Biblia Todo Logo
Bib sou entènèt

- Piblisite -




ଫିଲିପୀୟ 2:25 - ପବିତ୍ର ବାଇବଲ (CL) NT (BSI)

25 ମୋର କାର୍ଯ୍ୟ ଓ ସଂଗ୍ରାମରେ ନିୟୋଜିତ ଓ ତୁମ୍ଭମାନଙ୍କ ବାର୍ତ୍ତାବହ ରୂପେ ମୋତେ ସାହାଯ୍ୟ କରି ଆସୁଥିବା ଏପାଫଦିତଙ୍କୁ ମଧ୍ୟ ତୁମ୍ଭମାନଙ୍କ ନିକଟକୁ ପଠାଇବା ଆବଶ୍ୟକ ମନେ କରୁଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 କିନ୍ତୁ ମୁଁ ମୋହର ଭ୍ରାତା, ସହକର୍ମୀ, ସହସେନା ଓ ମୋହର ଅଭାବ ପୂରଣ ନିମନ୍ତେ ତୁମ୍ଭମାନଙ୍କର ପ୍ରେରିତ ଓ ସେବକ ଏପାଫ୍ରଦିତଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ପାଇଁ ଆବଶ୍ୟକ ମନେ କଲି;

Gade chapit la Kopi

ଓଡିଆ ବାଇବେଲ

25 କିନ୍ତୁ ମୁଁ ମୋହର ଭ୍ରାତା, ସହକର୍ମୀ, ସହସେନା ଓ ମୋହର ଅଭାବ ପୂରଣ ନିମନ୍ତେ ତୁମ୍ଭମାନଙ୍କର ପ୍ରେରିତ ଓ ସେବକ ଏପାଫ୍ରଦିତଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ପାଇଁ ଆବଶ୍ୟକ ମନେ କଲି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 କିନ୍ତୁ ମୁଁ ମୋହର ଭ୍ରାତା, ସହକର୍ମୀ, ସହସେନା ଓ ମୋହର ଅଭାବ ପୂରଣ ନିମନ୍ତେ ତୁମ୍ଭମାନଙ୍କର ପ୍ରେରିତ ଓ ସେବକ ଏପାଫ୍ରାଦିତଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ପାଇଁ ଆବଶ୍ୟକ ମନେ କଲି;

Gade chapit la Kopi

ପବିତ୍ର ବାଇବଲ

25 ଏପାଫ୍ରାଦିତ ଖ୍ରୀଷ୍ଟଙ୍କଠାରେ ମୋର ଭାଇ। ସେ ମୋ’ ସହିତ ଖ୍ରୀଷ୍ଟ-ବାହିନୀର ଜଣେ ସେବକ ଓ କାର୍ଯ୍ୟକାରୀ। ମୋ’ ଦରକାର ବେଳେ ତୁମ୍ଭେମାନେ ତାହାଙ୍କୁ ମୋ’ ସାହାଯ୍ୟ ପାଇଁ ପଠାଇଥିଲ। ମୁଁ ଭାବୁଛି ଏବେ ପୁନର୍ବାର ମୁଁ ତାହାଙ୍କୁ ତୁମ୍ଭ ପାଖକୁ ଫେରାଇ ଦେବି।

Gade chapit la Kopi




ଫିଲିପୀୟ 2:25
19 Referans Kwoze  

ତୁମଠାରୁ ମୁଁ ପାଇଥିବା ସମସ୍ତ ଦାନ ପାଇଁ ପ୍ରାପ୍ତି ସ୍ୱୀକାର ଜଣାଉଛି। ତାହା ମୋ’ ନିମନ୍ତେ ଯଥେଷ୍ଟରୁ ଅଧିକ ହୋଇଛି। ଏପାଫ୍ରଦିତ୍ଙ୍କ ହାତରେ ତୁମେ ପଠାଇ ଥିବା ଦାନ ମୋର ସମସ୍ତ ଅଭାବ ପୂରଣ କରିଛି। ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ସୁଗନ୍ଧି ନୈବେଦ୍ୟ ଓ ତାଙ୍କ ଗ୍ରହଣଯୋଗ୍ୟ ତଥା ସନ୍ତୋଷଜନକ ବଳିଦାନ ସଦୃଶ।


ଆମ ପକ୍ଷରୁ ଖ୍ରୀଷ୍ଟଙ୍କ ବିଶ୍ୱସ୍ତ ସେବକ ଓ ଆମର ପ୍ରିୟ ସହକର୍ମୀ ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ଈଶ୍ୱରଙ୍କ ଏହି ଅନୁଗ୍ରହ ବିଷୟ ଅବଗତ ହୋଇଛ।


ହେ ମୋର ବିଶ୍ୱସ୍ତ ଅଂଶୀଦାର! ତୁମକୁ ମଧ୍ୟ ମୋର ନିବେଦନ, ଏହି ଭଉଣୀମାନଙ୍କୁ ସାହାଯ୍ୟ କର, କାରଣ ଏମାନେ କ୍ଲେମେଣ୍ଟ ଓ ମୋର ଅନ୍ୟ ସହକର୍ମୀମାନଙ୍କ ସହିତ ସୁସମାଚାର ପ୍ରଚାର କାର୍ଯ୍ୟରେ କଠିନ ପରିଶ୍ରମ କରି ମୋତେ ସାହାଯ୍ୟ କରିଛନ୍ତି। ଏମାନଙ୍କର ନାମ ଈଶ୍ୱରଙ୍କ “ଜୀବନ ପୁସ୍ତକରେ” ଲେଖାଅଛି।


ଆମେ ଈଶ୍ୱରଙ୍କ ସହକର୍ମୀ; ତୁମ୍ଭେମାନେ ଈଶ୍ୱରଙ୍କ କ୍ଷେତ୍ର ଏବଂ ଈଶ୍ୱରଙ୍କ ଗୃହ।


ଖ୍ରୀଷ୍ଟବିଶ୍ବାସୀ ଭାଇମାନେ, ତୁମ୍ଭେମାନେ ମଧ୍ୟ ଈଶ୍ୱରଙ୍କ ଦ୍ୱାରା ଆହୂତ! ତୁମ୍ଭେମାନେ ଯୀଶୁଙ୍କୁ ବିଷୟ ଚିନ୍ତା କର, ସେ ଆମ୍ଭମାନଙ୍କର ଧର୍ମବିଶ୍ୱାସର ମହାଯାଜକ ହେବା ନିମନ୍ତେ ଈଶ୍ବରଙ୍କ ଦ୍ୱାରା ପ୍ରେରିତ।


କିନ୍ତୁ ତୁମକୁ ବଳିଷ୍ଠ କରିବାକୁ ଓ ତୁମର ବିଶ୍ୱାସ ଦୃଢ଼ କରିବା ପାଇଁ ତୁମ ନିକଟକୁ ଆମ ଭାଇ ତୀମଥିଙ୍କୁ ପଠାଇବୁ। ସେ ଆମ ସହିତ ଖ୍ରୀଷ୍ଟଙ୍କ ଶୁଭ ବାର୍ତ୍ତା ପ୍ରଚାର କରି ଈଶ୍ୱରଙ୍କ ସେବା କରୁଛନ୍ତି।


ଯୁସ୍ତ ନାମରେ ପରିଚିତ ଯିହୋଶୂୟ ମଧ୍ୟ ନମସ୍କାର ଜଣାଉଛନ୍ତି। ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା କେବଳ ଏହି ତିନି ଜଣ ଇହୁଦୀ ଈଶ୍ୱରଙ୍କ ରାଜ୍ୟ ପାଇଁ ମୋ’ ସହକର୍ମୀ ହୋଇ ମୋତେ ବହୁତ ସାହାଯ୍ୟ କରିଛନ୍ତି।


କିନ୍ତୁ ଭାଇ ତୀତସଙ୍କୁ ସେଠାରେ ନ ଦେଖି ମୁଁ ବ୍ୟସ୍ତ ହୋଇ ପଡ଼ିଲି। ତେଣୁ ସେଠାରେ ଲୋକମାନଙ୍କଠାରୁ ବିଦାୟ ନେଇମୁଁ ମାସିଦୋନିଆକୁ ଚାଲିଗଲି।


ତୁମେ ମୋତେ ଯେପରି ଜଗତକୁ ପ୍ରେରଣ କରିଛ, ମୁଁ ମଧ୍ୟ ସେମାନଙ୍କୁ ଜଗତକୁ ପଠାଇଛି।


ମୁଁ ସତ୍ୟ କହୁଛି, କୌଣସି ଦାସ ତା’ର ମାଲିକଠାରୁ ବଡ଼ ନୁହେଁ, କିମ୍ବା କୌଣସି ବାର୍ତ୍ତାବହ ତା’ର ପ୍ରେରଣକର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ।


ଖ୍ରୀଷ୍ଟ ଯୀଶୁଙ୍କ ସେବାରେ ମୋର ସହକର୍ମୀ ପ୍ରିସ୍କିଲା ଓ ଆକ୍ୱିଲାଙ୍କୁ ମୋର ନମସ୍କାର ଜଣାଇବ।


ଖ୍ରୀଷ୍ଟଙ୍କ ସେବାରେ ମୋର ସହକର୍ମୀ ଉର୍ବାନେ ଓ ମୋର ପ୍ରିୟ ବନ୍ଧୁ ସ୍ତାଖୀୟଙ୍କୁ ମଧ୍ୟ ମୋର ନମସ୍କାର।


ସେ ତୁମ ସମସ୍ତଙ୍କୁ ଦେଖିବା ନିମନ୍ତେ ଉତ୍ସୁକ ଓ ତୁମ୍ଭେମାନେ ତାଙ୍କର ଅସୁସ୍ଥତା ସମ୍ବାଦ ଶୁଣିଥିବାରୁ ସେ ଦୁଃଖିତ।


Swiv nou:

Piblisite


Piblisite