Biblia Todo Logo
Bib sou entènèt

- Piblisite -




ମାର୍କ 3:16 - ପବିତ୍ର ବାଇବଲ (CL) NT (BSI)

16 ଏହି ବାରଜଣଙ୍କୁ ସେ ବାଛିଲେ:- ଶିମୋନ (ଯୀଶୁ ତାଙ୍କୁ ପିତର ନାମ ଦେଲେ);

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଯୀଶୁ ଏହି ଦ୍ଵାଦଶ ଜଣଙ୍କୁ ନିଯୁକ୍ତ କଲେ ଯଥା, ଶିମୋନ, ଯାହାଙ୍କୁ ସେ ପିତର ବୋଲି ଉପନାମ ଦେଲେ;

Gade chapit la Kopi

ଓଡିଆ ବାଇବେଲ

16 ଯୀଶୁ ଏହି ବାର ଜଣଙ୍କୁ ନିଯୁକ୍ତ କଲେ ଯଥା, ଶିମୋନ, ଯାହାଙ୍କୁ ସେ ପିତର ବୋଲି ଉପନାମ ଦେଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଯୀଶୁ ଏହି ବାର ଜଣଙ୍କୁ ନିଯୁକ୍ତ କଲେ ଯଥା, ଶିମୋନ, ଯାହାଙ୍କୁ ସେ ପିତର ବୋଲି ଉପନାମ ଦେଲେ।

Gade chapit la Kopi

ପବିତ୍ର ବାଇବଲ

16 ଯୀଶୁ ମନୋନୀତ କରିଥିବା ବାରଜଣଙ୍କ ନାମ ଏହିଭଳି; ଶିମୋନ (ଯାହାଙ୍କୁ ସେ ପିତର ବୋଲି ନାମ ଦେଲେ)।

Gade chapit la Kopi




ମାର୍କ 3:16
14 Referans Kwoze  

ସେ ଶିମୋନଙ୍କୁ ଯୀଶୁଙ୍କ ନିକଟକୁ ନେଇଗଲେ। ଯୀଶୁ ଶିମୋନଙ୍କୁ ଚାହିଁ କହିଲେ: “ତୁମେ ଯୋହନଙ୍କ ପୁତ୍ର ଶିମୋନ, କିନ୍ତୁ ତୁମେ କେମ୍ପା ନାମରେ ଖାଦ୍ୟ ହେବ।” (କେମ୍ପା ଶବ୍ଦର ଅର୍ଥ ପିତର ବା “ପତର”)


ସହରକୁ ଯାଇ ସେମାନେ ରହୁଥିବା କୋଠରୀରେ ପ୍ରବେଶ କଲେ। ସେହି ପ୍ରେରିତ ଶିଷ୍ୟମାନେ ହେଉଛନ୍ତି ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବର୍ଥଲମି, ମାଥିଉ ଓ ଆଲଫିଙ୍କ ପୁତ୍ର ଯାକୁବ, ଦେଶପ୍ରେମୀ ଶିମୋନ ଓ ଯାକୁବଙ୍କ ପୁତ୍ର ଯିହୁଦା।


ଯେଉଁମାନେ ଆମ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ଯୋଗୁଁ ଆମ ପରି ବିଶ୍ୱାସରୂପ ବହୁମୂଲ୍ୟ ଦାନ ପ୍ରାପ୍ତ ହୋଇଛନ୍ତି, ସେମାନଙ୍କ ନିକଟକୁ ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ ଶିଷ୍ୟ ଶିମୋନ ପିତରଙ୍କ ପତ୍ର:-


ଅନ୍ୟାନ୍ୟ ପ୍ରେରିତ ଶିଷ୍ୟ, ପିତର ଓ ପ୍ରଭୁଙ୍କ ଭାଇମାନଙ୍କ ପରି ବିଶ୍ୱାସୀ ସମାଜର ଜଣେ ମହିଳାଙ୍କୁ ବିବାହ କରି ତାଙ୍କ ସହିତ ଭ୍ରମଣ କରିବା ପାଇଁ ମୋର କ’ଣ ଅଧିକାର ନାହିଁ?


ପାଉଲ, ଆପୋଲୋ, ପିତର, ଏହି ଜଗତ, ଜୀବନ ଓ ମୃତ୍ୟୁ, ବର୍ତ୍ତମାନ ଓ ଭବିଷ୍ୟତ୍ ସବୁ ତୁମ୍ଭମାନଙ୍କର।


ମୋର ମନେହୁଏ, ତୁମ୍ଭେମାନେ ପ୍ରତେକେ ବିଭିନ୍ନ ମତ ବ୍ୟକ୍ତ କରୁଛ। କେହି କହୁଛି, ‘ମୁଁ ପାଉଲଙ୍କୁ ଅନୁସରଣ କରୁଛି,’ କେହି କହୁଛି, ‘ମୁଁ ପିତରଙ୍କର ଅନୁଗାମୀ,’ ଆଉ କେହି କହୁଛି, ‘ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ’।


ଯୀଶୁ ଗାଲିଲୀ ହ୍ରଦ କୂଳ ଦେଇ ଯିବାବେଳେ ଶିମୋନ ଓ ଆନ୍ଦ୍ରିୟ ଦୁଇ ଭାଇଙ୍କୁ ଜାଲ ପକାଇ ମାଛ ଧରୁଥିବାର ଦେଖିଲେ। ସେମାନେ ମତ୍ସ୍ୟଜୀବୀ ଥିଲେ।


ତୁମେ ଭୂତ ଛଡ଼ାଇବାକୁ ମଧ୍ୟ ଅଧିକାର ପାଇବ।”


ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ (ଯୀଶୁ ସେମାନଙ୍କୁ ବିନେରିଗୋଷ ଅର୍ଥାତ୍ ‘ମେଘନାଦ ପୁତ୍ର’ ଆଖ୍ୟା ଦେଲେ),


ପରଦିନ ପ୍ରତ୍ୟୁଷରେ ତାଙ୍କର ଶିଷ୍ୟମାନଙ୍କୁ ପାଖକୁ ଡ଼ାକିଲେ ଓ ସେମାନଙ୍କ ମଧ୍ୟରୁ ବାର ଜଣଙ୍କୁ ମନୋନୀତ କରି “ପ୍ରେରିତ” ନାମ ଦେଲେ।


Swiv nou:

Piblisite


Piblisite