Biblia Todo Logo
Bib sou entènèt

- Piblisite -




ମାର୍କ 4:11 - ପବିତ୍ର ବାଇବଲ (CL) NT (BSI)

11 ଯୀଶୁ ଉତ୍ତର ଦେଲେ, “ଈଶ୍ୱରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରାଯାଇଛି। କିନ୍ତୁ ଅନ୍ୟମାନଙ୍କୁ ଏ ସମସ୍ତ ଗଳ୍ପ ଛଳରେ କୁହାଯାଇଛି। ସେଥିପାଇଁ -

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସେଥିରେ ସେ ସେମାନଙ୍କୁ କହିଲେ, ଈଶ୍ଵରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ଵ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେହି ବାହାର ଲୋକମାନଙ୍କୁ ସମସ୍ତ ବିଷୟ ଦୃଷ୍ଟାନ୍ତରେ କୁହାଯାଉଅଛି,

Gade chapit la Kopi

ଓଡିଆ ବାଇବେଲ

11 ସେଥିରେ ସେ ସେମାନଙ୍କୁ କହିଲେ, ଈଶ୍ୱରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେହି ବାହାର ଲୋକମାନଙ୍କୁ ସମସ୍ତ ବିଷୟ ଦୃଷ୍ଟାନ୍ତରେ କୁହାଯାଉଅଛି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସେଥିରେ ସେ ସେମାନଙ୍କୁ କହିଲେ, “ଈଶ୍ବରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେହି ବାହାର ଲୋକମାନଙ୍କୁ ସମସ୍ତ ବିଷୟ ଦୃଷ୍ଟାନ୍ତରେ କୁହାଯାଉଅଛି,

Gade chapit la Kopi

ପବିତ୍ର ବାଇବଲ

11 ଯୀଶୁ କହିଲେ, “କେବଳ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ନିଗୂଢ଼ତତ୍ତ୍ୱ ବୁଝି ପାରିବା ପାଇଁ ଶକ୍ତି ଦିଆଯାଇଛି। କିନ୍ତୁ ଅନ୍ୟମାନଙ୍କ ପାଇଁ ମୁଁ ଦୃଷ୍ଟାନ୍ତ ମାଧ୍ୟମରେ ସବୁକଥା କହୁଛି।

Gade chapit la Kopi




ମାର୍କ 4:11
20 Referans Kwoze  

ସେହି ସମୟରେ ଯୀଶୁ ପ୍ରାର୍ଥନା କରି କହିଲେ, “ହେ ପିତା, ସ୍ୱର୍ଗ ଓ ମର୍ତ୍ତ୍ୟର ପ୍ରଭୁ, ଏହି ସବୁ କଥା ତୁମେ ବୁଦ୍ଧିମାନ ଓ ଶିକ୍ଷିତ ଲୋକମାନଙ୍କଠରୁ ଗୁପ୍ତ ରଖି ଅଶିକ୍ଷିତ ଲୋକମାନଙ୍କଠାରୁ ପ୍ରକାଶ କରିଥିବାରୁ ମୁଁ ତୁମକୁ ଧନ୍ୟବାଦ ଦେଉଉଛି।


ସେ ଉତ୍ତର ଦେଲେ, “ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ନିଗୂଢ଼ ତତ୍ତ୍ୱର ଜ୍ଞାନ ତୁମକୁ ଦିଆଯାଇଛି, କିନ୍ତୁ ଅନ୍ୟ ସମସ୍ତଙ୍କ ପାଇଁ ତାହା କେବଳ ଉଦାହରଣ ହୋଇ ରହିଯାଏ। ଫଳତଃ ସେମାନେ ଅନାଇ ଦେଖି ପାରନ୍ତି ନାହିଁ, ଶୁଣି ବୁଝିପାରନ୍ତି ନାହିଁ।”


ଆମେ ଜାଣ, ଈଶ୍ୱରଙ୍କ ପୁତ୍ର ଅବତୀର୍ଣ୍ଣ ହୋଇ ସତ୍ୟ ଈଶ୍ୱରଙ୍କ ସତ୍ତା ଅନୁଭବ କରିବାକୁ ଆମକୁ ଜ୍ଞାନ ଦେଇଛନ୍ତି। ଆମେ ଦତ୍ୟ ଈଶ୍ବର ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିନ ସଂଯୁକ୍ତ ଜୀବନ ଯାପନ କରୁଛୁ। ସେ ହିଁ ସତ୍ୟ ଈଶ୍ୱର ଏବଂ ସେ ହିଁ ଅନନ୍ତ ଜୀବନ।


ଏହିପରି କରିବା ଦ୍ୱାରା ତୁମେ ଅଣବିଶ୍ୱାସୀମାନଙ୍କଠାରୁ ମଧ୍ୟ ସମ୍ମାନ ପାଇବ ଓ ତୁମର ସମସ୍ତ ଆବଶ୍ୟକତା ପାଇଁ ଆତ୍ମନିର୍ଭରଶୀଳ ହୋଇପାରିବ।


ପ୍ରତ୍ୟେକ ସୁଯୋଗର ସଦୁପଯୋଗ କରି ଅଣବିଶ୍ୱାସୀମାନଙ୍କ ନିକଟରେ ବିଜ୍ଞତାର ସହ ଆଚରଣ କର।


ମଣ୍ଡଳୀ ବାହାରେ ସର୍ବସାଧାରଣରେ ମଧ୍ୟ ସେ ଜଣେ ସମ୍ମାନିତ ବ୍ୟକ୍ତି ଥିବେ, ସହଜରେ ଶୟତାନର ଫାନ୍ଦରେ ପଡ଼ି ସେ ଯେପରି ଅପମାନିତ ନ ହୁଅନ୍ତୁ।


ଈଶ୍ୱର ତାଙ୍କ ଅସୀମ ଜ୍ଞାନ ଓ ଅନ୍ତର୍ଦୃଷ୍ଟି ଦ୍ୱାରା ଯାହା ସଙ୍କଳ୍ପ କରିଥିଲେ, ତାହା ସାଧନ କରିଛନ୍ତି ଏବଂ ତାହାକୁ ଖ୍ରୀଷ୍ଟଙ୍କ ସାହଚର୍ଯ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସେ ଯେଉଁ ଗୁପ୍ତ ପରିକଳ୍ପନା କରିଥିଲେ, ତାହା ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିଛନ୍ତି।


କାରଣ ଯେଉଁ ଈଶ୍ୱର କହିଥିଲେ, “ଅନ୍ଧକାର ମଧ୍ୟରୁ ଆଲୋକର ଆବିର୍ଭାବ ହେଉ”, ସେହି ଈଶ୍ୱର ଖ୍ରୀଷ୍ଟଙ୍କ ମୁଖରେ ପ୍ରତିଭାତ ଐଶ୍ୱରିକ ମହିମା ଦେଖିବା ପାଇଁ ଆମ ହୃଦୟକୁ ଆଲୋକିତ କରିଛନ୍ତି।


ଯୀଶୁ କହିଲେ, “ଧନ୍ୟ ତୁମେ ଯୂନସଙ୍କ ପୁତ୍ର, ପିତର! ଏହି ସତ୍ୟ ତୁମେ କୌଣସି ମନୁଷ୍ୟଠାରୁ ପାଇ ନାହିଁ। ମୋର ସ୍ୱର୍ଗସ୍ଥ ପିତା ନିଜେ ଏହା ତୁମଠାରେ ପ୍ରକାଶ କରିଛନ୍ତି।


“ ତୁମ୍ଭେମାନେ କେଢ଼େ ଭାଗ୍ୟବାନ୍। ତୁମ୍ଭେମାନେ ଦେଖି ପାରୁଛ ଓ ଶୁଣି ପାରୁଛ।


ଅନ୍ୟଠାରୁ ତୁମକୁ କିଏ ଶ୍ରେଷ୍ଠ କରିଛି? ତୁମର ସର୍ବସ୍ୱ କ’ଣ ଈଶ୍ୱରଙ୍କ ଦାନ ନୁହେଁ? ତେବେ ତୁମର ଯାହା ଅଛି, ତାହା ଦାନ ସ୍ୱରୂପେ ପାଇ ନ ଥିବା ଭଳି ଗର୍ବ କରୁଛ କାହିଁକି?


ଯୀଶୁ ସେମାନଙ୍କୁ ଡ଼ାକି ରୂପକ ଛଳରେ ବୁଝାଇ କହିଲେ, “ଶୟତାନ କିପରି ଶୟତାନକୁ ବିତାଡ଼ିତ କରିପାରିବ?


ଯୀଶୁ ଗଳ୍ପ ଛଳରେ ସେମାନଙ୍କୁ ଶିକ୍ଷା ଦେଲେ। ସେ କହିଲେ,


ଯୀଶୁ ଏକାକୀ ଥିଲାବେଳେ ଶ୍ରୋତାମାନଙ୍କ ମଧ୍ୟରୁ କେତେ ଜଣ ବାରଶିଷ୍ୟଙ୍କ ସହିତ ତାଙ୍କ ନିକଟକୁ ଆସିଲେ ଏବଂ ସେ କହିଥିବା ଦୃଷ୍ଟାନ୍ତର ତାତ୍ପର୍ଯ୍ୟ ବୁଝାଇବାକୁ ଅନୁରୋଧ କଲେ।


Swiv nou:

Piblisite


Piblisite