Biblia Todo Logo
Bib sou entènèt

- Piblisite -




ମାର୍କ 7:4 - ପବିତ୍ର ବାଇବଲ (CL) NT (BSI)

4 ହାଟ ବଜାରରୁ ଫେରିବା ପରେ ପ୍ରଥମେ ବିଧିମତେ ଧୂଆଧୋଇ ନ ହୋଇ କିଛି ଖାଆନ୍ତି ନାହିଁ। ଗରା, ତାଟିଆ, ତମ୍ବାବାସନ ଓ ବିଛଣା ପତ୍ର ଧୋଇବା ପାଇଁ ନାନା ପ୍ରକାର ନିରୂପିତ ନିୟମ ସେମାନେ ପାଳନ କରନ୍ତି।)

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ପୁଣି ହାଟ ବଜାରରୁ ଆସି ନିଜ ନିଜ ଉପରେ ପାଣି ନ ଛିଞ୍ଚିଲେ ଖାଆନ୍ତି ନାହିଁ; ଆଉ ଗିନା, ଢାଳ ଓ ପିତଳର ପାତ୍ରଗୁଡ଼ିକ ପାଣିରେ ବୁଡ଼ାଇ ଧୋଇବା ଇତ୍ୟାଦି ଅନ୍ୟାନ୍ୟ ଅନେକ ରୀତିନୀତି ପାଳନ କରିବା ନିମନ୍ତେ ସେମାନେ ଆଦେଶ ପ୍ରାପ୍ତ ହୋଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

4 ପୁଣି, ହାଟବଜାରରୁ ଆସି ନିଜେ ଧୋଇ ନ ହେବା ପର୍ଯ୍ୟନ୍ତ ଖାଆନ୍ତି ନାହିଁ; ଆଉ, ଗିନା, ଢାଳ ଓ ପିତଳ ପାତ୍ରଗୁଡ଼ିକ ପାଣିରେ ବୁଡ଼ାଇ ଧୋଇବା ଇତ୍ୟାଦି ଅନ୍ୟାନ୍ୟ ଅନେକ ରୀତିନୀତି ପାଳନ କରିବା ନିମନ୍ତେ ସେମାନେ ଆଦେଶ ପ୍ରାପ୍ତ ହୋଇଅଛନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପୁଣି, ହାଟବଜାରରୁ ଆସି ନିଜେ ଧୋଇ ନ ହେବା ପର୍ଯ୍ୟନ୍ତ ଖାଆନ୍ତି ନାହିଁ; ଆଉ, ଗିନା, ଢାଳ ଓ ପିତଳ ପାତ୍ରଗୁଡ଼ିକ ପାଣିରେ ବୁଡ଼ାଇ ଧୋଇବା ଇତ୍ୟାଦି ଅନ୍ୟାନ୍ୟ ଅନେକ ରୀତିନୀତି ପାଳନ କରିବା ନିମନ୍ତେ ସେମାନେ ଆଦେଶପ୍ରାପ୍ତ କରିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

4 ଏପରିକି ବଜାରରୁ ଅଣାଯାଉଥିବା ଖାଦ୍ୟ ପଦାର୍ଥକୁ ସେମାନେ ନିର୍ଦ୍ଧାରିତ ପଦ୍ଧତିରେ ନ ଧୋଇ ଖାଆନ୍ତି ନାହିଁ। ଗିନା, କଳସ, ତମ୍ବାପାତ୍ର ଆଦି ମାଜିବା ଧୋଇବା ଭଳି ଅନେକ ପରମ୍ପରା ସେମାନେ ପାଳନ କରନ୍ତି।

Gade chapit la Kopi




ମାର୍କ 7:4
15 Referans Kwoze  

କାରଣ ସେ ସବୁ କେବଳ ଖାଦ୍ୟପେୟ ଏବଂ ଶୁଚିକରଣ ପାଇଁ ବାହିକ କ୍ରିୟା କର୍ମ ମାତ୍ର। ଈଶ୍ୱରଙ୍କର ନୂତନ ବିଧାନର ପ୍ରତିଷ୍ଠା ପର୍ଯ୍ୟନ୍ତ ଏ ସବୁର ଉପଯୋଗିତା ଥିଲା।


“କେଡ଼େ ଭୟଙ୍କର ତୁମ୍ଭମାନଙ୍କର ଶେଷ ଗତି, ଆରେ ଧର୍ମଗୁରୁ ଓ ଫାରୁଶୀଗଣ! ତୁମେ ପିଆଲା ଓ ଥାଳୀର ବାହାର ପଟ ପରିଷ୍କାର କରିଥାଅ, କିନ୍ତୁ ସେଗୁଡ଼ିକର ଭିତରେ ହିଂସା ଓ ସ୍ୱାର୍ଥପରତା ପୂରି ରହିଛି।


ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅ ଓ ସେ ତୁମର ନିକଟବର୍ତ୍ତୀ ହେବେ। ହେ ପାପିଷ୍ଠ, ତୁମ ହସ୍ତ ଶୁଚି କର। ହେ ଦ୍ୱିମନା, ହୃଦୟ ନିର୍ମଳ କର, ଅନୁତପ୍ତ ହୁଅ, କଦ୍ରନ ଓ ବିଳାପ କର;


ଇହୁଦୀମାନଙ୍କର ଶାସ୍ତ୍ରୀୟ ରୀତି ଅନୁଯାୟୀ ଅଙ୍ଗ ପ୍ରକ୍ଷାଳନ କରି ଶୁଚି ହେବା ପାଇଁ ସେଠାରେ ପ୍ରସ୍ତର ନିର୍ମିତ ଛଅଟି ବଡ଼ ବଡ଼ ପାଣିକୁଣ୍ଡ ଥିଲା। ପ୍ରତ୍ୟେକଟି କୁଣ୍ଡରେ ପ୍ରାୟ ଏକ ଶହ ଲିଟର ପାଣି ଧରି ପାରିବ।


କିନ୍ତୁ ଈଶ୍ୱରଙ୍କ ପରିତ ଆମେ ଯଦି ଆଲୋକରେ ବାସ କରୁ, ଆମେ ପରସ୍ପରର ସାହାଚର୍ଯ୍ୟ ଉଭୋଗ କରିବୁ ଏବଂ ତାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମକୁ ସମସ୍ତ ପାପରୁ କରିଷ୍କାର କରିବ।


ଯେତେବେଳେ ପିଲାତ ଦେଖିଲେ ଯେ ସେମାନଙ୍କୁ ଆଉ କହି କିଛି ଲାଭ ନାହିଁ, ବରଂ ଶାନ୍ତି ଭଙ୍ଗର ଆଶଙ୍କା ଅଛି, ସେ ଅଳ୍ପ ଜଳ ନେଇ, ଲୋକମାନଙ୍କ ସମ୍ମୁଖରେ ହାତ ଧୋଇ ପକାଇ କହିଲେ, “ଏ ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। ଏହା ତୁମର କାମ।”


ଦିନେ ଶାସ୍ତ୍ରୀୟ ବିଧି ଅନୁଯାୟୀ ଶୁଚି ହେବା ବିଷୟରେ ଯୋହନଙ୍କ ଶିଷ୍ୟମାନେ ଜଣେ ଇହୁଦୀ ଲୋକ ସହିତ ତର୍କ କରୁଥିଲେ।


“ଅନ୍ଧ ଫାରୁଶୀଗଣ! ପାତ୍ରର ଭିତରଟାକୁ ଆଗ ପରିଷ୍କାର କର, ତାହାହେଲେ ବାହାରଟା ମଧ୍ୟ ପରିଷ୍କାର ହୋଇଯିବ।


ଈଶ୍ୱରଙ୍କ ବିଧାନ ବୋଲି ଶିକ୍ଷା ଦେଉଛନ୍ତି, ଈଶ୍ୱରଙ୍କ ଆଜ୍ଞା ସବୁ ପ୍ରତ୍ୟାଖ୍ୟାନ କରି ମଣିଷର ଶିକ୍ଷାକୁ ପାଳନ କରନ୍ତି’।”


Swiv nou:

Piblisite


Piblisite