Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 10:1 - ପବିତ୍ର ବାଇବଲ (CL) NT (BSI)

1 ତାହାପରେ ମୁଁ ଦେଖିଲି, ଆଉ ଜଣେ ପରାକ୍ରାନ୍ତ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସୁଛନ୍ତି। ସେ ମେଘରେ ଆଚ୍ଛାଦିତ ହୋଇଥିଲେ ଏବଂ ମେଘଧନୁ ତାଙ୍କ ମସ୍ତକକୁ ଘେରି ରହିଥିଲା। ତାଙ୍କର ମୁଖ ସୂର୍ଯ୍ୟ ପରି ଏବଂ ପାଦଦ୍ୱୟ ଅଗ୍ନି ସ୍ତମ୍ଭ ପରି ଦେଖାଯାଉଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ତତ୍ପରେ ମୁଁ ଆଉ ଜଣେ ପରାକ୍ରମୀ ଦୂତଙ୍କୁ ସ୍ଵର୍ଗରୁ ଅବତରଣ କରିବାର ଦେଖିଲି; ସେ ମେଘବେଷ୍ଟିତ, ତାହାଙ୍କ ମସ୍ତକ ଉପରେ ମେଘଧନୁ, ତାହାଙ୍କ ମୁଖ ସୂର୍ଯ୍ୟ ସଦୃଶ ଓ ପାଦ ଅଗ୍ନିସ୍ତମ୍ଭ ତୁଲ୍ୟ ;

Gade chapit la Kopi

ଓଡିଆ ବାଇବେଲ

1 ତତ୍ପରେ ମୁଁ ଆଉ ଜଣେ ପରାକ୍ରମୀ ଦୂତଙ୍କୁ ସ୍ୱର୍ଗରୁ ଅବତରଣ କରିବାର ଦେଖିଲି; ସେ ମେଘବେଷ୍ଟିତ, ତାହାଙ୍କ ମସ୍ତକ ଉପରେ ମେଘଧନୁ, ତାହାଙ୍କ ମୁଖ ସୂର୍ଯ୍ୟ ସଦୃଶ ଓ ପାଦ ଅଗ୍ନିସ୍ତମ୍ଭ ତୁଲ୍ୟ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ତତ୍ପରେ ମୁଁ ଆଉ ଜଣେ ପରାକ୍ରମୀ ଦୂତଙ୍କୁ ସ୍ୱର୍ଗରୁ ଅବତରଣ କରିବାର ଦେଖିଲି; ସେ ମେଘବେଷ୍ଟିତ, ତାହାଙ୍କ ମସ୍ତକ ଉପରେ ମେଘଧନୁ, ତାହାଙ୍କ ମୁଖ ସୂର୍ଯ୍ୟ ସଦୃଶ ଓ ପାଦ ଅଗ୍ନିସ୍ତମ୍ଭ ତୁଲ୍ୟ;

Gade chapit la Kopi

ପବିତ୍ର ବାଇବଲ

1 ତା'ପରେ ମୁଁ ଜଣେ ଶକ୍ତିଶାଳୀ ଦୂତଙ୍କୁ ସ୍ୱର୍ଗରୁ ଆସିବାର ଦେଖିଲି। ସେ ମେଘ ଦ୍ୱାରା ଆଚ୍ଛାଦିତ ଥିଲେ। ତାହାଙ୍କ ମସ୍ତକରେ ମେଘଧନୁ ଶୋଭା ପାଉଥିଲା। ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ପାଦ ଦୁଇଟି ଅଗ୍ନିସ୍ତମ୍ଭ ସଦୃଶ ଥିଲା।

Gade chapit la Kopi




ପ୍ରକାଶିତ 10:1
28 Referans Kwoze  

ଶିଷ୍ୟମାନେ ଦେଖୁ ଦେଖୁ ଯୀଶୁଙ୍କର ଗୋଟିଏ ଅପୂର୍ବ ପରିବର୍ତ୍ତନ ହେଲା। ତାଙ୍କ ମୁଖ ସୂର୍ଯ୍ୟପରି ଉଜ୍ଜ୍ୱଳ ହେଲା ଏବଂ ତାଙ୍କ ପୋଷାକ ଆଲୋକ ପରି ଶୁଭ୍ର ଦେଖାଗଲା।


ପୁଣି ମୁଁ ଦେଖିଲି, ଜଣେ ମହାପରାକ୍ରାନ୍ତ ସ୍ୱର୍ଗଦୂତ ଉଚ୍ଚ ସ୍ୱରରେ ଘୋଷଣା କରି କହୁଛନ୍ତି: “ମୋହରଗୁଡ଼ିକ ଭାଙ୍ଗି ଏହି ପାଣ୍ଡୁଲିପିଟିକୁ ଖୋଲିବା ପାଇଁ କେହି ଯୋଗ୍ୟ ବ୍ୟକ୍ତି ଥିଲେ, ବାହାରି ଆସନ୍ତୁ।”


ତାଙ୍କର ମୁଖ ହୀରା ଓ ମାଣିକ୍ୟ ପରି ଝଟକୁ ଥିଲା ଓ ସିଂହାସନକୁ ମର୍କତ ମଣି ସଦୃଶ ଗୋଟିଏ ଇନ୍ଦ୍ରଧନୁ ବେଷ୍ଟନ କରି ରହିଥିଲା।


ତା’ପରେ ମୁଁ ଚାହିଁ ଦେଖିଲି, ଆକାଶର ବହୁ ଉଚ୍ଚରେ ଗୋଟିଏ ଉକ୍ର୍ରୋଶ ପକ୍ଷୀ ଉଡ଼ି ଉଡ଼ି ଉଚ୍ଚ ସ୍ୱରରେ କହୁଛି, “ହାୟ! କି ଭୟଙ୍କର! ଅନ୍ୟ ତିନି ଜଣ ଦୂତ ତୂରୀ ବଜାଇବା ସମୟରେ ପୃଥ୍ୱୀବାସୀଙ୍କ ଅବସ୍ଥା କେଡ଼େ ସାଙ୍ଘାତିକ ନ ହେବ!”


ଦେଖ, ସେ ମେଘମାଳାରେ ଆସୁଅଛନ୍ତି - ପୃଥିବୀବାସୀ ସମସ୍ତେ ତାଙ୍କୁ ଦେଖିବେ; ଏପରି କି ଯେଉଁମାନେ ତାଙ୍କୁ ବଦ୍ଧ କରିଥିଲେ, ସେମାନେ ମଧ୍ୟ ତାଙ୍କୁ ଦେଖି ଭୟବିହ୍ୱଳ ହୋଇ ବିଳାପ କରିବେ। ଏ ସବୁ ନିଶ୍ଚୟ ଘଟିବ - ଆମେନ୍।


ହେ ରାଜନ୍, ହଠାତ୍ ଦିନେ ମଧ୍ୟାହ୍ନ ସମୟରେ ରାଜପଥ ଉପରେ ମୁଁ ସୂର୍ଯ୍ୟାଲୋକଠାରୁ ଏକ ଅଧିକ ତେଜୋମୟ ଆଲୋକ ଦେଖିଲି, ଆକାଶରୁ ସେହି ଆଲୋକ ଆସି ମୋର ଓ ମୋ’ ସହଯାତ୍ରୀମାନଙ୍କ ଚତୁର୍ଦ୍ଦିଗରେ ଉଦ୍ଭାସିତ ହେଲା।


ତା’ପରେ ମନୁଷ୍ୟପୁତ୍ର ମହାପରାକ୍ରମ ଓ ଗୌରବରେ ମେଘମାଳା ମଧ୍ୟରେ ଆସିବେ।


ତାହାପରେ ମୁଁ ଆଉ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବା ଦେଖିଲି। ସେ ମହାକ୍ଷମତାପନ୍ନ ଥିଲେ ଓ ତାଙ୍କର କାନ୍ତି ସମଗ୍ର ପୃଥିବୀକୁ ଉଜ୍ଜ୍ୱଳ କରୁଥିଲା।


ତା’ପରେ ଜଣେ ପ୍ରବଳ ପ୍ରତାପୀ ଦୂତ ଚକି ପରି ଗୋଟିଏ ବୃହତ୍ ଶିଳାଖଣ୍ଡ ନେଇ ସମୁଦ୍ରରେ ନିକ୍ଷେପ କଲେ ଓ କହିଲେ, “ମହାନଗରୀ ବାବିଲନ୍ ଏହିପରି ଭାବରେ ନିକ୍ଷିପ୍ତ ହେବ ଓ ତାକୁ ଆଉ କେହି କେବେ ଦେଖି ପାରିବେ ନାହିଁ।


ତାହାପରେ ମୁଁ ଆଉ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସୁଥିବା ଦେଖିଲି। ତାଙ୍କ ହାତରେ ପାତାଳପୁରୀର ଚାବି ଓ ଏକ ଓଜନିଆ ଜଞ୍ଜିର ଥିଲା।


Swiv nou:

Piblisite


Piblisite