Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 1:6 - ପବିତ୍ର ବାଇବଲ (CL) NT (BSI)

6 ଏବଂ ତାଙ୍କ ପିତା ଈଶ୍ୱରଙ୍କର ସେବା କରିବା ନିମନ୍ତେ ଆମକୁ ଏକ ଯାଜକକୁଳ କରିଛନ୍ତି। ସମସ୍ତ ଗୌରବ ଓ ପରାକ୍ରମ ସଦାସର୍ବଦା ଯୀଶୁ ଖ୍ରୀଷ୍ଟଙ୍କର ହେଉ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପୁଣି ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ କରି ଆପଣା ଈଶ୍ଵର ଓ ପିତାଙ୍କ ନିକଟରେ ଯାଜକ ସ୍ଵରୂପେ ନିଯୁକ୍ତ କରିଅଛନ୍ତି, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ। ଆମେନ୍।

Gade chapit la Kopi

ଓଡିଆ ବାଇବେଲ

6 ପୁଣି, ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ ପରି ଆପଣା ଈଶ୍ୱର ଓ ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତି କରିଅଛନ୍ତି, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ । ଆମେନ୍ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପୁଣି, ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ ପରି ଆପଣା ଈଶ୍ବର ଓ ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତ କରିଅଛନ୍ତି, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ। ଆମେନ୍‍।

Gade chapit la Kopi

ପବିତ୍ର ବାଇବଲ

6 ଯୀଶୁ ଆମ୍ଭମାନଙ୍କୁ ଗୋଟିଏ ରାଜ୍ୟ ସ୍ୱରୂପ କରିଛନ୍ତି ଓ ସେ ଆମ୍ଭମାନଙ୍କୁ ତାହାଙ୍କ ପିତା ପରମେଶ୍ୱରଙ୍କର ସେବାରେ ଯାଜକ ରୂପେ ନିଯୁକ୍ତ କରିଛନ୍ତି। ତାହାଙ୍କର ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ। ଆମେନ୍।

Gade chapit la Kopi




ପ୍ରକାଶିତ 1:6
23 Referans Kwoze  

ପୁଣି ଈଶ୍ୱରଙ୍କର ସେବା କରିବା ନିମନ୍ତେ ସେମାନଙ୍କୁ ଏକ ଯାଜକ ଗୋଷ୍ଠୀରେ ପରିଣତ କରିଅଛ ଏବଂ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ।”


ମୃତ ବ୍ୟକ୍ତିମାନଙ୍କର ଏହି ପ୍ରଥମ ପୁନରୁତ୍ଥାନରେ ଯେଉଁମାନେ ଅନ୍ତର୍ଭୁକ୍ତ, ସେମାନେ କେଡ଼େ ଭାଗ୍ୟବାନ। ସେମାନେ କେଡ଼େ ସୁଖୀ! ସେମାନଙ୍କୁ ଆଉ ଦ୍ୱିତୀୟ ଥର ମୃତ୍ୟୁଭୋଗ କରିବାକୁ ପଡ଼ିବ ନାହିଁ। ସେମାନେ ଈଶ୍ୱରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିବେ।


ସମସ୍ତ ପ୍ରତିଦାନ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ; ସମସ୍ତ ବିଷୟର ଅସ୍ତିତ୍ୱ ତାଙ୍କ ନିମନ୍ତେ ଓ ତାଙ୍କଠାରେ ନିହିତ। ଯୁଗେ ଯୁଗେ ଈଶ୍ୱର ମହିମାନ୍ୱିତ ହୁଅନ୍ତୁ।


“ହେ ଆମ୍ଭମାନଙ୍କର ପ୍ରଭୁ ଈଶ୍ୱର! ତୁମେ ହିଁ ଗୌରବ, ସମ୍ଭ୍ରବ ଓ ପରାକ୍ରମର ଭାଜନ, କାରଣ, ତୁମେ ସମସ୍ତ ବିଷୟ ସୃଷ୍ଟି କରିଛ। ନିଜ ଇଚ୍ଛାରେ ସେହି ସମସ୍ତଙ୍କୁ ଅସ୍ତିତ୍ୱ ପ୍ରଦାନ କରିଛ, ପ୍ରାଣୀମାନଙ୍କୁ ସଜୀବ କରିଛ।”


କିନ୍ତୁ ଆମ ପ୍ରଭୁ ଓ ତ୍ରାଣକର୍ତ୍ତାଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ତୁମ୍ଭେମାନେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଚିରକାଳ ତାଙ୍କର ଗୌରବ ହେଉ, ଆମେନ୍।


ଆମର ସେହି ଏକମାତ୍ର ତ୍ରାଣକର୍ତ୍ତା ଈଶ୍ୱରଙ୍କ ଗୌରବ, ପରାକ୍ରମ ଓ କତ୍ତୃତ୍ୱ; ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନାଦି କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓ ଯୁଗେ ଯୁଗେ ବିରାଜମାନ ହେଉ। ଆମେନ୍।


ଯେ ପ୍ରଚାର କରେ, ସେ ଈଶ୍ୱରଙ୍କ ବର୍ତ୍ତା ପ୍ରଚାର କରୁ। ଯେ ସେବା କରେ, ଈଶ୍ୱରତାକୁ ଦେଇଥିବା ଶକ୍ତି ଅନୁସାରେ ସେ ସେବା କରୁ। ତା’ ହେଲେ, ଈଶ୍ୱର ସବୁ ବିଷୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଗୌରବାନ୍ୱିତ ହେବେ। ଯୁଗେ ଯୁଗେ ମହିମା ସ ପରାକ୍ରମ ତାହାଙ୍କର।


ପୁଣି ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ହିଁ ପ୍ରଭୁ ବୋଲି ପ୍ରକାଶ୍ୟରେ ସ୍ୱୀକାର କରି ପିତା ଈଶ୍ୱରଙ୍କୁ ଗୌରବାନ୍ୱିତ କରିବେ।


ସମସ୍ତେ ମିଳିତ ଭାବରେ ଏକ ସ୍ୱରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପିତା ଈଶ୍ୱରଙ୍କ ପ୍ରଶଂସା କର।


ତାହାହେଲେ ପିତା ଯେପରି ସମ୍ମାନିତ ହେବେ- ଯେ ପୁତ୍ରଙ୍କୁ ସମ୍ମାନ ଦିଏ ନାହିଁ, ତାଙ୍କ ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସେ ସମ୍ମାନିତ କରେ ନାହିଁ।


ଆମକୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ଦିଅ ନାହିଁ। ମନ୍ଦ ଶକ୍ତିର କବଳରୁ ଆମକୁ ରକ୍ଷା କର। (କାରଣ ରାଜତ୍ୱ, ପରାକ୍ରମ, ଗୌରବ ଯୁଗେ ଯୁଗେ ତୁମର, ଆମେନ୍।)


ସେ କେବଳ ଅମର; ମନୁଷ୍ୟର ଅଗମ୍ୟ ଆଲୋକ ରାଜ୍ୟରେ ସେ ବାସ କରନ୍ତି; କେହି ତାଙ୍କୁ କେବେ ଦେଖି ନାହିଁ; କେହି କେବେ ଦେଖି ପାରିବ ନାହିଁ। ତାଙ୍କର ଗୌରବ ଓ ଶାଶ୍ୱତ ରାଜ୍ୟ ଯୁଗେ ଯୁଗେ ଅକ୍ଷୁର୍ଣ୍ଣ ରହୁ।


ଯୁଗେ ଯୁଗେ ରାଜତ୍ୱ ତାଙ୍କର ହେଉ।


ମୁଁ ଯୋହନ, ତୁମର ଜଣେ ଭାଇ, ଯୀଶୁଙ୍କର ଶିଷ୍ୟ ସ୍ୱରୂପେ ତାଙ୍କ ରାଜ୍ୟର ଲୋକମାନଙ୍କ ଉପରେ ହେଉଥିବା ଦୌରାତ୍ମ୍ୟ ଧୈର୍ଯ୍ୟର ସହିତ ସହ୍ୟ କରିବା ପାଇଁ ମୁଁ ତୁମ୍ଭମାନଙ୍କର ଜଣେ ଅଂଶୀଦାର। ଯୀଶୁ ପ୍ରକାଶ କରିଥିବା ସତ୍ୟ ଓ ଈଶ୍ୱରଙ୍କ ବାକ୍ୟ ଘୋଷଣା କରିବା ଯୋଗୁଁ ମୁଁ ପାତ୍ମସ୍ ଦ୍ୱୀପକୁ ନିର୍ବାସିତ ହୋଇଥିଲି।


Swiv nou:

Piblisite


Piblisite