Biblia Todo Logo
Bib sou entènèt

- Piblisite -




ମାର୍କ 1:7 - ପବିତ୍ର ବାଇବଲ (CL) NT (BSI)

7 “ଯେଉଁବ୍ୟକ୍ତି ମୋ’ ପରେ ଆସିବେ, ସେ ମୋ’ଠାରୁ ମହାନ୍। ଅବନତ ହୋଇ ତାଙ୍କ ପାଦୁକାର ବନ୍ଧନ ଖୋଲିବା ପାଇଁ ମଧ୍ୟ ମୁଁ ଅଯୋଗ୍ୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ସେ ଘୋଷଣା କରି କହିବାକୁ ଲାଗିଲେ, ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ମୋʼ ଉତ୍ତାରେ ଆସୁଅଛନ୍ତି; ମୁଁ ଅବନତ ହୋଇ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ଯୋଗ୍ୟ ନୁହେଁ।

Gade chapit la Kopi

ଓଡିଆ ବାଇବେଲ

7 ସେ ଘୋଷଣା କରି କହିବାକୁ ଲାଗିଲେ, ମୋ'ଠାରୁ ଯେ ଅଧିକ ଶକ୍ତିମାନ, ସେ ମୋ' ଉତ୍ତାରେ ଆସୁଅଛନ୍ତି; ମୁଁ ଅବନତ ହୋଇ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ଯୋଗ୍ୟ ନୁହେଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ସେ ଘୋଷଣା କରି କହିବାକୁ ଲାଗିଲେ, “ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ମୋʼ ଉତ୍ତାରେ ଆସୁଅଛନ୍ତି; ମୁଁ ଅବନତ ହୋଇ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ଯୋଗ୍ୟ ନୁହେଁ।

Gade chapit la Kopi

ପବିତ୍ର ବାଇବଲ

7 ଯୋହନ ଲୋକମାନଙ୍କ ଆଗରେ ଘୋଷଣା କରୁଥିଲେ: “ମୋ’ ପରେ ଜଣେ ଶକ୍ତିଶାଳୀ ଲୋକ ଆସୁଛନ୍ତି; ମୁଁ ଆଣ୍ଠୁମାଡ଼ି ବସି ତାହାଙ୍କର ଜୋତା ଖୋଲିବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ।

Gade chapit la Kopi




ମାର୍କ 1:7
11 Referans Kwoze  

ପୁଣି ଯୋହନ ତାଙ୍କର ସେବାକାର୍ଯ୍ୟ ଶେଷ କରିବା ପୂର୍ବରୁ ଲୋକମାନଙ୍କୁ ପଚାରିଲେ, ‘ମୋ’ ବିଷୟରେ ତୁମ୍ଭମାନଙ୍କ ଧାରଣା କ’ଣ? ତୁମ୍ଭେମାନେ ଯାହାଙ୍କ ପ୍ରତୀକ୍ଷାରେ ଅଛ, ମୁଁ ସେ’ ନୁହେଁ। କିନ୍ତୁ ଶୁଣ! ମୋ’ ପରେ ଯେ ଆସୁଛନ୍ତି, ମୁଁ ତାଙ୍କ ପାଦରୁ ପାଦୁକା ଖୋଲିବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ।’


ସେ ମୋ’ ପରେ ଆସୁଛନ୍ତି। ତାଙ୍କ ପାଦୁକାର ବନ୍ଧନ ଖୋଲି ଦେବାକୁ ମଧ୍ୟ ମୁଁ ଅଯୋଗ୍ୟ।”


କିନ୍ତୁ ଯୋହନ କହିଲେ, “ମୁଁ ତୁମ୍ଭମାନଙ୍କୁ ଜଳରେ ଦୀକ୍ଷା ଦେଉଛି, କିନ୍ତୁ ଜଣେ ଆସୁଛନ୍ତି ଯେ ମୋ’ଠାରୁ ଆହୁରି ମହାନ୍। ଏପରି କି ତାଙ୍କ ପାଦୁକାର ବନ୍ଧନ ଫିଟାଇବା ପାଇଁ ମଧ୍ୟ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ଦୀକ୍ଷିତ କରିବେ।


ତୁମେ ପାପ ପ୍ରତି ବିମୁଖ ହୋଇଛ, ଏହା ଜଣାଇବାକୁ ମୁଁ ତୁମକୁ ଜଳରେ ଦୀକ୍ଷା ଦେଉଛି। କିନ୍ତୁ ମୋ’ ପରେ ଯିଏ ଆସୁଛନ୍ତି, ସେ ତୁମକୁ ପବିତ୍ରଆତ୍ମା ଓ ଅଗ୍ନିରେ ଦୀକ୍ଷା ଦେବେ। ସେ ମୋ’ଠାରୁ ମହୀୟାନ-ତାଙ୍କର ପାଦୁକା ବହନ କରିବାକୁ ମଧ୍ୟ ମୁଁ ଅଯୋଗ୍ୟ।


ଯୋହନ ଯୀଶୁଙ୍କୁ ନିବର୍ତ୍ତାଇ କହିଲେ, “ମୁଁ ସିନା ତୁମ ଦ୍ୱାରା ଦୀକ୍ଷିତ ହେବାର କଥା - ତୁମେ ତଥାପି ମୋ’ ନିକଟକୁ ଆସିଛ?”


ଯୋହନ ଓଟ ଲୋମର ପୋଷାକ ପରିଧାନ କରୁଥିଲେ ଏବଂ କଟିଦେଶରେ ଚର୍ମପଟୁକା ବାନ୍ଧୁଥିଲେ। ପଙ୍ଗପାଳ ଓ ବନମଧୂ ତାଙ୍କର ଖାଦ୍ୟ ଥିଲା। ସେ ଲୋକମାନଙ୍କ ନିକଟରେ ଘୋଷଣା କରୁଥିଲେ,


ମୁଁ ତୁମ୍ଭମାନଙ୍କୁ ଜଳରେ ଦୀକ୍ଷା ଦେଉଛି, କିନ୍ତୁ ସେ ପବିତ୍ର ଆତ୍ମାରେ ଦୀକ୍ଷା ଦେବେ।”


ପାଉଲ କହିଲେ, “ଯେଉଁମାନେ ପାପରୁ ବିମୁଖ ହୋଇଥିଲେ, ଯୋହନଙ୍କ ଜଳଦୀକ୍ଷା ସେମାନଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା। କିନ୍ତୁ ତାଙ୍କ ପରେ ଯେ ଆସିବାର ଥିଲା, ଅର୍ଥାତ୍, ଯୀଶୁଙ୍କଠାରେ ବିଶ୍ୱାସ କରିବା ପାଇଁ ଯୋହନ ଇଶ୍ରାଏଲର ଲୋକମାନଙ୍କୁ କହିଥିଲେ।”


Swiv nou:

Piblisite


Piblisite