Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 1:15 - ପବିତ୍ର ବାଇବଲ (CL) NT (BSI)

15 ତାଙ୍କ ପାଦ ଦୁଇଟି ଅଗ୍ନିରେ ଶୁଦ୍ଧ ପିତ୍ତଳ ପରି ଝଟକୁ ଥିଲା ଏବଂ ତାଙ୍କର କଣ୍ଠସ୍ୱର ଜଳପ୍ରପାତ ପରି ନିନାଦିତ ହେଉଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ତାହାଙ୍କ ପାଦ ଭାଟୀରେ ପରିଷ୍କୃତ ଉଜ୍ଜ୍ଵଳ ପିତ୍ତଳ ତୁଲ୍ୟ ଓ ତାହାଙ୍କ ସ୍ଵର ମହା ଜଳକଲ୍ଲୋଳର ସଦୃଶ।

Gade chapit la Kopi

ଓଡିଆ ବାଇବେଲ

15 ତାହାଙ୍କ ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ ପିତଳ ତୁଲ୍ୟ ଓ ତାହାଙ୍କ ସ୍ୱର ମହା ଜଳକଲ୍ଲୋଳର ସଦୃଶ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ତାହାଙ୍କ ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ ପିତଳ ତୁଲ୍ୟ ଓ ତାହାଙ୍କ ସ୍ୱର ମହା ଜଳକଲ୍ଲୋଳର ସଦୃଶ।

Gade chapit la Kopi

ପବିତ୍ର ବାଇବଲ

15 ତାହାଙ୍କ ପାଦ ଯେପରି, ପିତ୍ତଳ ନିଆଁ ଭାଟିରେ ଦେଖାଯାଏ ସେହିପରି ଶୁଦ୍ଧ ଦେଖାଯାଉଥିଲା। ତାହାଙ୍କ ସ୍ୱର ବନ୍ୟାଜଳର ଗର୍ଜନ ଭଳି ଥିଲା।

Gade chapit la Kopi




ପ୍ରକାଶିତ 1:15
11 Referans Kwoze  

ତା’ପରେ ମୁଁ ଶୁଣିଲି, ଜଳ ପ୍ରପାତ ଓ ବଜ୍ରନାଦ ପରି ସ୍ୱର୍ଗରୁ ଏକ କଣ୍ଠସ୍ୱର। ବାଦ୍ୟକାରମାନେ ବଜାଉ ଥିବା ବୀଣା ଝଙ୍କାର ପରି ମଧ୍ୟ ତାହା ଶୁଣାଯାଉଥିଲା।


ସେହି ସମୟରେ ମୁଁ ଶୁଣିଲି, ସମୁଦ୍ର ଗର୍ଜନ ଓ ବଜ୍ରନାଦ ସହିତ ଜନତାର କଳଧ୍ୱନି ଭାସି ଆସୁଛି। ଜନତା ଆହୁରି ସ୍ତୁତି କରି କହୁଛନ୍ତି: “ଈଶ୍ୱରଙ୍କର ପ୍ରଶଂସା କର, କାରଣ ଆମ୍ଭର ପ୍ରଭୁ ମହାପରାକ୍ରାନ୍ତ ଈଶ୍ୱର, ସେହି କେବଳ ଆମର ରାଜା।


“ଥିଆଟିରାରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ଏହି ବାର୍ତ୍ତା ଈଶ୍ୱରଙ୍କ ପୁତ୍ରଙ୍କ ନିକଟରୁ ଆସିଅଛି। ତାଙ୍କ ଚକ୍ଷୁ ପ୍ରଜ୍ଜ୍ୱଳିତ ଅଗ୍ନି ପରି ଓ ତାଙ୍କ ପଦଦ୍ୱୟ ଚିକ୍କଣ ପିତ୍ତଳ ପରି ଉଜ୍ଜ୍ୱଳ।


ତାହାପରେ ମୁଁ ଦେଖିଲି, ଆଉ ଜଣେ ପରାକ୍ରାନ୍ତ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସୁଛନ୍ତି। ସେ ମେଘରେ ଆଚ୍ଛାଦିତ ହୋଇଥିଲେ ଏବଂ ମେଘଧନୁ ତାଙ୍କ ମସ୍ତକକୁ ଘେରି ରହିଥିଲା। ତାଙ୍କର ମୁଖ ସୂର୍ଯ୍ୟ ପରି ଏବଂ ପାଦଦ୍ୱୟ ଅଗ୍ନି ସ୍ତମ୍ଭ ପରି ଦେଖାଯାଉଥିଲା।


Swiv nou:

Piblisite


Piblisite