Biblia Todo Logo
Bib sou entènèt

- Piblisite -




ଫିଲୀମନ 1:4 - ପବିତ୍ର ବାଇବଲ (CL) NT (BSI)

4 ପ୍ରତ୍ୟେକ ଥର ମୁଁ ପ୍ରାର୍ଥନା କରିବା ବେଳେ ତୁମକୁ ସ୍ମରଣ କରି ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଏ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ପ୍ରଭୁ ଯୀଶୁ ଓ ସମସ୍ତ ସାଧୁଙ୍କ ପ୍ରତି ତୁମ୍ଭର ପ୍ରେମ ଓ ବିଶ୍ଵାସ ବିଷୟ ଶୁଣି

Gade chapit la Kopi

ଓଡିଆ ବାଇବେଲ

4 ପ୍ରଭୁ ଯୀଶୁ ଓ ସମସ୍ତ ପବିତ୍ର ସାଧୁଙ୍କ ପ୍ରତି ତୁମ୍ଭର ପ୍ରେମ ଓ ବିଶ୍ୱାସ ବିଷୟ ଶୁଣି

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭର ବିଶ୍ୱାସ ଓ ସମସ୍ତ ପବିତ୍ର ସାଧୁଙ୍କ ପ୍ରତି ତୁମ୍ଭର ପ୍ରେମ ବିଷୟ ଶୁଣି

Gade chapit la Kopi

ପବିତ୍ର ବାଇବଲ

4 ମୋ’ ପ୍ରାର୍ଥନାମାନଙ୍କରେ ମୁଁ ତୁମ୍ଭକୁ ସ୍ମରଣ କରେ। ତୁମ୍ଭ ପାଇଁ ସର୍ବଦା ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ।

Gade chapit la Kopi




ଫିଲୀମନ 1:4
8 Referans Kwoze  

ତୁମ୍ଭେମାନେ ଈଶ୍ୱରବିଶ୍ୱାସୀ ବୋଲି ପୃଥିବୀରେ ସର୍ବତ୍ର ପରିଚିତ। ଏଥିପାଇଁ ତୁମ ସମସ୍ତଙ୍କ ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି।


ମୋର ପୂର୍ବପୁରୁଷମାନଙ୍କ ପରି ମୁଁ ଯେଉଁ ଈଶ୍ୱରଙ୍କୁ ନିର୍ମଳ ବିବେକରେ ଆରାଧନା କରି ଆସିଛି, ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ମୋର ପ୍ରାର୍ଥନା ନିବେଦନରେ ଦିବାନିଶି ତୁମକୁ ସ୍ମରଣ କଲାବେଳେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ।


ଭାଇମାନେ! ତୁମ ପାଇଁ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମର କର୍ତ୍ତବ୍ୟ। ଆମ ପକ୍ଷରେ ଏହା ଉଚିତ ବୋଲି ଆମେ ମନେ କରୁଛୁ, କାରଣ ତୁମ୍ଭମାନଙ୍କର ବିଶ୍ୱାସ ଉତ୍ତରୋତ୍ତର ବୃଦ୍ଧି ପାଉଛି ଓ ତୁମ୍ଭେମାନେ ପରସ୍ପରକୁ ଅଧିକ ପ୍ରେମ କରୁଛ।


ଆମେ ସର୍ବଦା ତୁମ ସମସ୍ତଙ୍କ ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଉ ଏବଂ ଆମ ପ୍ରାର୍ଥନାରେ ତୁମ୍ଭମାନଙ୍କ ବିଷୟରେ ସବୁବେଳେ ଜଣାଇ ଥାଉ।


ଆମେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ସମୟରେ ଆମ୍ଭମାନଙ୍କ ଖ୍ରୀଷ୍ଟ ଯୀଶୁଙ୍କ ପିତା ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେଉଛୁ।


ଯେତେ ଥର ମୁଁ ତୁମ୍ଭମାନଙ୍କୁ ସ୍ମରଣ କରେ, ମୋ’ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ


କାରଣ ମୁଁ ଶୁଣିଛି, ପ୍ରଭୁ ଯୀଶୁଙ୍କଠାରେ ତୁମର କେଡ଼େ ବିଶ୍ୱାସ ଓ ଈଶ୍ୱରପରାୟଣ ଲୋକମାନଙ୍କ ପ୍ରତି ତୁମର କେତେ ପ୍ରେମ!


Swiv nou:

Piblisite


Piblisite