Biblia Todo Logo
Bib sou entènèt

- Piblisite -




ଫିଲିପୀୟ 1:18 - ପବିତ୍ର ବାଇବଲ (CL) NT (BSI)

18 ସେଥିରେ କିଛି ଯାଏ ଆସେ ନାହିଁ। ସଦୁଉଦ୍ଦେଶ୍ୟରେ ହେଉ ବା ଅସତ୍ ଅଭିପ୍ରାୟ ନେଇ ହେଉ, ଯେ କୌଣସି ଉପାୟରେ ଖ୍ରୀଷ୍ଟଙ୍କ ବାର୍ତ୍ତା ପ୍ରଚାରିତ ହେଲେ, ସେଥିରେ ମୋର ଆନନ୍ଦ। ମୁଁ ଆନନ୍ଦ କରୁଥିବି,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ସେଥିରେ ବା କଅଣ? କପଟ ଭାବରେ ହେଉ ବା ସରଳ ଭାବରେ ହେଉ, ଯେକୌଣସି ପ୍ରକାରେ ଖ୍ରୀଷ୍ଟ ପ୍ରଚାରିତ ହେଉଅଛନ୍ତି, ଏଥିରେ ମୁଁ ଆନନ୍ଦ କରୁଅଛି, ହଁ, ଆନନ୍ଦ କରିବି।

Gade chapit la Kopi

ଓଡିଆ ବାଇବେଲ

18 ସେଥିରେ ବା କ'ଣ ? କପଟ ଭାବରେ ହେଉ ବା ସରଳ ଭାବରେ ହେଉ, ଯେକୌଣସି ପ୍ରକାରେ ଖ୍ରୀଷ୍ଟ ପ୍ରଚାରିତ ହେଉଅଛନ୍ତି, ଏଥିରେ ମୁଁ ଆନନ୍ଦ କରୁଅଛି, ହଁ, ଆନନ୍ଦ କରିବି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ସେଥିରେ ବା କଅଣ? କପଟ ଭାବରେ ହେଉ ବା ସତ୍ୟ ଭାବରେ ହେଉ, ଯେକୌଣସି ପ୍ରକାରେ ଖ୍ରୀଷ୍ଟ ପ୍ରଚାରିତ ହେଉଅଛନ୍ତି, ଏଥିରେ ମୁଁ ଆନନ୍ଦ କରୁଅଛି, ହଁ, ଆନନ୍ଦ କରିବି।

Gade chapit la Kopi

ପବିତ୍ର ବାଇବଲ

18 ଯଦି ସେମାନେ ମୋ’ ପାଇଁ ବିପଦ ସୃଷ୍ଟି କରନ୍ତି, ମୁଁ ସେଥିପାଇଁ ଚିନ୍ତିତ ନୁହେଁ। ମୁଖ୍ୟ କଥା ହେଲା ଯେ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ କହୁଛନ୍ତି। ମୁଁ ମଧ୍ୟ ଗ୍ଭହେଁ ଯେ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ ଲୋକମାନଙ୍କୁ କୁହନ୍ତୁ। ସେମାନେ ଭଲ ଉଦ୍ଦେଶ୍ୟ ରଖି ସେହିପରି କରନ୍ତୁ। କିନ୍ତୁ ଉଦ୍ଦେଶ୍ୟ ଭଲ ହେଉ ବା ମନ୍ଦ, ପ୍ରଗ୍ଭର ତ ଯୀଶୁଙ୍କର ହେଉଛି, ସେଥିପାଇଁ ମୁଁ ଆନନ୍ଦିତ। ମୁଁ ଆନନ୍ଦିତ ହେଉଥିବି ମଧ୍ୟ।

Gade chapit la Kopi




ଫିଲିପୀୟ 1:18
13 Referans Kwoze  

ଯୀଶୁ ତାଙ୍କୁ ଓ ଅନ୍ୟ ଶିଷ୍ୟମାନଙ୍କୁ କହିଲେ, “ତାକୁ ବାରଣ କରିବାକୁ ଚେଷ୍ଟା କର ନାହିଁ, କାରଣ ଯେ ତୁମର ବିପକ୍ଷ ନୁହେଁ, ସେ ତୁମର ସପକ୍ଷ।”


ତେଣୁ ମୁଁ ହୁଏ ବା ସେମାନେ ହୁଅନ୍ତୁ, ଆମେ ସମସ୍ତେ ସେହି ଏକ କଥା ପ୍ରଚାର କରୁଛୁ ଓ ତୁମ୍ଭେମାନେ ସେଥିରେ ବିଶ୍ୱାସ କରିଛ।


ତେବେ ମୁଁ କ’ଣ କରିବି? ମୁଁ ମୋ’ ଆତ୍ମାର ପ୍ରେରଣାରେ ପ୍ରାର୍ଥନା କରିବି, କିନ୍ତୁ ସଙ୍ଗେ ସଙ୍ଗେ ମୋର ବୁଦ୍ଧି ପ୍ରୟୋଗ କରି ମଧ୍ୟ ପ୍ରାର୍ଥନା କରିବି। ମୁଁ ମୋର ଆତ୍ମାର ପ୍ରେରଣାରେ ଗୀତ ଗାଇବି, କିନ୍ତୁ ତାହା ସହିତ ମନ ଧ୍ୟାନ ଦେଇ ଗୀତ ଗାଇବି।


ସେମାନେ ବିଧବାମାନଙ୍କ ନିଃସହାୟତାର ସୁଯୋଗ ନେଇ ସେମାନଙ୍କ ସମ୍ପତ୍ତି ଆତ୍ମସାତ୍ କରନ୍ତି। କିନ୍ତୁ ଛଳନା କରି ଦୀର୍ଘ ପ୍ରାର୍ଥନା କରନ୍ତି ଏଥିପାଇଁ ସେମାନେ ଅଧିକ କଠୋର ଦଣ୍ଡ ପାଇବେ।”


“ଆହେ ଧର୍ମଗୁରୁ ଓ ଫାରୁଶୀଗଣ, ତୁମର ଶେଷ ଦଶା କେଡ଼େ ଭୟଙ୍କର! ଆରେ ଛଳ ଧାର୍ମିକଦଳ, ସ୍ୱର୍ଗରାଜ୍ୟର ପ୍ରବେଶ ଦ୍ୱାର ବନ୍ଦ କରି ରଖିଛ। ନିଜେ ସେଥିରେ ପ୍ରବେଶ କରୁ ନାହଁ ଏବଂ ଯେଉଁମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ବାଟ ଛାଡ଼ୁ ନାହଁ।”


ତେବେ ମୁଁ କ’ଣ କହୁଛି ଯେ, ପ୍ରତିମା ଓ ତା’ ଉଦ୍ଦେଶ୍ୟରେ ଉତ୍ସର୍ଗିତ ବଳିର କିଛି ମୂଲ୍ୟ ଅଛି?


ତାହାହେଲେ, ଆମ୍ଭେମାନେ ବ୍ୟବସ୍ଥାର ଅଧୀନ ନ ହୋଇ ଈଶ୍ୱରଙ୍କ ଅନୁଗ୍ରହପ୍ରାପ୍ତ ବୋଲି କଅଣ ପାପ କରୁଥିବା? କଦାପି ନୁହେଁ।


ତେବେ କଅଣ ଇହୁଦୀମାନଙ୍କର ଅବସ୍ଥା ଅଣଇହୁଦୀମାନଙ୍କଠାରୁ ଅଧିକ ଭଲ? ଆଦୌ ନୁହେଁ। ମୁଁ ଆଗରୁ ଦର୍ଶାଇଛି ଯେ, ଉଭୟେ ଇହୁଦୀ ଓ ଅଣଇହୁଦୀ ପାପର କବଳରେ ଅଛନ୍ତି।


କିନ୍ତୁ ଶୁଷ୍ୟମାନେ ଏହି କଥାର ଅର୍ଥ ବୁଝିପାରିଲେ ନାହିଁ। ସେମାନେ ଯେପରି ବୁଝି ନ ପାରିବେ, ସେଥିପାଇଁ ଏହା ସେମାନଙ୍କଠାରୁ ଗୁପ୍ତ ରଖାଯାଇଥିଲା ଓ ସେମାନେ ଏ ବିଷୟରେ କିଛି ପଚାରିବା ପାଇଁ ମଧ୍ୟ ଭୟ କରୁଥିଲେ।


କାରଣ, ମୁଁ ଜାଣେ ତୁମ୍ଭମାନଙ୍କର ପ୍ରାର୍ଥନା ଓ ଯୀଶୁ ଖ୍ରୀଷ୍ଟଙ୍କର ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ମୁଁ ମୁକ୍ତି ଲାଭ କରିବି।


Swiv nou:

Piblisite


Piblisite