Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 10:11 - ପବିତ୍ର ବାଇବଲ (CL) NT (BSI)

11 ତାହାପରେ କେହି ମୋତେ କହିଲେ, “ଅନେକ ଦେଶ, ଜାତି, ଭାଷାଭାଷୀ ଓ ରାଜାମାନଙ୍କ ସମ୍ପର୍କରେ ଈଶ୍ୱରଙ୍କ ବାର୍ତ୍ତା ତୁମେ ଯାଇ ପୁନର୍ବାର ଘୋଷଣା କର।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତତ୍ପରେ ମୋତେ କୁହାଗଲା, ଅନେକ ବଂଶ, ଜାତି, ଭାଷାବାଦୀ ଓ ରାଜାଙ୍କ ବିରୁଦ୍ଧରେ ତୁମ୍ଭକୁ ପୁନର୍ବାର ଭାବବାଣୀ କହିବାକୁ ହେବ।

Gade chapit la Kopi

ଓଡିଆ ବାଇବେଲ

11 ତତ୍ପରେ ମୋତେ କୁହାଗଲା, ଅନେକ ଗୋଷ୍ଠୀ, ଜାତି, ଭାଷାବାଦୀ ଓ ରାଜାଙ୍କ ବିରୁଦ୍ଧରେ ତୁମ୍ଭକୁ ପୁନର୍ବାର ଭାବବାଣୀ କହିବାକୁ ହେବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତତ୍ପରେ ମୋତେ କୁହାଗଲା, ଅନେକ ଲୋକ, ଜାତି, ଭାଷାବାଦୀ ଓ ରାଜାଙ୍କ ବିରୁଦ୍ଧରେ ତୁମ୍ଭକୁ ପୁନର୍ବାର ଭାବବାଣୀ କହିବାକୁ ହେବ।

Gade chapit la Kopi

ପବିତ୍ର ବାଇବଲ

11 ତା'ପରେ ସେମାନେ ମୋତେ କହିଲେ, “ଅନେକ ଦେଶ, ଜାତି, ଭାଷା ଓ ରାଜାମାନଙ୍କ ବିଷୟରେ ତୁମ୍ଭକୁ ଆହୁରି ଭବିଷ୍ୟ‌‌ଦ୍‌‌‌‌ବାଣୀ କହିବାକୁ ପଡ଼ିବ।”

Gade chapit la Kopi




ପ୍ରକାଶିତ 10:11
13 Referans Kwoze  

ଦୂତ ମୋତେ ଆହୁରି କହିଲେ, “ତୁମେ ଯେଉଁ ଜଳରାଶି ଦେଖିଲ, ଯାହା ଉପରେ ସେହି ବେଶ୍ୟା ବସିଛି, ତାହା ହେଉଛି ଭିନ୍ନ ରାଷ୍ଟ୍ର, ଜାତି, ଗୋଷ୍ଠୀ ଓ ଭାଷାଭାଷୀଙ୍କର ସମାବେଶ।


ତା’ପରେ ମୁଁ ପୁଣି ଦେଖିଲି, ଆଉ ଜଣେ ସ୍ୱର୍ଗଦୂତ ଆକାଶରେ ଅତି ଉଚ୍ଚରେ ଉଡ଼ି ଉଡ଼ି, ପୃଥିବୀର ସମସ୍ତ ଜାତି, ଗୋଷ୍ଠୀ, ଭାଷାଭାଷୀ ଓ ରାଷ୍ଟ୍ରର ଲୋକମାନଙ୍କ ନିକଟରେ ଈଶ୍ୱରଙ୍କ ସେହି ଚିରନ୍ତନ ଶୁଭବାର୍ତ୍ତା ନିକଟରେ ଈଶ୍ୱରଙ୍କ ସେହି ଚିରନ୍ତନ ଶୁଭବାର୍ତ୍ତା ଘୋଷଣା କରୁଛନ୍ତି।


ସମସ୍ତ ଦେଶ, ଗୋଷ୍ଠୀ, ଭାଷାଭାଷୀ ଓ ଜାତିର ଲୋକମାନେ ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସେହି ଶବଗୁଡ଼ିକୁ ଦେଖିବେ ଏବଂ ସେଗୁଡ଼ିକୁ ସମାଧି ଦେବା ପାଇଁ ଛାଡ଼ିବେ ନାହିଁ।


ସେମାନେ ଗୋଟିଏ ନୂଆ ଗୀତ ଗାଇଥିଲେ: “ପାଣ୍ଡୁଲିପି ଗ୍ରହଣ କରି ତାହାର ମୋହର ଭାଙ୍ଗିବାକୁ ତୁମେ ହିଁ ଯୋଗ୍ୟ: କାରଣ ତୁମେ ନିହତ ହୋଇଥିଲ ଏବଂ ତୁମ ମୃତ୍ୟୁ ଦ୍ୱାରା, ସମସ୍ତ ଗୋଷ୍ଠୀ, ଭାଷାବାଦୀ, ରାଷ୍ଟ୍ର ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଛ।


ମୁଁ ସେହି କ୍ଷୁଦ୍ର ପାଣ୍ଡୁଲିପିଟି ତାଙ୍କ ହାତରୁ ନେଇ ଭୋଜନ କଲି। ତାହା ମୋ’ ପାଟିରେ ମହୁ ପରି ମିଠା ଲାଗିଲା, ମାତ୍ର ଗିଳି ଦେବା ମାତ୍ରେ ପେଟ ଭିତର ପିତା ହୋଇଗଲା।


ତାହାପରେ କେହି ଜଣେ ମାପକାଠି ପରି ଖଣ୍ଡିଏ ଯଷ୍ଟି ମୋତେ ଦେଇ କହିଲେ, “ଯାଅ ଈଶ୍ୱରଙ୍କ ମନ୍ଦିର ଓ ବେଦୀ ମାପ କର ଏବଂ ମନ୍ଦିରରେ ଉପାସକମାନଙ୍କର ସଂଖ୍ୟା ଗଣନା କର।


ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ପତନ ହୋଇ ସାରିଛି। ଜଣେ ଏବେ ରାଜତ୍ୱ କରୁଛି, ଅନ୍ୟଜଣକ ଏ ପର୍ଯ୍ୟନ୍ତ ଆସି ନାହିଁ। ସେ ଆସି କେବଳ ଅଳ୍ପ ସମୟ ପର୍ଯ୍ୟନ୍ତ ରାଜତ୍ୱ କରିବ


“ତୁମେ ଦେଖିଥିବା ଦଶଟି ଶୃଙ୍ଗ, ଦଶଟି ରାଜାଙ୍କର ପ୍ରତୀକ, ସେମାନେ ଏ ପର୍ଯ୍ୟନ୍ତ ରାଜତ୍ୱ କରି ନାହାଁନ୍ତି। କିନ୍ତୁ ପଶୁ ସଙ୍ଗରେ ରାଜତ୍ୱ କରିବା ନିମନ୍ତେ ଗୋଟିଏ ଘଣ୍ଟା ପାଇଁ ସେମାନଙ୍କୁ କ୍ଷମତା ଦିଆଯିବ।


Swiv nou:

Piblisite


Piblisite