Biblia Todo Logo
Bib sou entènèt

- Piblisite -




ମାର୍କ 9:9 - ପବିତ୍ର ବାଇବଲ (CL) NT (BSI)

9 ସେମାନେ ପର୍ବତରୁ ଅବତରଣ କଲାବେଳେ ଯୀଶୁ ସେମାନଙ୍କୁ ଆଦେଶ ଦେଇ କହିଲେ, “ଆଜି ଯାହା ଦେଖିଲ, ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନରୁତ୍ôଥତ ହେବା ପର୍ଯ୍ୟନ୍ତ ସେକଥା କାହାକୁ କୁହ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସେମାନେ ପର୍ବତରୁ ଓହ୍ଳାଇବା ସମୟରେ ଯୀଶୁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖିଅଛ, ସେହିସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକି କୁହ ନାହିଁ।

Gade chapit la Kopi

ଓଡିଆ ବାଇବେଲ

9 ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖିଅଛ, ସେହି ସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକୁ କୁହ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖିଅଛ, ସେହିସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକୁ କୁହ ନାହିଁ।

Gade chapit la Kopi

ପବିତ୍ର ବାଇବଲ

9 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ପର୍ବତ ଉପରୁ ତଳକୁ ଓହ୍ଲେଇ ଆସୁଥିଲେ। ଯୀଶୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଲେ। ଯେ ସେମାନେ ପର୍ବତ ଉପରେ ଯାହାସବୁ ଦେଖିଲେ ତାହା କାହାରି ଆଗରେ ପ୍ରକାଶ କରିବେ ନାହିଁ ଓ ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନରୁ‌ତ୍‌ଥିତ ନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ତା'ପରେ ସେମାନେ ଲୋକଙ୍କ ଆଗରେ ତାହା ପ୍ରକାଶ କରି ପାରିବେ।

Gade chapit la Kopi




ମାର୍କ 9:9
15 Referans Kwoze  

କିନ୍ତୁ ଏ ବିଷୟରେ କାହାକୁ କିଛି ନ କହିବାକୁ ସେ ସେମାନଙ୍କୁ ଦୃଢ଼ ଆଦେଶ ଦେଲେ। ଏହାପରେ ବାଳିକାଟିକୁ କିଛି ଖାଇବାକୁ ଦେବା ପାଇଁ ଯୀଶୁ ସେମାନଙ୍କୁ କହିଲେ।


“ଯୁନସ ଯେପରି ମାଛ ପେଟରେ ତିନି ଦିନ ଓ ତିନି ରାତି ରହିଥିଲେ, ସେହିପରି ମନୁଷ୍ୟପୁତ୍ର ମଧ୍ୟ ଭୂଗର୍ଭରେ ତିନି ଦିନ ଓ ତିନି ରାତି ଅତିବାହିତ କରିବେ।


ଓ ସେମାନଙ୍କୁ କହିଲେ: “ଏହି କଥା ହିଁ ତ ଲେଖା ଯାଇଛି - ମସୀହ ଦୁଃଖ ଭୋଗ କରିବେ ଓ ତିନି ଦିନ ପରେ ମୃତ୍ୟୁରୁ ଉତ୍ଥିତ ହେବେ


“ଆଜ୍ଞା, ଆମର ମନେ ଅଛି, ସେ ମିଥ୍ୟାବାଦୀ ବଞ୍ଚିଥିବାବେଳେ କହୁଥିଲା, ‘ତିନି ଦିନ ପରେ ମୁଁ ପୁନରୁତ୍ôଥତ ହେବି।’


ସେହି ସମୟରୁ ଯୀଶୁ ଶିଷ୍ୟମାନଙ୍କୁ ସ୍ପଷ୍ଟଭାବରେ କହିବାକୁ ଲାଗିଲେ, “ମୁଁ ଯିରୂଶାଲମକୁ ଯାଇ ଓର୍ମଯାଜକ, ଧର୍ମଗୁରୁ ଓ ଧର୍ମନେତାମାନଙ୍କ ଦ୍ୱାରା ନିର୍ଯ୍ୟତିତ ହୋଇ ବହୁ କଷ୍ଟ ଭୋଗ କରିବି। ଶେଷରେ ନିହତ ହେବି, କିନ୍ତୁ ତିନି ଦିନ ପରେ ପୁନର୍ଜୀବିତ ହୋଇ ଉଠିବି।”


ସେ ଯୁକ୍ତିତର୍କ କରିବ ନାହିଁ କି ଚିତ୍କାର କରିବ ନାହିଁ, ରାସ୍ତା ମଝିରେ ଛିଡ଼ାହୋଇ ଉଚ୍ଛ ସ୍ୱରରେ ଭାଷଣ ଦେବ ନାହିଁ।


ଯୀଶୁ ତାକୁ କହିଲେ, “ଶୁଣ, ତୁମେ କିପରି ଭଲ ହେଲ, କାହାକୁ ଜଣାଅ ନାହିଁ; କିନ୍ତୁ ସିଧା ପୁରୋହିତ ପାଖକୁ ଯାଇ ନିଜକୁ ପରୀକ୍ଷା କରାଇ ନିଅ ଏବଂ ତୁମେ ସୁସ୍ଥ ହୋଇଛ ବୋଲି ସମସ୍ତଙ୍କୁ ଜଣାଇବା ପାଇଁ ମୋଶାଙ୍କ ନିରୂପିତ ବଳି ଉର୍ସ୍ଗ କର।”


ଏ ଘଟଣା ବିଷୟରେ ଅନ୍ୟମାନଙ୍କୁ କିଛି ନ ଜଣାଇବାକୁ ଯୀଶୁ ଲୋକମାନଙ୍କୁ ଆଦେଶ ଦେଲେ। କିନ୍ତୁ ଯୀଶୁ ଯେତିକି ବାରଣ କଲେ, ଲୋକେ ସେତିକି କହି ବୁଲିଲେ।


ସେତେବେଳେ ଶିଷ୍ୟମାନେ ଚାରି ଆଡ଼କୁ ତତ୍କ୍ଷଣାତ୍ ଚାହିଁ କେବଳ ଯୀଶୁଙ୍କ ବ୍ୟତୀତ ସେଠାରେ ଅନ୍ୟ କାହାକୁ ଦେଖିଲେ ନାହିଁ।


ଯୀଶୁଙ୍କ ଆଦେଶ ସେମାନେ ପାଳନ କଲେ, କିନ୍ତୁ ଏ ବିଷୟରେ ପରସ୍ପର ମଧ୍ୟରେ ଆଲୋଚନା କଲେ, “ମୃତ୍ୟୁରୁ ପୁନରୁତ୍ôଥତ ହେବା” ଅର୍ଥ କଅଣ?


ବାଣୀ ଉଚ୍ଚାରିତ ହେବା ପରେ ଯୀଶୁ ସେଠାରେ ଏକାକୀ ଥିବାର ଦେଖାଗଲା। ଶିଷ୍ୟମାନେ ଏସବୁ ବିଷୟରେ ନୀରବ ରହିଲେ। ସେମାନେ ଦେଖିଥିବା ବିଷୟ କାହାକୁ କହିଲେ ନାହିଁ।


Swiv nou:

Piblisite


Piblisite