Biblia Todo Logo
Bib sou entènèt

- Piblisite -




ମାର୍କ 4:8 - ପବିତ୍ର ବାଇବଲ (CL) NT (BSI)

8 କିନ୍ତୁ ଆଉ କେେ ବୀଜ ଭଲ ଜମିରେ ପଡ଼ିଲା। ସେସବୁ ଅଙ୍କୁରିତ ହୋଇ ବଢ଼ିଲା ଓ ଫଳ ଧରିଲା; କେତେ ତିରିଶ ଗୁଣ, କେତେ ଷାଠିଏ ଗୁଣ ଓ କେତେ ଶହେ ଗୁଣ ଫଳିଲା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ପୁଣି, ଅନ୍ୟ କେତେକ ଭଲ ଭୂଇଁରେ ପଡ଼ିଲା, ଆଉ ଗଜା ହୋଇ ବଢ଼ି ଉଠି ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା।

Gade chapit la Kopi

ଓଡିଆ ବାଇବେଲ

8 ପୁଣି, ଅନ୍ୟ କେତେକ ଭଲ ଭୂଇଁରେ ପଡ଼ିଲା, ଆଉ ଗଜା ହୋଇ ବଢ଼ି ଉଠି ତିରିଶି ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପୁଣି, ଅନ୍ୟ କେତେକ ଭଲ ଭୂମିରେ ପଡ଼ିଲା, ଆଉ ଗଜା ହୋଇ ବଢ଼ି ଉଠି ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା।”

Gade chapit la Kopi

ପବିତ୍ର ବାଇବଲ

8 କେତେକ ବୀଜ ଭଲ ମାଟିରେ ପଡ଼ିଲା। ସେଥିରୁ ଗଛ ହେଲା। ଗଛ ଭଲ ବଢ଼ିଲା ଓ ଫଳ ଫଳିଲା କେତେକ ଗଛରେ ତିରିଶ୍ ଗୁଣ ବା ଷାଠିଏ ଗୁଣ ଏପରିକି କେତେକ ଗଛରେ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା।”

Gade chapit la Kopi




ମାର୍କ 4:8
21 Referans Kwoze  

“ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା। ଯେ ମୋ’ଠାରେ ରହେ ଓ ମୁଁ ଯାହାଠାରେ ଥାଏ, ସେ ପ୍ରଚୁର ଫଳ ଧଶରଣ କରେ, କାରଣ ମୋ’ ବିନା ତୁମେ କିଛି କରିପାରିବ ନାହିଁ।


ଯେଉଁ ସୁସମାଚାର ପ୍ରଚାର ହେତୁ ତୁମ୍ଭେମାନେ ପ୍ରଥମେ ଈଶ୍ୱରଙ୍କ ଅନୁଗ୍ରହ ବିଷୟ ଶୁଣିଲ ଓ ଏହାର ସତ୍ୟତା ଅନୁଭବ କଲ, ସେହି ସୁସମାଚାର ବର୍ତ୍ତମାନ ସମଗ୍ର ଜଗତରେ ପ୍ରସାର ଲାଭ କରୁଛି ଓ ଆଶୀର୍ବାଦ ଆଣୁଛି।


କିନ୍ତୁ ଭଲ ଜମିରେ ପଡ଼ିଥିବା ବିହନ ପରି, ସେହି ବାର୍ତ୍ତାକୁ ଆଉ କେତେକ ଶୁଣି ଗ୍ରହଣ କରନ୍ତି ଏବଂ ଜୀବନରେ କେହି ତିରିଶ ଗୁଣ, କେହି ଷାଠିଏ ଗୁଣ ଓ କେହି ଶହେ ଗୁଣ ଫଳ ଫଳନ୍ତି।”


ଥେସଲନିକୀର ଲୋକମାନଙ୍କ ଅପେକ୍ଷା ସେଠାକାର ଲୋକମାନେ ଅଧିକ ଉଦାରମନା ଥିଲେ। ସେମାନେ ଅଧିକ ଆଗ୍ରହର ସହିତ ଶିଷ୍ୟମାନଙ୍କର ଶିକ୍ଷା ଶୁଣିଲେ ଓ ପାଉଲଙ୍କ ବକ୍ତବ୍ୟର ପ୍ରକୃତ ସତ୍ୟତା ଜାଣିବା ପାଇଁ ପ୍ରତିଦିନ ଧର୍ମଶାସ୍ତ୍ର ଅଧ୍ୟୟନ କଲେ।


କିନ୍ତୁ ଆଉ କେତେ ବିହନ ଭଲ ଜମିରେ ପଡ଼ି ଗଛ ହୋଇ ଫଳ ଧରିଲା। କେତେ ଶହେ ଗୁଣ, କେତେ ଷାଠିଏ ଗୁଣ ଓ କେତେ ତିରିଶ ଗୁଣ ଫଳିଲା।”


ଓ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ନିମନ୍ତେ ତୁମ୍ଭମାନଙ୍କର ଜୀବନ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଦତ୍ତ ସମସ୍ତ ସଦ୍ଗୁଣରେ ପରିପୂର୍ଣ୍ଣ ହେବ।


ଯେ କେହି ଈଶ୍ୱରଙ୍କ ଇଚ୍ଛା ସାଧନ କରିବାକୁ ଇଚ୍ଛୁକ, ସେ ଜାଣିପାରିବ, ମୁଁ ଦେଉଥିବା ଶିକ୍ଷା ଈଶ୍ୱରଙ୍କଠାରୁ ଆଗତ, ନା, ତାହା ମୋ’ ନିଜ କ୍ଷମତା ବଳରେ ମୁଁ କହୁଛି।


ଯେଉଁମାନେ ବାର୍ତ୍ତା ଶୁଣି ବିଶ୍ୱସ୍ତ ଭାବରେ ଦୃଢ଼ ରୂପେ ଧରି ରଖନ୍ତି ଓ ପ୍ରଚୁର ଫଳ ଉତ୍ପନ୍ନ କରନ୍ତି, ସେମାନେ ଭଲ ଭୂମିରେ ପଡ଼ିଥିବା ବିହନ ପରି।


ଆଉ କେତେକ ବିହନ ଭଲ ଭୂମିରେ ପଡ଼ିଲା; ତାହାର ଚାରା ବଢ଼ି ଶହେ ଗୁଣ ଫଳ ଫଳିଲା। ଶେଷରେ ଯୀଶୁ କହିଲେ, “ଶୁଣିବାକୁ କାନ ଥିଲେ, ଶୁଣ।”


ଯେଉଁମାନେ ବାର୍ତ୍ତା ଶୁଣଇ ବୁଝନ୍ତି, ଭଲ ଜମିରେ କଡ଼ିଥିବା ବିହନ ପରି ତାହାର ସୁଫଳ ଲାଭ ଜମିରେ ପଡ଼ିଥିବା ବିହନ ପରି ତାହାର ସୁଫଳ ଲାଭ କରନ୍ତି। କେହି ପାଏ ଶହେ ଗୁଣ, କେହି ଷାଠିଏ ଗୁଣ ଓ କେହି ତିରିଶ ଗୁଣ।” ବାଳୁଙ୍ଗା ଦୃଷ୍ଟାନ୍ତ କଥା


ଆଉ କେତେ ବିହନ କଣ୍ଟା ବୁଦାରେ ପଡ଼ିଲା। ଏହି କଣ୍ଟାଗଛ ବଢ଼ି ଛୋଟ ଚୋଟ ଚାରା ଗଛଗୁଡ଼ିକ ଉପରେ ମାଡ଼ି ଯିବାରୁ, ସେଥିରେ ଆଉ ଫଳ ଧରିଲା ନାହିଁ।


ଯୀଶୁ ଏହି ଦୃଷ୍ଟାନ୍ତ ଶେଷ କରି କହିଲେ, “ଯାହାର ଶୁଣିବାକୁ କାନ ଅଛି, ସେ ମନଦେଇ ଶୁଣୁ।”


ସେହି କେବଳ ଏହି ଗୃହକୁ ସନ୍ନିକଟ କରି ରଖନ୍ତି ଏବଂ ପ୍ରଭୁଙ୍କର ନିମନ୍ତେ ଏକ ଉତ୍ସର୍ଗିତ ପବିତ୍ର ମନ୍ଦିର ରୂପେ ସମୃଦ୍ଧ କରନ୍ତି।


Swiv nou:

Piblisite


Piblisite