Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 10:5 - ପବିତ୍ର ବାଇବଲ (CL) NT (BSI)

5 ତା’ପରେ ଯେଉଁ ଦୂତଙ୍କୁ ସମୁଦ୍ର ଓ ଭୂମି ଉପରେ ଠିଆ ହୋଇଥିବା ମୁଁ ଦେଖିଥିଲି, ସେ ତାଙ୍କର ଦକ୍ଷିଣ ହସ୍ତ ସ୍ୱର୍ଗ ଆଡ଼କୁ ଉଠାଇଲେ

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ତତ୍ପରେ ଯେଉଁ ଦୂତଙ୍କୁ ମୁଁ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହେବାର ଦେଖିଥିଲି, ସେ ଆପଣା ଦକ୍ଷିଣ ହସ୍ତ ସ୍ଵର୍ଗ ଆଡ଼େ ଉଠାଇ,

Gade chapit la Kopi

ଓଡିଆ ବାଇବେଲ

5 ତତ୍ପରେ ଯେଉଁ ଦୂତଙ୍କୁ ମୁଁ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହେବାର ଦେଖିଥିଲି, ସେ ଆପଣା ଦକ୍ଷିଣ ହସ୍ତ ସ୍ୱର୍ଗ ଆଡ଼େ ଉଠାଇ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ତତ୍ପରେ ଯେଉଁ ଦୂତଙ୍କୁ ମୁଁ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହେବାର ଦେଖିଥିଲି, ସେ ଆପଣା ଦକ୍ଷିଣ ହସ୍ତ ସ୍ୱର୍ଗ ଆଡ଼େ ଉଠାଇ,

Gade chapit la Kopi

ପବିତ୍ର ବାଇବଲ

5 ତା'ପରେ ସେହି ସ୍ୱର୍ଗଦୂତ ଯେକି ସମୁଦ୍ର ଓ ପୃଥିବୀ ଉପରେ ପାଦଦେଇ ଠିଆ ହୋଇଥିବାର ମୁଁ ଦେଖିଲି, ସେ ତାହାଙ୍କ ଦକ୍ଷିଣ ହସ୍ତ ସ୍ୱର୍ଗକୁ ଉଠାଇଲେ।

Gade chapit la Kopi




ପ୍ରକାଶିତ 10:5
29 Referans Kwoze  

ତାହାପରେ ସପ୍ତମ ଦୂତ ତାଙ୍କ ପାତ୍ରର ସାମଗ୍ରୀକୁ ବାୟୁମଣ୍ଡଳରେ ନିକ୍ଷେପ କଲେ। ତହୁଁ ମନ୍ଦିରରେ ଥିବା ସିଂହାସନରୁ ଉଚ୍ଚ ସ୍ୱରରେ ଗୋଟିଏ ବାଣୀ ଶୁଣାଗଲା: “କାର୍ଯ୍ୟ ସମ୍ପାଦିତ ହୋଇଛି।”


ସେ ଉଚ୍ଚ ସ୍ୱରରେ କହୁଥିଲେ: “ଈଶ୍ୱରଙ୍କୁ ଭୟ କର, ତାଙ୍କ ମହାତ୍ମ୍ୟର ପ୍ରଶଂସା କର, କାରଣ ମନୁଷ୍ୟର ବିଚାର ସମୟ ଉପସ୍ଥିତ। ସ୍ୱର୍ଗ, ପୃଥିବୀ, ସାଗର ଓ ସମସ୍ତ ଜଳରାଶିର ସ୍ରଷ୍ଟାଙ୍କୁ ପୂଜା କର।”


ତାଙ୍କ ହସ୍ତରେ ଏକ କ୍ଷୁଦ୍ର ଖୋଲା ପାଣ୍ଡୁଲିପି ଥିଲା। ସେ ତାଙ୍କର ଡ଼ାହାଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ଭୂମି ଉପରେ ରଖିଥିଲେ।


“ହେ ଆମ୍ଭମାନଙ୍କର ପ୍ରଭୁ ଈଶ୍ୱର! ତୁମେ ହିଁ ଗୌରବ, ସମ୍ଭ୍ରବ ଓ ପରାକ୍ରମର ଭାଜନ, କାରଣ, ତୁମେ ସମସ୍ତ ବିଷୟ ସୃଷ୍ଟି କରିଛ। ନିଜ ଇଚ୍ଛାରେ ସେହି ସମସ୍ତଙ୍କୁ ଅସ୍ତିତ୍ୱ ପ୍ରଦାନ କରିଛ, ପ୍ରାଣୀମାନଙ୍କୁ ସଜୀବ କରିଛ।”


“ତୁମ୍ଭେମାନେ କାହିଁକି ଏହା କରୁଛ? ଆମେ ତୁମ ପରି ମନୁଷ୍ୟ ମାତ୍ର। ତୁମ ନିକଟରେ ଶୁଭ ବାର୍ତ୍ତା ପ୍ରଚାର କରିବା ପାଇଁ ଓ ଏହି ଅସାର ବିଷୟଠାରୁ ନିବୃତ୍ତ ହୋଇ, ଆକାଶ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତା ଜୀବନ୍ତ ଈଶ୍ୱରଙ୍କ ପ୍ରତି ତୁମ୍ଭମାନଙ୍କୁ ଆକୃଷ୍ଟ କରିବା ପାଇଁ ଆମେ ଏଠାକୁ ଆସିଅଛୁ।


ପ୍ରାଣୀମାନେ ସିଂହାସନୋପବିଷ୍ଟ ସେହି ଚିରଞ୍ଜୀବୀ ବ୍ୟକ୍ତିଙ୍କୁ ଗୌରବ, ସମ୍ଭ୍ରମ ଓ ଧନ୍ୟବାଦ ଦେଇ ତାଙ୍କର ସ୍ତୁତିଗାନ କରୁଥିବା ସମୟରେ


ମୁଁ ସ୍ୱୟଂଜୀବୀ; ମୃତ୍ୟୁ ବରଣ କରିଥିଲି, କିନ୍ତୁ ମୁଁ ଏବେ ଜୀବିତ - ଅନନ୍ତ କାଳ ଜୀବିତ ରହିବି। ମୃତ୍ୟୁ ଓ ପରଲୋକର ଚାବି ମୋ’ ହାତରେ ଅଛି।


ଅବ୍ରାହାମଙ୍କୁ ଈଶ୍ୱର ଯେତେବେଳେ ପ୍ରତିଶ୍ରୁତି ଦେଲେ, ସେତେବେଳେ ସେ ତାଙ୍କର ପ୍ରତିଶ୍ରୁତି ରକ୍ଷା କରିବେ ବୋଲି ଶପଥ କରିଥିଲେ। ତାଙ୍କ ଅପେକ୍ଷା ଶ୍ରେଷ୍ଠ କେହି ନ ଥିବାରୁ ସେ ନିଜ ନାମରେ ଶପଥ କରିଥିଲେ।


ଈଶ୍ୱର ଜଗତକୁ ସୃଷ୍ଟି କରିବା ସମୟରୁ, ତାଙ୍କ ଅଦୃଶ୍ୟ ଗୁଣାବଳୀ ଯଥା ତାଙ୍କର ଅଲୌକିକ ପ୍ରକୃତି ଓ ଚିରନ୍ତନ ଶକ୍ତି ସ୍ପଷ୍ଟରୂପେ ପ୍ରକାଶ ପାଇ ଆସିଛି - ତାହା ସୃଷ୍ଟ ବିଷୟମାନଙ୍କରେ ତାହା ଉପଲବ୍ଧି କରି ହୁଏ। ତେଣୁ ସେମାନେ ଜାଣି ନାହାନ୍ତି ବୋଲି ଆଳ ଦେଖାଇ ପାରିବେ ନାହିଁ।


ମୁଁ ଆପଣମାନଙ୍କ ନଗର ବୁଲି ଦେଖିଲାବେଳେ ଆପଣମାନଙ୍କର ପୂଜାସ୍ଥଳୀକୁ ଲକ୍ଷ୍ୟ କଲି। ଗୋଟିଏ ଯଜ୍ଞ ବେଦୀ ଉପରେ “ଏକ ଅଜ୍ଞାତ ଈଶ୍ୱରଙ୍କ ଉଦ୍ଦେଶ୍ୟରେ’, ଲେଖାଥିବା ମଧ୍ୟ ଦେଖିଲି। ଆପଣମାନେ ନ ଜାଣି ଯାହାଙ୍କୁ ପୂଜା କରୁଛନ୍ତି, ବର୍ତ୍ତମାନ ତାଙ୍କ କଥା ଆପଣମାନଙ୍କ ନିକଟରେ ପ୍ରଚାର କରିବାକୁ ଯାଉଛି।


Swiv nou:

Piblisite


Piblisite