Biblia Todo Logo
Bib sou entènèt

- Piblisite -




ଫିଲିପୀୟ 3:5 - ପବିତ୍ର ବାଇବଲ (CL) NT (BSI)

5 ମୋ’ ଜନ୍ମର ଅଷ୍ଟମ ଦିନରେ ମୁଁ ସୁନ୍ନତ୍ ହୋଇଥିଲି। ଜାତିରେ ମୁଁ ଜଣେ ଇଶ୍ରାଏଲୀୟ, ବେଞ୍ଜାମିନ୍ ବଂଶଜ ବିଶୁଦ୍ଧ ଏବ୍ରୀୟ। ଇହୁଦୀମାନଙ୍କ ବ୍ୟବସ୍ଥା ପାଳନ ଦୃଷ୍ଟିରୁ ମୁଁ ଜଣେ ଫାରୁଶୀ ଥିଲି

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ମୁଁ ଅଷ୍ଟମ ଦିନରେ ସୁନ୍ନତପ୍ରାପ୍ତ, ଇସ୍ରାଏଲ ବଂଶଜାତ, ବିନ୍ୟାମୀନ ଗୋଷ୍ଠୀୟ, ଏବ୍ରୀୟ-ରକ୍ତଜାତ ଜଣେ ଏବ୍ରୀୟ, ବ୍ୟବସ୍ଥା ପାଳନ ସମ୍ଵନ୍ଧରେ ଜଣେ ଫାରୂଶୀ,

Gade chapit la Kopi

ଓଡିଆ ବାଇବେଲ

5 ମୁଁ ଅଷ୍ଟମ ଦିନରେ ସୁନ୍ନତ ପ୍ରାପ୍ତ, ଇସ୍ରାଏଲ ବଂଶଜାତ, ବିନ୍ୟାମୀନ ଗୋଷ୍ଠୀୟ, ଏବ୍ରୀୟ-ରକ୍ତଜାତ ଜଣେ ଏବ୍ରୀୟ, ମୋଶାଙ୍କ ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରୂଶୀ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ମୁଁ ଅଷ୍ଟମ ଦିନରେ ସୁନ୍ନତ ପ୍ରାପ୍ତ, ଇସ୍ରାଏଲ ବଂଶଜାତ, ବିନ୍ୟାମୀନ୍ ଗୋଷ୍ଠୀୟ, ଏବ୍ରୀୟ-ରକ୍ତଜାତ ଜଣେ ଏବ୍ରୀୟ, ମୋଶାଙ୍କ ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରୂଶୀ,

Gade chapit la Kopi

ପବିତ୍ର ବାଇବଲ

5 ମୋର ଜନ୍ମ ହେବାର ଆଠ ଦିନପରେ, ମୋର ସୁନ୍ନତ କରାଯାଇଥିଲା। ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ବିନ୍ୟାମିନଙ୍କ ବଂଶଧର। ଏବ୍ରୀୟ ପିତାମାତାଙ୍କଠାରୁ ଜନ୍ମିଥିବାରୁ ମୁଁ ଜଣେ ଏବ୍ରୀୟ ଅଟେ। ମୋ’ ପାଇଁ ମୋଶାଙ୍କ ବ୍ୟବସ୍ଥା ଆଜି ଗୁରୁତ୍ୱପୂର୍ଣ୍ଣ, ସେ ଦୃଷ୍ଟିରୁ ମୁଁ ଜଣେ ଫାରୂଶୀ।

Gade chapit la Kopi




ଫିଲିପୀୟ 3:5
16 Referans Kwoze  

ସେମାନେ କ’ଣ ଏବ୍ରୀୟ? ମୁଁ ମଧ୍ୟ ଏବ୍ରୀୟ। ସେମାନେ କ’ଣ ଇଶ୍ରାଏଲୀୟ? ମୁଁ ମଧ୍ୟ ଇଶ୍ରାଏଲୀୟ। ସେମାନେ କ’ଣ ଅବ୍ରାହାମଙ୍କ ବଂଶଧର? ମୁଁ ମଧ୍ୟ ଅବ୍ରାହମଙ୍କ ବଂଶଧର।


ମୁଁ ପୁଣି ପଚାରିପାରେ, “ତେବେ କଅଣ ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ବର୍ଜନ କରିଛନ୍ତି? କଦାପି ନୁହେଁ। ମୁଁ ନିଜେ ଜଣେ ଇଶ୍ରାଏଲୀୟ, ଅବ୍ରାହମଙ୍କ ବଂଶଧର ଓ ବେଞ୍ଜାମିନ ଗୋଷ୍ଠୀ ଜାତ।


ଇହୁଦୀମାନଙ୍କ ଦଳରେ କେତେକ ଫାରୁଶୀ ଓ ଆଉ କେତେକ ସାଦ୍ଦୁକୀ ଥିବାର ଦେଖି ପାଉଲ ମହାସଭାକୁ ଆହ୍ୱାନ କରି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ମୁଁ ଜଣେ ଫାରୁଶୀ, ଫାରୁଶୀ ବଂଶରେ ମୋର ଜନ୍ମ। ମୃତମାନଙ୍କ ପୁନରୁତ୍ଥାନରେ ମୁଁ ବିଶ୍ୱାସ କରିବା ହେତୁ ଏଠାରେ ମୋର ବିଚାର କରାଯାଉଛି।”


“ମୁଁ ଜଣେ ଇହୁଦୀ, ସିଲିଷୀଆର ତାର୍ଷିସରେ ମୋର ଜନ୍ମ, କିନ୍ତୁ ମୁଁ ଯିରୂଶାଲମରେ ଲାଳିତ ପାଳିତ ହୋଇଥିଲି ଓ ଗମଲିଏଲଙ୍କ ଜଣେ ଛାତ୍ର ଥିଲି। ଆମ ପୂର୍ବପୁରୁଷମାନଙ୍କ ବ୍ୟବସ୍ଥା ମୁଁ ଯଥାର୍ଥ ଭାବରେ ଶିକ୍ଷା କରିଥିଲି ଓ ଆପଣମାନଙ୍କ ପରି ଈଶ୍ୱରଙ୍କ ପାଇଁ ଉଦ୍ଯୋଗୀ ଥିଲି।


ଶିଶୁ ଜନ୍ମ ହେବାର ଏକ ସପ୍ତାହ ପରେ ତାକୁ ସେମାନେ ସୁନ୍ନତ କଲେ ଏବଂ ତା’ର ବାପାଙ୍କ ନାମ ଅନୁସାରେ ତା’ର ନାମ ଜିଖରିୟ ଦେବାକୁ ପ୍ରସ୍ତାବ କଲେ।


କିଛି ସମୟ ପରେ ଶିଷ୍ୟମାନଙ୍କ ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ଗ୍ରୀକ୍ଭାଷାବାଦୀ ଇହୁଦୀ ଓ ସ୍ଥାନୀୟ ଇହୁଦୀମାନଙ୍କ ମଧ୍ୟରେ କଳହ ହେଲା। ଦୈନିକ ଆର୍ଥିକ ସାହାଯ୍ୟ ବଣ୍ଟନ ସମୟରେ ସେମାନଙ୍କର ବିଧବାମାନଙ୍କୁ ଅବହେଳିତ କରାଯାଉଛି ବୋଲି ଗ୍ରୀକ୍ ଭାଷାବାଦୀ ଇହୁଦୀମାନେ ଆପତ୍ତି କଲେ।


ଏକ ସପ୍ତାହ ପରେ ଶିଶୁର ସୁନ୍ନତ ହେବା ସମୟରେ ତାଙ୍କର ନାମ ଯୀଶୁ ଦିଆଗଲା। ସେ ର୍ଗଭସ୍ଥ ହେବା ପୂର୍ବରୁ ସ୍ୱର୍ଗଦୂତଙ୍କ ଦ୍ୱାରା ତାଙ୍କର ଏହି ନାମକରଣ ହୋଇଥିଲା।


କିନ୍ତୁ ନୂଆ କୁମ୍ପାରେ ସଦ୍ୟପ୍ରସ୍ତୁତ ଦ୍ରାକ୍ଷାରସ ଢ଼ଳା ହୁଏ।


Swiv nou:

Piblisite


Piblisite