Biblia Todo Logo
Bib sou entènèt

- Piblisite -




ମାର୍କ 3:10 - ପବିତ୍ର ବାଇବଲ (CL) NT (BSI)

10 ସେ ଅନେକ ଲୋକଙ୍କୁ ସୁସ୍ଥ କଲେ। ପୀଡ଼ିତ ଲୋକମାନେ ତାଙ୍କୁ ସ୍ପର୍ଶ କରିବା ପାଇଁ ଆଗକୁ ମାଡ଼ି ଯାଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କାରଣ ସେ ଅନେକ ଲୋକଙ୍କୁ ସୁସ୍ଥ କରିବାରୁ ପୀଡ଼ିତମାନେ ସମସ୍ତେ ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ତାହାଙ୍କ ଉପରେ ମାଡ଼ିପଡ଼ୁ ଥିଲେ।

Gade chapit la Kopi

ଓଡିଆ ବାଇବେଲ

10 କାରଣ ସେ ଅନେକ ଲୋକଙ୍କୁ ସୁସ୍ଥ କରିବାରୁ ପୀଡ଼ିତମାନେ ସମସ୍ତେ ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କାରଣ ସେ ଅନେକ ଲୋକଙ୍କୁ ସୁସ୍ଥ କରିବାରୁ ପୀଡ଼ିତମାନେ ସମସ୍ତେ ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ।

Gade chapit la Kopi

ପବିତ୍ର ବାଇବଲ

10 ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ। ତେଣୁ ସବୁ ରୋଗୀମାନେ ତାହାଙ୍କୁ ଛୁଇଁବା ପାଇଁ ତାହାଙ୍କ ଆଡ଼କୁ ମାଡ଼ି ଆସୁଥିଲେ।

Gade chapit la Kopi




ମାର୍କ 3:10
18 Referans Kwoze  

ଯୀଶୁ ଯେଉଁ ଗ୍ରାମ, ସହର ଓ ପଲ୍ଲୀ ଅଞ୍ଚଳରେ ପହଞ୍ôଚଲେ, ସେଠାରେ ହାଟ ବଜାରମାନଙ୍କରେ ଲୋକେ ପୀଡ଼ିତମାନଙ୍କୁ ରଖି ଅନ୍ତତଃ ତାଙ୍କ ବସ୍ତ୍ର ସ୍ପର୍ଶ କରିବାକୁ ତାଙ୍କର ଅନୁମତି ମାଗିଲେ ଏବଂ ତାଙ୍କ ପୋଷାକର ଧଡ଼ି ସ୍ପର୍ଶ କରିବା ମାତ୍ରେ ରୋଗୀମାନେ ସୁସ୍ଥ ହେଲେ।


ପୀଡ଼ିତମାନଙ୍କୁ ଅନ୍ତତଃ ତାଙ୍କ ପୋଷାକର ଧାର ସ୍ପର୍ଶ କରିବାକୁ ଅନୁମତି ଦିଅନ୍ତୁ ବୋଲି, ସେମାନେ ଯୀଶୁଙ୍କୁ ଅନୁରୋଧ ସୁସ୍ଥ ହେଲେ।


ଯୀଶୁ ସମଗ୍ର ଗାଲିଲୀ ପର୍ଯ୍ୟଟନ କରି ଉପାସନା ଗୃହମାନଙ୍କରେ ଶିକ୍ଷା ଦେଲେ। ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କଲେ ଏବଂ ନାନାବିଧ ରୋଗୀ ଓ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କଲେ।


ପ୍ରେରିତ ଶିଷ୍ୟମାନଙ୍କର କାର୍ଯ୍ୟ ବିଶେଷ ଫଳପ୍ରଦ ହେଲା, ଏପରିକି ପିତର ଚାଲିଯାଉଥିବା ସମୟରେ ତାଙ୍କର ଛାଇ ପଡ଼ିବା ପାଇଁ ଲୋକମାନେ ରୋଗୀମାନଙ୍କୁ ବୋହି ଆଣି ବାଟରେ ବିଛଣା ଓ ଚଟେଇରେ ଶୁଆଇ ଦେଉଥିଲେ।


ସେଠାକାର ଜଣେ ରୋମୀୟ ସେନାଧ୍ୟକ୍ଷଙ୍କର ଜଣେ ପ୍ରିୟ ଦାସ ଅସୁସ୍ଥ ହୋଇ ମୃତପ୍ରାୟ ଅବସ୍ଥାରେ ଥିଲା।


କାରଣ ଈଶ୍ୱର ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି ଏବଂ ଯାହାକୁ ପୁତ୍ରବତ୍ ଗ୍ରହଣ କରନ୍ତି, ତାହାକୁ ଶାସ୍ତି ଦିଅନ୍ତି।”


ଯୀଶୁ ତାକୁ କହିଲେ, “ଝିଅ! ତୋର ବିଶ୍ୱାସ ତୋତେ ସୁସ୍ଥ କରିଛି। ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଶାନ୍ତିରେ ଫେରି ଯା’।”


ଯୀଶୁ ଯେତେବେଳେ ନୌକାରୁ ଓହ୍ଲାଇ ଏହି ବିରାଟ ଜନତାକୁ ଦେଖିଲେ, ତାଙ୍କ ହୃଦୟ ଦୟାରେ ବିଗଳିତ ହେଲା। ଅନେକ ରୋଗୀଙ୍କୁ ସେ ସେଠାରେ ସୁସ୍ଥ କଲେ।


ତାଙ୍କ ବିରୁଦ୍ଧରେ ହେଉଥିବା ଷଡ଼ଯନ୍ତ୍ର କଥା ଶୁଣି ଯୀଶଉ ସେ ଅଞ୍ଚଳ ଛାଡ଼ି ଅନ୍ୟଆଡ଼େ ଚାଲିଗଲେ। କିନ୍ତୁ ଅନେକ ଲେଶକ ତାଙକ ପଛେ ପଛେ ଗଲେ।


ସେମାନେ ଯେତେବେଳେ ବେଥସାଇଦା ଗ୍ରାମରେ ପହଞ୍ଚିଲେ, ଲୋକମାନେ ଗୋଟିଏ ଅନ୍ଧକୁ ଯୀଶୁଙ୍କ ନିକଟକୁ ଆଣି ତାକୁ ସ୍ପର୍ଶ କରିବା ପାଇଁ ଅନୁରୋଧ କଲେ।


ଯୀଶୁ ସେଥିମଧ୍ୟରୁ ଗୋଟିଏ ନୌକା ଭିତରକୁ ଗଲେ - ତାହା ଶିମୋନର ନୌକା ଥିଲା। ନୌକାଟିକୁ କୂଳଠାରୁ ଅଳ୍ପ ଦୂରକୁ ଠେଲି ନେବା ପାଇଁ ସେ କହିଲେ। ଯୀଶୁ ନୌକା ମଧ୍ୟରେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ।


ସମସ୍ତେ ତାଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଥିଲେ, କାରଣ ତାଙ୍କଠାରୁ ଶକ୍ତି ନିର୍ଗତ ହୋଇ ସମସ୍ତଙ୍କୁ ସୁସ୍ଥ କରୁଥିଲା।


ଠିକ୍ ସେହି ସମୟରେ ଯୀଶୁ ଅନେକ ରୋଗୀଙ୍କୁ ସୁସ୍ଥ କଲେ, ଭୂତ ଛଡ଼ାଇଲେ ଓ ଅନ୍ଧମାନଙ୍କୁ ଦୃଷ୍ଟି ପ୍ରଦାନ କଲେ।


Swiv nou:

Piblisite


Piblisite