Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 9:3 - ପବିତ୍ର ବାଇବଲ (CL) NT (BSI)

3 ଏବଂ ସେମାନଙ୍କୁ ଏହି କଥା କହିଲେ, “ଯାତ୍ରା ନିମନ୍ତେ ତୁମ ସହିତ କିଛି ନିଅ ନାହିଁ, ବାଡ଼ି, ଝୋଲି, ଖାଦ୍ୟ, ଟଙ୍କା ଏପରିକି ଅଧିକା ଖଣ୍ଡିଏ ଅଙ୍ଗରଖା ମଧ୍ୟ ନିଅ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଏବଂ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ଯାତ୍ରା ନିମନ୍ତେ ବାଡ଼ି କି ଝୋଲି କି ରୋଟୀ କି ଟଙ୍କା କିଛି ହିଁ ନିଅ ନାହିଁ, କିମ୍ଵା ଦୁଇଟି ଅଙ୍ଗରଖା ସାଙ୍ଗରେ ରଖ ନାହିଁ।

Gade chapit la Kopi

ଓଡିଆ ବାଇବେଲ

3 ଏବଂ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ଯାତ୍ରା ନିମନ୍ତେ ବାଡ଼ି କି ଝୋଲି କି ରୁଟି କି ଟଙ୍କା କିଛି ହିଁ ନିଅ ନାହିଁ, କିମ୍ବା ଦୁଇଟି ଅଙ୍ଗରଖା (ବସ୍ତ୍ର) ସାଙ୍ଗରେ ରଖ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଏବଂ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ଯାତ୍ରା ନିମନ୍ତେ ବାଡ଼ି କି ଝୋଲି କି ରୁଟି କି ଟଙ୍କା କିଛି ହିଁ ନିଅ ନାହିଁ, କିମ୍ବା ଦୁଇଟି ଅଙ୍ଗରଖା ସାଙ୍ଗରେ ରଖ ନାହିଁ।

Gade chapit la Kopi

ପବିତ୍ର ବାଇବଲ

3 ସେ ସେମାନଙ୍କୁ କହିଲେ, “ଯାତ୍ରା ସମୟରେ ସାଙ୍ଗରେ କୌଣସି ପଦାର୍ଥ ନେବ ନାହିଁ। ଠେଙ୍ଗା, ଝୁଲା, ଖାଦ୍ୟ, ଟଙ୍କା ପଇସା କିମ୍ବା ଅଧିକ ଲୁଗାପଟା କିଛି ହେଲେ ନେବ ନାହିଁ। କେବଳ ପାନ୍ଧିଥିବା ଲୁଗା ଛଡ଼ା ଅନ୍ୟ କିଛି ନେବ ନାହିଁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 9:3
12 Referans Kwoze  

ତା’ପରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ପଚାରିଲେ, “ମୁଁ ଯେତେବେଳେ ତୁମ୍ଭମାନଙ୍କୁ ସେ ସମୟରେ ଥଳୀ, ମୁଣି କିମ୍ବା ପାଦୁକା ବିନା ପଠାଇ ଥିଲି, ତୁମ୍ଭମାନଙ୍କର କିଛି ଅଭାବ ହୋଇଥିଲା କି?” ସେମାନେ ଉତ୍ତର ଦେଲେ, “ନା, କିଛି ହୋଇ ନାହିଁ।”


ଯୁଦ୍ଧ ଅଭିଯାନରେ ନିବିଷ୍ଟ ଥିବାବେଳେ ସୈନିକ କେବଳ ତା’ର ସେନାପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ତତ୍ପର ଥାଏ। ସେତେବେଳେ ସେ କୌଣସି ବେସାମରିକ କାର୍ଯ୍ୟରେ ମନ ଦିଏ ନାହିଁ।


ତା’ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ବଞ୍ଚିବା ପାଇଁ ଆବଶ୍ୟକୀୟ ଖାଦ୍ୟ ଓ ପିନ୍ଧିବା ପାଇଁ ଆବଶ୍ୟକୀୟ ବସ୍ତ୍ର ବିଷୟରେ ଚିନ୍ତିତ ହୁଅ ନାହିଁ।


ସେ ଉତ୍ତର ଦେଲେ, “ଯାହାର ଦୁଇଟି ଜାମା ଅଛି, ସେ ଯାହାର କିଛି ନାହିଁ, ତାକୁ ଗୋଟିଏ ଦେଉ ଓ ଯାହାର ଖାଦ୍ୟ ଅଛି, ସେ ଅନ୍ୟକୁ ସେଥିରେ ଅଂଶୀ କରାଉ।”


ଯେଉଁ ଘାସ ଆଜି ଅଛି, ଆସନ୍ତା କାଲି ଶୁଖିଯାଏ ଓ ଚୁଲିରେ ପୋଡ଼ା ହୁଏ, ଈଶ୍ୱର ହିଁ ବଣର ସେହି ଘାସକୁ ବସ୍ତ୍ର ପିନ୍ଧାନ୍ତି। ସେ କ’ଣ ତୁମ୍ଭମାନଙ୍କୁ ନିଶ୍ଚିତଭାବେ ବସ୍ତ୍ର ପିନ୍ଧାଇବେ ନାହିଁ? ତୁମ୍ଭମାନଙ୍କର ବିଶ୍ୱାସ କେଡ଼େ କ୍ଷୀଣ!


ତା’ପରେ ଲେବୀ ତାଙ୍କ ଗୃହରେ ଯୀଶୁଙ୍କ ପାଇଁ ଗୋଟିଏ ବଡ଼ ଭୋଜି ପ୍ରସ୍ତୁତ କଲେ। ସେହି ଭୋଜିରେ କରଆଦାୟକାରୀ ଓ ଅନ୍ୟାନ୍ୟ ବହୁସଂଖ୍ୟକ ଲୋକ ଯୋଗ ଦେଲେ।


ସେ ବାରଜଣ ଶିଷ୍ୟଙ୍କୁ ଡ଼ାକି ଦୁଇ ଦୁଇ ଜଣ କରି ପଠାଇଲେ। ଅଶୁଚି ଆତ୍ମାଙ୍କୁ ଆୟତ୍ତ କରିବାକୁ ସେମାନଙ୍କୁ ଅଧିକାର ଦେଇ କହିଲେ,


ଯେଉଁଠାରେ ତୁମକୁ ସ୍ୱାଗତ କରାଯିବ, ସେହି ସହର ନ ଛାଡ଼ିବା ପର୍ଯ୍ୟନ୍ତ ସେହି ଘରେ ରୁହ।


Swiv nou:

Piblisite


Piblisite