Biblia Todo Logo
Bib sou entènèt

- Piblisite -




ଫିଲିପୀୟ 2:20 - ପବିତ୍ର ବାଇବଲ (CL) NT (BSI)

20 କେବଳ ତାଙ୍କର ମୋ’ ପରି ମନୋଭାବ ଓ ସେ ପ୍ରକୃତରେ ତୁମ୍ଭମାନଙ୍କ ପ୍ରତି ମନୋଯୋଗୀ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 କାରଣ ଯେ ତୁମ୍ଭମାନଙ୍କ ବିଷୟରେ ପ୍ରକୃତରେ ମନୋଯୋଗ କରିବ, ଏପରି ସମଭାବାପନ୍ନ ଲୋକ ତାଙ୍କ ବିନା ମୋʼ ନିକଟରେ ଆଉ କେହି ନାହିଁ।

Gade chapit la Kopi

ଓଡିଆ ବାଇବେଲ

20 କାରଣ ଯେ ତୁମ୍ଭମାନଙ୍କ ବିଷୟରେ ପ୍ରକୃତରେ ମନୋଯୋଗ କରିବ, ଏପରି ସମଭାବାପନ୍ନ ଲୋକ ତାଙ୍କ ବିନା ମୋ' ନିକଟରେ ଆଉ କେହି ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 କାରଣ ଯେ ତୁମ୍ଭମାନଙ୍କ ବିଷୟରେ ପ୍ରକୃତରେ ମନୋଯୋଗ କରିବ, ଏପରି ସମଭାବାପନ୍ନ ଲୋକ ତାହାଙ୍କ ବିନା ମୋʼ ନିକଟରେ ଆଉ କେହି ନାହିଁ।

Gade chapit la Kopi

ପବିତ୍ର ବାଇବଲ

20 ତୀମଥିଙ୍କ ଭଳି ମୋ’ ପାଖରେ ଆଉ କେହି ଲୋକ ନାହାନ୍ତି।

Gade chapit la Kopi




ଫିଲିପୀୟ 2:20
16 Referans Kwoze  

ତେଣୁ ମୁଁ ତୁମ୍ଭମାନଙ୍କୁ ବିନତି କରେ, ଏକ ଚିନ୍ତାଧାରା ପୋଷଣ କରି, ଏକ ପ୍ରେମର ଅଂଶୀ ହୋଇ ଏବଂ ମନ ଓ ଆତ୍ମାରେ ଏକ ହୋଇ ତୁମ୍ଭେମାନେ ମୋତେ ସମ୍ପୂର୍ଣ୍ଣଭାବେ ସୁଖୀ କରାଅ।


ତୁମେ ଜାଣ, ତୀମଥି କିପରି ତାଙ୍କର ଯୋଗ୍ୟତା ପ୍ରମାଣିତ କରିଛନ୍ତି, କିପରି ସେ ଆଉ ମୁଁ ପୁତ୍ର ଓ ପିତା ପରି ସୁସମାଚାର ପ୍ରଚାର କାର୍ଯ୍ୟରେ ମିଳିମିଶି ଉଦ୍ୟମ କରୁଛୁ।


ତୀମଥି ତୁମ୍ଭମାନଙ୍କ ନିକଟକୁ ଆସିଲେ, ତାଙ୍କୁ ସ୍ୱାଗତ କର। କାରଣ ସେ ମଧ୍ୟ ମୋ’ ପରି ପ୍ରଭୁଙ୍କର କାର୍ଯ୍ୟ କରୁଛନ୍ତି।


ଦରିଦ୍ରମାନଙ୍କ ପ୍ରତି ଯିହୁଦାର ଦରଦ ଥିବାରୁ ଯେ ସେ ଏ କଥା କହିଥିଲା, ତା’ ନୁହେଁ। ସେ ଥିଲା ଗୋଟିଏ ଚୋର। ତା’ ଦାୟିତ୍ୱରେ ଥିବା ଟଙ୍କା ଥଳୀରୁ ସେ କିଛି କିଛି ଆତ୍ମସାତ୍ କରୁଥିଲା।


ଯେ ମୂଲ ନେଇ ମେଷ ଜଗିଥାଏ, ସେ ପଳାଇଯାଏ, କାରଣ ସେ ଜଣେ ମୂଲିଆ ମାତ୍ର– ମେଷମାନଙ୍କ ପାଇଁ ତା’ର ଦରଦ ନ ଥାଏ।


ତୁମର ମାତାମହୀ ଲୋୟୀ ଓ ମାତା ଇଉନିସୀ ଯେଉଁପରି ବିଶ୍ୱାସ କରୁଥିଲେ, ତୁମର ମଧ୍ୟ ସେହି ଆନ୍ତରିକ ବିଶ୍ୱାସ ଅଛି। ଏ କଥା ମୁଁ ସ୍ମରଣ କରୁଛି। ତୁମର ସେହି ବିଶ୍ୱାସ ଅଛି ବୋଲି ନିଶ୍ଚିତଭାବେ ମୁଁ ଜାଣେ।


ତାଙ୍କ ଧର୍ମପୁତ୍ର ତୀମଥିଙ୍କ ନିକଟକୁ ଲେଖିଥିବା ପତ୍ର:- ପିତା ଈଶ୍ୱର ଓ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁ ତୁମକୁ ଅନୁଗ୍ରହ, କୃପା ଓ ଶାନ୍ତି ପ୍ରଦାନ କରନ୍ତୁ।


ଯୁସ୍ତ ନାମରେ ପରିଚିତ ଯିହୋଶୂୟ ମଧ୍ୟ ନମସ୍କାର ଜଣାଉଛନ୍ତି। ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା କେବଳ ଏହି ତିନି ଜଣ ଇହୁଦୀ ଈଶ୍ୱରଙ୍କ ରାଜ୍ୟ ପାଇଁ ମୋ’ ସହକର୍ମୀ ହୋଇ ମୋତେ ବହୁତ ସାହାଯ୍ୟ କରିଛନ୍ତି।


ଖ୍ରୀଷ୍ଟ ଯୀଶୁଙ୍କ ଆଦର୍ଶର ଅନୁଗାମୀ ସ୍ୱରୂପେ ସମସ୍ତଙ୍କର ସେହି ପ୍ରକାର ମନୋଭାବ ହେବା ପାଇଁ ଧୈର୍ଯ୍ୟ ଓ ଉତ୍ସାହର ଆଧାର ଈଶ୍ୱର ତୁମ୍ଭମାନଙ୍କୁ ସକ୍ଷମ କରନ୍ତୁ।


ସତ୍ୟ ଉପରେ ପ୍ରତିଷ୍ଠିତ ଆମ ଧର୍ମବିଶ୍ୱାସ ଓ ତତ୍ତ୍ୱରେ ଅନୁପ୍ରାଣିତ ହୋଇ ତୁମେ ଯଦି ମଣ୍ଡଳୀର ଭାଇମାନଙ୍କୁ ଏହି ସବୁ ଶିକ୍ଷା ଦାନ କର, ତୁମେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସୁଦକ୍ଷ ସେବକ ହେବ।


ତୁମେ ମୋର ଶିକ୍ଷା, ମୋର ଆଚରଣ ଓ ମୋ’ ଜୀବନର ଲକ୍ଷ୍ୟ ଅନୁସରଣ କରିଛ। ମୋର ବିଶ୍ୱାସ, ଧୈର୍ଯ୍ୟ, ପ୍ରେମ, ସହନଶୀଳତା, ମୋର ନିର୍ଯ୍ୟାତନା ଓ ଦୁଃଖଭୋଗ ତୁମେ ନିରୀକ୍ଷଣ କରିଛ। ତୁମେ ଜାଣିଛ, କିପରି ଆଣ୍ଟିୟୋଖ, ଇକନିୟ ଓ ଲୁସ୍ତ୍ରାରେ ମୁଁ ଭୀଷଣ ନିର୍ଯ୍ୟାତନା ସହ୍ୟ କରିଥିଲି। କିନ୍ତୁ କିପରି ସେ ସବୁରୁ ପ୍ରଭୁ ମୋତେ ଉଦ୍ଧାର କରିଛନ୍ତି।


Swiv nou:

Piblisite


Piblisite