Biblia Todo Logo
Bib sou entènèt

- Piblisite -




ମାର୍କ 9:1 - ପବିତ୍ର ବାଇବଲ (CL) NT (BSI)

1 ଯୀଶୁ ସେମାନଙ୍କୁ ଆହୁରି କହିଲେ, “ମୁଁ ତୁମ୍ଭମାନଙ୍କୁ କହି ରଖୁଛି, ପରାକ୍ରମ ସହ ଈଶ୍ୱରଙ୍କ ରାଜ୍ୟ ପ୍ରତିଷ୍ଠିତ ହେବାର ଦେଖିବା ପର୍ଯ୍ୟନ୍ତ ଏଠାରେ ଥିବା କେତେକ ଲୋକ ମୃତ୍ୟୁ ଭୋଗ କରିବେ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ପୁନଶ୍ଚ ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ଵରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ଵାଦ ପାଇବେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

1 ପୁନଶ୍ଚ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ୱରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ପୁନଶ୍ଚ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ବରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

1 ତା'ପରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଏଠାରେ ଯେଉଁମାନେ ଠିଆ ହୋଇଛ, ତୁମ୍ଭମାନଙ୍କ ମଧ୍ୟରୁ କେତେ ଜଣ ନିଜ ମୃତ୍ୟୁ ପୂର୍ବରୁ ପରମେଶ୍ୱରଙ୍କ ରାଜ୍ୟ ଏଠାକୁ ଆସିବାର ଦେଖିବ। ପରମେଶ୍ୱରଙ୍କ ରାଜ୍ୟ ତା'ର କ୍ଷମତା ନେଇ ଆସିବ।”

Gade chapit la Kopi




ମାର୍କ 9:1
13 Referans Kwoze  

ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି ଯେ, ଈଶ୍ୱରଙ୍କ ରାଜ୍ୟ ଦେଖିବା ପର୍ଯ୍ୟନ୍ତ ଏଠାରେ ଥିବା ଲୋକମାନଙ୍କ ମଧ୍ୟରୁ କେତେକ ମୃତ୍ୟୁ ଭୋଗ କରିବେ ନାହିଁ।”


କିନ୍ତୁ ଆମେ ଦେଖୁଛୁ, କିପରି ଯୀଶୁ କ୍ଷଣକାଳ ପାଇଁ ସ୍ୱର୍ଗଦୂତମାନଙ୍କଠାରୁ ଅଳ୍ପ ନ୍ୟୁନ କରାଯାଇଥିଲେ, ଯେପରି କି ଈଶ୍ୱରଙ୍କ ଅନୁଗ୍ରହରୁ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁ ଭୋଗ କରିବେ। ତାଙ୍ମକର ଦେହି ମୃତ୍ୟଭୋଗ ଯୋଗୁଁ ଆମେ ତାଙ୍କୁ ବର୍ତ୍ତମାନ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ ହୋଇଥିବା ଦେ୍ୁଛୁ।


ମୋ’ ରାଜ୍ୟରେ ତୁମ୍ଭେମାନେ ମୋର ମେଜରେ ଭୋଜନ ପାନ କରିବ ଓ ତୁମ୍ଭେମାନେ ଇଶ୍ରାୟେଲର ବାର ଗୋଷ୍ଠୀ ଉପରେ ଶାସନ କରିବା ପାଇଁ ସିଂହାସନରେ ବସିବ।


ମନେରଖ, ବର୍ତ୍ତମାନ ଯେଉଁମାନେ ଜୀବିତ ଅଛନ୍ତି, ସେମାନଙ୍କ ମୃତ୍ୟୁ ପୂର୍ବରୁ ଏହିସବୁ ବିଷୟ ଘଟିବ।


“ଯେତେବେଳେ ମନୁଷ୍ୟପୁତ୍ର ରାଜା ହୋଇ ତାଙ୍କର ସ୍ୱର୍ଗଦୂତମାନଙ୍କ ସହିତ ଆସିବେ, ସେ ଗୌରବୋଜ୍ଜ୍ୱଳ ସିଂହାସନରେ ବସିବେ ଏବଂ


ମୁଁ ତୁମ୍ଭମାନଙ୍କୁ କହୁଛି, ଈଶ୍ୱରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଉ ଏ ଦ୍ରାକ୍ଷାରସ ପାନ କରିବି ନାହିଁ।”


ପ୍ରଭୁଙ୍କ ପ୍ରତିଶ୍ରୁତି ଅନୁସାରେ ମସୀହଙ୍କ ଆବିର୍ଭାବ ପର୍ଯ୍ୟନ୍ତ ସେ ମୃତ୍ୟୁବରଣ କରିବେ ନାହିଁ ବୋଲି ପବିତ୍ର ଆତ୍ମାଙ୍କଠାରୁ ନିଶ୍ଚିତ ଭରସା ପାଇଥିଲେ।


ସେତେବେଳେ ମନୁଷ୍ୟପୁତ୍ର ଗୌରବ ଓ ମହାପରାକ୍ରମରେ ମେଘମାଳାରେ ଆସିବେ।


ତା’ପରେ ମନୁଷ୍ୟପୁତ୍ରଙ୍କ ସଙ୍କେତ ଆକାଶରେ ଦେଖାଯିବ ଏବଂ ମନୁଷ୍ୟପୁତ୍ର ମେଘମାଳା ମଧ୍ୟରେ ମହା ପରାକ୍ରମ ଓ ଗୌରବ ସହ ଆସୁଥିବା ଦେଖି ସବୁ ଜାତିର ଲୋକେ ବିଳାପ କରିବେ।


ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି, ମନୁଷ୍ୟ ପୁତ୍ର ରାଜା ହୋଇ ଆସିବା ପର୍ଯ୍ୟନ୍ତୁ ଏଠାରେ ଉପସ୍ଥିତ ଥିବା କେତେଜଣ ମୃତ୍ୟ ଭୋଗ କରିବେ ନାହିଁ।”


ଏଣୁ ଯୀଶୁଙ୍କ ଅନୁଗାମୀମାନଙ୍କ ମଧ୍ୟରେ ଗୋଟିଏ ଧାରଣା ଜନ୍ମିଲା ଯେ ସେହି ଶିଷ୍ୟ କେବେ ମରିବ ନାହିଁ। କିନ୍ତୁ ସେ ମରିବ ନାହିଁ ବୋଲି ଯୀଶୁ କହି ନ ଥିଲେ। ସେ କେବଳ କହିଥିଲେ, “ମୋର ପୁନରାଗମନ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ସେଥିରେ ତୁମର କ’ଣ ଅଛି।”


Swiv nou:

Piblisite


Piblisite