Biblia Todo Logo
Bib sou entènèt

- Piblisite -




ମାର୍କ 13:9 - ପବିତ୍ର ବାଇବଲ (CL) NT (BSI)

9 “ତୁମ୍ଭମାନଙ୍କୁ ସାବଧାନ ରହିବାକୁ ହେବ। ତୁମ୍ଭେ ଗିରଫ ହୋଇ ଅଦାଲତକୁ ନିଆଯିବ। ତୁମେ ସମାଜ ଗୃହରେ ମାଡ଼ ଖାଇବ। ମୋ’ ଲାଗି ତୁମକୁ ଶାସକ ଓ ରାଜାମାନଙ୍କ ସମ୍ମୁଖରେ ଛିଡ଼ାହୋଇ ଏହି ଶୁଭବାର୍ତ୍ତା ଶୁଣାଇବାକୁ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ; ଲୋକେ ତୁମ୍ଭମାନଙ୍କୁ ବିଚାରସଭା-ମାନଙ୍କରେ ସମର୍ପଣ କରିବେ, ଆଉ ତୁମ୍ଭେମାନେ ସମାଜଗୃହଗୁଡ଼ିକରେ ପ୍ରହାରିତ ହେବ ଏବଂ ମୋʼ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁରେ ସେମାନଙ୍କ ପ୍ରତି ସାକ୍ଷ୍ୟ ଦେବା ନିମନ୍ତେ ଠିଆ କରାଯିବ।

Gade chapit la Kopi

ଓଡିଆ ବାଇବେଲ

9 କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ; ଲୋକେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ, ଆଉ ତୁମ୍ଭେମାନେ ସମାଜଗୃହଗୁଡ଼ିକରେ ପ୍ରହାରିତ ହେବ ଏବଂ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁରେ ସେମାନଙ୍କ ପ୍ରତି ସାକ୍ଷ୍ୟ ଦେବା ନିମନ୍ତେ ଠିଆ କରାଯିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ; ଲୋକେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ, ଆଉ ତୁମ୍ଭେମାନେ ସମାଜଗୃହଗୁଡ଼ିକରେ ପ୍ରହାରିତ ହେବ ଏବଂ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁରେ ସେମାନଙ୍କ ପ୍ରତି ସାକ୍ଷ୍ୟ ଦେବା ନିମନ୍ତେ ଠିଆ କରାଯିବ।

Gade chapit la Kopi

ପବିତ୍ର ବାଇବଲ

9 “ତୁମ୍ଭେମାନେ ସତର୍କ ରହିବ। ଲୋକମାନେ ତୁମ୍ଭମାନଙ୍କୁ ବନ୍ଦୀ କରି ବିଗ୍ଭରାଳୟରେ ସମର୍ପି ଦେବେ। ସେମାନେ ତୁମ୍ଭମାନଙ୍କୁ ସେମାନଙ୍କର ସମାଜଗୃହଗୁଡ଼ିକରେ ପିଟିବେ। ମୋର ଶିଷ୍ୟ ହୋଇଥିବା ଯୋଗୁଁ ତୁମ୍ଭମାନଙ୍କୁ ଶାସକ ଓ ରାଜାମାନଙ୍କ ଆଗରେ ଠିଆ ହେବାକୁ ବାଧ୍ୟ କରାଯିବ। ତୁମ୍ଭେମାନେ ମୋ’ ବିଷୟରେ ପ୍ରମାଣ ଦେବ।

Gade chapit la Kopi




ମାର୍କ 13:9
37 Referans Kwoze  

ତୁମ୍ଭେମାନେ ସମାଜ-ଚ୍ୟୁତ ହେବ ଏବଂ ଏପରି ଦିନ ଆସିବ, ଯେତେବେଳେ ଲୋକେ ଭାବିବେ, ତୁମ୍ଭମାନଙ୍କୁ ବଧ କରିବା ଦ୍ୱାରା ସେମାନେ ଈଶ୍ୱରଙ୍କ ସେବା କରୁଛନ୍ତି।


ଯୀଶୁ ସେମାନଙ୍କୁ କହିଲେ, “ସାବଧାନ, କେହି ଯେପରି ତୁମକୁ ପ୍ରତାରଣା ନ କରେ।


ମୁଁ ଜାଣେ, ତୁମେ ଶୟତାନର ସିଂହାସନ ନିକଟରେ ବାସ କରୁଅଛ। କିନ୍ତୁ ତୁମେ ମୋ’ ପ୍ରତି ବିଶ୍ୱସ୍ତ, ଏପରି କି ଶୟତାନର ବାସସ୍ଥଳୀରେ ଯେତେବେଳେ ମୋର ଜଣେ ବିଶ୍ୱସ୍ତ ଦାସ ଆଣ୍ଟିପାସ୍‌ଙ୍କୁ ହତ୍ୟା କରାଗଲା, ସେତେବେଳେ ସୁଦ୍ଧା ତୁମର ବିଶ୍ୱାସ ପରିତ୍ୟାଗ କରି ନ ଥିଲ।


ତୁମେ ଯାହା କିଛି ଦୁଃଖ ଭୋଗ କରିବାକୁ ଯାଉଛ, ସେଥିପାଇଁ ଭୟ କର ନାହିଁ। ଶୁଣ! ତୁମ ମଧ୍ୟରୁ କେତେକଙ୍କୁ କାରାଗାରରେ ପକାଇ ଶୟତାନ ପରୀକ୍ଷା କରିବ। କିନ୍ତୁ ତୁମର ଏହି ଦୁର୍ଦ୍ଦଶା କେବଳ ଦଶ ଦିନ ବ୍ୟାପୀ ହେବ। ଏଥିରେ ମରଣର ଭୟ ଥିଲେ ମଧ୍ୟ ମୋ’ ପ୍ରତି ବିଶ୍ୱସ୍ତ ରହିଲେ, ମୁଁ ତୁମକୁ ଜୀବନରୂପ ମୁକୁଟ ଦେବି।


ମୁଁ ଯୋହନ, ତୁମର ଜଣେ ଭାଇ, ଯୀଶୁଙ୍କର ଶିଷ୍ୟ ସ୍ୱରୂପେ ତାଙ୍କ ରାଜ୍ୟର ଲୋକମାନଙ୍କ ଉପରେ ହେଉଥିବା ଦୌରାତ୍ମ୍ୟ ଧୈର୍ଯ୍ୟର ସହିତ ସହ୍ୟ କରିବା ପାଇଁ ମୁଁ ତୁମ୍ଭମାନଙ୍କର ଜଣେ ଅଂଶୀଦାର। ଯୀଶୁ ପ୍ରକାଶ କରିଥିବା ସତ୍ୟ ଓ ଈଶ୍ୱରଙ୍କ ବାକ୍ୟ ଘୋଷଣା କରିବା ଯୋଗୁଁ ମୁଁ ପାତ୍ମସ୍ ଦ୍ୱୀପକୁ ନିର୍ବାସିତ ହୋଇଥିଲି।


ଏ ସମସ୍ତରୁ ପ୍ରମାଣିତ ହେଉଛି ଯେ, ଈଶ୍ୱରଙ୍କ ବିଚାର ଯଥାର୍ଥ ଏବଂ ତୁମ୍ଭେମାନେ ତାହାଙ୍କ ରାଜ୍ୟର ଯୋଗ୍ୟ ହେବ, କାରଣ ସେହି ରାଜ୍ୟ ନିମନ୍ତେ ତୁମ୍ଭେମାନେ ଉତ୍ପୀଡ଼ିତ ହେଉଛ।


କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ନୁହେଁ, ତାଙ୍କ ନିମନ୍ତେ କ୍ଲେଶଭୋଗ କରିବା ଦ୍ୱାରା ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସେବା କରିବା ପାଇଁ ସୁଯୋଗ ଦିଆଯାଇଛି।


ସେ ଆମ ନିକଟକୁ ଆସି ପାଉଲଙ୍କ କଟି ବନ୍ଧନୀ ନେଲେ, ସେଥିରେ ସେ ନିଜ ହାତ ଓ ଗୋଡ଼ ବାନ୍ଧି କହିଲେ, “ପବିତ୍ରଆତ୍ମା ମୋତେ ଜଣାଉଛନ୍ତି ଯେ, ଏହି କଟି ବନ୍ଧନୀର ଅଧିକାରୀଙ୍କୁ ଯିରୂଶାଲମରେ ଇହୁଦୀମାନେ ଏହିପରି ବାନ୍ଧି ତାଙ୍କୁ ଅଣଇହୁଦୀମାନଙ୍କ ହାତରେ ସମର୍ପଣ କରିବେ।”


ମୋ’ ପାଇଁ ସେ ଯେଉଁସବୁ କ୍ଳେଶ ଭୋଗ କରିବ, ମୁଁ ନିଜେ ତାକୁ ଜଣାଇବି।”


ମହାସଭାର ସଦସ୍ୟମାନେ ସ୍ତିଫାନଙ୍କ ଭାଷଣ ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲେ, ତାଙ୍କ ପ୍ରତି ରାଗରେ ଦାନ୍ତ ରଗଡ଼ିଲେ।


ମୁଁ ଯାହା କହିଥିଲି; ସ୍ମରଣ କର; “ଦାସ ମାଲିକଠାରୁ ବଡ଼ ନୁହେଁ।” ମୋତେ ଯଦି ସେମାନେ ଉତ୍ପୀଡ଼ନ କରିଛନ୍ତି, ତୁମ୍ଭମାନଙ୍କୁ ମଧ୍ୟ ସେପରି କରିବେ। ସେମାନେ ଯଦି ମୋର ଶିକ୍ଷା ଶୁଣିଛନ୍ତି, ତୁମ କଥା ମଧ୍ୟ ସେମାନେ ଶୁଣିବେ।


ଯେଉଁଠାରେ ଲୋକମାନେ ତୁମକୁ ସ୍ୱାଗତ ନ ଜଣାନ୍ତି, ସେହି ସହର ପରିତ୍ୟାଗ କର ଓ ସେମାନଙ୍କ ପ୍ରତି ଚେତାବଦୀ ସ୍ୱରୂପେ ତୁମ ପାଦର ଧୂଳି ଝାଡ଼ିଦିଅ।”


ଯଦି କୌଣସି ସ୍ଥାନରେ ଲୋକେ ତୁମକୁ ସ୍ୱାଗତ କରନ୍ତି ନାହିଁ ବା ତୁମ କଥା ଶୁଣନ୍ତି ନାହିଁ, ତୁମ ପାଦ ଧୂଳି ଝାଡ଼ିଦେଇ ସେହି ସ୍ଥାନ ଛାଡ଼ି ଚାଲିଯାଅ। ଏହା ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ସ୍ୱରୂପ ହେବ।”


“ଶୁଣ, ଏକଥା କାହାକୁ କୁହ ନାହିଁ କିନ୍ତୁ ଧର୍ମଯାଜକଙ୍କ ନିକଟକୁ ଯାଅ। ସେ ତୁମକୁ ପରୀକ୍ଷା କରି ଦେଖନ୍ତୁ। ତା’ପରେ ତୁମେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଛ ବୋଲି ଅନ୍ୟମାନଙ୍କ ନିକଟରେ ପ୍ରମାଣିତ କରିବା ପାଇଁ ମୋଶାଙ୍କ ନିର୍ଦ୍ଦେଶ ଅନୁଯାୟୀ ବଳି ଉତ୍ସର୍ଗ କର।” ଏହା କହି ଯୀଶୁ ତାକୁ ସଙ୍ଗେ ସଙ୍ଗେ ପଠାଇ ଦେଲେ।


କିନ୍ତୁ ମୁଁ କହୁଛି, ଯେ କେହି କୌଣସି ଭାଇ ଉପରେ ରାଗିଯାଏ, ସେ ମଧ୍ୟ ବିଚାରର ସମ୍ମୁଖୀନ ହେବ। ଯେ ଭାଇକୁ ନିର୍ବୋଧ କହି ତାତ୍ସଲ୍ୟ କରେ, ସେ ମହାବିଚାରାଳୟରେ ଦଣ୍ଡନୀୟ ହେବ। ପୁଣି ଯେ ଭାଇକୁ ନରାଧମ ମୂର୍ଖ ବୋଲି କହେ, ତା’ର ନରକାଗ୍ନିରେ ନିକ୍ଷିପ୍ତ ହେବାର ବିପଦ ରହିଛି।


ଦେଶ ଦେଶ ଭିତରେ ଯୁଦ୍ଧ ଲାଗିବ। ଗୋଟିଏ ରାଜ୍ୟ ଆଉ ଗୋଟିଏ ରାଜ୍ୟକୁ ଆକ୍ରମଣ କରିବ। ସବୁଆଡ଼େ ଭୂମିକମ୍ପ ହେବ ଓ ଦୁର୍ଭିକ୍ଷ ପଡ଼ିବ। କିନ୍ତୁ ଏଗୁଡ଼ିକ ପ୍ରସବ ବେଦନାର କେବଳ ପୂର୍ବ ସୂଚନା ମାତ୍ର।


ଏଣୁ ସାବଧାନ ରୁହ- ଆମେ ତୁମ ପାଇଁ ଯାହା କରିଛୁ, ତାହା ସବୁ ନ ହରାଇ ଯେପରି ପୂର୍ଣ୍ଣ ମାତ୍ରାରେ ପୁରସ୍କୃତ ହେବ।


Swiv nou:

Piblisite


Piblisite