Biblia Todo Logo
Bib sou entènèt

- Piblisite -




ମାର୍କ 1:5 - ପବିତ୍ର ବାଇବଲ (CL) NT (BSI)

5 ଯିହୂଦା ପ୍ରଦେଶ ଓ ଯିରୂଶାଲମ ସହରକୁ ବହୁ ଲୋକ ଯୋହନଙ୍କ ପ୍ରଚାର ଶୁଣିବା ପାଇଁ ଆସିଲେ। ସେମାନେ ନିଜ ନିଜ ପାପ ସ୍ୱୀକାର କଲେ ଏବଂ ଯୋହନ ସେମାନଙ୍କୁ ଯର୍ଦ୍ଦନ ନଦୀରେ ଜଳଦୀକ୍ଷା ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେଥିରେ ସମଗ୍ର ଯିହୁଦା ପ୍ରଦେଶ ଓ ସମସ୍ତ ଯିରୂଶାଲମନିବାସୀ ବାହାରି ତାଙ୍କ ନିକଟକୁ ଆସିବାକୁ ଲାଗିଲେ ଓ ଆପଣା ଆପଣା ପାପ ସ୍ଵୀକାର କରି ତାଙ୍କ ଦ୍ଵାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।

Gade chapit la Kopi

ଓଡିଆ ବାଇବେଲ

5 ସେଥିରେ ସମଗ୍ର ଯିହୂଦା ପ୍ରଦେଶ ଓ ସମସ୍ତ ଯିରୂଶାଲମ ନିବାସୀ ବାହାରି ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ ଓ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେଥିରେ ସମଗ୍ର ଯିହୂଦିୟା ପ୍ରଦେଶ ଓ ସମସ୍ତ ଯିରୂଶାଲମ ସହରନିବାସୀ ବାହାରି ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ ଓ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।

Gade chapit la Kopi

ପବିତ୍ର ବାଇବଲ

5 ଯିହୂଦା ଓ ଯିରୁଶାଲମର ସବୁଲୋକ ଯୋହନଙ୍କ ପାଖକୁ ଆସିଲେ। ନିଜ ନିଜ ପାପ ସ୍ୱୀକାର କରି ଯର୍ଦ୍ଦନ ନଦୀରେ ସେମାନେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ।

Gade chapit la Kopi




ମାର୍କ 1:5
15 Referans Kwoze  

ବିଶ୍ୱାସୀମାନଙ୍କ ମଧ୍ୟରୁ ଅନେକେ ନିଜର ସମସ୍ତ ଦୁଷ୍କର୍ମ ପ୍ରକାଶ୍ୟରେ ସ୍ୱୀକାର କଲେ।


ପିତର ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ପ୍ରତ୍ୟେକେ ପାପରୁ ବିମୁଖ ହୋଇ ତୁମ ପାପକ୍ଷମା ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ଜଳଦୀକ୍ଷା ଗ୍ରହଣ କର; ତାହାହେଲେ ତୁମ୍ଭେମାନେ ଈଶ୍ୱରଙ୍କ ଦାନ ପବିତ୍ରଆତ୍ମାଙ୍କୁ ପାଇବ।


ସେତେବେଳେ ଶାଲିମ୍ର ଅଦୂରବର୍ତ୍ତୀ ଏନୋନରେ ଯୋହନ ମଧ୍ୟ ଜଳଦୀକ୍ଷା ଦେଉଥିଲେ, କାରଣ ସେଠାରେ ଯଥେଷ୍ଟ ଜଳ ଥିଲା ଓ ଜଳଦୀକ୍ଷା ନେବା ପାଇଁ ସେଠାକୁ ଅନେକ ଲୋକ ଆସୁଥିଲେ। (


ଯୋହନ ଜଳଦୀକ୍ଷା ଦେଉଥିବା ଯର୍ଦ୍ଦନ ନଦୀର ପୂର୍ବପାଶ୍ୱର୍ସ୍ଥ ବେଥନୀରେ ଏହିସବୁ ଘଟଣା ଘଟିଗଲା।


ଯୀଶୁ ସେ ସମସ୍ତଙ୍କୁ ସୁସ୍ଥ କଲେ। ଗାଲିଲୀ, ଦେକାପଲୀ, ଯିରୂଶାଲମ, ଇହୁଦା ଓ ଯର୍ଦ୍ଦନର ସେପାରିରେ ଥିବା ଅଞ୍ଚଳରୁ ବହୁ ସଂଖ୍ୟକ ଲୋକ ଯୀଶୁଙ୍କୁ ଅନୁସରଣ କଲେ।


ସେହି ଅନୁସାରେ ଯୋହନ ମରୁପ୍ରାନ୍ତରକୁ ଆସି ପ୍ରଚାର କଲେ ଏବଂ ଜଳଦୀକ୍ଷା ଦେବାକୁ ଲାଗିଲେ। ସେ ଲୋକମାନଙ୍କୁ କହୁଥିଲେ, “ନିଜ ନିଜର ପାପ ପ୍ରତି ବିମୁଖ ହୁଅ ଏବଂ ଜଳଦୀକ୍ଷା ଗ୍ରହଣ କର। ତାହାହେଲେ ଈଶ୍ୱର ତୁମର ପାପ କ୍ଷମା କରିବେ।”


ଯୋହନ ଓଟ ଲୋମର ପୋଷାକ ପରିଧାନ କରୁଥିଲେ ଏବଂ କଟିଦେଶରେ ଚର୍ମପଟୁକା ବାନ୍ଧୁଥିଲେ। ପଙ୍ଗପାଳ ଓ ବନମଧୂ ତାଙ୍କର ଖାଦ୍ୟ ଥିଲା। ସେ ଲୋକମାନଙ୍କ ନିକଟରେ ଘୋଷଣା କରୁଥିଲେ,


ଯୋହନ ଥିଲେ ଜଣେ ଜ୍ୱଳନ୍ତ ଉଜ୍ଜ୍ୱଳ ପ୍ରଦୀପ। କିଛି ଦିନ ପାଇଁ ତାଙ୍କ ଆଲୋକରେ ଆଲୋକିତ ହେବା ପାଇଁ ତୁମ୍ଭେମାନେ ଇଚ୍ଛୁକ ଥିଲ।


ପରସ୍ପର ନିକଟରେ ନିଜ ନିଜ ପାପ ସ୍ୱୀକାର କର ଏବଂ ପରସ୍ପର ନିମନ୍ତେ ପ୍ରାର୍ଥନା କର। ତାହାହେଲେ, ତୁମେ ଆରୋଗ୍ୟ ଲାଭ କରିବ। ଧାର୍ମିକର ପ୍ରାର୍ଥନା, ଶକ୍ତିଶାଳୀ ଓ ଫଳପ୍ରଦ।


Swiv nou:

Piblisite


Piblisite