Biblia Todo Logo
Bib sou entènèt

- Piblisite -




ମାର୍କ 8:11 - ପବିତ୍ର ବାଇବଲ (CL) NT (BSI)

11 ଦିନେ କେତେଜଣ ଫାରୁଶୀ ଯୀଶୁଙ୍କ ନିକଟକୁ ଆସି ତାଙ୍କ ସହିତ ତର୍କ କରିବାକୁ ଲାଗିଲେ। ଯୀଶୁଙ୍କ ଦୋଷ ତ୍ରୁଟି ଧରିବା ପାଇଁ ଫାନ୍ଦ ପାତି ସେମାନେ ତାଙ୍କୁ ଅନୁରୋଧ କଲେ ଗୋଟିଏ ଅଲୌକିକ କାର୍ଯ୍ୟ କରି ସେ ପ୍ରମାଣ କରନ୍ତୁ ଯେ, ତାଙ୍କ ପ୍ରତି ଈଶ୍ୱରଙ୍କ ସମର୍ଥନ ରହିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ପରେ ଫାରୂଶୀମାନେ ବାହାରି ଆସି ତାହାଙ୍କ ସାଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ।

Gade chapit la Kopi

ଓଡିଆ ବାଇବେଲ

11 ପରେ ଫାରୂଶୀମାନେ ବାହାରି ଆସି ତାହାଙ୍କ ସାଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ପରେ ଫାରୂଶୀମାନେ ବାହାରି ଆସି ତାହାଙ୍କ ସାଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ।

Gade chapit la Kopi

ପବିତ୍ର ବାଇବଲ

11 ଫୀରୂଶୀମାନେ ଯୀଶୁଙ୍କ ପାଖକୁ ଆସି ଯୀଶୁଙ୍କୁ ପରୀକ୍ଷା କରିବାକୁ ପ୍ରଶ୍ନ ପଗ୍ଭରିଲେ। ସେମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ତେଣୁ ସେମାନେ ଯୀଶୁଙ୍କୁ, ସେ ପରମେଶ୍ୱରଙ୍କ ପାଖରୁ ଆସିଛନ୍ତି ବୋଲି ପ୍ରମାଣିତ କରୀବା ପାଇଁ ଆଶ୍ଚର୍ଯ୍ୟକର୍ମ କରିବାକୁ କହିଲେ।

Gade chapit la Kopi




ମାର୍କ 8:11
27 Referans Kwoze  

ସେମାନଙ୍କ ମଧ୍ୟରୁ କେତେକ ପ୍ରଭୁଙ୍କ ଶକ୍ତି ପରଖ କରି ସର୍ପାଘାତରେ ନିହତ ହୋଇଥିଲେ। ଆମ୍ଭେମାନେ ସେପରି ପ୍ରଭୁଙ୍କୁ ପରୀକ୍ଷା ନ କରୁ।


ଦିନେ କେତେକ ଫାରୁଶୀ ଓ ଧର୍ମଗୁରୁ ଯୀଶଉଙ୍କୁ କହିଲେ, “ଗୁରୁ, ଆପଣଙ୍କର ଗୋଟିଏ ଅଲୌକିକ କାର୍ଯ୍ୟ ଦେଖିବାକୁ ଆମେ ଚାହୁଁଛୁ।”


ଯୀଶୁ ତାଙ୍କୁ କହିଲେ: “ଅଦ୍ଭୁତ ଓ ଅଲୌକିକ କାର୍ଯ୍ୟମାନ ନ ଦେଖିଲେ, ତୁମ୍ଭେମାନେ କେବେହେଲେ ବିଶ୍ୱାସ କରିବ ନାହିଁ।”


ଅନ୍ୟମାନେ ଯୀଶୁଙ୍କୁ ଫାନ୍ଦରେ ପକାଇବା ପାଇଁ, ଈଶ୍ୱର ଯେ ତାଙ୍କର ସମର୍ଥନକାରୀ, ଏହାର ଚିହ୍ନ ସ୍ୱରୂପ ତାଙ୍କୁ ଗୋଟିଏ ଆଶ୍ଚର୍ଯ୍ୟ କର୍ମ କରିବାକୁ କହିଲେ।


ପିତର ତାଙ୍କୁ କହିଲେ, “ପରମାତ୍ମାଙ୍କୁ ପରୀକ୍ଷା କରିବା ପାଇଁ ତୁମେ ଓ ତୁମର ସ୍ୱାମୀ କାହିଁକି ସ୍ଥିର କଲ? ଯେଉଁମାନେ ତୁମର ସ୍ୱାମୀଙ୍କୁ ସମାଧିସ୍ଥ କଲେ, ସେମାନେ ବର୍ତ୍ତମାନ ଦ୍ୱାର ନିକଟରେ, ସେମାନେ ତୁମକୁ ମଧ୍ୟ ବୋହି ନେଇଯିବେ।”


ଫାରୁଶୀ ବା ଆମ ଅଧିକାରୀମାନଙ୍କ ମଧ୍ୟରୁ କେହି ଜଣେ ହେଲେ ତା’ କଥାରେ ବିଶ୍ୱାସ କରୁଛନ୍ତି ବୋଲି କଅଣ ତୁମ୍ଭେମାନେ ଜାଣିଛ?


ସେମାନେ ପଚାରିଲେ, “ତୁମଠାରେ ଆମେ ଯେପରି ବିଶ୍ୱାସ କରିବୁ, ସେଥିପାଇଁ ଆମକୁ କି କର୍ମ ଦେଖାଇ ପାରିବ? କୁହ, କ’ଣ କରିପାରିବ?


ଜଣେ ଧର୍ମଗୁରୁ ଆସି ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ। ସେ ପଚାରିଲେ, “ଗୁରୁ, ଅନନ୍ତ ଜୀବନ ପାଇବା ପାଇଁ ମୁଁ କ’ଣ କରିବି?”


ଯୀଶୁ ସେମାନଙ୍କ ଛଳନା ବୁଝିପାରି କହିଲେ, “ମୋତେ ଫାନ୍ଦରେ ପକାଇବାକୁ କାହିଁକି ଚେଷ୍ଟା କରୁଛ? ଗୋଟଏ ରୌପ୍ୟମୁଦ୍ରା ଆଣ, ମୁଁ ଦେଖେ।”


ଏହା ଦେଖି ଫାରୁଶୀ ଦଳର କେତେକ ଶାସ୍ତ୍ରୀ ଯୀଶୁଙ୍କ ଶିଷ୍ୟମାନଙ୍କୁ ପଚାରିଲେ, “ଏପରି ଲୋକମାନଙ୍କ ସହିତ ସେ କାହିଁକି ଭୋଜନ କରୁଛନ୍ତି?”


ସେଦିନ ସାଦ୍ଦୁକୀ ଦଳର କେତେ ଜଣ ଯୀଶୁଙ୍କ ନିକଟକୁ ଆସିଲେ। ସାଦ୍ଦୁକୀମାନେ ବିଶ୍ୱାସ କରୁଥିଲେ ଯେ, ଆଉ ପୁନରୁତ୍ଥାନ ନାହିଁ।


କିନ୍ତୁ ଯୀଶୁ ସେମାନଙ୍କର କୂଟ ଉଦ୍ଦେଶ୍ୟ ଜାଣିଥିଲେ। ତେଣୁ ସେ କହିଲେ, “ଆହେ କପଟୀଗଣ, ମୋତେ ଫାନ୍ଦରେ ପକାଇବାକୁ କାହିଁକି ଚେଷ୍ଟା କରୁଛ?


କେତେ ଜଣ ଫାରୁଶୀ ଯୀଶୁଙ୍କୁ ପ୍ରଶ୍ନ ପଚାରି ତାଙ୍କୁ ଫାନ୍ଦରେ ପକାଇବା ପାଇଁ ଉପାୟ ପାଞ୍ଚିଲେ।


ଯୀଶୁ ମନ୍ଦିରକୁ ଫେରିଆସି ସେଠାରେ ଶିକ୍ଷା ଦେବାବେଳେ ମୁଖ୍ୟ ପୁରୋହିତ ଓ ଯିହୂଦୀନେତାମାନେ ତାଙ୍କୁ ପଚାରିଲେ, “କେଉଁ ଅଧିକାରରେ ତୁମେ ଏସବୁ କାମ କରୁଛ? ତୁମକୁ ଏ ଅଧିକାର କିଏ ଦେଲା?”


କେତେଜଣ ଫାରୁଶୀ ତାଙ୍କ ନିକଟକୁ ଆସି ତାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ। ସେମାନେ ତାଙ୍କୁ ପଚାରିଲେ, “ଆମ ଧର୍ମର ବ୍ୟବସ୍ଥା ଅନୁଯାୟୀ ଜଣେ ଯେ କୌଣସି କାରଣରୁ ତା’ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପାରିବ କି?”


ସେମାନେ ଯୀଶୁଙ୍କୁ ଫାନ୍ଦରେ ପକାଇ ତାଙ୍କ ଉପରେ ଦୋଷାରୋପ କରିବା ପାଇଁ ଏ କଥା ପଚାରିଥିଲେ, କିନ୍ତୁ ଯୀଶୁ ନଇଁପଡ଼ି ଅଙ୍ଗୁଳି ଦେଇ ଭୂମିରେ ଲେଖିବାକୁ ଲାଗିଲେ।


ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ, “ସେମାନଙ୍କ ସହିତ କେଉଁ ବିଷୟରେ ଯୁକ୍ତି କରୁଥିଲ?”


Swiv nou:

Piblisite


Piblisite