Biblia Todo Logo
Bib sou entènèt

- Piblisite -




ମାର୍କ 2:12 - ପବିତ୍ର ବାଇବଲ (CL) NT (BSI)

12 ସମସ୍ତେ ଚାହିଁ ରହିଥିବାବେଳେ, ରୋଗୀ ଉଠି ପଡ଼ି ବିଛଣା ଧରି ଚାଲିଗଲା। ଏଥିରେ ସମସ୍ତେ ବିସ୍ମିତ ହୋଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ କହିଲେ, “ଆମେ ଏପରି କଥା କେବେ ଦେଖି ନ ଥିଲୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ସେଥିରେ ସେ ଉଠି ତତ୍କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହରିଗଲା; ତହିଁରେ ସମସ୍ତେ ଆଚ଼ମ୍ଵିତ ହୋଇ ଈଶ୍ଵରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ।

Gade chapit la Kopi

ଓଡିଆ ବାଇବେଲ

12 ସେଥିରେ ସେ ଉଠି ତତ୍‌କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହାରିଗଲା; ତହିଁରେ ସମସ୍ତେ ଆଚମ୍ବିତ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ସେଥିରେ ସେ ଉଠି ତତ୍‌କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହାରିଗଲା; ତହିଁରେ ସମସ୍ତେ ଆଚମ୍ଭିତ ହୋଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ।

Gade chapit la Kopi

ପବିତ୍ର ବାଇବଲ

12 ପକ୍ଷାଘାତ ଲୋକଟି ଠିଆ ହେଲା। ବିଛଣା ଧରିଲା ଏବଂ ଘର ଭିତରୁ ବାହାରକୁ ବାହାରିଗଲା। ସବୁ ଲୋକେ ତାକୁ ଦେଖି ପାରିଲେ। ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ପରମେଶ୍ୱରଙ୍କ ମହିମା ଗାନ କଲେ। ସେମାନେ କହିଲେ, “ଆମ୍ଭେମାନେ ଏଭଳି ଆଶ୍ଚର୍ଯ୍ୟ ଘଟଣା କେବେ ହେଲେ ଦେଖି ନ ଥିଲୁ।”

Gade chapit la Kopi




ମାର୍କ 2:12
13 Referans Kwoze  

ଯୀଶୁ ତା’ ଦେହରୁ ଭୂତଟିକୁ ବାହାର କରି ଦେବା ମାତ୍ର ସେ କଥା କହିବାକୁ ଲାଗିଲା। ସମସ୍ତେ ଆଶ୍ଚଯ୍ୟ ହୋଇ କହିଲେ, “ଇଶ୍ରାୟେଲ ଦେଶରେ ଆମେ ଏଭଳି କାର୍ଯ୍ୟ କେବେ ଦେଖି ନ ଥିଲୁ।”


ଲୋକେ ଏହା ସେଖି ଶଙ୍କିତ ହେଲେ। କିନ୍ତିୁ କନୁଷ୍ୟକୁ ଏପରି ଅଧିକାର ଦେଇଥିବାରୁ ସେମାନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ।


ସେମାନେ ସମସ୍ତେ ଭୟଭୀତ ହେଲେ ଓ ଈଶ୍ୱରଙ୍କ ପ୍ରଶଂସା କଲେ। ସେମାନେ କହିଲେ, “ଜଣେ ମହାନ୍ ଭାବବାଦୀ ଆମ ମଧ୍ୟରେ ଅବତୀର୍ଣ୍ଣ ହୋଇଛନ୍ତି! ଈଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କରିବା ପାଇଁ ଆସିଛନ୍ତି!”


କିନ୍ତୁ ମହାସଭା ସେମାନଙ୍କୁ ଆହୁରି ଦୃଢ଼ ଧମକ ଦେଇ ମୁକ୍ତ କରିଦେଲେ। ସେମାନଙ୍କୁ ଦଣ୍ଡ ଦେବା ଅସମ୍ଭବ ବୋଲି ସେମାନେ ଜାଣିପାରିଲେ, କାରଣ ସେହି ଅସାଧାରଣ ଘଟଣା ହେତୁ ଲୋକମାନେ ସମସ୍ତେ ଈଶ୍ୱରଙ୍କର ଧନ୍ୟବାଦ କରୁଥିଲେ।


ସୃଷ୍ଟିର ଆରମ୍ଭରୁ କେହି ଅନ୍ଧକୁ ଦୃଷ୍ଟି ଶକ୍ତି ଦେବା କଥା କେବେ ଶୁଣାଯାଇ ନ ଥିଲା।


କିନ୍ତୁ ଜନତା ଭିତରୁ ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କରି କହିଲେ, “ମସୀହ ଆସିଲେ, ଏହାଙ୍କ ଅପେକ୍ଷା ସେ କ’ଣ ଆହୁରି ଅଧିକ ଅଲୌକିକ କାର୍ଯ୍ୟ କରିବେ?”


ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହେବାର ଦେଖି ଉଚ୍ଚ ସ୍ୱରରେ ଈଶ୍ୱରଙ୍କ ପ୍ରଶଂସା କରି କରି ଫେରି ଆସିଲା।


ଯୀଶୁ ତା’ ଉପରେ ତାଙ୍କର ହାତ ରଖିଲେ ଏବଂ ସେହିକ୍ଷଣି ସେ ନିଜକୁ ସଳଖ କରି ପାରିଲା ଓ ଈଶ୍ୱରଙ୍କ ପ୍ରଶଂସା କଲା।


ସେମାନେ ସମସ୍ତେ ବିସ୍ମିତ ହେଲେ ଓ ଭୟରେ ଈଶ୍ୱରଙ୍କ ପ୍ରଶଂସା କରି କହିଲେ, “କେଡ଼େ ଆଶ୍ଚର୍ଯ୍ୟ ବିଷୟ ସବୁ ଆଜି ଦେଖିଲୁ।”


ଏଥିରେ ଲୋକମାନେ ଏତେ ଆଶ୍ଚର୍ଯ୍ୟାନ୍ୱି ହେଲେ ଯେ ପରସ୍ପର କୁହାକୁହି ହେଲେ, “ଏହା କ’ଣ? ଏହା କ’ଣ ଏକ ନୂଆ ଧରଣର ଶିକ୍ଷା? ଭୂତପ୍ରେତଙ୍କୁ ଆଦେଶ ଦେବା ପାଇଁ ଏହି ବ୍ୟକ୍ତିଙ୍କ ଅଧିକାର ଅଛି ଏବଂ ସେମାନେ ତାଙ୍କର ଆଦେଶ ପାଳନ କରୁଛନ୍ତି!”


ମୂକ କଥା କହିବା, ବିକଳାଙ୍ଗ ସୁସ୍ଥ ହେବା, ପଙ୍ଗୁ ଚାଲିବା ଓ ଅନ୍ଧ ଦୃଷ୍ଟି ଲାଭ କରିବା ଦେଖି ଲୋକେ ବିସ୍ମୟାଭିଭୂତ ହେଲେ ଏବଂ ଇଶ୍ରାୟେଲର ଈଶ୍ୱରଙ୍କୁ ପ୍ରଶଂସା କଲେ।


ଯୀଶୁଙ୍କର ଏହି କାର୍ଯ୍ୟରେ ଲୋକେ ବିସ୍ମିତ ହୋଇ ପ୍ରଶ୍ନ କଲେ, “ଏ କ’ଣ ସେହି ଦାଉଦ-ବଂଶଜ?”


ଏହାପରେ ଯୀଶୁ ସେହି ରୋଗୀକୁ କହିଲେ, “ମୁଁ ତୁମକୁ କହୁଛି, ଉଠ; ତୁମର ବିଛଣା ନେଇ ଘରକୁ ଯାଅ।”


Swiv nou:

Piblisite


Piblisite