Biblia Todo Logo
Bib sou entènèt

- Piblisite -




ମାର୍କ 5:2 - ପବିତ୍ର ବାଇବଲ (CL) NT (BSI)

2 ଯୀଶୁ ନୌକାରୁ ଓହ୍ଲାଇବାକ୍ଷଣି ସେଠାରେ ଥିବା କବର ଗୁମ୍ଫା ଭିତରୁ ଜଣେ ଭୂତଗ୍ରସ୍ତ ଲୋକ ଆସି ତାଙ୍କୁ ଭେଟିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଯୀଶୁ ନୌକାରୁ ଓହ୍ଳାଇବାମାତ୍ରେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ସମାଧି-ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲା।

Gade chapit la Kopi

ଓଡିଆ ବାଇବେଲ

2 ଯୀଶୁ ନୌକାରୁ ଓହ୍ଲାଇବାମାତ୍ରେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ସମାଧିସ୍ଥାନରୁ ବାହାରି ତାହାଙ୍କୁ ଭେଟିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଯୀଶୁ ନୌକାରୁ ଓହ୍ଲାଇବା ମାତ୍ରେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ସମାଧି-ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲା।

Gade chapit la Kopi

ପବିତ୍ର ବାଇବଲ

2 ଯୀଶୁ ଡଙ୍ଗାର ବାହାରକୁ ଆସିବା ମାତ୍ରେ ଗୋଟିଏ ଲୋକ କବର ମଧ୍ୟରୁ ବାହାରି ତାହାଙ୍କ ପାଖକୁ ଆସିଲା ତା’ ଦେହରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା।

Gade chapit la Kopi




ମାର୍କ 5:2
13 Referans Kwoze  

ସେତେବେଳେ ଜଣେ ଭୂତଗ୍ରସ୍ତ ଲୋକ ସମାଜ ଗୃହରେ ପ୍ରବେଶ କରି ଚିକ୍ରାର କଲା;


(ସେ ଏକଥା କହିଲା, କାରଣ ସେତେବେଳେ ତା’ଠାରେ ଥିବା ଭୂତମାନଙ୍କୁ ବାହାରି ଯିବା ପାଇଁ ଯୀଶୁ ଆଦେଶ ଦେଉଥିଲେ।)


ବାଳକଟି ଆସୁଥିବା ସମୟରେ ଭୂତ ତାକୁ ଭୂଇଁରେ କଚାଡ଼ି ଦେଲା ଓ ସେ ମୂର୍ଚ୍ଛା ହୋଇଗଲା। ଯୀଶୁ ଭୂତକୁ ଦୃଢ଼ ଧମକ ଦେଇ ପିଲାଟିକୁ ସୁସ୍ଥ କଲେ ଓ ତାକୁ ତା’ ବାପାକୁ ଦେଲେ।


ଯୀଶୁ କୂଳକୁ ଆସିବା ସମୟରେ ସହରର ଜଣେ ଭୂତଗ୍ରସ୍ତ ଲୋକ ତାଙ୍କୁ ଭେଟିଲା। ବହୁଦିନ ଧରି ଏହି ଲୋକଟି ଲୁଗା ପିନ୍ଧୁ ନ ଥିଲା। ସେ ଘର ଛାଡ଼ି ସମାଧି ସ୍ଥାନମାନଙ୍କରେ ରହୁଥିଲା।


ଜଣେ ସ୍ତ୍ରୀ ଲୋକର ଝିଅ ଭୂତଗ୍ରସ୍ତ ହୋଇଥିଲା। ଯୀଶୁଙ୍କ ଆଗମନ କଥା ଶୁଣିବା ମାତ୍ରେ ସେ ତାଙ୍କ ନିକଟକୁ ଆସି ତାଙ୍କ ଗୋଡ଼ତଳେ ପଡ଼ିଲା।


ହ୍ରଦ କୂଳରେ ଯୀଶୁ ପୁଣି ଥରେ ଶିକ୍ଷା ଦେବାକୁ ଆରମ୍ଭ କଲେ। ଯୀଶୁଙ୍କ ଚାରିପଟେ ଏତେ ଲୋକ ଘେରିଗଲେ ଯେ ସେ ଗୋଟିଏ ନୌକାରେ ଯାଇ ବସିଲେ। ନୌକାଟି ପାଣି ଭିତରେ ଅଳ୍ପ ଦୂରରେ ଥିଲା ଓ ଲୋକମାନେ କୂଳରେ ଠିଆ ହୋଇ ରହିଲେ।


(ଯୀଶୁଙ୍କୁ ଭୂତ ଧରିଛି ବୋଲି କେତେକ କହିବାରୁ ଯୀଶୁ ଏକଥା କହିଲେ।)


ସେହି ଭୂତ, ଲୋକଟିକୁ ଖୁବ୍ ଜୋର୍ରେ ଥରାଇ, ବିକଟ ଚିକ୍ରାର କରି ତା’ ଦେହରୁ ବାହାରି ଗଲା।


ସେଠାରେ ଏତେ ଲୋକ ଗହଳି ହେଲା ଯେ, ଭିଡ଼ରୁ ରକ୍ଷା ପାଇବା ଲାଗି ତାଙ୍କ ପାଇଁ ଗୋଟିଏ ନୌକା ଯୋଗାଡ଼ କରିବାକୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ।


ତେଣୁ ସେମାନେ ଲୋକମାନଙ୍କୁ ଛାଡ଼ି ନୌକାରେ ଯାଇ ବସିଲେ। ସେଥିରେ ଯୀଶୁ ଆଗରୁ ବସିଥିଲେ। ସେମାନେ ନୌକା ବାହିବାକୁ ଲାଗିଲେ। ହ୍ରଦରେ ଆହୁରି ଅନେକ ନୌକା ଥିଲା।


ସେ କବର ସ୍ଥାନମାନଙ୍କରେ ରହୁଥିଲା। କେହି ତାକୁ ଶିକୁଳିରେ ସୁଦ୍ଧା ବାନ୍ଧି ପାରୁ ନ ଥିଲେ।


ଯୀଶୁ ହ୍ରଦର ଅପର ପାଶ୍ୱର୍କୁ ଫେରିଗଲେ। ସେହି ହ୍ରଦ କୂଳରେ ଅନେକ ଲୋକ ତାଙ୍କୁ ଘେରି ଜମା ହେଲେ।


Swiv nou:

Piblisite


Piblisite