Biblia Todo Logo
Bib sou entènèt

- Piblisite -




ମାର୍କ 16:1 - ପବିତ୍ର ବାଇବଲ (CL) NT (BSI)

1 ବିଶ୍ରାମବାର ସମାପ୍ତ ହେଲା ପରେ ମଗଦଲିନୀ ମରିୟମ; ଯାକୁବଙ୍କ ମାତା ମରିୟମ ଓ ଶଲୋମୀ ଯୀଶୁଙ୍କ ଶରୀରରେ ମଖାଇବା ପାଇଁ କେତେ ପ୍ରକାର ସୁଗନ୍ଧି ଦ୍ରବ୍ୟ କିଣି ଆଣିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ବିଶ୍ରାମବାର ଗତ ହେଲା ଉତ୍ତାରେ ମଗ୍ଦଲୀନୀ ମରୀୟମ, ଯାକୁବଙ୍କ ମାତା ମରୀୟମ ଓ ଶଲୋମୀ ସୁଗନ୍ଧି ଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି।

Gade chapit la Kopi

ଓଡିଆ ବାଇବେଲ

1 ବିଶ୍ରାମବାର ବିତିଗଲା ଉତ୍ତାରେ ମଗ୍‌ଦଲୀନୀ ମରିୟମ, ଯାକୁବଙ୍କ ମାତା ମରିୟମ ଓ ଶଲୋମୀ ସୁଗନ୍ଧିତ ଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ବିଶ୍ରାମବାର ବିତିଗଲା ଉତ୍ତାରେ ମଗ୍‌ଦଲୀନୀ ମରୀୟମ, ଯାକୁବଙ୍କ ମାତା ମରୀୟମ ଓ ଶଲୋମୀ ସୁଗନ୍ଧିଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି।

Gade chapit la Kopi

ପବିତ୍ର ବାଇବଲ

1 ବିଶ୍ରାମ ଦିବସର ପରଦିନ ମ‌ଗ୍‌ଦଲୀନୀ ମରିୟମ, ଯାକୁବଙ୍କ ମା ମରିୟମ ଓ ଶଲୋମୀ, ଯୀଶୁଙ୍କ ଶରୀରକୁ ଅଭିଷିକ୍ତ କରିବା ପାଇଁ କିଛି ସୁଗନ୍ଧିତ ତେଲ ଆଣିଲେ।

Gade chapit la Kopi




ମାର୍କ 16:1
19 Referans Kwoze  

ତା’ପରେ ସେମାନେ ଘରକୁ ଫେରିଯଇ ମୃତ ଦେହରେ ମଖାଇବା ପାଇଁ ସୁଗନ୍ଧ ଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ। କିନ୍ତୁ ବ୍ୟବସ୍ଥା ଅନୁସାରେ ସେହି ଦିନ ବିଶ୍ରାମବାର ଥିବାରୁ ସେମାନେ ବିଶ୍ରାମ କଲେ।


କେତେକ ସ୍ତ୍ରୀ ଲୋକ ଦୂରରେ ଥାଇ ଏସବୁ ଦେଖୁଥିଲେ। ସେମାନଙ୍କ ମଧ୍ୟରେ ଥିଲେ ମଗ୍ଦଲିନୀ ମରିୟମ, ଛୋଟ ଯାକୁବ ଓ ଯୋଶୀଙ୍କ ମାତା ମରିୟମ ଓ ଶଲୋମୀ।


କ୍ରୁଶବିଦ୍ଧ ଲୋକମାନଙ୍କର ଗୋଡ଼ ଭାଙ୍ଗି ସେମାନଙ୍କ ମୃତ ଶରୀରଗୁଡ଼ିକୁ କ୍ରୁଶରୁ ଓହ୍ଲାଇ ଆଣିବା ପାଇଁ ଇହୁଦୀ କର୍ତ୍ତୃପକ୍ଷମାନେ ପିଲାତଙ୍କୁ ଅନୁମତି ମାଗିଲେ। କାରଣ, ସେ ଦିନ ଥିଲା ଶୁକ୍ରବାର ଏବଂ ତା’ ପରଦିନ ପବିତ୍ର ବିଶ୍ରାମବାରରେ ମୃତ ଦେହଗୁଡ଼ିକୁ କ୍ରୁଶ ଉପରେ ଛାଡ଼ି ଦେବାକୁ ସେମାନେ ଚାହୁଁ ନ ଥିଲେ। (କାରଣ ସେହି ବିଶ୍ରାମବାରଟି ଥିଲା ମହାପବିତ୍ର ଦିନ।)


ଯୀଶୁଙ୍କ କ୍ରୁଶ ନିକଟରେ ତାଙ୍କ ମାଁ, ତାଙ୍କ ମାଉସୀ କ୍ଳିଅପାଙ୍କ ସ୍ତ୍ରୀ ମରିୟମ ଓ ମଗ୍ଦଲିନୀ ମରିୟମ ଛିଡ଼ା ହୋଇଥିଲେ।


ସ୍ତ୍ରୀ ଲୋକମାନେ କବରରୁ ବାହାରି ଭୟବିହ୍ୱଳ ହୋଇ ଦୌଡ଼ି ପଳାଇଲେ। ସେମାନେ ଏତେ ଡ଼ରି ଯାଇଥିଲେ ଯେ ସେତେବେଳେ କାହାକୁ କିଛି କହିପାରିଲେ ନାହିଁ। (


ମଗଦଲିନୀ ମରିୟମ ଓ ଯୋଶୀଙ୍କ ମାତା ମରିୟମ ସେଠାରେ ଉପସ୍ଥିତ ରହି ଯୀଶୁଙ୍କ ଶରୀର କେଉଁଠି ରଖାଗଲା, ଦେଖିଥିଲେ।


ତା’ର ସାମର୍ଥ୍ୟ ଅନୁସାରେ ସେ ଏହା ମୋ ପାଇଁ କରିଛି - ମୁଁ ସମାଧିସ୍ଥ ହେବା ପୂର୍ବରୁ ସେ ମୋ’ ଉପରେ ସୁଗନ୍ଧି ତୈଳ ଢ଼ାଳିଛି।


ଯୀଶୁ ବେଥାନୀରେ କୁଷ୍ଠୀ ଶିମୋନ ନାମକ ଜଣେ ଲୋକର ଘରେ ଅତିଥି ହୋଇଥିଲେ। ଯୀଶୁ ସେଠାରେ ଭୋଜନରେ ବସିଥିବା ବେଳେ ଜଣେ ସ୍ତ୍ରୀ ଲୋକ ବହୁମୂଲ୍ୟ ଜଟାମାଂସୀ ସୁଗନ୍ଧି ତୈଳପୂର୍ଣ୍ଣ ଗୋଟିଏ ଧଳା ପଥର ପାତ୍ର ନେଇ ଆସିଲା। ସେ ପାତ୍ରଟିକୁ ଭାଙ୍ଗି ଯୀଶୁଙ୍କ ମସ୍ତକ ଉପରେ ସବୁ ତୈଳ ଢ଼ାଳି ଦେଲା।


ସେଦିନ ଶୁକ୍ରବାର ଥିଲା, ବିଶ୍ରାମବାରର ଆରମ୍ଭ ସମୟ।


ସେଦିନ ସନ୍ଧ୍ୟାବେଳେ ଆରମାଥିଆର ଯୋସେଫ ଆସି ପହଞ୍ôଚଲେ। ସେ ମହାସଭାର ଜଣେ ସମ୍ମାନାସ୍ପଦ ସଦସ୍ୟ ଥିଲେ ଏବଂ ଈଶ୍ୱରଙ୍କ ରାଜ୍ୟର ଆଗମନକୁ ଅପେକ୍ଷା କରୁଥିଲେ।


ରବିବାର ଦିନ ପାହାନ୍ତା ସମୟରେ ଠିକ୍ ସୂର୍ଯ୍ୟୋଦୟ ସମୟରେ ସେମାନେ କବରକୁ ଗଲେ।


ରବିବାର ଦିନ ପାହାନ୍ତା ସମୟରେ ସ୍ତ୍ରୀ ଲୋକମାନେ ପ୍ରସ୍ତୁତ କରିଥିବା ସୁଗନ୍ଧ ଦ୍ରବ୍ୟ ନେଇ ସମାଧିକୁ ଗଲେ।


Swiv nou:

Piblisite


Piblisite