Biblia Todo Logo
Bib sou entènèt

- Piblisite -




ମାର୍କ 12:1 - ପବିତ୍ର ବାଇବଲ (CL) NT (BSI)

1 ଏହାପରେ ଯୀଶୁ ଦୃଷ୍ଟାନ୍ତ ଦେଇ କହିଲେ, “ଏକଦା ଜଣେ ଲୋକ ଗୋଟିଏ ଦ୍ରାକ୍ଷାକ୍ଷେତ ଆରମ୍ଭ କରି ତା’ ଚାରିପଟେ ବାଡ଼ ଦେଲେ। ଦ୍ରାକ୍ଷାଘଣା ପାଇଁ ଗୋଟିଏ ଗାତ ଖୋଳିଲେ ଏବଂ ଜଗୁଆଳି ପାଇଁ ମଞ୍ଚ ବାନ୍ଧିଲେ। ତା’ପରେ ସେ କ୍ଷେତଟିକୁ ଭାଗଚାଷୀମାନଙ୍କ ହାତରେ ଛାଡ଼ିଦେଇ ଦୂର ସ୍ଥାନକୁ ଯାତ୍ରା କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଏଥିଉତ୍ତାରେ ସେ ସେମାନଙ୍କୁ ଦୃଷ୍ଟାନ୍ତରେ କହିବାକୁ ଲାଗିଲେ। ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହାର ଚାରିଆଡ଼େ ବାଡ଼ ଦେଲେ ଓ ଦ୍ରାକ୍ଷାକୁଣ୍ତ ଖୋଳି ପ୍ରହରୀଗୃହ ନିର୍ମାଣ କଲେ, ପୁଣି କୃଷକମାନଙ୍କୁ ସେହି କ୍ଷେତ ଭାଗରେ ଦେଇ ବିଦେଶକୁ ଗମନ କଲେ।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତରେ କହିବାକୁ ଲାଗିଲେ । ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହାର ଚାରିଆଡ଼େ ବାଡ଼ ଦେଲେ ଓ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀଗୃହ ନିର୍ମାଣ କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ ଭାଗରେ ଦେଇ ବିଦେଶକୁ ଗମନ କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତରେ କହିବାକୁ ଲାଗିଲେ। “ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହାର ଚାରିଆଡ଼େ ବାଡ଼ ଦେଲେ ଓ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ନିର୍ମାଣ କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ ଭାଗରେ ଦେଇ ବିଦେଶକୁ ଗମନ କଲେ।

Gade chapit la Kopi

ପବିତ୍ର ବାଇବଲ

1 ଯୀଶୁ ଦୃଷ୍ଟାନ୍ତ ମାଧ୍ୟମରେ ଲୋକମାନଙ୍କୁ ଶିକ୍ଷା ଦେଲେ; ସେ କହିଲେ, “ଜଣେ ଲୋକ ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଲଗାଇଲା। ତାହାର ଗ୍ଭରିପଟେ ପାଚେରୀ କରିଦେଲା। ଦ୍ରାକ୍ଷାରସ ସଂଗ୍ରହ କରିବା ପାଇଁ ଗୋଟିଏ କୁଣ୍ଡ ତିଆରି କଲା। ସେ ପ୍ରହରୀ ଗୃହଟି ମଧ୍ୟ ତିଆରି କଲା। ସେ କେତେକ କୃଷକଙ୍କୁ ସେହି ବଗିଗ୍ଭକୁ ଭାଗରେ ଦେଲା, ତା'ପରେ ସେ ପରିଭ୍ରମଣ ଉଦ୍ଦେଶ୍ୟରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲା।

Gade chapit la Kopi




ମାର୍କ 12:1
38 Referans Kwoze  

ଜଣେ ଲୋକ ଯାତ୍ରା କରିବାକୁ ବାହାରିବାବେଳେ ତା’ ଘରଟି ଦାସମାନଙ୍କ ଦାୟିତ୍ୱରେ ଛାଡ଼ିଦେଇ ଯାଏ। ସେମାନଙ୍କ ମଧ୍ୟରୁ କିଏ କଅଣ କରିବ, ବୁଝାଇ ଦେଇ, ପ୍ରହରୀକୁ ସଜାଗ ରହିବା ପାଇଁ କହିଦେଇ ଯାଏ।


ଯୀଶୁ ଗଳ୍ପ ଛଳରେ ସେମାନଙ୍କୁ ଶିକ୍ଷା ଦେଲେ। ସେ କହିଲେ,


“ସ୍ୱର୍ଗରାଜ୍ୟ କିପରି, ତା’ର ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଏକଦା ଜଣେ ବ୍ୟକ୍ତି ଭୃତ୍ୟମାନଙ୍କ ହାତରେ ତାଙ୍କର ସମ୍ପତ୍ତି ଛାଡ଼ି ଦେଇ ବିଦେଶ ଯାତ୍ରା କରିବାକୁ ବାହାରିଲେ।


ସେହି ମୋଶା ମରୁପ୍ରାନ୍ତରରେ ଏକତ୍ରିତ ହୋଇଥିବା ଇଶ୍ରାୟେଲୀୟମାନଙ୍କ ସଙ୍ଗରେ ଥିଲେ। ସେ ସୀନୟ ପର୍ବତରେ ଆମ ପୂର୍ବପୁରୁଷମାନଙ୍କ ସହିତ ଓ ତାଙ୍କ ସହିତ କଥା କହିଥିବା ସ୍ୱର୍ଗଦୂତଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପରିବେଷଣ କରିବା ପାଇଁ ସେ ଈଶ୍ୱରଙ୍କଠାରୁ ଜୀବନ୍ତ ବାକ୍ୟ ଗ୍ରହଣ କଲେ।


ଯୀଶୁ କହିଲେ: “ଥରେ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ରାଜା ରୂପେ ଅଭିଷିକ୍ତ ହେବାକୁ ଦୂର ଦେଶକୁ ଗଲେ ଓ ସେ ସେଠାରୁ ନିର୍ଦ୍ଦିଷ୍ଟ ସମୟରେ ଫେରି ଆସିବାର ସ୍ଥିର ହୋଇଥିଲା।


କିଛି ଦିନ ପରେ ସାନ ପୁଅ ତା’ ସମ୍ପତ୍ତିର ଅଂଶ ବିକ୍ରୀ କଲା ଏବଂ ଟଙ୍କା ନେଇ ଘର ଛାଡ଼ି ଦୂର ଦେଶକୁ ଚାଲିଗଲା। ଭ୍ରଷ୍ଟାଚାରୀ ହୋଇ ଟଙ୍କା ଅପବ୍ୟୟ କଲା।


ସେ ଉତ୍ତର ଦେଲେ, “ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ନିଗୂଢ଼ ତତ୍ତ୍ୱର ଜ୍ଞାନ ତୁମକୁ ଦିଆଯାଇଛି, କିନ୍ତୁ ଅନ୍ୟ ସମସ୍ତଙ୍କ ପାଇଁ ତାହା କେବଳ ଉଦାହରଣ ହୋଇ ରହିଯାଏ। ଫଳତଃ ସେମାନେ ଅନାଇ ଦେଖି ପାରନ୍ତି ନାହିଁ, ଶୁଣି ବୁଝିପାରନ୍ତି ନାହିଁ।”


“ଆଚ୍ଛା, ଏ ବିଷୟରେ ତୁମେ କ’ଣ ଭାବୁଛ, କୁହ। ଜଣେ ଲୋକର ଦୁଇପୁଅ ଥିଲେ। ଦିନେ ସେ ବଡ଼ ପୁଅକୁ କହିଲା, ‘ପୁଅରେ, ଆଜି ଆମ ଦ୍ରାକ୍ଷାକ୍ଷେତରେ ଯାଇ କାମ କର।’


ସେମାନେ ତାଙ୍କୁ ପଚାରିଲେ, “ଆମେ କେଉଁ ସ୍ଥାନରେ ଏହା ପ୍ରସ୍ତୁତ କରିବୁ ବୋଲି ଆପଣ ଚାହାଁନ୍ତି।”


ସେ ଗଳ୍ପ ଛଳରେ ସେମାନଙ୍କୁ ଅନେକ କଥା ଶିକ୍ଷା ଦେଲେ। ସେ କହିଲେ, “ଥରେ ଜଣେ ଲୋକ ବିହନ ବୁଣିବାକୁ ବାହିରିଲା।


ଯୀଶୁ କହିଲେ, “ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଜଣେ ଜମି ମାଲିକ ତାଙ୍କ କ୍ଷେତରେ ଦ୍ରାକ୍ଷା ଚାଷ କରିଥିଲେ। ଘଣାଟିଏ ବସାଇଲେ ଏବଂ ଜଗୁଆଳି ପାଇଁ ଗୋଟିଏ ମଞ୍ଚା ମଧ୍ୟ ତିଆରି କଲେ। ତା’ପରେ କ୍ଷେତଟି ରଇତମାନଙ୍କୁ ଭାଗରେ ଛାଡ଼ିଦେଇ ସେ ବିଦେଶ ଯାତ୍ରା କଲେ।


“ଦ୍ରାକ୍ଷା ଅମଳ କରିବା ସମୟରେ ସେ ରଇତମାନଙ୍କ ପାଖକୁ ନିଜର ଭାଗ ଆଦାୟ କରିବା ପାଇଁ ନିଜ ଦାସମାନଙ୍କୁ ପଠାଇଲେ।


ଯୀଶୁ ସେମାନଙ୍କୁ ଡ଼ାକି ରୂପକ ଛଳରେ ବୁଝାଇ କହିଲେ, “ଶୟତାନ କିପରି ଶୟତାନକୁ ବିତାଡ଼ିତ କରିପାରିବ?


ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଆମେ ଜାଣି ନାହୁଁ।” ଯୀଶୁ ସେମାନଙ୍କୁ କହିଲେ, “କି ଅଧିକାରରେ ଏସବୁ କାର୍ଯ୍ୟ କରୁଛି, ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”


Swiv nou:

Piblisite


Piblisite