Biblia Todo Logo
Bib sou entènèt

- Piblisite -




ମାର୍କ 10:2 - ପବିତ୍ର ବାଇବଲ (CL) NT (BSI)

2 କେତେଜଣ ଫାରୁଶୀ ତାଙ୍କ ନିକଟକୁ ଆସି ତାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ। ସେମାନେ କହିଲେ, “ଆମ ଶାସ୍ତ୍ର ବ୍ୟବସ୍ଥା ଅନୁଯାୟୀ ଜଣେ ତା’ ସ୍ତ୍ରୀକୁ ଛାଡ଼ପତ୍ର ଦେଇପାରିବ କି?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଇତିମଧ୍ୟରେ ଫାରୂଶୀମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଆପଣା ସ୍ତ୍ରୀକି ପରିତ୍ୟାଗ କରିବା କଅଣ ପୁରୁଷ ପକ୍ଷରେ ନ୍ୟାୟସଙ୍ଗତ?

Gade chapit la Kopi

ଓଡିଆ ବାଇବେଲ

2 ଇତିମଧ୍ୟରେ ଫାରୂଶୀମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଆପଣା ସ୍ତ୍ରୀ ପରିତ୍ୟାଗ କରିବା କଅଣ ପୁରୁଷ ପକ୍ଷରେ ନ୍ୟାୟସଙ୍ଗତ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଇତିମଧ୍ୟରେ ଫାରୂଶୀମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଆପଣା ସ୍ତ୍ରୀକୁ ପରିତ୍ୟାଗ କରିବା କଅଣ ପୁରୁଷ ପକ୍ଷରେ ନ୍ୟାୟସଙ୍ଗତ?

Gade chapit la Kopi

ପବିତ୍ର ବାଇବଲ

2 କେତେକ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ ଯୀଶୁଙ୍କ ଭୁଲ୍ ଧରିବା ପାଇଁ ଚେଷ୍ଟା କଲେ। ସେମାନେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଗ୍ଭରିଲେ, “ଜଣେ ପୁରୁଷ ତା'ର ସ୍ତ୍ରୀକୁ ଛାଡ଼ପତ୍ର ଦେବା କ’ଣ ଆଇନ ସଙ୍ଗତ କାର୍ଯ୍ୟ?”

Gade chapit la Kopi




ମାର୍କ 10:2
25 Referans Kwoze  

ସେମାନେ ଯୀଶୁଙ୍କୁ ଫାନ୍ଦରେ ପକାଇ ତାଙ୍କ ଉପରେ ଦୋଷାରୋପ କରିବା ପାଇଁ ଏ କଥା ପଚାରିଥିଲେ, କିନ୍ତୁ ଯୀଶୁ ନଇଁପଡ଼ି ଅଙ୍ଗୁଳି ଦେଇ ଭୂମିରେ ଲେଖିବାକୁ ଲାଗିଲେ।


“ଆହେ ଧର୍ମଗୁରୁ ଓ ଫାରୁଶୀଗଣ, ତୁମର ଶେଷ ଦଶା କେଡ଼େ ଭୟଙ୍କର! ଆରେ ଛଳ ଧାର୍ମିକଦଳ, ସ୍ୱର୍ଗରାଜ୍ୟର ପ୍ରବେଶ ଦ୍ୱାର ବନ୍ଦ କରି ରଖିଛ। ନିଜେ ସେଥିରେ ପ୍ରବେଶ କରୁ ନାହଁ ଏବଂ ଯେଉଁମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ବାଟ ଛାଡ଼ୁ ନାହଁ।”


ସେମାନଙ୍କ ମଧ୍ୟରୁ କେତେକ ପ୍ରଭୁଙ୍କ ଶକ୍ତି ପରଖ କରି ସର୍ପାଘାତରେ ନିହତ ହୋଇଥିଲେ। ଆମ୍ଭେମାନେ ସେପରି ପ୍ରଭୁଙ୍କୁ ପରୀକ୍ଷା ନ କରୁ।


ପ୍ରଧାନ ଯାଜକ ଓ ଫାରୁଶୀମାନେ ଆଦେଶ ଜାରି କରିଥିଲେ ଯେ ଯଦି କେହି ଯୀଶୁ କେଉଁଠାରେ ଅଛନ୍ତି ଜାଣିଥାଏ, ତେବେ ଏ ଖବର ଶୀଘ୍ର କର୍ତ୍ତୃପକ୍ଷମାନଙ୍କୁ ଜଣାଇ ଦେବେ। ତା’ହେଲେ ସେମାନେ ଯୀଶୁଙ୍କୁ ଗିରଫ କରିବେ।


ଏହା ଶୁଣି ଫାରୁଶୀ ଓ ମୁଖ୍ୟ ଯାଜକମାନେ ମହାସଭାର ସଦସ୍ୟମାନଙ୍କୁ ଭେଟି କହିଲେ, “ଆମେ କ’ଣ କିରବା? ଦେଖ, ଏ ଲୋକଟା କେତେ କେତେ ଆଶ୍ଚର୍ଯ୍ୟ କର୍ମ କରି ଯାଉଛି।


ଫାରୁଶୀ ବା ଆମ ଅଧିକାରୀମାନଙ୍କ ମଧ୍ୟରୁ କେହି ଜଣେ ହେଲେ ତା’ କଥାରେ ବିଶ୍ୱାସ କରୁଛନ୍ତି ବୋଲି କଅଣ ତୁମ୍ଭେମାନେ ଜାଣିଛ?


ଯୀଶୁଙ୍କ ସମ୍ପର୍କରେ ଲୋକମାନେ ଏହିପରି କଥାବାର୍ତ୍ତା ହେଉଥିବା ଫାରୁଶୀମାନେ ଶୁଣିଲେ। ତେଣୁ ସେମାନେ ଓ ମୁଖ୍ୟ ଯାଜକମାନେ ଯୀଶୁଙ୍କୁ ଗିରଫ କରିବା ପାଇଁ ଦଳେ ପ୍ରହରୀଙ୍କୁ ପଠାଇଲେ।


ଫାରୁଶୀମାନେ ଏହିସବୁ ଶୁଣିବା ପରେ ଯୀଶୁଙ୍କୁ ବିଦ୍ରୂପ କଲେ, କାରଣ ସେମାନେ ଧନ ପ୍ରତି ଆସକ୍ତ ଥିଲେ।


ସେଥିପାଇଁ ପ୍ରଭୁ ତାଙ୍କୁ କହିଲେ, “ହେ ଫାରୁଶୀଗଣ, ତୁମ୍ଭେମାନେ ଥାଳୀ ଓ ଗିନାର ବାହାର ପରିଷ୍କାର କରିଥାଅ, କିନ୍ତୁ ତୁମର ଅନ୍ତର ହିଂସା ଓ ଦୁଷ୍ଟତାରେ ପରିପୂର୍ଣ୍ଣ।


କିନ୍ତୁ ଫାରୁଶୀ ଓ ଧର୍ମଗୁରୁମାନେ ସେମାନଙ୍କ ଜୀବନ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ ପ୍ରତ୍ୟାଖ୍ୟାନ କରି ଯୋହନଙ୍କଠାରୁ ଜଳଦୀକ୍ଷା ଗ୍ରହଣ କରି ନ ଥିଲେ।)


ଧର୍ମଗୁରୁ ଓ ଫାରୁଶୀମାନଙ୍କ ମଧ୍ୟରୁ କେତେଜଣ ଯୀଶୁଙ୍କ ଦୋଷ ଧରିବା ପାଇଁ କାରଣ ଖୋଜୁଥିଲେ। ସେ ବିଶ୍ରାମବାର ଦିନ ସୁସ୍ଥ କରିବେ କି ନାହିଁ, ତାହା ଦେଖିବାକୁ ତାଙ୍କ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଥିଲେ।


କେତେକ ଫାରୁଶୀ ଓ ତାଙ୍କ ଦଳର ଧର୍ମଗୁରୁମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ନିକଟରେ ଅଭିଯୋଗ କରି କହିଲେ, “ତୁମେ କାହିଁକି କରଆଦାୟକାରୀ ଓ ଅନ୍ୟାନ୍ୟ ସମାଜଚ୍ୟୁତ ଲୋକମାନଙ୍କ ସହିତ ଭୋଜନ ପାନ କରୁଛ?”


ଯୀଶୁ ସେମାନଙ୍କୁ ସତର୍କ କରିଦେଇ କହିଲେ, “ସାବଧାନ, ଫାରୁଶୀମାନଙ୍କର ଓ ହେରୋଦଙ୍କର ଖମୀରଠାରୁ ସତର୍କ ରୁହ।”


ଦିନେ କେତେଜଣ ଫାରୁଶୀ ଯୀଶୁଙ୍କ ନିକଟକୁ ଆସି ତାଙ୍କ ସହିତ ତର୍କ କରିବାକୁ ଲାଗିଲେ। ଯୀଶୁଙ୍କ ଦୋଷ ତ୍ରୁଟି ଧରିବା ପାଇଁ ଫାନ୍ଦ ପାତି ସେମାନେ ତାଙ୍କୁ ଅନୁରୋଧ କଲେ ଗୋଟିଏ ଅଲୌକିକ କାର୍ଯ୍ୟ କରି ସେ ପ୍ରମାଣ କରନ୍ତୁ ଯେ, ତାଙ୍କ ପ୍ରତି ଈଶ୍ୱରଙ୍କ ସମର୍ଥନ ରହିଛି।


ଏବଂ ସେମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ଫାନ୍ଦରେ ପକାଇବା ପାଇଁ ଗୋଟିଏ ପ୍ରଶ୍ନ କଲା,


କେତେଜଣ ଫାରୁଶୀ ତାଙ୍କ ନିକଟକୁ ଆସି ତାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ। ସେମାନେ ତାଙ୍କୁ ପଚାରିଲେ, “ଆମ ଧର୍ମର ବ୍ୟବସ୍ଥା ଅନୁଯାୟୀ ଜଣେ ଯେ କୌଣସି କାରଣରୁ ତା’ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପାରିବ କି?”


ଦିନେ କେତେ ଜଣ ଫାରୁଶୀ ଓ ସାଦ୍ଦୁକୀ ଯୀଶୁଙ୍କ ଦୋଷ ଧରିବା ପାଇଁ ଫାନ୍ଦ ପାତି ତାଙ୍କ ନିକଟକୁ ଆସିଲେ। ସେମାନେ ତାଙ୍କୁ କହିଲେ, ଈଶ୍ୱର ତାଙ୍କୁ ମନୋନୀତ କରିଛନ୍ତି ବୋଲି ପ୍ରମାଣ ଦେବା ପାଇଁ ସେ ଗୋଟିଏ ଅଲୌକିକ କାର୍ଯ୍ୟ କରି ଦେଖନ୍ତୁ।


ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି କହିଲେ, “ଆପଣଙ୍କ କଥା ଶୁଣଇ ଫାରୁଶୀମାନେ ବିରକ୍ତ ହୋଇଛନ୍ତି, ଏହା କ’ଣ ଆପଣ ଜାଣନ୍ତି ନାହିଁ?”


କିନ୍ତୁ ଫାରୁଶୀମାନେ କହିଲେ, “ଏ ଲୋକ ପ୍ରେତପତିଙ୍କ ଶ୍ତିରେ ଭୂତ ଛାଡ଼ାଉଛି।”


ତା’ପରେ ଯୀଶୁ ଯର୍ଦ୍ଦନ ନଦୀ ପାର ହୋଇ ଇହୁଦୀୟା ପ୍ରଦେଶରେ ପହଞ୍ôଚଲେ। ସେଠାରେ ମଧ୍ୟ ଲୋକମାନେ ବହୁସଂଖ୍ୟାରେ ଆସି ତାଙ୍କ ପାଖରେ ଜମା ହେଲେ ଏବଂ ସେ ପୂର୍ବ ପରି ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ।


ଯୀଶୁ ଉତ୍ତର ଦେଲେ, “ଏ ସମ୍ପର୍କରେ ମୋଶାଙ୍କ ନିୟମ କ’ଣ କୁହେ?”


Swiv nou:

Piblisite


Piblisite