Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 9:41 - ପବିତ୍ର ବାଇବଲ (CL) NT (BSI)

41 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କେଡ଼େ ଅବିଶ୍ୱାସୀ ଓ ଭ୍ରାନ୍ତ! ଆଉ କେତେ ଦିନ ମୁଁ ତୁମ ସହିତ ରହିବି? ଆଉ କେତେ କାଳ ମୁଁ ତୁମ ବ୍ୟବହାର ସହିବି?” ତା’ପରେ ସେ ସେହି ଲୋକଟିକୁ କହିଲେ, “ତୁମ ପୁଅକୁ ଏଠାକୁ ଆଣ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

41 ଯୀଶୁ ଉତ୍ତର ଦେଲେ, ଆରେ ଅବିଶ୍ଵାସୀ ଓ ବିପଥଗାମୀ ବଂଶ, କେତେକାଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ବ୍ୟବହାର ସହିବି? ତୁମ୍ଭର ପୁଅକୁ ଏଠିକି ଘେନିଆସ।

Gade chapit la Kopi

ଓଡିଆ ବାଇବେଲ

41 ଯୀଶୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ବ୍ୟବହାର ସହିବି ? ତୁମ୍ଭର ପୁଅକୁ ଏଠିକି ନେଇଆସ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

41 ଯୀଶୁ ଉତ୍ତର ଦେଲେ, “ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ବ୍ୟବହାର ସହିବି? ତୁମ୍ଭର ପୁଅକୁ ଏଠିକି ନେଇଆସ।”

Gade chapit la Kopi

ପବିତ୍ର ବାଇବଲ

41 ତା'ପରେ ଯୀଶୁ କହିଲେ, “ତୁମ୍ଭେମାନେ ବିଶ୍ୱାସ ବିହିନ ଜୀବନଯାପନ କରୁଛ ଓ କୁପଥଗାମୀ ହେଉଛ। ଆଉ କେତେ ଦିନ ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ସହିତ ରହିଥିବି?” ତା'ପରେ ଯୀଶୁ ଲୋକଟିକୁ କହିଲେ, “ତୁମ୍ଭ ପୁଅକୁ ଏଠାକୁ ଆଣ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 9:41
31 Referans Kwoze  

ତା’ପରେ ସେ ଥୋମାଙ୍କୁ କହିଲେ, “ଏଇଠି ଆଙ୍ଗୁଠି ଦିଅ। ମୋର ହାତ ଦେଖ। ତୁମ ହାତ ବଢ଼ାଇ ମୋର ଏଇ ପାଶ୍ୱର୍କୁ ସ୍ପର୍ଶ କର। ଆଉ ସନ୍ଦେହ କର ନାହିଁ। ବିଶ୍ୱାସ କର।”


ଯୀଶୁ କହିଲେ, “ଫିଲିପ୍, ଏତେ ଦିନ ଧରି ମୁଁ ତୁମ୍ଭମାନଙ୍କ ପାଖରେ ରହିଲିଣି, ଆଜି ପର୍ଯ୍ୟନ୍ତ ତୁମେ ମୋତେ ଚିହ୍ନି ପାରିଲ ନାହିଁ। ଯେ ମୋତେ ଦେଖିଛି, ସେ ମୋ’ ପିତାଙ୍କୁ ଦେଖିଛି। ତେବେ ପିତାଙ୍କୁ ଦେଖାଇବା ପାଇଁ କାହିଁକି କହୁଛ?


ଯୀଶୁ ସେମାନଙ୍କୁ କହିଲେ, “ତୁମେ କେଡ଼େ ଅଳ୍ପ ବିଶ୍ୱାସୀ। ତୁମ ସହିତ ମୁଁ ଆଉ କେତେ ଦିନ ରହିବି? କେତେ ଦିନ ଆଉ ମୁଁ ତୁମକୁ ସହ୍ୟ କରିବି? ପୁଅଟିକୁ ମୋ’ ପାଖକୁ ନେଇ ଆସ।” ସେମାନେ ଯୀଶୁଙ୍କ ନିକଟକୁ ତାକୁ ଆଣିଲେ।


ଯୀଶୁ କହିଲେ, “କେଡ଼େ ଅବିଶ୍ୱାସୀ ଓ ଭ୍ରାନ୍ତ ତୁମ୍ଭମାନେ! ତୁମ ସହିତ ମୁଁ ଆଉ ମେତେ ଦିନ ରହିବି? ଆଉ ମେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ସେ ପୁଅଟିକୁ ମୋ’ ନିକଟକୁ ନେଇ ଆସ।”


ତେଣୁ ଯେଉଁମାନେ ତାଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ଉଦ୍ଧାର କରିବାକୁ ସେ ବର୍ତ୍ତମାନ ତଥା ଚିରକାଳ ସମର୍ଥ, କାରଣ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଛାମୁରେ ନିବେଦନ କରିବାକୁ ସେ ଚିରକାଳ ଜୀବିତ।


ଅତଏବବ ଆମ ମଧ୍ୟରୁ କେହି ଯେପରି ନିଜର ଅବିଶ୍ୱାସ ହେତୁ ସେହି ଲୋକମାନଙ୍କ ପରି ଉକ୍ତ ବିଶ୍ରାମରୁ ବଞ୍ଚିତ ନ ହୁଏ, ଏଥପାଇଁ ଯଥାସାଧ୍ୟ ଉଦ୍ୟମ କରିବା।


କାରଣ ସେମାନଙ୍କ ପରି ଆମେ ମଧ୍ୟ ସୁସମାଚାର ଶୁଣିଛୁ। ସେମାନେ ତାହା ଶୁଣି ସୁଦ୍ଧା ବିଶ୍ୱାସରେ ଗ୍ରହଣ କଲେ ନାହିଁ।


ଅତଏବ ଆମେ ଦେଖୁଛୁ ଯେ, ସେମାନଙ୍କ ଅବିଶ୍ୱାସ ଯୋଗୁଁ ସେମାନେ ସେହି ବିଶ୍ରାମରେ ପ୍ରବେଶ କରି ପାରିଲେ ନାହିଁ।


ହୁଏତ, ତୁମେ ଈଶ୍ୱରଙ୍କ ଅସୀମ କୃପା, ଉଦାରତା ଓ ସହିଷ୍ଣୁତାକୁ ଅବଜ୍ଞା କରୁଛ। ତୁମେ ଅବଶ୍ୟ ଜାଣିଛ ଯେ, ତୁମେ ମନରେ ଅନୁତାପ ଆଣିବା ପାଇଁ ଈଶ୍ୱର ଏଡ଼େ ଦୟା କରୁଛନ୍ତି।


ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ମରୁପ୍ରାନ୍ତରରେ ସେମାନଙ୍କୁ ଦୁରାଚାରକୁ ସହ୍ୟ କଲେ।


ପିତର ସେମାନଙ୍କୁ ଆବେଦନ ଜଣାଇ ଓ ନାନା ପ୍ରକାରେ ପ୍ରବର୍ତ୍ତାଇ କହିଲେ, “ଏହି ଭ୍ରଷ୍ଟାଚାରୀମାନଙ୍କ ପ୍ରତି ଆସନ୍ନ ଶାସ୍ତିରୁ ନିଜ ନିଜକୁ ରକ୍ଷା କର।”


ତା’ପରେ ସେ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭମାନଙ୍କର ବିଶ୍ୱାସ କାହିଁ?” କିନ୍ତୁ ସେମାନେ ବିସ୍ମିତ ଓ ଭୟଭୀତ ହୋଇ ପରସ୍ପରକୁ କହିଲେ, “ଏହି ବ୍ୟକ୍ତି କିଏ? ସେ ପବନ ଓ ତରଙ୍ଗକୁ ଆଦେଶ ଦେଲେ ସେମାନେ ତାଙ୍କର ବାଧ୍ୟ ହେଉଛନ୍ତି।”


ଏ ଯୁଗର ଲୋକମାନେ କେଡ଼େ ଭ୍ରଷ୍ଟ ଓ ଈଶ୍ୱର ଅବିଶ୍ୱାସୀ! ତୁମେ ଗୋଟିଏ ଅଲୌକିକ କାର୍ଯ୍ୟ କରିବାରୁ କହୁଛ? କିନ୍ତୁ ଯୂନସଙ୍କ ଚୀବନରେ ଘଟିଥିବା ଆଶ୍ଚର୍ଯ୍ୟ କ୍ରିୟା ଛାଡ଼ା ଅନ୍ୟ କୌଣସି ଅଲୌକିକ କାର୍ଯ୍ୟ ତୁମେ ମୋ’ଠାରେ ଦେଖିବ ନାହିଁ।” ଏହା କହି ଯୀଶୁ ସେମାନଙ୍କୁ ଛାଡ଼ି ଜାଲିଗଲେ।


ଯୀଶଉ ବିସ୍ମୟ ପ୍ରକାଶ କରି କହିଲେ, “ଏ ଯୁଗର ଲୋକମାନେ କେଡ଼େ ଦୁଷ୍ଟ ଓ ଈଶ୍ୱର ଅବିଶ୍ୱାସୀ। ତୁମ୍ଭେମାନେ ମୋତେ ଗୋଟିଏ ଆଶ୍ଚର୍ଯ୍ୟ କର୍ମ ଦେଖାଇବାକୁ କହୁଛ? କେବଳ ଭାବବାଦୀ ଯୂପସଙ୍କ ଜୀବନରେ ଘଟିଥିବା ଆଶ୍ଚର୍ଯ୍ୟ କର୍ମ ହିଁ ତୁମ୍ଭମାନଙ୍କୁ ଦେଖାଇ ଦିଆଯିବ।


ଯେତେବେଳେ ଯୋହନ ଦେଖିଲେ ଅନେକ ଫାରୁଶୀ ଓ ସାଦୁକୀ ଜଳଦୀକ୍ଷା ନେବା ପାଇଁ ଆସୁଛନ୍ତି; ସେମାନଙ୍କୁ ସେ କହିଲେ, “ଆରେ ସର୍ପକୁଳ! ଈଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦଣ୍ଡ ଦେବାକୁ ଯାଉଛନ୍ତି, ସେଥିରୁ ନିସ୍ତାର ପାଇ ପାରିବ ବୋଲି କିଏ ତୁମକୁ କହିଛି?


ଯୀଶୁ ଅଟକି ଯାଇ କହିଲେ, ତାକୁ ଡ଼ାକ”। ଲୋକମାନେ ଅନ୍ଧକୁ ଡ଼ାକି କହିଲେ, “ବ୍ୟସ୍ତ ହୁଅ ନାହିଁ, ଉଠି ଆସ, ସେ ତୁମକୁ ଡ଼ାକୁଛନ୍ତି।”


ସେହି ଲୋକମାନଙ୍କୁ ଶିଷ୍ୟମାନେ ତିରସ୍କାର କରୁଥିବା ଦେଖି, ଯୀଶୁ ଶିଷ୍ୟମାନଙ୍କ ଉପରେ ବିରକ୍ତ ହୋଇ କହିଲେ, “ପିଲାମାନଙ୍କୁ ମୋ’ ନିକଟକୁ ଆସିବାକୁ ଦିଅ; ସେମାନଙ୍କୁ ବାଧା ଦିଅ ନାହିଁ, କାରଣ ଶିଶୁମାନଙ୍କ ପରି ଲୋକମାନେ ସ୍ୱର୍ଗରାଜ୍ୟ ଅଧିକାର କରିବେ।


ମୁଁ ନିଶ୍ଚିତ ଭାବରେ କହୁଛି, ଏ ସମସ୍ତଙ୍କ ହତ୍ୟା ପାଇଁ ଏ ଯୁଗର ଲୋକମାନେ ଦଣ୍ଡ ଭୋଗ କରିବେ।


ତା’ଠାରୁ ଆହୁରି ଦୁଷ୍ଟ ସାତ ଜଣେ ପ୍ରେରିତ ନିମନ୍ତ୍ରଣ କରି ଆ;ଣ ଏବଂ ସେମାନେ ସମସ୍ତେ ସେହି ଘରେ ବାସ କରନ୍ତି। ଏହାଦ୍ୱାରା, ସେହି ଭୂତଗ୍ରସ୍ତ ମନୁଷ୍ୟର ଶେଷ ଦଶା ପୂର୍ବ ଦଶା ଅପେକ୍ଷା ଅଧିକ ଶୋଚନୀୟ ହୁଏ। ଏହି ଯୁଗର ଖଳ ଲୋକମାନେ ଏହିପରି ଶୋଚନୀୟ ଦଶା ଭୋଗିବେ।”


“ଗୁରୁଭାର ବହନକାରୀ କ୍ଳାନ୍ତ ମଣିଷ, ମୋ’ ନିକଟକୁ ଆସ, ମୁଁ ତୁମକୁ ବିଶ୍ରାମ ଦେବି।


ମୁଁ ଆପଣଙ୍କର ଶିଷ୍ୟମାନଙ୍କୁ ତାକୁ ବାହାର କରିବା ପାଇଁ ଅନୁରୋଧ କଲି, କିନ୍ତୁ ସେମାନେ ପାରିଲେ ନାହିଁ।”


ବାଳକଟି ଆସୁଥିବା ସମୟରେ ଭୂତ ତାକୁ ଭୂଇଁରେ କଚାଡ଼ି ଦେଲା ଓ ସେ ମୂର୍ଚ୍ଛା ହୋଇଗଲା। ଯୀଶୁ ଭୂତକୁ ଦୃଢ଼ ଧମକ ଦେଇ ପିଲାଟିକୁ ସୁସ୍ଥ କଲେ ଓ ତାକୁ ତା’ ବାପାକୁ ଦେଲେ।


Swiv nou:

Piblisite


Piblisite