Biblia Todo Logo
Bib sou entènèt

- Piblisite -




ମାଥିଉ 4:3 - ପବିତ୍ର ବାଇବଲ (CL) NT (BSI)

3 ସେତେବେଳେ ଶୟତାନ ତାଙ୍କ ନିକଟକୁ ଆସି କହିଲା, “ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ଏହି ପଥରଗୁଡ଼ିକୁ ରୋଟିରେ ପରିଣତ ହେବା ପାଇଁ ଆଦେଶ ଦିଅ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଆଉ, ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, ତୁମ୍ଭେ ଯେବେ ଈଶ୍ଵରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ାକ ରୋଟୀ ହେବା ପାଇଁ ଆଜ୍ଞା ଦିଅ।

Gade chapit la Kopi

ଓଡିଆ ବାଇବେଲ

3 ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, "ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡିକୁ ରୁଟି ହେବା ପାଇଁ ଆଜ୍ଞା ଦିଅ ।"

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, “ତୁମ୍ଭେ ଯେବେ ଈଶ୍ବରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ାକ ରୁଟି ହେବା ପାଇଁ ଆଜ୍ଞା ଦିଅ।”

Gade chapit la Kopi

ପବିତ୍ର ବାଇବଲ

3 ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, “ତୁମ୍ଭେ ଯଦି ପରମେଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ିକୁ ରୋଟୀ ହୋଇ ଯିବା ପାଇଁ କୁହ।”

Gade chapit la Kopi




ମାଥିଉ 4:3
34 Referans Kwoze  

ତେଣୁ ତୀମଥିଙ୍କୁ ପଠାଇଲି। ମୁଁ ଆଉ ନିଶ୍ଚିନ୍ତ ହୋଇ ରହିପାରିଲି ନାହିଁ। ତୁମ୍ଭେମାନେ ତୁମ ବିଶ୍ୱାସରେ ଅଟଳ ରହିଛି କି ନାହିଁ, ଜାଣିବା ନିମନ୍ତେ ମୁଁ ତାଙ୍କୁ ପଠାଇଲି। ସତେ କଅଣ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭିତ କରିଥିବ ଓ ଆମର ସମସ୍ତ କାର୍ଯ୍ୟ ବିଫଳ ହୋଇଥିବ? ନା, ଏହା କଦାପି ସମ୍ଭବ ନୁହେଁ।


ତୁମେ ଯାହା କିଛି ଦୁଃଖ ଭୋଗ କରିବାକୁ ଯାଉଛ, ସେଥିପାଇଁ ଭୟ କର ନାହିଁ। ଶୁଣ! ତୁମ ମଧ୍ୟରୁ କେତେକଙ୍କୁ କାରାଗାରରେ ପକାଇ ଶୟତାନ ପରୀକ୍ଷା କରିବ। କିନ୍ତୁ ତୁମର ଏହି ଦୁର୍ଦ୍ଦଶା କେବଳ ଦଶ ଦିନ ବ୍ୟାପୀ ହେବ। ଏଥିରେ ମରଣର ଭୟ ଥିଲେ ମଧ୍ୟ ମୋ’ ପ୍ରତି ବିଶ୍ୱସ୍ତ ରହିଲେ, ମୁଁ ତୁମକୁ ଜୀବନରୂପ ମୁକୁଟ ଦେବି।


ତତ୍ପରେ ସ୍ୱର୍ଗରୁ ଐଶୀବାଣୀ ଉଚ୍ଚାରିତ ହେଲା, “ଏହି ମୋର ପ୍ରିୟ ପୁତ୍ର, ତାଙ୍କଠାରେ ମୁଁ ସନ୍ତୁଷ୍ଟ।”


ଏଷୌ ପରି କେହି ଭ୍ରଷ୍ଟାଚାରୀ ବା ଅଧର୍ମାଚାରୀ ନ ହେଉ; ସେ ତ ଓଳିକର ଖାଦ୍ୟ ପାଇଁ ଜ୍ୟେଷ୍ଠାଧିକାର ବିଜୟ କରି ଦେଇଥିଲା।


ସେ ସିଧାସଳଖ ଉପାସନା ମନ୍ଦିରଗୁଡ଼ିକୁ ଯାଇ, ଯୀଶୁ ଯେ ଈଶ୍ୱରଙ୍କ ପୁତ୍ର, ଏ କଥା ପ୍ରଚାର କରିବାକୁ ଲାଗିଲେ।


ତା’ପରେ ଶୟତାନ ତାଙ୍କୁ ଯିରୂଶାଲମକୁ ନେଇଗଲା ଓ ମନ୍ଦିରର ସର୍ବୋଚ୍ଚ ସ୍ଥାନରେ ତାଙ୍କୁ ଛିଡ଼ା କରାଇ କହିଲା, “ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ତେବେ ଏହି ସ୍ଥାନରୁ ତଳକୁ ଡ଼େଇଁ ପଡ଼।


ଶୟତାନ ତାଙ୍କୁ କହିଲା, “ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ାକୁ ଆଦେଶ ଦେଇ ରୋଟିରେ ପରିଣତ କର।”


ଶିଷ୍ୟମାନେ ଯୀଶୁଙ୍କୁ ଆରାଧନା କରି କହିଲେ, “ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର।”


ଶିମୋନ ପିତର ଉତ୍ତର ଦେଲେ, “ଆପଣ ମସୀହ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର।”


କିନ୍ତୁ ଯୀଶୁ ନୀରବ ରହିଲେ। ପ୍ରଧାନ ପୁରୋହିତ କହିଲେ, “ଜୀବନ୍ତ ଈଶ୍ୱରଙ୍କ ନାମରେ ମୁଁ ତୁମକୁ ପଚାରୁଛି, ସତ୍ୟକରି କୁହ, ତୁମେ କ’ଣ ଈଶ୍ୱରଙ୍କ ପୁତ୍ର ମସୀହ?”


ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସୁସମାଚାର ଏହିପରି ଆରମ୍ଭ ହେଲା:


ପୁଣି ଭୂତଗ୍ରସ୍ତ ଲୋକମାନେ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ସମ୍ମୁଖରେ ତଳେ ପଡ଼ିଯାଇ ଚିକ୍ରାର କରି କହୁଥିଲେ, “ଆପଣ ହିଁ ଈଶ୍ୱରଙ୍କ ପୁତ୍ର।”


ଚିକ୍ରାର କରି କହିଲା, “ହେ ସର୍ବୋପରିସ୍ଥ ଈଶ୍ୱରଙ୍କ ପୁତ୍ର ଯୀଶୁ! ମୋ’ ନିକଟରେ ତୁମର କ’ଣ ପ୍ରୟୋଜନ? ଈଶ୍ୱରଙ୍କ ନାମରେ ମିନତି କରୁଛି, ମୋତେ ଯନ୍ତ୍ରଣା ଦିଅ ନାହିଁ।”


ସ୍ୱର୍ଗଦୂତ ଉତ୍ତର ଦେଲେ, “ପବିତ୍ର ଆତ୍ମା ତୁମ ଉପରେ ଅଧିଷ୍ଠାନ କରିବେ ଓ ଈଶ୍ୱରଙ୍କ ଶକ୍ତି ତୁମକୁ ଆବୃତ କରିବ। ଏହି ପବିତ୍ର ଶିଶୁ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ।


“ତୁମେ ଈଶ୍ୱରଙ୍କ ପୁତ୍ର” ବୋଲି ଚିକ୍ରାର କରି ଭୂତମାନେ ମଧ୍ୟ ଅନେକଙ୍କଠାରୁ ବାହାରି ଗଲେ। ଯୀଶୁ ଭୂତମାନଙ୍କୁ କୌଣସି କଥା ନ କହିବା ପାଇଁ ଧମ ଦେଇ ସେମାନଙ୍କୁ ନୀରବ କଲେ; କାରଣ ସେ ମସୀହ ବୋଲି ସେମାନେ ଜାଣିଥିଲେ।


ସେମାନେ ସମସ୍ତେ କହିଲେ, “ତୁମେ ତେବେ କ’ଣ ଈଶ୍ୱରଙ୍କ ପୁତ୍ର?” ସେ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ସେହି ବୋଲି ତୁମ୍ଭେମାନେ ତ କହୁଛ।”


ଏହି ଘଟଣା ମୁଁ ଦେଖିଛି, ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ସେ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର।”


ନିଥ୍ନିୟେଲ କହିଲେ, “ଗୁରୁ ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର, ଆପଣ ଇଶ୍ରାୟେଲର ରାଜା।”


ଯୀଶୁ ଏହି ସବୁ ଘଟଣା ଶୁଣି, ଆଉ ଥରେ ସେହି ଲୋକଟିର ଦେଖାଯାଇ ତାକୁ ପଚାରିଲେ, “ତୁମେ କ’ଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଛ?”


ଏତିକି ବେଳେ ଲେଖାଗଲା, ତୁମେ ଯେପରି ବିଶ୍ୱାସ କରିବ ଯେ, ଯୀଶୁ ହିଁ ଈଶ୍ୱରଙ୍କ ପୁତ୍ର ମସୀହ ଏବଂ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତୁମେ ଜୀବନ ପାଇବ।


ଶୀଲା, ତୀମଥି ଓ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରୁଥିବା ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଶ୍ଟ , କେବେ ଏକ ସଙ୍ଗରେ “ହଁ” ଓ “ନା” କହନ୍ତି ନାହିଁ। ଅପର ପକ୍ଷରେ, ସେ ସର୍ବଦା ଈଶ୍ୱରଙ୍କ ସମ୍ମତିସୂଚକ “ହଁ”।


ତେଣୁ ବର୍ତ୍ତମାନ ପ୍ରକୃତରେ ମୁଁ ଆଉ ଜୀବିତ ନୁହେଁ, ମୋ’ଠାରେ ଖ୍ରୀଷ୍ଟ ହିଁ ଜୀବନ୍ତ। ମୁଁ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଛି, ତାହା କେବଳ ଈଶ୍ୱରଙ୍କ ପୁତ୍ରଙ୍କ ଉପରେ ମୋ’ ବିଶ୍ୱାସ ଦ୍ୱାରା ସମ୍ଭବ ହୋଇଛି - ଯିଏ ମୋତେ ପ୍ରେମ କରି ମୋ’ ପାଇଁ ତାଙ୍କ ପ୍ରାଣଦାନ କରିଛନ୍ତି।


ତେଣୁ ଆମେ ଯେଉଁ ଧର୍ମବିଶ୍ୱାସକୁ ସ୍ୱୀକାର କରୁଛୁ, ତାହା ଦୁଢ଼ଭାବେ ଧରି ରଖିବାକୁ ହେବ; କାରଣ ଆମର ଶ୍ରେଷ୍ଠ ମହାଯାଜକ, ଈଶ୍ୱରତନୟ ଯୀଶୁ, ଈଶ୍ୱରଙ୍କ ଶ୍ରାଛାମୁକୁ ଯାଇଛନ୍ତି।


ମଲ୍‌କି-ସେଦକଙ୍କ ପିତାମାତା ବା ପୂର୍ବପୁରୁଷଙ୍କର କିମ୍ବା ତାଙ୍କ ଜନ୍ମ ଓ ମୃତ୍ୟ ସମ୍ବନ୍ଧରେ କୌଣସି ବିବରଣୀ ନାହିଁ। ସେ ଈଶ୍ୱରଙ୍କ ପୁତ୍ର ସଦୃଶ; ତାଙ୍କର ଯାଜକତ୍ୱ ଚିରନ୍ତନ।


Swiv nou:

Piblisite


Piblisite