍ମୁଖରେ ନିଜ ନିଜ ସିଂହାସନରେ ବସିଥିବା ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଭୂମିଷ୍ଠ ହୋଇ ଈଶ୍ୱରଙ୍କ ଆରାଧନା କରି କହିଲେ -

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ସେଥିରେ ଈଶ୍ଵରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ ଚବିଶ ପ୍ରାଚୀନ ଉବୁଡ଼ ହୋଇ ଈଶ୍ଵରଙ୍କୁ ପ୍ରଣାମ କରି କହିଲେ,

Gade chapit la Kopi

ଓଡିଆ ବାଇବେଲ

16 ସେଥିରେ ଈଶ୍ୱରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ ଚବିଶ ପ୍ରାଚୀନ ଉବୁଡ଼ ହୋଇ ଈଶ୍ୱରଙ୍କୁ ପ୍ରଣାମ କରି କହିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ସେଥିରେ ଈଶ୍ବରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ ଚବିଶ ପ୍ରାଚୀନ ଉବୁଡ଼ ହୋଇ ଈଶ୍ବରଙ୍କୁ ପ୍ରଣାମ କରି କହିଲେ,

Gade chapit la Kopi

ପବିତ୍ର ବାଇବଲ

16 ତା'ପରେ ଚବିଶ ଜଣ ପ୍ରାଚୀନ ମୁଣ୍ଡ ନୁଆଁଇ ପ୍ରଣାମ କଲେ ଓ ପରମେଶ୍ୱରଙ୍କର ଉପାସନା କଲେ। ଏହି ପ୍ରାଚୀନମାନେ ପରମେଶ୍ୱରଙ୍କ ସମ୍ମୁଖରେ ସେମାନଙ୍କ ସିଂହାସନରେ ବସନ୍ତି।

Gade chapit la Kopi




ପ୍ରକାଶିତ 11:16
7 Referans Kwoze  

ପୁଣି ସିଂହାସନର ଚତୁର୍ଦ୍ଦିଗରେ ବୃତ୍ତାକାରର ପଡ଼ିଥିବା ଅନ୍ୟ ଚବିଶଟି ସିଂହାସନରେ ଚବିଶ ଜଣ ବୟୋଜ୍ୟେଷ୍ଠ ମଣ୍ଡଳୀ ନେତା ଉପବିଷ୍ଟ ଥିଲେ। ସେମାନେ ଶୁକ୍ଲ ବସ୍ତ୍ରପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ।


ପୂର୍ବୋକ୍ତ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଚିରଞ୍ଜୀବୀ ବ୍ୟକ୍ତିଙ୍କ ସିଂହାସନ ସମ୍ମୁଖରେ ପ୍ରଣିପାତ କରି ତାଙ୍କର ଆରାଧନା କରିବାକୁ ଲାଗିଲେ। ପୁଣି ସିଂହାସନ ତଳେ ନିଜ ନିଜ ମୁକୁଟ ଥୋଇ ଦେଇ ରିହଲେ,


ସିଂହାସନକୁ, ବୟୋଜ୍ୟେଷ୍ଠ ନେତାମାନଙ୍କୁ ଓ ଚାରି ପ୍ରାଣୀଙ୍କୁ ଘେରି ସ୍ୱର୍ଗଦୂତମାନେ ଠିଆ ହୋଇଥିଲେ। ସେମାନେ ସିଂହାସନ ସମ୍ମୁଖରେ ଭୂମିଷ୍ଠ ହେଲେ ଓ ଈଶ୍ୱରଙ୍କ ଆରାଧନା କରି କହିଲେ,


ସିଂହାସନୋପବିଷ୍ଟ ଈଶ୍ୱରଙ୍କ ସମ୍ମୁଖରେ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଓ ସେହି ଚାରୋଟି ପ୍ରାଣୀ ଭୂମିଷ୍ଠ ହୋଇ ଈଶ୍ୱରଙ୍କୁ ଆରାଧନା କଲେ। ସେମାନେ କହିଲେ, “ଆମେନ୍! ଈଶ୍ୱରଙ୍କ ପ୍ରଶଂସା କର।”


ଚାରିଗୋଟି ପ୍ରାଣୀ ଘୋଷା ଧରି କହୁଥିଲେ, “ଆମେନ୍” ଏବଂ ନେତାମାନେ ପ୍ରଣିପାତ କରି ତାଙ୍କର ଆରାଧନା କଲେ।


ଯୀଶୁ ଉତ୍ତର ଦେଲେ, “ଏକଥା ନିଶ୍ଚିତ ବୋଲି ଜାଣିବ, ନୂତନ ଯୁଗରେ ଯେତେବେଳେ ମନୁଷ୍ୟପୁତ୍ର ତାଙ୍କର ଗୌରବୋଜ୍ଜ୍ୱଳ ସିଂହାସନରେ ବସିବେ, ସେତେବେଳେ ମୋର ଏହି ବାର ଶିଷ୍ୟ ମଧ୍ୟ ବାରଟି ସିଂହାସନରେ ବସି ଇଶ୍ରାୟେଲର ବାର ଗୋଷ୍ଠୀ ଉପରେ ରାଜତ୍ୱ କରିବେ।


Swiv nou:

Piblisite


Piblisite