Biblia Todo Logo
Bib sou entènèt

- Piblisite -




ଫିଲିପୀୟ 3:3 - ପବିତ୍ର ବାଇବଲ (CL) NT (BSI)

3 ଆମେ ପ୍ରକୃତରେ ସୁନ୍ନତପ୍ରାପ୍ତ; ସେମାନେ ନୁହଁନ୍ତି। ଆମେ ପବିତ୍ରଆତ୍ମାଙ୍କ ସାହାଯ୍ୟରେ ଈଶ୍ୱରଙ୍କ ଉପାସନା କରୁଛୁ ଏବଂ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଆନନ୍ଦୋଲ୍ଲାସ କରୁଛୁ। ବାହ୍ୟ ରୀତିନୀତି ଉପରେ ଆମର ଆସ୍ଥା ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତପ୍ରାପ୍ତ, ଆମ୍ଭେମାନେ ଈଶ୍ଵରଙ୍କ ଆତ୍ମାରେ ଉପାସନା କରୁ, ପୁଣି ବାହ୍ୟିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କ-ଠାରେ ଦର୍ପ କରୁ।

Gade chapit la Kopi

ଓଡିଆ ବାଇବେଲ

3 କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ପ୍ରାପ୍ତ, ଆମ୍ଭେମାନେ ଈଶ୍ୱରଙ୍କ ଆତ୍ମାରେ ଉପାସନା କରୁ, ପୁଣି, ବାହ୍ୟିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ପ୍ରାପ୍ତ, ଆମ୍ଭେମାନେ ଈଶ୍ବରଙ୍କ ଆତ୍ମାରେ ଉପାସନା କରୁ, ପୁଣି, ବାହ୍ୟିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ।

Gade chapit la Kopi

ପବିତ୍ର ବାଇବଲ

3 କିନ୍ତୁ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ହୋଇଥିବା ଲୋକ ଅଟୁ। ଆମ୍ଭେ ଆତ୍ମା ଦ୍ୱାରା ପରମେଶ୍ୱରଙ୍କର ସେବା କରୁ। ଆମ୍ଭେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଗର୍ବ କରୁ। ଆମ୍ଭେ ନିଜେ କିଛି କରି ପାରିବା ବୋଲି ନିଜ ଉପରେ ନିର୍ଭର କରୁ ନାହୁଁ।

Gade chapit la Kopi




ଫିଲିପୀୟ 3:3
32 Referans Kwoze  

ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଜୀବନ ହିଁ ତୁମ୍ଭମାନଙ୍କର ସୁନ୍ନତ ସ୍ୱରୂପ। ଏହି ସୁନ୍ନତ ମନୁଷ୍ୟକୃତ ନୁହେଁ, ତାହା ଖ୍ରୀଷ୍ଟଙ୍କ ଦ୍ୱାରା ସାଧିତ। ତାହା ମନୁଷ୍ୟକୁ ପାପପୂର୍ଣ୍ଣ ଶାରୀରିକ ପ୍ରବୃତ୍ତିରୁ ମୁକ୍ତି ଦିଏ।


ବର୍ତ୍ତମାନ ଆମେମାନେ ବ୍ୟବସ୍ଥାର କର୍ତ୍ତୃତ୍ୱରୁ ମୁକ୍ତି ପାଉଛୁ, କାରଣ ଯାହା ଦିନେ ଆମକୁ ବନ୍ଦୀ କରି ରଖିଥିଲା, ସେଥିପ୍ରତି ଆମେ ଏବେ ମୃତ। ଆମେ ଆଉ ପୂର୍ବପରି ଲିଖିତ ବ୍ୟବସ୍ଥାର ସେବା କରୁ ନାହୁଁ, ପବିତ୍ରଆତ୍ମା ପ୍ରଦର୍ଶିତ ପଥରେ ବର୍ତ୍ତମାନ ଆମେ ଚାଲିଛୁ।


ପବିତ୍ର ଆତ୍ମା ଆମ୍ଭମାନଙ୍କୁ ଜୀବନ ଦାନ କରି ଅଛନ୍ତି, ସେ ଆମ୍ଭମାନଙ୍କର ଜୀବନକୁ ମଧ୍ୟ ନିୟନ୍ତ୍ରଣ କରନ୍ତୁ।


କାରଣ ଈଶ୍ୱରପ୍ରଦତ୍ତ ସେହି ଆତ୍ମା ତୁମ୍ଭମାନଙ୍କୁ ଦାସତ୍ୱରୁ ମୁକ୍ତ କରିଛନ୍ତି, ତୁମେ ଆଉ ଭୟ କରିବାର କାରଣ ନାହିଁ। ବରଂ ପବିତ୍ରଆତ୍ମା ତୁମ୍ଭମାନଙ୍କୁ ଈଶ୍ୱରଙ୍କ ସନ୍ତାନ ହେବାର ସୁଯୋଗ ଦେଇଛନ୍ତି। ତାଙ୍କ ଶକ୍ତି ଅନୁଭବ କରି ଆମେ ଏବେ ଈଶ୍ୱରଙ୍କୁ “ପିତା” ବୋଲି ସମ୍ବୋଧନ କରୁଛୁ।


ଈଶ୍ୱରଙ୍କ ସାହାଯ୍ୟ ଭିକ୍ଷା କରି ପ୍ରାର୍ଥନା ସହ ଏହା ସବୁ କର। ପ୍ରତ୍ୟେକ ପରିସ୍ଥିତିରେ ପବିତ୍ର ଆତ୍ମାଙ୍କ ପରିଚାଳନା ଅନୁଯାୟୀ ପ୍ରାର୍ଥନା କର। ଜାଗ୍ରତ ରୁହ; କେବେ କ୍ଷାନ୍ତ ହୁଅ ନାହିଁ। ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନାରେ ନିବିଷ୍ଟ ରୁହ।


ସର୍ବାନ୍ତଃକରଣରେ ମୁଁ ଯେଉଁ ଈଶ୍ୱରଙ୍କର ସେବା କରୁଛି ଓ ଯେଉଁ ଈଶ୍ୱରଙ୍କ ପୁତ୍ରଙ୍କ ସମ୍ପର୍କରେ ଶୁଭ ବାର୍ତ୍ତା ପ୍ରଚାର କରୁଛି, ସେହି ଈଶ୍ୱର ମୋର ସାକ୍ଷୀ। ମୁଁ ଯାହା କହୁଛି; ତାହା ସତ୍ୟ,


କିନ୍ତୁ ବନ୍ଧୁଗଣ, ତୁମ୍ଭେମାନେ ପବିତ୍ର ଧର୍ମବିଶ୍ୱାସର ଭିତ୍ତି ଉପରେ ନିଜ ନିଜ ଜୀବନ ଗଠନ କରିବାରେ ଲାଗି ରୁହ।


ଖ୍ରୀଷ୍ଟ ଯୀଶୁଙ୍କ ସହିତ ସମ୍ମିଳିତ ହୋଇ ଈଶ୍ୱରଙ୍କ ନିମନ୍ତେ ଏହି ସେବା କାର୍ଯ୍ୟ କରୁଥିବାରୁ ମୁଁ ଗର୍ବ ଅନୁଭବ କରୁଛି।


ଊଦ୍ଧ୍ୱର୍ସ୍ଥ ବା ନିମ୍ନସ୍ଥ କୌଣସି ବିଷୟ- ସମଗ୍ର ସୃଷ୍ଟିରେ ଏପରି କୌଣସି ବିଷୟ ନାହିଁ, ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ସେହି ପ୍ରେମରୁ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ।


ଈଶ୍ୱରଙ୍କ ପ୍ରତିଜ୍ଞା ବିଫଳ ହୋଇଛି ବୋଲି ମୁଁ କହୁ ନାହିଁ, କାରଣ ଇଶ୍ରାଏଲୀୟମାନେ ସମସ୍ତେ ଈଶ୍ୱରଙ୍କ ଲୋକ ନୁହଁନ୍ତି,


କିନ୍ତୁ ଜାଗତିକ ବିଷୟରେ ଅନେକେ ଯେପରି ଦର୍ପ କରନ୍ତି, ମୁଁ ମଧ୍ୟ ସେପରି କରି ପାରିବି।


ଯେଉଁମାନେ ନିଜ ଜୀବନରେ ଏହି ନୀତି ଅନୁସରଣ କରନ୍ତି, ସେମାନେ ସମସ୍ତେ ଓ ଈଶ୍ୱରଙ୍କ ଲୋକମାନେ ସମସ୍ତେ ଜୀବନରେ ଶାନ୍ତି ଓ ଅନୁଗ୍ରହ ଅନୁଭବ କରନ୍ତୁ।


ଫିଲିପୀ ମଣ୍ଡଳୀର ବିଶପ୍‌ମାନଙ୍କୁ, ଦୀକନମାନଙ୍କୁ ଓ ଖ୍ରୀଷ୍ଟିବିଶ୍ୱାସୀ ସମସ୍ତଙ୍କୁ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ପାଉଲ ଓ ତୀମଥିଙ୍କର ପତ୍ର:-


ମୁଁ କୃତକାର୍ଯ୍ୟ ବା ସିଦ୍ଧ ହୋଇସାରିଛି ବୋଲି କହୁ ନାହିଁ। ପୁରସ୍କାର ପାଇବା ପାଇଁ ଦୌଡ଼ିବାରେ ଲାଗିଛି। ସ୍ୱୟଂ ଖ୍ରୀଷ୍ଟ ମୋତେ ଧରି ଆଣି ଏଥିରେ ନିଯୁକ୍ତ କରିଛନ୍ତି।


ତେଣୁ ଖ୍ରୀଷ୍ଟ ଯୀଶୁଙ୍କ ସହାୟତାରେ ଯେଉଁ ସ୍ୱର୍ଗୀୟ ଜୀବନ ଲାଭ କରିବା ପାଇଁ ଈଶ୍ୱର ମୋତେ ଆହ୍ୱାନ କରିଛନ୍ତି ସେହି ପୁରସ୍କାର ପ୍ରତି ଦୃଷ୍ଟି ରଖି ମୁଁ ଲକ୍ଷ୍ୟ ସ୍ଥଳଆଡ଼କୁ ଦୌଡ଼ୁଛି।


Swiv nou:

Piblisite


Piblisite