Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 1:16 - ପବିତ୍ର ବାଇବଲ (CL) NT (BSI)

16 ସେ ତାଙ୍କ ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧରିଥିଲେ ଏବଂ ଗୋଟିଏ ତୀକ୍ଷ୍ଣ ଦ୍ୱିଧାର ଖଡ଼୍ଗ ତାଙ୍କ ମୁଖରୁ ନିଷ୍କାସିତ ହେଲା। ତାଙ୍କର ମୁଖ ମଧ୍ୟାହ୍ନର ସୂର୍ଯ୍ୟ ପରି ତେଜୋମୟ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ମ ଦ୍ଵିଧାର ଖଡ଼୍‍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜୋମୟ ଥିଲା।

Gade chapit la Kopi

ଓଡିଆ ବାଇବେଲ

16 ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ଼୍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜୋମୟ ଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜୋମୟ ଥିଲା।

Gade chapit la Kopi

ପବିତ୍ର ବାଇବଲ

16 ସେ ତାହାଙ୍କ ଡାହାଣ ହାତରେ ସାତୋଟି ନକ୍ଷତ୍ର ଧରିଥିଲେ। ତାହାଙ୍କ ମୁଖ ଭିତରୁ ତୀ‌କ୍ଷ୍‌ଣ ଦୁଇଧାର ଯୁକ୍ତ ଖ‌‌ଡ଼୍‌ଗ ବାହାରି ଆସିଲା। ସେ ମଧ୍ୟାହ୍ନ ସୂର୍ଯ୍ୟଭଳି ତେଜୋମୟ ଦେଖାଯାଉଥିଲେ।

Gade chapit la Kopi




ପ୍ରକାଶିତ 1:16
26 Referans Kwoze  

ଈଶ୍ୱରଙ୍କ ବାଣୀ ଜୀବନ୍ତ ସକ୍ରିୟ। ତାହା ଦୁଇ ଧାରଯୁକ୍ତ ଖଣ୍ଡ ଅପେକ୍ଷା ଅଧିକ ଶାଣିତ; ଆତ୍ମା ଓ ପ୍ରାଣି ତଥା ଗୁଣ୍ଠି ଓ ମଜ୍ଜାର ପରିଭେଦକ, ପୁଣି ମନୁଷ୍ୟ ହୃଦୟର ଅଭିଳାଷ ଓ କଳ୍ପନର ବିଚାରକ।


ତୁମ ପାପ ପରିତ୍ୟାଗ କର; ନଚେତ୍ ମୁଁ ଶୀଘ୍ର ତୁମ ନିକଟକୁ ଆସି ମୋର ମୁଖନିସୃତ ଖଡ଼୍ଗ ଦ୍ୱାରା ସେହି ଦୁରାଚାରୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି।


ତାଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଡ଼୍ଗ ନିଷ୍କାସିତ ହୋଇଥିଲା। ତାହା ସାହାଯ୍ୟରେ ସେ ପୃଥିବୀର ସମସ୍ତ ଜାତିକୁ ପରାସ୍ତ କରିବେ। ପୁଣି ସେମାନଙ୍କୁ ସେ ଲୌହଦଣ୍ଡରେ ଶାସନ କରିବେ ଏବଂ ସର୍ବଶକ୍ତିମାନ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁ ସେ ପେଷଣ କୁଣ୍ଡରେ ନିଜେ ଦଳି ସୁରା ବାହାର କରିବେ।


“ପର୍ଗାମମ୍ ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ଯାହାଙ୍କ ନିକଟରେ ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ଅଛି, ତାଙ୍କର ଏହି ବାର୍ତ୍ତା।


ପରିତ୍ରାଣରୂପୀ ଶିରସ୍ତ୍ରାଣ ଓ ପବିତ୍ରଆତ୍ମାଦତ୍ତ ଈଶ୍ୱରଙ୍କ ବାକ୍ୟରୂପ ଖଡ଼୍ଗ ଧାରଣ କର।


ପୁଣି ସେମାନଙ୍କର ସୈନ୍ୟବାହିନୀ ଅଶ୍ୱାରୋହୀ ମୁଖନିସୃତ ଖଡ଼୍ଗ ଦ୍ୱାରା ନିହତ ହେଲେ; ଆକାଶର ପକ୍ଷୀମାନେ ମନଇଚ୍ଛା ସେମାନଙ୍କର ମାଂସ ଖାଇଗଲେ।


ଶିଷ୍ୟମାନେ ଦେଖୁ ଦେଖୁ ଯୀଶୁଙ୍କର ଗୋଟିଏ ଅପୂର୍ବ ପରିବର୍ତ୍ତନ ହେଲା। ତାଙ୍କ ମୁଖ ସୂର୍ଯ୍ୟପରି ଉଜ୍ଜ୍ୱଳ ହେଲା ଏବଂ ତାଙ୍କ ପୋଷାକ ଆଲୋକ ପରି ଶୁଭ୍ର ଦେଖାଗଲା।


ମୋର ଡ଼ାହାଣ ହାତରେ ଥିବା ସପ୍ତ ନକ୍ଷତ୍ର ଓ ଏହି ସପ୍ତ ସୁବର୍ଣ୍ଣ ପ୍ରଦୀପର ରହସ୍ୟ ହେଉଛି, ନକ୍ଷତ୍ରମାନେ ସପ୍ତ ମଣ୍ଡଳୀର ଦେବଦୂତ ଏବଂ ପ୍ରଦୀପଗୁଡ଼ିକ ସପ୍ତ ମଣ୍ଡଳୀ।


“ସାର୍ଦ୍ଦିସ୍ରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ। “ଈଶ୍ୱରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରିଥିବା ବ୍ୟକ୍ତିଙ୍କଠାରୁ ଏହି ବାର୍ତ୍ତା। ମୁଁ ତୁମର କାର୍ଯ୍ୟକଳାପ ଜାଣେ; ତୁମ୍ଭେମାନେ ମୃତ ହୋଇଥିଲେ ମଧ୍ୟ ଜୀବିତ ଅଛ ବୋଲି ଖ୍ୟାତି ଲାଭ କରିଛ।


ହେ ରାଜନ୍, ହଠାତ୍ ଦିନେ ମଧ୍ୟାହ୍ନ ସମୟରେ ରାଜପଥ ଉପରେ ମୁଁ ସୂର୍ଯ୍ୟାଲୋକଠାରୁ ଏକ ଅଧିକ ତେଜୋମୟ ଆଲୋକ ଦେଖିଲି, ଆକାଶରୁ ସେହି ଆଲୋକ ଆସି ମୋର ଓ ମୋ’ ସହଯାତ୍ରୀମାନଙ୍କ ଚତୁର୍ଦ୍ଦିଗରେ ଉଦ୍ଭାସିତ ହେଲା।


ଅନନ୍ତର ଆକାଶରେ ଏକ ଅଦ୍ଭୁତ ଦୃଶ୍ୟ ଦେଖାଗଲା। ଜଣେ ନାରୀ ଚନ୍ଦ୍ର ଉପରେ ଠିଆ ହୋଇଥିଲେ ଓ ସୂର୍ଯ୍ୟ ରଶ୍ମି ପରିଧାନ କରିଥିଲେ। ତାହାଙ୍କ ମସ୍ତକରେ ଦ୍ୱାଦଶ ନକ୍ଷତ୍ର ଖଚିତ ଏକ ମୁକୁଟ ଥିଲା।


ତାହାପରେ ମୁଁ ଦେଖିଲି, ଆଉ ଜଣେ ପରାକ୍ରାନ୍ତ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସୁଛନ୍ତି। ସେ ମେଘରେ ଆଚ୍ଛାଦିତ ହୋଇଥିଲେ ଏବଂ ମେଘଧନୁ ତାଙ୍କ ମସ୍ତକକୁ ଘେରି ରହିଥିଲା। ତାଙ୍କର ମୁଖ ସୂର୍ଯ୍ୟ ପରି ଏବଂ ପାଦଦ୍ୱୟ ଅଗ୍ନି ସ୍ତମ୍ଭ ପରି ଦେଖାଯାଉଥିଲା।


“ଏଫିସସ୍ ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ: “ଯାହାଙ୍କର ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଓ ଯେ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ବିଚରଣ କରନ୍ତି, ତାଙ୍କର ଏହି ବାର୍ତ୍ତା।


Swiv nou:

Piblisite


Piblisite