Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 11:10 - ପବିତ୍ର ବାଇବଲ (CL) NT (BSI)

10 ଏହି ଦୁଇଜଣଙ୍କ ମୃତ୍ୟୁ ଲାଗି ପୃଥିବୀର ଲୋକମାନେ ଆନନ୍ଦିତ ହେବେ, ଆମୋଦ ପ୍ରମୋଦ କରି ପରସ୍ପର ନିକଟକୁ ଉପହାର ପଠାଇବେ; କାରଣ, ସେହି ଭାବବାଦୀମାନଙ୍କ ଯୋଗୁଁ ପୃଥ୍ୱୀବାସୀମାନେ ବଡ଼ ହଇରାଣ ହେଉଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସେତେବେଳେ ପୃଥିବୀ ନିବାସୀମାନେ ସେମାନଙ୍କର ମୃତ୍ୟୁ ସମ୍ଵାଦ ଶୁଣି ଆନନ୍ଦ ଓ ଆମୋଦ-ପ୍ରମୋଦ କରିବେ, ପୁଣି ପରସ୍ପରକୁ ଉପହାର ଦେବେ, କାରଣ ଏହି ଦୁଇ ଭାବବାଦୀ ପୃଥିବୀନିବାସୀମାନଙ୍କୁ ଯନ୍ତ୍ରଣା ଦେଉଥିଲେ,।

Gade chapit la Kopi

ଓଡିଆ ବାଇବେଲ

10 ସେତେବେଳେ ପୃଥିବୀନିବାସୀମାନେ ସେମାନଙ୍କର ମୃତ୍ୟୁସମ୍ବାଦ ଶୁଣି ଆନନ୍ଦ ଓ ଆମୋଦ ପ୍ରମୋଦ କରିବେ ପୁଣି, ପରସ୍ପରକୁ ଉପହାର ଦେବେ, କାରଣ ଏହି ଦୁଇ ଭାବବାଦୀ ପୃଥିବୀନିବାସୀମାନଙ୍କୁ ଯନ୍ତ୍ରଣା ଦେଉଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସେତେବେଳେ ପୃଥିବୀନିବାସୀମାନେ ସେମାନଙ୍କର ମୃତ୍ୟୁ-ସମ୍ବାଦ ଶୁଣି ଆନନ୍ଦ ଓ ଆମୋଦ ପ୍ରମୋଦ କରିବେ ପୁଣି, ପରସ୍ପରକୁ ଉପହାର ଦେବେ, କାରଣ ଏହି ଦୁଇ ଭାବବାଦୀ ପୃଥିବୀନିବାସୀମାନଙ୍କୁ ଯନ୍ତ୍ରଣା ଦେଉଥିଲେ।

Gade chapit la Kopi

ପବିତ୍ର ବାଇବଲ

10 ସେମାନଙ୍କର ମୃତ୍ୟୁରେ ପୃଥିବୀର ଲୋକେ ଖୁସୀ ହେବେ। ସେମାନେ ଭୋଜି କରିବେ ଓ ପରସ୍ପର ଭିତରେ ଉପହାର ଦିଆନିଆ କରିବେ। ସେମାନେ ଏପରି କରିବେ, କାରଣ ଏହି ଦୁଇଜଣ ସାକ୍ଷୀ ପୃଥିବୀବାସୀଙ୍କୁ ବହୁତ ଯନ୍ତ୍ରଣା ଦେଇଥିଲେ।

Gade chapit la Kopi




ପ୍ରକାଶିତ 11:10
29 Referans Kwoze  

ମୋର ଆଦେଶାନୁଯାୟୀ ତୁମ୍ଭେମାନେ ଧୈର୍ଯ୍ୟଶୀଳ ହୋଇ ରହିଛ, ତେଣୁ ପୃଥିବୀବାସୀ ଜନସମୂହକୁ ପରୀକ୍ଷା କରିବା ପାଇଁ ସମଗ୍ର ଜଗତରେ ଯେଉଁ ଦୁର୍ଦ୍ଦଶା ଉପସ୍ଥିତ ହେବାକୁ ଯାଉଛି, ସେଥିରୁ ମୁଁ ତୁମ୍ଭମାନଙ୍କୁ ନିରାପଦରେ ରଖିବି।


ମହାସଭାର ସଦସ୍ୟମାନେ ଏହି କଥା ଶୁଣି ଏତେ ଉତ୍ତ୍ୟକ୍ତ ହେଲେ ଯେ, ସେମାନେ ଶିଷ୍ୟମାନଙ୍କୁ ମାରିଦେବା ପାଇଁ ଚାହିଁଲେ।


କାରଣ ଜଗତ ତୁମକୁ ଘୃଣା କରେ ନାହିଁ। କିନ୍ତୁ ଜଗତ ମୋତେ ଘୃଣା କରେ, କାରଣ ତା’ର କାର୍ଯ୍ୟକଳାପ ମନ୍ଦ ବୋଲି ମୁଁ କହି ଆସୁଛି।


ମୋ’ ଲାଗି ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ; କିନ୍ତିୁ ଯେ କେହି ଶେଷ ପଯ୍ୟନ୍ତ ସ୍ଥିର ରହିବ, ସେ ମୁକ୍ତି ପାଇବ।


ଏବଂ ପ୍ରଥମ ପଶୁର ଉପସ୍ଥିତିରେ ଏହିପରି ବହୁ ଅଲୌକିକ କର୍ମମାନ କରି ପୃଥ୍ୱୀବାସୀ ସମସ୍ତଙ୍କୁ ପ୍ରତାରଣା କଲା। ଖଡ଼୍ଗାହତ ହୋଇ ଆରୋଗ୍ୟ ଲାଭ କରିଥିବା ପ୍ରଥମ ପଶୁଟିର ସମ୍ମାନାର୍ଥେ ତାହାର ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ଦ୍ୱିତୀୟ ପଶୁଟି ଲୋକମାନଙ୍କୁ ଆଦେଶ ଦେଲା।


ପୃଥିବୀର ସୃଷ୍ଟି ପୂର୍ବରୁ ଯେଉଁମାନଙ୍କ ନାମ ବଧ ହୋଇଥିବା ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖାଯାଇଥିଲା, ସେମାନଙ୍କ ବ୍ୟତୀତ ପୃଥିବୀର ଅନ୍ୟ ସମସ୍ତେ ସେହି ପଶୁର ପୂଜା କରିବେ।


ପ୍ରେମ ଅଧର୍ମରେ ଆନନ୍ଦ କରେ ନାହିଁ, ସତ୍ୟରେ ତା’ର ଆନନ୍ଦ। ପ୍ରେମ ସବୁ କିଛି ସହ୍ୟ କରେ।


ମୁଁ ସତ୍ୟ କହୁଛି, ତୁମ୍ଭେମାନେ କ୍ରନ୍ଦନ ଓ ବିଳାପ କରିବ, କିନ୍ତୁ ଜଗତ ଆନନ୍ଦିତ ହେବ। ତୁମେ ଶୋକାର୍ତ୍ତ ହେବ, କିନ୍ତୁ ତୁମର ଶୋକ ଆନନ୍ଦରେ ପରିଣତ ହେବ।


ତାହାପରେ ପଞ୍ଚମ ଦୂତ ତାଙ୍କ ପାତ୍ରଟିକୁ ପଶୁର ସିଂହାସନ ଉପରେ ଢ଼ାଳି ଦେଲେ। ପଶୁର ରାଜ୍ୟ ଉପରେ ଅନ୍ଧକାର ଘୋଟିଗଲା ଏବଂ ଲୋକମାନେ ଯନ୍ତ୍ରଣାରେ ସେମାନଙ୍କ ଜିଭ କାମୁଡ଼ି ପକାଇଲେ।


ପୃଥିବୀରେ ନିକ୍ଷିପ୍ତ ହୋଇଥିବା ଦେଖି ଦ୍ୟାବଳ ଉପରୋକ୍ତ ପୁତ୍ରର ଜନନୀ ସେହି ନାରୀକୁ ଗୋଡ଼ାଇଲା।


Swiv nou:

Piblisite


Piblisite