Biblia Todo Logo
Bib sou entènèt

- Piblisite -




ମାର୍କ 10:1 - ପବିତ୍ର ବାଇବଲ (CL) NT (BSI)

1 ତା’ପରେ ଯୀଶୁ ଯର୍ଦ୍ଦନ ନଦୀ ପାର ହୋଇ ଇହୁଦୀୟା ପ୍ରଦେଶରେ ପହଞ୍ôଚଲେ। ସେଠାରେ ମଧ୍ୟ ଲୋକମାନେ ବହୁସଂଖ୍ୟାରେ ଆସି ତାଙ୍କ ପାଖରେ ଜମା ହେଲେ ଏବଂ ସେ ପୂର୍ବ ପରି ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ସେ ସେହି ସ୍ଥାନରୁ ପ୍ରସ୍ଥାନ କରି ଯିହୁଦା ସୀମା ଓ ଯର୍ଦ୍ଦନର ପରପାରିକି ଆସିଲେ; ଆଉ ଲୋକସମୂହ ପୁନର୍ବାର ତାହାଙ୍କ ନିକଟରେ ଏକତ୍ର ହୁଅନ୍ତେ, ସେ ନିଜ ରୀତି ଅନୁସାରେ ସେମାନଙ୍କୁ ପୁଣି ଶିକ୍ଷା ଦେବାକୁ ଲାଗିଲେ।

Gade chapit la Kopi

ଓଡିଆ ବାଇବେଲ

1 ଯୀଶୁ ସେହି ସ୍ଥାନରୁ ପ୍ରସ୍ଥାନ କରି ଯିହୂଦା ସୀମା ଓ ଯର୍ଦ୍ଦନର ଅପରପାରିକୁ ଆସିଲେ; ଆଉ ଲୋକସମୂହ ପୁନର୍ବାର ତାହାଙ୍କ ନିକଟରେ ଏକତ୍ର ହୁଅନ୍ତେ ସେ ନିଜ ରୀତି ଅନୁସାରେ ସେମାନଙ୍କୁ ପୁଣି, ଶିକ୍ଷା ଦେବାକୁ ଲାଗିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଯୀଶୁ ସେହି ସ୍ଥାନରୁ ପ୍ରସ୍ଥାନ କରି ଯିହୂଦିୟା ପ୍ରଦେଶର ସୀମା ଓ ଯର୍ଦ୍ଦନ ନଦୀର ଅପର ପାରିକୁ ଆସିଲେ; ଆଉ ଲୋକସମୂହ ପୁନର୍ବାର ତାହାଙ୍କ ନିକଟରେ ଏକତ୍ର ହୁଅନ୍ତେ ସେ ନିଜ ରୀତି ଅନୁସାରେ ସେମାନଙ୍କୁ ପୁଣି, ଶିକ୍ଷା ଦେବାକୁ ଲାଗିଲେ।

Gade chapit la Kopi

ପବିତ୍ର ବାଇବଲ

1 ତା'ପରେ ଯୀଶୁ ସେ ସ୍ଥାନ ଛାଡ଼ିଦେଲେ। ସେ ଯିହୂଦା ଅଞ୍ଚଳ ଓ ଯର୍ଦ୍ଦନ ନଦୀର ଅପର ପାରିକୁ ଗଲେ। ପୁଣି ବହୁତ ଲୋକ ତାହାଙ୍କ ପାଖରେ ଜମା ହୋଇଗଲେ। ସବୁ ସମୟ ଭଳି ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଲେ।

Gade chapit la Kopi




ମାର୍କ 10:1
17 Referans Kwoze  

ଯର୍ଦ୍ଦନ ନଦୀର ଅପରପାଶ୍ୱର୍ରେ ଯୋହନ ଜଳଦୀକ୍ଷା ଦେଉଥିବା ସ୍ଥାନକୁ ଯୀଶୁ ଫେରିଯାଇ ସେଠାରେ ଅବସ୍ଥାନ କଲେ।


ଯୀଶୁ ଗଳ୍ପ ଛଳରେ ସେମାନଙ୍କୁ ଶିକ୍ଷା ଦେଲେ। ସେ କହିଲେ,


ତା’ପରେ ସେ ଶିଷ୍ୟମାନଙ୍କୁ କହିଲେ: “ଚାଲ, ଆମେ ଯିହୁଦା ପ୍ରଦେଶକୁ ଫେରିଯିବା।”


ଯୀଶୁ ନୌକାରୁ ଓହ୍ଲାଇ ଏହି ବିରାଟ ଜନତାକୁ ଦେଖି ତାଙ୍କ ହୃଦୟ ଦୟାରେ ବିଗଳିତ ହେଲା। କାରଣ ସେମାନେ ଅରକ୍ଷକ ମେଷପଲ ପରି ଥିଲେ। ସେଠାରେ ଯୀଶୁ ସେମାନଙ୍କୁ ଅନେକ ବିଷୟରେ ଶିକ୍ଷା ଦେବାକୁ ଲାଗିଲେ।


ଯୀଶୁ ସମଗ୍ର ଗାଲିଲୀ ପର୍ଯ୍ୟଟନ କରି ଉପାସନା ଗୃହମାନଙ୍କରେ ଶିକ୍ଷା ଦେଲେ। ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କଲେ ଏବଂ ନାନାବିଧ ରୋଗୀ ଓ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କଲେ।


ଯୀଶୁ ଉତ୍ତର ଦେଇ କହିଲେ, “ମୁଁ ସବୁବେଳେ ସମସ୍ତଙ୍କ ନିକଟରେ ପ୍ରକାଶ୍ୟଭାବେ ଶିକ୍ଷା ଦେଇଛି। ମନ୍ଦିର ଓ ଉପାସନା ଗୃହମାନଙ୍କରେ, ଲୋକମାନେ ସମବେତ ହୋଇଥିବାବେଳେ ମୁଁ କଥା ମୁଁ ଗୋପନରେ କହି ନାହିଁ।


ସେମାନଙ୍କ ଅବିଶ୍ୱାସ ଦେଖି ଯୀଶୁ ବିସ୍ମିତ ହେଲେ। ତା’ପରେ ଯୀଶୁ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଯାଇ ଲୋକଙ୍କୁ ଶିକ୍ଷା ଦେଲେ।


ଯୀଶୁ ପୁଣି ଥରେ ହ୍ରଦ କୂଳକୁ ଗଲେ। ସେଠାରେ ଜନସମାଗମ ହେବାରୁ ଯୀଶୁ ସେମାନଙ୍କୁ ଶିକ୍ଷା ଦେଲେ।


ଯୀଶୁ ତା’ପରେ ଜମା ହୋଇଥିବା ସେହି ଲୋକମାନଙ୍କୁ କହିଲେ, “ମୁଁ କ’ଣ ଗୋଟିଏ ପଳାତକ ଦସ୍ୟୁ ଯେ ଖଣ୍ଡା ଠେଙ୍ଗା ନେଇ ମୋତେ ଧରିବାକୁ ଆସିଛ? ପ୍ରତିଦିନ ମୁଁ ମନ୍ଦିରରେ ବସି ଶିକ୍ଷା ଦେଉଥିଲି, ସେତେବେଳେ ତ ମୋତେ ଧରି ନ ଥିଲ!


ଯୀଶୁ ଓ ତାଙ୍କ ଶିଷ୍ୟମାନେ କପର୍ନାହୂମ ସହରକୁ ଗଲେ ଏବଂ ପରବର୍ତ୍ତୀ ଦିନ ଯୀଶୁ ସମାଜ ଗୃହକୁ ଯାଇ ଶିକ୍ଷା ଦେଲେ।


ସେଠାରେ ବିଶ୍ରାମବାର ଦିନ ଉପାସନା ଗୃହରେ ସେ ଉପଦେଶ ଦେଲାବେଳେ ଅନେକ ଲୋକ ଉପସ୍ଥିତ ଥିଲେ। ଯୀଶୁଙ୍କ କଥା ଶୁଣି ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଚାରିଲେ, “ଏତେ କଥା ସେ କେଉଁଠୁ ଜାଣିଲେ? ଏତେ ଜ୍ଞାନ ସେ କେଉଁଠୁ ପାଇଲେ? ଏସବୁ ଅଲୌକିକ କାର୍ଯ୍ୟ ସେ କିପରି କରୁଛନ୍ତି?


କେତେଜଣ ଫାରୁଶୀ ତାଙ୍କ ନିକଟକୁ ଆସି ତାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ। ସେମାନେ କହିଲେ, “ଆମ ଶାସ୍ତ୍ର ବ୍ୟବସ୍ଥା ଅନୁଯାୟୀ ଜଣେ ତା’ ସ୍ତ୍ରୀକୁ ଛାଡ଼ପତ୍ର ଦେଇପାରିବ କି?”


ମନ୍ଦିରରେ ଦିନେ ଶିକ୍ଷା ଦେଲାବେଳେ ଯୀଶୁ ଗୋଟିଏ ପ୍ରଶ୍ନ ପଚାରିଲେ,


ଦିନ ଦିନ ଧରି ମୁଁ ମନ୍ଦିରରେ ଶିକ୍ଷା ଦେଉଥିଲି; ସେତେବେଳେ ତ ମୋତେ ଗିରଫ କଲ ନାହିଁ। କିନ୍ତୁ ଶାସ୍ତ୍ରର ସବୁ କଥା ନିଶ୍ଚୟ ସଫଳ ହେବ।”


Swiv nou:

Piblisite


Piblisite