Biblia Todo Logo
Bib sou entènèt

- Piblisite -




ମାର୍କ 1:8 - ପବିତ୍ର ବାଇବଲ (CL) NT (BSI)

8 ମୁଁ ତୁମ୍ଭମାନଙ୍କୁ ଜଳରେ ଦୀକ୍ଷା ଦେଉଛି, କିନ୍ତୁ ସେ ପବିତ୍ର ଆତ୍ମାରେ ଦୀକ୍ଷା ଦେବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ମୁଁ ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଲି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ।

Gade chapit la Kopi

ଓଡିଆ ବାଇବେଲ

8 ମୁଁ ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଲି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ମୁଁ ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଲି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ।”

Gade chapit la Kopi

ପବିତ୍ର ବାଇବଲ

8 ମୁଁ ତୁମ୍ଭମାନଙ୍କୁ ଜଳ ଦ୍ୱାରା ବାପ୍ତିସ୍ମ ଦେଉଛି, କିନ୍ତୁ ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିସ୍ମ ଦେବେ।”

Gade chapit la Kopi




ମାର୍କ 1:8
19 Referans Kwoze  

ଯୋହନ ଜଳରେ ଦୀକ୍ଷିତ କରାଇଲେ, କିନ୍ତୁ ଅଳ୍ପ ଦିନ ମଧ୍ୟରେ ତୁମ୍ଭେମାନେ ପବିତ୍ରଆତ୍ମାରେ ଦୀକ୍ଷିତ ହେବ।”


ସେହିପରି ଇହୁଦୀ, ଅଣଇହୁଦୀ, କ୍ରୀତଦାସ ଓ ସ୍ୱାଧୀନ ନାଗରିକ ନିର୍ବିଶେଷରେ ଆମେ ସମସ୍ତେ ଏକ ଆତ୍ମାଙ୍କ କର୍ତ୍ତୃକ ଜଳଦୀକ୍ଷାରେ ଦୀକ୍ଷିତ ହୋଇ ସେହି ଏକ ଶରୀରରେ ଅନ୍ତର୍ଭୁକ୍ତ ହୋଇଅଛୁ, ଏକ ଆତ୍ମାଙ୍କୁ ପାନ କରିଛୁ।


ଅଣଇହୁଦୀମାନଙ୍କ ଉପରେ ମଧ୍ୟ ଈଶ୍ୱର ତାଙ୍କର ପବିତ୍ରଆତ୍ମାଙ୍କ ଦାନ ଢାଳି ଦେଇଥିବାର ଦେଖି ପିତରଙ୍କ ସହିତ ଆଗତ ଯୋପ୍ପାର ଇହୁଦୀ ବିଶ୍ୱାସୀମାନେ ଆଶ୍ଚର୍ଯ୍ୟ ହେଲେ।


ସେମାନେ ସମସ୍ତେ ପବିତ୍ରଆତ୍ମାଙ୍କରେ ପୂର୍ଣ୍ଣ ହେଲେ ଓ ଆତ୍ମାଙ୍କ ଚାଳନାରେ ବିଭିନ୍ନ ଭାଷାରେ କଥା କହିବାକୁ ଲାଗିଲେ।


“ଈଶ୍ୱର କହନ୍ତି: ‘ଶେଷ ଦିନମାନଙ୍କରେ ଏହା ସବୁ ଘଟିବ: ମୁଁ ସମସ୍ତଙ୍କ ଉପରେ ମୋର ଆତ୍ମା ବୃଷ୍ଟି କରିବି। ତୁମ ପୁତ୍ର ଓ କନ୍ୟାମାନେ ଭାବବାଣୀ କହିବେ। ତୁମର ଯୁବକମାନେ ଦିବ୍ୟ ଦର୍ଶନ ପାଇବେ, ଓ ତୁମର ବୃଦ୍ଧମାନେ ସ୍ୱପ୍ନ ଦେଖିବେ।


ତୁମେ ପାପ ପ୍ରତି ବିମୁଖ ହୋଇଛ, ଏହା ଜଣାଇବାକୁ ମୁଁ ତୁମକୁ ଜଳରେ ଦୀକ୍ଷା ଦେଉଛି। କିନ୍ତୁ ମୋ’ ପରେ ଯିଏ ଆସୁଛନ୍ତି, ସେ ତୁମକୁ ପବିତ୍ରଆତ୍ମା ଓ ଅଗ୍ନିରେ ଦୀକ୍ଷା ଦେବେ। ସେ ମୋ’ଠାରୁ ମହୀୟାନ-ତାଙ୍କର ପାଦୁକା ବହନ କରିବାକୁ ମଧ୍ୟ ମୁଁ ଅଯୋଗ୍ୟ।


“ଯେଉଁବ୍ୟକ୍ତି ମୋ’ ପରେ ଆସିବେ, ସେ ମୋ’ଠାରୁ ମହାନ୍। ଅବନତ ହୋଇ ତାଙ୍କ ପାଦୁକାର ବନ୍ଧନ ଖୋଲିବା ପାଇଁ ମଧ୍ୟ ମୁଁ ଅଯୋଗ୍ୟ।


ସେହି ସମୟରେ ଯୀଶୁ ଗାଲିଲୀ ପ୍ରଦେଶର ନାଜରିତରୁ ଆସି ଯୋହନଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ଜଳଦୀକ୍ଷା ଗ୍ରହଣ କଲେ।


କିନ୍ତୁ ଯୋହନ କହିଲେ, “ମୁଁ ତୁମ୍ଭମାନଙ୍କୁ ଜଳରେ ଦୀକ୍ଷା ଦେଉଛି, କିନ୍ତୁ ଜଣେ ଆସୁଛନ୍ତି ଯେ ମୋ’ଠାରୁ ଆହୁରି ମହାନ୍। ଏପରି କି ତାଙ୍କ ପାଦୁକାର ବନ୍ଧନ ଫିଟାଇବା ପାଇଁ ମଧ୍ୟ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ଦୀକ୍ଷିତ କରିବେ।


ଯୋହନ ଉତ୍ତର ଦେଲେ: “ମୁଁ କେବଳ ଜଳଦୀକ୍ଷା ଦେଉଛି। କିନ୍ତୁ ତୁମ ମଧ୍ୟରେ ଏବେ ଜଣେ ବ୍ୟକ୍ତି ବିଦ୍ୟମାନ, ଯାହାଙ୍କୁ ତୁମେ ଚିହ୍ନ ନାହିଁ।


ତଥାପି ଏ ସେହି ବ୍ୟକ୍ତି ବୋଲି ସେତେବେଳେ ମୁଁ ଜାଣି ନ ଥିଲି, କିନ୍ତୁ ଜଳଦୀକ୍ଷା ଦେବା ପାଇଁ ଯେଉଁ ଈଶ୍ୱର ମୋତେ ପଠାଇଛନ୍ତି, ସେ ମୋତେ ଜଣାଇଲେ, ‘ମୋର ଆତ୍ମା ଜଣେ ବ୍ୟକ୍ତିଙ୍କ ଉପରକୁ ଅବତରଣ କରି ଆସି ଅଧିଷ୍ଠାନ କରିବା ତୁମେ ଦେଖିବ। ପବିତ୍ରଆତ୍ମାରେ ଯେ ଦୀକ୍ଷା ଦେବେ, ଏ ହେଉଛନ୍ତି ସେହି ବ୍ୟକ୍ତି।


Swiv nou:

Piblisite


Piblisite